ବିଜେଡିକୁ ମୁକାବିଲା କରୁଛି ଭାଜପା

ବ୍ରହ୍ମପୁର ଅଫିସ,୧୩।୨: ଗଞ୍ଜାମ ଜିଲା ଗୋପାଳପୁର ନିର୍ବାଚନ ମଣ୍ଡଳୀ ୧୦ନଂ. ଜିଲା ପରିଷଦ ଜୋନ୍‌ରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଆସନ୍ତା ୧୬ରେ ହେବ। ବ୍ରହ୍ମପୁର ନିକଟ ଲୋଚାପଡ଼ା, ନିମଖଣ୍ଡି, ହୁଗୁଳାପଟା, ଗୁରୁଣ୍ଠି, ବୋରଗଁା, ଜଗଦଳପୁର, ଆଙ୍କୁଶପୁର ଓ ମସିହାଖାଲି ଏହି ୮ ପଞ୍ଚାୟତକୁ ନେଇ ଗଠିତ ୧୦ନଂ. ଜୋନ୍‌। ଏହି ସମସ୍ତ ପଞ୍ଚାୟତ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁକୁଡ଼ାଖଣ୍ଡି ବ୍ଲକ ଅଧିନ ହୋଇଥିଲେ ମଧ୍ୟ ଗୋପାଳପୁରରେ ଅନ୍ତର୍ଭୁକ୍ତ ରହିଛି। ମହିଳାଙ୍କ ପାଇଁ ସଂରକ୍ଷିତ ଥିବା ଶାସକ ବିଜେଡିରୁ ଭାରତୀ ନାୟକ, ଭାଜପାରୁ ଅନିତା ବେହେରା ଓ କଂଗ୍ରେସରୁ କୃଷ୍ଣଲତା ଦାସ ପ୍ରାର୍ଥୀ ହୋଇଛନ୍ତି। ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ମଧ୍ୟରେ ମୁଖ୍ୟତଃ ଶଙ୍ଖ ଓ ପଦ୍ମ ଦଳ ମଧ୍ୟରେ ଲଢ଼େଇ ତୀବ୍ର ହେଉଛି।
ସୂଚନାଯୋଗ୍ୟ, ୨୦୧୭ ନିର୍ବାଚନରେ ଏହି ଜୋନ୍‌ ପୁରୁଷଙ୍କ ପାଇଁ ଥିଲା। ଭାଜପାରୁ ବର୍ତ୍ତମାନର ଗଞ୍ଜାମ ସାଙ୍ଗଠନିକ ଜିଲା ଯୁବମୋର୍ଚ୍ଚା ସଭାପତି ଏଲ.ମୋହନ ଦାସ ଜିଲା ପରିଷଦକୁ ନିର୍ବାଚିତ ହୋଇଥିଲେ। ଚଳିତ ନିର୍ବାଚନରେ ଭାଜପା ହାତରୁ ଛଡ଼ାଇ ନେବା ପାଇଁ ବିଜେଡି ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛି। ଏହି ଜୋନ୍‌ ଉଭୟ ବିଜେଡି ଓ ଭାଜପାର ସମ୍ମାନର ପ୍ରଶ୍ନ ହୋଇଛି। ମୋହନ ଦାସ ଏବେ ଲୋଚାପଡ଼ା ସରପଞ୍ଚ ପ୍ରାର୍ଥୀ ହୋଇଛନ୍ତି। ଗତ ନିର୍ବାଚନରେ ଗୋପାଳପୁର କ୍ଷେତ୍ରର ୪ ଜୋନ୍‌ରୁ ୧୦ ଓ ୫୪ନଂ. ଜୋନ୍‌ରେ ଭାଜପା ଜିତିଥିଲା। ତାହା ବଜାୟ ରଖିତ୍ବା ନିମନ୍ତେ ପଦ୍ମ ଦଳ କସରତ କରୁଛି।
କୁକୁଡ଼ାଖଣ୍ଡି ବ୍ଲକର ଏହି ଜୋନ୍‌ରେ ବିଜେଡି ପକ୍ଷରୁ ଗୋପାଳପୁର ସେଗ୍‌ମେଣ୍ଟ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିିବ ଗୋପବନ୍ଧୁ ଦାସ ଭୋଟରଙ୍କ ପାଖକୁ ଯାଇ ସଚେତନ କରୁଛନ୍ତି। ଭାଜପା ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ରାଜନୀତିରେ ପୁରୁଣା ଏବଂ ଗୋପାଳପୁର ଆସନରେ ୩ ଥର ନିର୍ବାଚନ ଲଢ଼ିଥିବା ପାର୍ଟି ଜିଲା ସଭାପତି ବିଭୂତି ଜେନା କାଉଣ୍ଟର ପ୍ରଚାର କରୁଛନ୍ତି। ମୋହନ ଦାସଙ୍କ ସମେତ ଅନ୍ୟମାନେ ଭୋଟ ପ୍ରଚାରରେ ସାମିଲ ହେଉଛନ୍ତି। ତେବେ ନିର୍ବାଚନୀ ପ୍ରଚାରରେ କଂଗ୍ରେସ ଅନ୍ୟ ଜୋନ୍‌ଗୁଡ଼ିକ ଭଳି ୧୦ନଂ.ରେ ବହୁ ପଛରେ ଥିବା ଲକ୍ଷ୍ୟ କରାଯାଇଛି। ତେଣୁ ଭାଜପା ଓ ବିଜେଡି ମଧ୍ୟରେ କଡ଼ା ମୁକାବିଲା ହେଉଛି। ଯିଏ ଜିତିବ ଭୋଟ ବ୍ୟବଧାନ ଅଳ୍ପ ହେବାର ପ୍ରାକ୍‌ ଆକଳନ କରାଯାଇଛି। ସେହିପରି ଗୋପାଳପୁର କ୍ଷେତ୍ର ରଙ୍ଗେଇଲୁଣ୍ଡା ବ୍ଲକ ୫୪ନଂ. ଜୋନ୍‌ରେ ମଧ୍ୟ ବିଜେଡି -ଭାଜପା ମଧ୍ୟରେ ଟକ୍କର ହେଉଛି। ପୂର୍ବତନ ଜିଲା ପରିଷଦ ସଭ୍ୟ ଦୀପକ ସାମନ୍ତଙ୍କୁ ବିଜେଡି ପ୍ରାର୍ଥୀ କରିଥିବା ବେଳେ ଶୁଭାଶିଷ ସାହୁ ଭାଜପାରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ନୂଆ ଓ ପୁରୁଣାଙ୍କ ଏହି ଲଢ଼େଇ ରୋଚକ ହୋଇଛି। ଗତ ନିର୍ବାଚନରେ ବିଜେଡିରୁ ନିର୍ବାଚିତ ସଭ୍ୟା ମଞ୍ଜୁଶ୍ରୀ ଦଳାଇଙ୍କୁ ଏଥର ଟିକେଟ ଦିଆଯାଇନାହିଁ। ତଥାପି ସେ ଦୀପକଙ୍କ ପାଇଁ ପ୍ରଚାର କରୁଥିଲେ ମଧ୍ୟ ଅସନ୍ତୁଷ୍ଟ ଥିବା ଅଞ୍ଚଳରେ ଆଲୋଚନା ହେଉଛି। ଏହି ଜୋନ୍‌ରେ ମଧ୍ୟ କଂଗ୍ରେସ ପଛରେ ରହିଛି। କିଏ ଜିତିବ ଓ କିଏ ହାରିବ ସେନେଇ ସବୁ ଖଟିରେ ଜୋର ଧରିଛି ଚର୍ଚ୍ଚା।


Enter your email to get our daily news in your inbox.

All Right Reserved By Dharitri.Com

ତାରାତାରିଣୀ କଲେଜରେ ତ୍ରିମୁଖୀ ଲଢ଼େଇ: ନାମାଙ୍କନ ପ୍ରତ୍ୟାହାର କଲେ ସଭାପତି ପ୍ରାର୍ଥୀ ଅଙ୍କିତ ପ୍ରଧାନ, ମଇଦାନରେ ଅଛନ୍ତି…

ପୁରୁଷୋତ୍ତମପୁର,୧୦ା୧୦(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସରେ ରାଜନୈତିକ ଉଷ୍ଣତା ବଢ଼ିଛି। ଶନିବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ଦିବସରେ ସଭାପତି…

ବାଇକ୍ ଧକ୍କାରେ ବୃଦ୍ଧ ଗୁରୁତରଚିକିତ୍ସା ଦାବିରେ ରାସ୍ତାରୋକ

ଚିକିଟି, ୧୦/୦୯/୨୦୨୬ (ପ୍ରକାଶ ଚନ୍ଦ୍ର ସାହୁ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ କେ. ନୂଆଗାଁ ଥାନା ଅଧୀନ ଚିକିଟି ଫାଣ୍ଡି ଅଞ୍ଚଳର ଓଳପୁର ଛକ ନିକଟରେ ଶନିବାର…

କଳିଙ୍ଗା ଘାଟି ବନ୍ଦ: ବିକଳ୍ପ ରାସ୍ତାରେ ଟ୍ରାଫିକ୍ ଜାମ୍, ଜବରଦଖଲ ହଟାଇବାକୁ ତହସିଲଦାରଙ୍କ କଡ଼ା ପଦକ୍ଷେପ

ଭଞ୍ଜନଗର,୧୦ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଓ କନ୍ଧମାଳ ଜିଲାକୁ ସଂଯୋଗ କରୁଥିବା କଳିଙ୍ଗା ଘାଟିରେ ଭୂସ୍ଖଳନ ଯୋଗୁ ଯାତାୟାତ ବନ୍ଦ ରହିଛି। ଫଳରେ ଗଞ୍ଜାମରୁ କନ୍ଧମାଳ ଏବଂ କନ୍ଧମାଳରୁ…

ଶହୀଦ ଭଗତ ସିଂ କଲେଜରେ ପ୍ରଥମଥର ଛାତ୍ର ସଂସଦ ନିର୍ବାଚନ: ୮ ପଦବୀ ପାଇଁ ୧୫ ପ୍ରାର୍ଥୀ

ଗଞ୍ଜାମ, ୧୦।୧୦ (ଅନାଥ ତରାଇ): ଦୀର୍ଘବର୍ଷର ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି। ଗଞ୍ଜାମ ବ୍ଲକର ଖଣ୍ଡଦେଉଳିସ୍ଥିତ ଶହୀଦ ଭଗତ ସିଂ କଲେଜରେ ଆସନ୍ତା ୧୫ ତାରିଖରେ ପ୍ରଥମଥର…

ରାଜମିସ୍ତ୍ରୀ କାମ କରୁଥିଲେ ସୌରଭ, ହଠାତ୍‌ ଲାଗିଲା କରେଣ୍ଟ: ଆଉ ତା’ପରେ…

ଦିଗପହଣ୍ଡି/ଚିକିଟି, ୧୦।୧୦(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ କାର୍ଯ୍ୟାଳୟ ନିକଟସ୍ଥ ମା’ ରତନେଇ ଠାକୁରାଣୀ ମନ୍ଦିର ପାଖରେ କୋଠା ନିର୍ମାଣ କାମ…

ଜୁଆଆଡ୍ଡା ପରିଚାଳନାକୁ ନେଇ ଉତ୍ତେଜନା: ହତ୍ୟା ଉଦ୍ୟମ ଘଟଣାରେ …

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶୁକ୍ରବାର ବ୍ରହ୍ମପୁର ସଦର ଥାନା ବାଲିପଡ଼ା ଗ୍ରାମର ନିଲୁ ଗୌଡ଼(୨୧) ଙ୍କୁ ଗିରଫ କରି ସନ୍ଧ୍ୟାରେ କୋର୍ଟ…

ସରପଞ୍ଚଙ୍କ ସ୍ବାମୀଙ୍କୁ ହତ୍ୟା ଉଦ୍ୟମ : ମାମଲା ରୁଜୁ କଲା ପୋଲିସ                     

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ ଚାନ୍ଦିନୀ ନାୟକ ଙ୍କ ସ୍ବାମୀ ଟୁନା ନାୟକ ଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା…

ଦିଗପହଣ୍ଡିରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ: ଶ୍ରେଷ୍ଠ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ କରାଗଲା ସମ୍ମାନିତ

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ମିଶନ ଶକ୍ତି ଭବନ ପରିସରରେ ଶୁକ୍ରବାର ମହିଳା ଓ ଶିଶୁ ବିକାଶ ସମନ୍ୱିତ ପ୍ରକଳ୍ପ ସ୍ତରୀୟ ପୋଷଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?