ରାସ୍ତାକୁ ଓହ୍ଲାଇଲେ ଅସନ୍ତୁଷ୍ଟ

ଭୁବନେଶ୍ୱର,(ବ୍ୟୁରୋ)/କଟକ ଅଫିସ, ୨୯।୬: ମାଟ୍ରିକ ପରୀକ୍ଷା ଫଳକୁ ନେଇ ଏବେ ସାରା ରାଜ୍ୟରେ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ମୂଲ୍ୟାୟନରେ ଅନିୟମିତତା ଅଭିଯୋଗ କରି ସୋମବାର ଛାତ୍ରୀଛାତ୍ର, ଅଭିଭାବକମାନେ ବିଭିନ୍ନ ସ୍ଥାନରେ ଆନ୍ଦୋଳନ, ଧାରଣା କରିବା ସହିତ ରାସ୍ତା ଅବରୋଧ ମଧ୍ୟ କରିଛନ୍ତି। ଭୁବନେଶ୍ୱର, କଟକ, ଭଦ୍ରକ, ପୁରୀ, କୋରାପୁଟ, ଯାଜପୁର, ସମ୍ବଲପୁର, ନବରଙ୍ଗପୁର, ବଲାଙ୍ଗୀର, ଭଞ୍ଜନଗରଠାରୁ ଆରମ୍ଭ କରି ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ସ୍ଥିତି ଦେଖିବାକୁ ମିଳିଥିଲା। ସ୍କୁଲ ସମ୍ମୁଖ, ବିଇଓ, ଡିଇଓ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯାଇଥିଲା। ଏପରିକି ମାଧ୍ୟମିକ ଶିକ୍ଷା ବୋର୍ଡ କାର୍ଯ୍ୟାଳୟ ସମ୍ମୁଖରେ ଏହି ଆନ୍ଦୋଳନ ପହଞ୍ଚତ୍ଥିଲା। ଚଳିତବର୍ଷ ନବମ ଓ ଦଶମରେ ପୂର୍ବରୁ ହୋଇଥିବା ପରୀକ୍ଷା ମାର୍କ ଅନୁଯାୟୀ ମୂଲ୍ୟାୟନ ହୋଇଛି। କିନ୍ତୁ ବିକ୍ଷୋଭ କରୁଥିବା ଛାତ୍ରୀଛାତ୍ର, ଅଭିଭାବକଙ୍କ ଅଭିଯୋଗ ଅନୁଯାୟୀ, ସେମାନଙ୍କ ପୂର୍ବ ପରୀକ୍ଷାରେ ଭଲ ନମ୍ବର ରହିଥିବାବେଳେ ମାଟ୍ରିକ ରେଜଲ୍ଟ ସେହି ଅନୁପାତରେ ଦିଆଯାଇ ନାହିଁ। ବୋର୍ଡ ଦେଇଥିବା ପଦ୍ଧତି ଅନୁସାରେ ନମ୍ବର ମିଳିନି। ଯେଉଁ ପିଲା ୯୦% ଉପରକୁ ରଖିବା କଥା ତାଙ୍କୁ ମିଳିଛି ୭୫%, ଆଉ ୭୫% ରଖିବା ପିଲାକୁ ମିଳିଛି ୫୫%। ଏପରି ସ୍ଥିତିରେ କେଉଁ କଲେଜରେ କିପରି ନାମ ଲେଖାଇବେ ସେ ନେଇ ପିଲା ଚିନ୍ତାରେ ପଡ଼ିଛନ୍ତି। ବିଶେଷ କରି ଶିକ୍ଷା ବିକାଶ ସମିତି ଅଧୀନରେ ଚାଲୁଥିବା ସରସ୍ବତୀ ଶିଶୁ ମିନ୍ଦିର ଛାତ୍ରୀଛାତ୍ରମାନେ ଏଭଳି ଅଭିଯୋଗ କରିଥିବା ଦେଖାଯାଇଛି। ଏପରିକି ସରକାରୀ ସ୍କୁଲ ଛାତ୍ରୀଛାତ୍ରଙ୍କୁ ଯେଉଁଭଳି ଭାବେ ମାର୍କ ଦିଆଯାଇଛି ଶିଶୁ ମିନ୍ଦିର ପିଲାଙ୍କୁ ସେଭଳି ମାର୍କ ଦିଆଯାଇ ନ ଥିବା ସେମାନେ ଅଭିଯୋଗ କରିଛନ୍ତି। ସେପଟେ ପରୀକ୍ଷା ଦେବାର ସୁଯୋଗ ଥିଲେ ମଧ୍ୟ ପିଲାମାନେ ଆଉ ପରୀକ୍ଷା ଦେବାକୁ ରାଜି ନାହାନ୍ତି। ଆଉ ଥରେ ପରୀକ୍ଷା ଦେବାକୁ ପିଲାମାନେ ଅନିଚ୍ଛା ପ୍ରକାଶ କରୁଛନ୍ତି। କାରଣ ପରୀକ୍ଷା ଦେଲେ ଯୁକ୍ତ୨ରେ ନାମ ଲେଖାଇବାରେ ବିଳମ୍ବ ହୋଇଯିବ ବୋଲି ସେମାନେ କହିଛନ୍ତି।
ସୂଚନାଯୋଗ୍ୟ, ସୋମବାର ପୂର୍ବାହ୍ନରେ କଟକ କଲେଜ ଛକ ଏବଂ ତୁଳସୀପୁର ସ୍ଥିତ ୨ଟି ଘରୋଇ ଶିକ୍ଷାନୁଷ୍ଠାନ ସମ୍ମୁଖରେ ପରୀକ୍ଷା ଫଳକୁ ନେଇ ଅସନ୍ତୁଷ୍ଟ ଥିବା ଛାତ୍ରୀଛାତ୍ର ଏବଂ ଅଭିବାବକମାନେ ପ୍ରଥମେ ହୋହଲ୍ଲା କରିଥିଲେ। କେଉଁ କାରଣରୁ ପିଲାଙ୍କ ମାର୍କ କମିଲା ସେ ନେଇ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଅଭିଭାବକ ଅଭିଯୋଗ କରିଥିଲେ। ତେବେ ଏନେଇ ସ୍କୁଲ କର୍ତ୍ତୃପକ୍ଷ ବୋର୍ଡକୁ ଦାୟୀ କରିଥିଲେ। ଏହାପରେ ଅସନ୍ତୁଷ୍ଟ ଛାତ୍ରୀଛାତ୍ର ଏବଂ ଅଭିଭାବକ ବୋର୍ଡ କାର୍ଯ୍ୟାଳୟ ସମ୍ମୁଖରେ କିଛି ସମୟ ପାଇଁ ରାସ୍ତାରୋକୋ କରିଥିଲେ। ଘଟଣାସ୍ଥଳରେ ମଙ୍ଗଳାବାଗ ଥାନା ପୋଲିସ ସୋମାନଙ୍କୁ ରାସ୍ତାରୁ ହଟାଇଥିଲେ। ହେଲେ ଛାତ୍ରୀଛାତ୍ର ସେଠାରୁ ଉଠି ବୋର୍ଡ କାଯର୍‌ୟାଳୟ ସମ୍ମୁଖରେ ବସି ପ୍ରତିବାଦ କରିଥିଲେ। ଏପରିକି ନମ୍ବର ପୁନର୍ବିଚାର କରିବା ପାଇଁ ଦାବି କରିଥିଲେ। ରାଜ୍ୟର ବିଭିନ୍ନ ଜିଲାର ପିଲା ଓ ଅଭିଭାବକମାନେ ବୋର୍ଡ ଅଫିସ ଆଗରେ ବିକ୍ଷୋଭ କରୁଥିବା ଦେଖିବାକୁ ମିଳିଥିଲା। ସେହିପରି ଭୁବନେଶ୍ୱର ବ୍ରହ୍ମେଶ୍ୱର ସରକାରୀ ହାଇସ୍କୁଲରେ ଛାତ୍ରୀଛାତ୍ରମାନେ ମଧ୍ୟ ବିକ୍ଷୋଭ କରିଛନ୍ତି। ସେମାନେ ଏଭଳି ଅନିୟମିତତା ପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଥିଲେ। ଅନୁରୂପ ଭାବେ ପୁରୀ ମଧୁବନ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ଭଦ୍ରକ ପୁରୁଣା ବଜାର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ୍‌ ଅନ୍ତର୍ଗତ ସରସ୍ବତୀ ଶିଶୁ ମନ୍ଦିର, ନବରଙ୍ଗପୁର ଜିଲା ଉମରକୋଟ ସରସ୍ବତୀ ଶିଶୁ ମନ୍ଦିର, କୋରାପୁଟ ଜିଲା ବୋରିଗୁମା ହାଇସ୍କୁଲ ଛାତ୍ରୀଛାତ୍ର ଅଭିଭାବକମାନେ ମଧ୍ୟ ପ୍ରତିବାଦ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
ସେପଟେ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ବୋର୍ଡ ସଭାପତି ରାମାଶିଷ ହାଜରା। ସେ କହିଛନ୍ତି ଯେ, ସବୁ କିଛି ସ୍ବଚ୍ଛତାର ସହ ହୋଇଛି। ମାଟ୍ରିକ ମୂଲ୍ୟାୟନରେ କୌଣସି ତ୍ରୁଟି ହୋଇନି। ସ୍କୁଲଗୁଡ଼ିକରୁ ଯାହା ନମ୍ବର ଆସିଥିଲା ତାହାର ତର୍ଜମା କରି ପିଲାଙ୍କୁ ନମ୍ବର ଦିଆଯାଇଛି। ୨ଟି ପରୀକ୍ଷା ଓ ୪ ବର୍ଷର ପରଫରମାନ୍ସ ଦେଖି ନମ୍ବର ଦିଆଯାଇଥିବା ସେ କହିଛନ୍ତି। କିଛି ସ୍କୁଲ ଅଧିକ ନମ୍ବର ଦେଇଥିଲେ, ପରେ ତାହାର ମଧ୍ୟ ତର୍ଜମା କରି ନମ୍ବର ଦିଆଯାଇଥିବା ସେ କହିଛନ୍ତି। ଅସନ୍ତୁଷ୍ଟ ଛାତ୍ରୀଛାତ୍ର ଅଫ୍‌ଲାଇନରେ ଆଗାମୀ ଦିନରେ ପରୀକ୍ଷା ଦେଇପାରିବେ। ଯାହା ହୋଇଛି ତାହା ସରକାରୀ ନିୟମାନୁସାରେ ହୋଇଛି। ଅନେକ ପିଲା ନମ୍ବରକୁ ନେଇ ସନ୍ତୁଷ୍ଟ ନାହାନ୍ତି। ଯଦି ସେମାନେ ଚାହିଁବେ ଆଗାମୀ ସମୟରେ ବିନା କୌଣସି ବାଧାରେ ପରୀକ୍ଷା ଦେଇ ଅଧିକ ନମ୍ବର ରଖିପାରିବେ ବୋଲି ବୋର୍ଡ ସଭାପତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚର୍ଚ୍ଚାରେ କଂଗ୍ରେସ ସାଂଗଠନିକ ନେତୃତ୍ୱ: ଯୁବ ସଭାପତି ଚୟନକୁ ନେଇ ବଢୁଛି ଅଡୁଆ

