Posted inଖେଳ

କାଭିନ୍ଦର, ସଞ୍ଜିତ୍‌ ଫାଇନାଲରେ

ନୂଆଦିଲ୍ଲୀ, ୩୧ା୧୦ (ପି.ଟି.)- ଭାରତୀୟ ବକ୍ସର କାଭିନ୍ଦର ସିଂ ବିସ୍ତ୍‌ (୫୭କେଜି) ଓ ସଞ୍ଜିତ (୯୧କେଜି) ଫ୍ରାନ୍ସର ନାଣ୍ଟିସ୍‌ଠାରେ ଚାଲିଥିବା ଆଲେକ୍ସିସ୍‌ ଭାଷ୍ଟିନେ ଇଣ୍ଟରନ୍ୟାଶନାଲ ଟୁର୍ନାମେଣ୍ଟ ଫାଇନାଲରେ ପ୍ରବେଶ କରିଛନ୍ତି। ଅନ୍ୟପକ୍ଷରେ ୪ଥର ଏସିଆନ୍‌ ପଦକ ବିଜେତା ଶିବ ଥାପ୍ପା (୬୩କେଜି) ତାଙ୍କ ସେମିଫାଇନାଲ ମୁକାବିଲାରେ ପରାଜିତ ହୋଇ ଏକ ବ୍ରୋଞ୍ଜ ପଦକ ଲାଭ କରିଛନ୍ତି। ସେ ସ୍ଥାନୀୟ ଫେଭରାଇଟ୍‌ ଲୋନେସ୍‌ ହାମରାଇଙ୍କ ନିକଟରୁ ୨-୧ରେ ପରାଜିତ ହୋଇଛନ୍ତି। ଏସିଆନ ଚାମ୍ପିୟନଶିପ୍‌ ରୌପ୍ୟ ବିଜେତା ଏବଂ ପୂର୍ବତନ ବିଶ୍ୱଚାମ୍ପିୟନଶିପ୍‌ କ୍ୱାର୍ଟରଫାଇନାଲିଷ୍ଟ କାଭିନ୍ଦର ଫ୍ରାନ୍ସର ବେନିକ୍‌ ଜର୍ଜ ଭେଲକୁମିଆନଙ୍କ ବିପକ୍ଷ ଲଢେଇ ୩-୦ରେ ସହଜ ବିଜୟ ଲାଭ କରିଛନ୍ତି। ସେ ଟାଇଟଲ ମୁକାବିଲାରେ ଅନ୍ୟ ଜଣେ ସ୍ଥାନୀୟ ଆଶାୟୀ ସାମୁଏଲ୍‌ କିସ୍ତୋହରିଙ୍କୁ ଭେଟିବେ। ଇଣ୍ଡିଆ ଓପନ୍‌ ସ୍ବର୍ଣ୍ଣ ବିଜେତା ସଞ୍ଜିତ ଆମେରିକାର ଶେରଡ୍‌ ଫଲ୍‌ଗମ୍‌ଙ୍କୁ ୨-୧ରେ ହରାଇ ଦେଇଛନ୍ତି। ସଞ୍ଜିତ ମଧ୍ୟ ଫାଇନାଲରେ ଜଣେ ଫ୍ରେଞ୍ଚ ପ୍ରତିଦ୍ୱନ୍ଦ୍ୱୀ ସୋହେବ ବୋଆଫିଆଙ୍କ ସହ ମୁକାବିଲା କରିବେ। ବିଶ୍ୱ ଚାମ୍ପିୟନଶିପ୍‌ ରୌପ୍ୟ ପଦକ ବିଜେତା ଅମିତ ଫଙ୍ଗାଲ (୫୨କେଜି) ମଧ୍ୟ ଫାଇନାଲକୁ ଉନ୍ନୀତ ହୋଇଛନ୍ତି। ସେ ଆମେରିକାର ଖ୍ରିଷ୍ଟୋଫର ହେରେରାଙ୍କୁ ଭେଟିବେ। ଏହି ବିଭାଗରେ ହୋଇଥିବା ଡ୍ର’ରେ ମାତ୍ର ୪ ବକ୍ସର ଭାଗ ନେଇଥିଲେ। ମାର୍ଚ୍ଚରେ ଜୋର୍ଡାନରେ ଅଲିମ୍ପିକ କ୍ୱାଲିଫାୟର୍ସ ପରେ ଭାରତୀୟ ବକ୍ସରମାନେ ପ୍ରଥମ ଥର ଏକ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏହି ଅଭିନେତ୍ରୀଙ୍କ ପ୍ରେମରେ ବୋଲ୍ଡ ହେଲେ ଅର୍ଶଦୀପ ସିଂ

ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ଅର୍ଶଦୀପ ସିଂହ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି। ଅର୍ଶଦୀପ ଇନଷ୍ଟାଗ୍ରାମରେ ମଡେଲ ତଥା ଅଭିନେତ୍ରୀ…

ପ୍ଲେୟାର ଅଫ ଦି ସିରିଜ ଜିତିବା ସତ୍ତ୍ୱେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ଚେତାବନୀ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୭।୭: ଜିମ୍ବାୱେ ବିପକ୍ଷରେ T20 ସିରିଜରେ ଚମତ୍କାର ପ୍ରଦର୍ଶନ ପରେ ବୈଭବ ସୂର୍ଯ୍ୟବଂଶୀ ‘ପ୍ଲେୟାର ଅଫ ଦି ସିରିଜ’ ପୁରସ୍କାର ଜିତିଥିଲେ। ଏହି ଚମତ୍କାର ପ୍ରଦର୍ଶନ ସତ୍ତ୍ୱେ,…

‘ମ୍ୟାନ ଅଫ ଦି ସିରିଜ’ ବିବେଚିତ ହେବା ପରେ ହୃଦୟସ୍ପର୍ଶୀ ବୟାନ ଦେଇ ମନ କିଣିଲେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ,୨୭।୭: ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ଗସ୍ତର ତିକ୍ତ ସ୍ମୃତିକୁ ପଛରେ ପକାଇ, ଟିମ ଇଣ୍ଡିଆ ଜିମ୍ବାୱେରେ ବିଜୟୀ ହୋଇଥିଲା। ଭାରତ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ…

ଭାରତକୁ ମିଳିଲା ପ୍ରଥମ ସ୍ବର୍ଣ୍ଣ

ଗ୍ଲାସ୍‌ଗୋ,୨୬ା୭: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରବିବାର ଭାରତକୁ ପ୍ରଥମ ସ୍ବର୍ଣ୍ଣ ପଦକ ମିଳିଛି। ତାରକା ଭାରୋତ୍ତୋଳିକା ମୀରାବାଈ ଚାନୁ ମହିଳା ୪୮ କେଜି କାଟେଗୋରୀରେ ଏହି ସଫଳତା ପାଇଛନ୍ତି।…

ବୈଭବଙ୍କ ବିସ୍ଫୋରକ ବ୍ୟାଟିଂ: ଭାରତର କ୍ଲିନ ସୁଇପ୍‌

ହରାରେ,୨୬ା୭: ଭାରତର ବ୍ୟାଟିଂ ସେନସେଶନ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ଭାରତ ୩୫ ରନରେ…

ରିଶିକାନ୍ତଙ୍କୁ ମିଳିଲା ରୌପ୍ୟ ପଦକ

ଗ୍ଲାସ୍‌ଗୋ,୨୬ା୭: ଭାରତର ରିଶିକାନ୍ତ ସିଂ ଚନାମ୍ବାମ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ରବିବାର ପୁରୁଷ ୬୦ କେଜି ଭାରୋତ୍ତୋଳନ ଇଭେଣ୍ଟରେ ରୌପ୍ୟ ପଦକ ହାସଲ କରିଛନ୍ତି। ମଣିପୁରର ଏହି…

ଇତିହାସ ରଚିଲେ ଅଭିଷେକ ଶର୍ମା, ଟି-୨୦ କ୍ରିକେଟରେ ଏହି ସଫଳତା ହାସଲ କରିବାରେ ହେଲେ ପ୍ରଥମ ଭାରତୀୟ ଓପନିଂ ବ୍ୟାଟସମ୍ୟାନ

ନୂଆଦିଲ୍ଲୀ,୨୬।୭: ଜିମ୍ବାୱେ ବିପକ୍ଷରେ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ଭାରତ ୯୦ ରନରେ ବିଜୟ ହାସଲ କରିଛି। ତଥାପି, ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଅଭିଷେକ ଶର୍ମା ପୁଣି ଥରେ…

ଇଶାନ, ତିଲକଙ୍କ ବିସ୍ଫୋରକ ବ୍ୟାଟିଂ, ୨-୦ରେ ଭାରତ ସିରିଜ୍‌ ଆଗୁଆ

ହରାରେ,୨୫ା୭: ଇଶାନ କିଶନ ଓ ତିଲକ ବର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଶନିବାର ଅନୁଷ୍ଠିତ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୯୦ ରନରେ ଜିମ୍ବାଓ୍ବେକୁ ପରାସ୍ତ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri