ଏମ୍‌ସିଏଲ୍‌କୁ ଶୀର୍ଷ ସମ୍ମାନ

ତାଳଚେର, ୨୦ା୮(ନି.ପ୍ର.): ୨୦୨୧-୨୨ ବର୍ଷରେ ଉତ୍ପାଦନ, ଗୁଣବତ୍ତା ଓ ସୁରକ୍ଷା ଶ୍ରେଣୀରେ ମହାନଦୀ କୋଲ୍‌ଫିଲଡସ୍‌ ଲିମିଟେଡ (ଏମ୍‌ସିଏଲ୍‌) ପ୍ରଥମ ପୁରସ୍କାର ହାସଲ କରି କୋଇଲା ମନ୍ତ୍ରୀ ପୁରସ୍କାରରେ ସମ୍ମାନିତ ହୋଇଛି। ଗୁରୁବାର ନୂଆଦିଲ୍ଲୀଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଏମ୍‌ସିଏଲ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ (ସିଏମ୍‌ଡି) ଓ.ପି. ସିଂ କେନ୍ଦ୍ର ସଂସଦୀୟ ବ୍ୟାପାର, କୋଇଲା ଏବଂ ଖଣି ବିଭାଗର ମନ୍ତ୍ରୀ ପ୍ରହ୍ଲାଦ ଜୋଷୀଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଏହି ପୁରସ୍କାର ବିତରଣ ସମାରୋହରେ ଏମ୍‌ସିଏଲ୍‌ ନିର୍ଦ୍ଦେଶକ (କାର୍ମିକ) କେଶବ ରାଓ, ନିର୍ଦ୍ଦେଶକ ବୈଷୟିକ (ଯୋଜନା ଏବଂ ପରିଯୋଜନା) ଯୁଗଳ କୁମାର ବୋରା, ନିର୍ଦ୍ଦେଶକ (ବିତ୍ତ) ଏ.କେ. ବେହୁରା, କୋଇଲା ମନ୍ତ୍ରାଣାଳୟ ସଚିବ ଡ. ଏ.କେ. ଜୈନ, କୋଲ ଇଣ୍ଡିଆ ଅଧ୍ୟକ୍ଷ ପ୍ରମୋଦ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ। ଏତଦ୍‌ବ୍ୟତୀତ ତିନୋଟି କ୍ଷେତ୍ରର ଜେନେରାଲ ମ୍ୟାନେଜର ସଞ୍ଜୟ ଝା, ଏ.କେ. ସ୍ବର୍ଣ୍ଣକାର ଏବଂ କେ.କେ. ରୁଲ ଯଥାକ୍ରମେ ବସୁନ୍ଧରା କ୍ଷେତ୍ର, ହିଙ୍ଗୁଳା କ୍ଷେତ୍ର ଏବଂ କଣିହାଁ କ୍ଷେତ୍ରର ପ୍ରଦର୍ଶନରେ ଉତ୍କର୍ଷ ପାଇଁ କୋଇଲା ମନ୍ତ୍ରୀ ପୁରସ୍କାର ଗ୍ରହଣ କରିଥିଲେ। ଏହି ପୁରସ୍କାର ଜିତିବା ପରେ ସିଏମ୍‌ଡି ସମଗ୍ର ଏମ୍‌ସିଏଲ୍‌ ଟିମ୍‌କୁ ଅଭିନନ୍ଦନ ଜଣାଇଛନ୍ତି। ଟିମ୍‌ ଏମସିଏଲର ପ୍ରତ୍ୟେକ ସଦସ୍ୟ ଏବଂ ଖଣି କାର୍ଯ୍ୟରେ ନିୟୋଜିତ ସମସ୍ତ ଠିକା କର୍ମଚାରୀଙ୍କୁ ଏହି କୋଇଲା ମନ୍ତ୍ରୀ ପୁରସ୍କାର ଉତ୍ସର୍ଗ ବୋଲି ସିଂ କହିଛନ୍ତି। ମୋଟ ୫ଟି ବର୍ଗ ମଧ୍ୟରୁ ଏମ୍‌ସିଏଲ୍‌ ତିନିଟି ବର୍ଗରେ ପ୍ରଥମ ପୁରସ୍କାର ହାସଲ କରିଥିବାବେଳେ ସ୍ଥିରତା ବର୍ଗର ପ୍ରଥମ ପୁରସ୍କାର ୱେଷ୍ଟର୍ନ କୋଲ୍‌ଫିଲଡସ ଲିମିଟେଡ (ଡବ୍ଲ୍ୟୁସିଏଲ) ଓ ଇଆରପି କାର୍ଯ୍ୟକାରୀ କରିବାରେ ନର୍ଦ୍ଦନ କୋଲଫିଲଡସ ଲିମିଟେଡ(ଏନ୍‌ସିଏଲ୍‌) ପ୍ରଥମ ପୁରସ୍କାର ଲାଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ନିର୍ବାଚନ ପ୍ରକ୍ରିୟାକୁ ତାରିଫ କଲେ ଟ୍ରମ୍ପ, ଜ୍ଞାନେଶ କୁମାରଙ୍କ ନାମ ନେଇ ବଡ଼ କଥା କହିଲେ…

ଓ୍ବାଶିଂଟନ,୧୮।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତର ନିର୍ବାଚନ ବ୍ୟବସ୍ଥାକୁ ପ୍ରଶଂସା କରିଛନ୍ତି। ଆମେରିକାରେ କଠୋର ଭୋଟିଂ ନିୟମ ଏବଂ ‘ସେଭ ଆମେରିକା ଆକ୍ଟ’ କାର୍ଯ୍ୟକାରୀ କରିବାକୁ…

ମାସକ ମଧ୍ୟରେ କେସିଙ୍ଗାରୁ ୩ ଅଜଗର ଉଦ୍ଧାର, ବଜ୍ରଗଡ଼ ଜଙ୍ଗଲରେ…

କେସିଙ୍ଗା,୧୮।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ମାସକ ମଧ୍ୟରେ ୩ ଟି ଆଜଗର ଉଦ୍ଧାର କରାଯାଇଛି । ନୂନ ମାଠ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖାସ…

ବାଂଲାଦେଶର ନାଲିଆଖି

ଆସନ୍ତା ସେପ୍ଟେମ୍ବର ୧୨ ଓ ୧୩ ତାରିଖ ଦୁଇ ଦିନ ଧରି ନୂଆଦିଲ୍ଲୀଠାରେ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବ ବୋଲି ସ୍ଥିର କରାଯାଇଛି । ୧୧ ରାଷ୍ଟ୍ର…

‘ସିଏଜି’ ହାତରେ ‘ନିପୁଣ’ ବିଫଳତା, ବିଦ୍ୟାର୍ଥୀ ଲେଖିପାରୁ ନାହାନ୍ତି ନାଁ

ଭୁବନେଶ୍ୱର,୧୮।୮(ରବିନାରାୟଣ ଜେନା): ଶିକ୍ଷାକୁ ସାର୍ବଜନୀନ କରିବାପାଇଁ କେନ୍ଦ୍ର ସରକାରଙ୍କଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ସମସ୍ତେ ଗୁରୁତ୍ୱ ଦେଉଛନ୍ତି । ଛାତ୍ରୀଛାତ୍ରଙ୍କୁ ଗୁଣବତ୍ତା ଶିକ୍ଷା ଯୋଗାଇବା…

ଭାଜପାର ନୂଆ ଦଳକୁ ଫେରିଲେ ରାମ ମାଧବ; ତାଙ୍କୁ କାହିଁକି ସୁଯୋଗ ଦିଆଗଲା? ଜାଣନ୍ତୁ…

ନୂଆଦିଲ୍ଲୀ,୧୮।୮: ଭାରତୀୟ ଜନତା ପାର୍ଟି (ଭାଜପା) ଦଳର ସଭାପତି ନୀତିନ ନବିନଙ୍କ ନେତୃତ୍ୱରେ ଏକ ନୂତନ ଜାତୀୟ ଦଳ ଘୋଷଣା କରିଛି। ନୀତିନ ନବିନଙ୍କୁ ଜାତୀୟ କାର୍ଯ୍ୟକାରୀ…

ଦାରିଙ୍ଗବାଡି ପ୍ରଶାସନର ବଡ଼ ପଦକ୍ଷେପ; ଘରଭଡା ଦେଲେ ପୋଲିସକୁ ତଥ୍ୟ ଦେବେ ମାଲିକ, ବାହାର ରାଜ୍ୟର ଲୋକ ଥାନାରୁ…

ଦାରିଙ୍ଗବାଡି,୧୮।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଗୋଟିଏ ମାସ ମଧ୍ୟରେ ୫ରୁ ଅଧିକ ଲୁଟ୍ ହୋଇଛି । ଏହି ଘଟଣାରେ କନ୍ଧମାଳ ଏସପି ବଡ଼…

ବନ୍ୟାଜଳରେ ବୁଲି ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ, ଅଧିକାରୀମାନଙ୍କୁ ଦେଲେ ଏହି ନିର୍ଦ୍ଦେଶ

ଯାଜପୁର/ଦଶରଥପୁର,୧୮।୮(ହର୍ଷବର୍ଦ୍ଧନ ବେହେରା/ସୁଶାନ୍ତ ବେହୁରିଆ) : ବୈତରଣୀ ନଦୀର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଯାଜପୁର ଜିଲାର ଦଶରଥପୁର ବ୍ଲକ ଅଞ୍ଚଳରେ ବନ୍ୟା ସ୍ଥିତି ସଙ୍ଗିନ ହୋଇପଡିଛି ।…

ଆଜି ପ୍ରବଳ ବର୍ଷିବ: ୩ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ

ଭୁବନେଶ୍ୱର,୧୮।୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେବା ପରେ ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରୁଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri