Posted inଖେଳ

ଟୋକିଓ ଅଲିମ୍ପିକ୍ସ: ଜାପାନରେ ଟିକେଟ କ୍ରେତା ମୂଲ୍ୟ ଫେରିପାଇବେ

ଟୋକିଓ, ୩୧ା୧୦ (ଏପି): ଜାପାନରେ ଟୋକିଓ ଅଲିମ୍ପିକ୍ସର ଟିକେଟ କ୍ରେତାମାନେ ଚାହିଁଲେ ସେମାନଙ୍କ ମୂଲ୍ୟ ଫେରିପାଇବେ। ଏଥିପାଇଁ ସ୍ଥାନୀୟ ଆୟୋଜକ ଶୁକ୍ରବାର ଗ୍ୟାରେଣ୍ଟି ପ୍ରଦାନ କରିଛି। କିନ୍ତୁ ଜାପାନ ବାହାରେ ନ୍ୟାଶନାଲ ଅଲିମ୍ପିକ କମିଟି ଦ୍ୱାରା ନିଯୁକ୍ତ ସ୍ବୀକୃତିପ୍ରାପ୍ତ ଟିକେଟ ରିସେଲରଙ୍କଠାରୁ ଖରିଦ କରିଥିବା ଖେଳପ୍ରେମୀମାନଙ୍କ ପାଇଁ ପ୍ରଯୁଜ୍ୟ ହେବ ନାହିଁ। କାରଣ ଅନେକ ଟିକେଟମୂଲ୍ୟ ଫେରାଇବାକୁ ନେଇ ସର୍ତ୍ତ ରଖିଛନ୍ତି। ଦେଶକୁ ଦେଶ ଏଥିରେ ଫରକ ରହିଛି। ଜାପାନର ଯେଉଁ ଖେଳପ୍ରେମୀମାନେ ଆସନ୍ତାବର୍ଷ ଟିକେଟ ବ୍ୟବହାର କରିପାରିବେ ନାହିଁ ବୋଲି ମନେ କରୁଛନ୍ତି ସେମାନେ ନଭେମ୍ବର ୧୦ରୁ ୩୦ ମଧ୍ୟରେ ମୂଲ୍ୟ ଫେରସ୍ତ ପାଇଁ ଆବେଦନ କରିପାରିବେ। ପାରା ଅଲିମ୍ପିକ୍ସ ପାଇଁ ଡିସେମ୍ବର ୧ରୁ ୨୧ ତାରିଖ ଦିନ ଧାର୍ଯ୍ୟ କରାଯାଇଛି। କୋଭିଡ୍‌-୧୯ ମହାମାରୀ ଯୋଗୁ ଯଦି ଭେନ୍ୟୁଗୁଡ଼ିକରେ ଆସନ ସଂଖ୍ୟାକୁ ସୀମିତ କରାଯାଏ ତେବେ କ୍ରେତାଙ୍କୁ ଟିକେଟ ମୂଲ୍ୟ ଫେରାଇବାକୁ ପଡ଼ିବ ବୋଲି ଟୋକିଓ ୨୦୨୦ ମୁଖପାତ୍ର ମାସା ଟାକାୟା କହିଛନ୍ତି। ଆସନ୍ତାବର୍ଷ ମଧ୍ୟ ଅଲିମ୍ପିକ୍ସ ସମ୍ଭବ ହେବନାହିଁ ବୋଲି ଅନେକେ କଳ୍ପନାଜଳ୍ପନା କରୁଛନ୍ତି। ଏହା ସେ ସମୟର ମହାମାରୀ ପରିସ୍ଥିତି ଉପରେ ନିର୍ଭର କରେ ବୋଲି ସେ କହିଛନ୍ତି। ଅଲିମ୍ପିକ୍ସ ୨୦୨୧ ଜୁଲାଇ ୨୩ରୁ କରିବା ଲାଗି ଆୟୋଜକ ଏବଂ ଅନ୍ତର୍ଜାତୀୟ ଅଲିମ୍ପିକ କମିଟି ସ୍ଥିର କରିଛନ୍ତି। କିନ୍ତୁ ବିନା ଭ୍ୟାକ୍ସିନ୍‌ରେ କ୍ୱାରାଣ୍ଟାଇନ୍‌ ଅବା ରାପିଡ୍‌ ଟେଷ୍ଟିଂ ଦ୍ୱାରା ଅଲିମ୍ପିକ୍ସ ଆୟୋଜନ ନେଇ ଅନେକ ପ୍ରଶ୍ନ ଉଠାଇଛନ୍ତି। ମହାମାରୀ ଦୃଷ୍ଟିରୁ ଜାପାନ ଅନ୍ୟ ଦେଶ ତୁଳନାରେ ତୁଳନାତ୍ମକ ଭାବେ ଅଧିକ ସୁରକ୍ଷିତ। ଦେଶରେ କରୋନା ମୃତ୍ୟୁ ସଂଖ୍ୟା ପ୍ରାୟ ୧,୭୫୦ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବ୍ଲାକ୍‌ କ୍ୟାପ୍‌ ଚ୍ୟାଲେଞ୍ଜ

ଏକ ସମ୍ପୂର୍ଣ୍ଣ ସିରିଜ ଖେଳିବା ପାଇଁ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତ ନ୍ୟୁଜିଲାଣ୍ଡ ଗସ୍ତ କରିଛି। ଭାରତ ଓ ନ୍ୟୁଜିଲାଣ୍ଡ ୫ଗୋଟି ଟି୨୦, ୩ଟି ଦିନିକିଆ...

କୋହଲି, ଚୟନକର୍ତ୍ତାଙ୍କୁ ନେଇ ଗାଭାସ୍କରଙ୍କ ସହ ମଞ୍ଜରେକରଙ୍କ ଅସହମତି

ନୂଆଦିଲ୍ଲୀ,୩୦।୭(ପି.ଟି.)- ଭାରତୀୟ ଅଧିନାୟକ ବିରାଟ କୋହଲି ଓ ଚୟନକର୍ତ୍ତାଙ୍କୁ ନେଇ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଓ ପୂର୍ବତନ ବ୍ୟାଟ୍ସମ୍ୟାନ ସଞ୍ଜୟ ମଞ୍ଜରେକର ଭିନ୍ନ ମତ...

ଭାରତ ଆଗରେ ୧୭୩ ରନ୍‌ର ବିଜୟ ଟାର୍ଗେଟ

କେପ୍‌ଟାଉନ,୨୩ା୨: କେପ୍‌ଟାଉନ୍‌ର ନ୍ୟୁଲ୍ୟାଣ୍ଡସ୍‌ରେ ଖେଳାଯାଉଥିବା ମହିଳା ଟି-୨୦ ବିଶ୍ୱକପ୍‌ର ଗୁରୁବାର ପ୍ରଥମ ସେମିଫାଇନାଲ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଅଷ୍ଟ୍ରେଲିଆ ନିର୍ଦ୍ଧାରିତ...

ଭାରତ ବିପକ୍ଷ ସିରିଜରେ ଗାଳିଗୁଲଜ ନୁହେଁ ବହୁତ ପରିହାସ ଦେଖିବାକୁ ମିଳିବ: ଲାଙ୍ଗର

ସିଡ୍‌ନୀ,୨୬।୧୧(ପି.ଟି.): ଆଗାମୀ ଭାରତ ବିପକ୍ଷ ସିରିଜରେ ଗାଳିଗୁଲଜ କିମ୍ବା ସ୍ଲେଜିଂର କୌଣସି ସ୍ଥାନ ନାହିଁ। ଏହା ବଦଳରେ ଦୁଇ ଦେଶ ଖେଳାଳିମାନଙ୍କ ମଧ୍ୟରେ ବହୁ ପରିମାଣରେ...

ସ୍ପିନ୍‌ ବିପକ୍ଷରେ ଚାପେଲଙ୍କ ସର୍ବକାଳୀନ ଶ୍ରେଷ୍ଠ ଇନିଂସ ତାଲିକାରେ ଲକ୍ଷ୍ମଣଙ୍କ ୨୮୧

ମେଲବୋର୍ନ,୨୯।୩(ପି.ଟି.)- ବିଶ୍ୱସ୍ତରୀୟ ସ୍ପିନ୍‌ ବୋଲିଂ ବିପକ୍ଷରେ ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ଇଆନ ଚାପେଲ ତାଙ୍କ ଦୁଇଟି ସର୍ବକାଳୀନ ଶ୍ରେଷ୍ଠ ତଥା ଫେଭରାଇଟ୍‌ ଇନିଂସ ସମ୍ପର୍କରେ ଉଲ୍ଲେଖ...

ଭାବପ୍ରବଣ ହେଲେ ପନ୍ତ

ନୂଆଦିଲ୍ଲୀ,୧୫।୨: ଆଇପିଏଲ ୨୦୨୨ ମେଗା ନିଲାମରେ ଅଧିକାଂଶ ଫ୍ରାଞ୍ଚାଇଜ ସେମାନଙ୍କର ପୁରୁଣା ଖେଳାଳି କିଣିବାକୁ ଚେଷ୍ଟା କରିଥିଲେ। ଅନେକ ଦଳ ଏଥିରେ ସଫଳ ହୋଇଥିଲେ ଏବଂ...

ଚେନ୍ନାଇ ପାଇଁ ବଳିଦାନ ଦେଲେ ଧୋନୀ, ଜାଣିଲେ କହିବେ ବାଃ ବାଃ

ନୂଆଦିଲ୍ଲୀ,୧।୧୨:ଚେନ୍ନାଇ ସୁପର କିଙ୍ଗ୍ସ ଦ୍ୱାରା ଆଇପିଏଲ ୨୦୨୨ ପାଇଁ ପ୍ରକାଶିତ ଆଇପିଏଲ ୨୦୨୨ ରିଟେସନ୍‌ ତାଲିକା ପରେ ସ୍ପଷ୍ଟ ହୋଇଛି ଯେ ମହେନ୍ଦ୍ର ସିଂ ଧୋନୀ...

ୟୁରୋ କପ୍‌ ଯୋଗ୍ୟତା ପର୍ଯ୍ୟାୟ: ପର୍ତ୍ତୁଗାଲର ପ୍ରଥମ ବିଜୟ

ବେଲଗ୍ରେଡ୍‌,୮।୯(ଏଏଫ୍‌ପି): ୟୁରୋପିଆନ୍‌ ଚାମ୍ପିୟନ ପର୍ତ୍ତୁଗାଲ ୟୁରୋ କପ୍‌ ଯୋଗ୍ୟତା ପର୍ଯ୍ୟାୟରେ ତା’ର ପ୍ରଥମ ବିଜୟ ହାସଲ କରିଛି। ୨୦୨୦ ୟୁରୋ କପ୍‌ ପାଇଁ ଯୋଗ୍ୟତା ପର୍ଯ୍ୟାୟରେ...

Advertisement
Archives

Model This Week