ଭୁବନେଶ୍ୱର,୧୪-୧(ବ୍ୟୁରୋ):ପୁଣିଥରେ କଂଗ୍ରେସର ସାଙ୍ଗଠନିକ ନେତୃତ୍ୱକୁ ନେଇ ବିବାଦ ଦେଖିବାକୁ ମିଳିଛି। ଗୋଟିଏ ପଟେ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଦାୟିତ୍ୱରୁ ହଟାଇବା ପାଇଁ...

ଗଞ୍ଜାମ ଜିଲାପାଳଙ୍କ ବଡ଼ ଘୋଷଣା: ଆସନ୍ତା ୯ରୁ ସମସ୍ତ ସହରାଞ୍ଚଳ, ୫ ବ୍ଲକ ସଟ୍‌ଡାଉନ୍‌; ଜାଣନ୍ତୁ..

ଛତ୍ରପୁର, ୭।୭(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏଥିପାଇଁ ଜ଼ିଲାର ବିଏମ୍‌ସି ସମେତ ୧୮ ସହରାଞ୍ଚଳ ଏବଂ ସାନଖେମୁଣ୍ଡି,...

+୨ ରେଜଲ୍ଟ: ଦେଢ଼ଘଣ୍ଟାପରେ ପରେ ବି ଦେଖିପାରୁ ନାହାନ୍ତି ପିଲା

ଭୁବନେଶ୍ୱର,୩୧।୫(ବ୍ୟୁରୋ): +୨ ରେଜଲ୍ଟ ପ୍ରକାଶ ପାଇବାର ଦେଢ଼ ଘଣ୍ଟା ପରେ ମଧ୍ୟ ଦେଖିପାରୁନାହାନ୍ତି ଛାତ୍ରୀଛାତ୍ର। ଦିନ ୧୧ଟାରୁ ରେଜଲ୍ଟ ଘୋଷଣା ହୋଇଥିଲେ ବି ଏଯାଏ ଦେଖିହେଉନ...

‘ଅମ୍ଫନ୍‌’ ସମୟରେ କେନ୍ଦ୍ରାପଡ଼ାରେ ୨ ମହିଳାଙ୍କ ମୃତ୍ୟୁ ଘଟଣା: ଜିଲାପାଳ କହିଲେ ‘ବାତ୍ୟାରେ ହୋଇନାହିଁ’

କେନ୍ଦ୍ରାପଡ଼ା ଅଫିସ/ମହାକାଳପଡ଼ା(ଡି.ଏନ୍‌.ଏ.),୨୧।୫: ସାମୁଦ୍ରିକ ଝଡ ଅମ୍ଫନ୍‌ ସମୟରେ କେନ୍ଦ୍ରାପଡ଼ା ଜିଲାରେ ୨ ଜଣ ମହିଳାଙ୍କ ମୃତ୍ୟୁ ଘଟିଥିଲା। ହେଲେ ମହିଳାଦ୍ୱୟଙ୍କ ମୃତ୍ୟୁ ବାତ୍ୟାରେ ହୋଇ ନ...

ରାଜଧାନୀରେ ମାତିଲେ ଲୁଟେରା: ଇନ୍ସପେକ୍ଟରଙ୍କଠାରୁ ଝାମ୍ପିନେଲେ ମୋବାଇଲ୍‌

ଭୁବନେଶ୍ୱର,୨ା୭ (ବ୍ୟୁରୋ): ରାଜଧାନୀରେ ଏବେ ଲୁଟେରା ମାତିଛନ୍ତି। ନୟାପଲ୍ଲୀ ଓ ଖାରବେଳନଗର ଥାନା ଅଞ୍ଚଳରୁ ଲଗାତର ଦୁଇଜଣ ମହିଳା ଲୁଟ୍‌ର ଶିକାର ହୋଇଥିବାବେଳେ ବୁଧବାର ଲୁଟେରାଙ୍କ...

ଦିଲ୍ଲୀ ଏମ୍‌ସରୁ ସ୍ଥାନାନ୍ତର ହେବେ ଜଗା-କାଳିଆ:୭ରୁ ଏସ୍‌ସିବିରେ ଚିକିତ୍ସା

ଭୁବନେଶ୍ୱର,୩୦-୮(ବ୍ୟୁରୋ):ଅପରେଶନ ମାଧ୍ୟମରେ ଅଲଗା ହୋଇଥିବା କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆ ଦିଲ୍ଲୀ ଏମ୍ସରୁ ସ୍ଥାନାନ୍ତର ହେବେ। ଆସନ୍ତା ୭ ତାରିଖରେ ଓଡ଼ିଶାରେ ପହଞ୍ଚତ୍ବା ପରେ ସେମାନଙ୍କୁ...

ବୃଦ୍ଧାଙ୍କଠାରୁ ୪ ଲକ୍ଷ ଠକେଇ: ସମ୍ପର୍କୀୟ ଗିରଫ

କଟକ ଅଫିସ,୪ା୭: ବୃଦ୍ଧାଙ୍କ ଠାରୁ ୪ ଲକ୍ଷ ଟଙ୍କା ଠକେଇ କରିବା ଅଭିଯୋଗରେ ମର୍କତନଗର ପୋଲିସ ବୁଧବାର ଜଣେ ସମ୍ପର୍କୀୟ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ...

ଏରସମାରେ ବ୍ୟାପିଲା ଝାଡ଼ାବାନ୍ତି: ତିନି ଦିନରେ ୧୧୮ ଆକ୍ରାନ୍ତ

ଏରସମା,୨୭ା୬(ସ୍ବ.ପ୍ର.): ଏରସମା ବ୍ଲକ ଅଞ୍ଚଳରେ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି। ତିନ ଦିନ ଭିତରେ ବ୍ଲକର ବିଭିନ୍ନ ସ୍ଥାନରୁ ୧୧୮ଜଣ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କୁ ଏରସମା ଗୋଷ୍ଠୀ...

Advertisement
Archives

Model This Week