Posted inଖେଳ

ଋତୁରାଜ ଜଣେ ପ୍ରତିଭାସମ୍ପନ୍ନ କ୍ରିକେଟର: ଧୋନୀ

ଦୁବାଇ,୩୧।୧୦(ପି.ଟି.): ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଯୁବ ବ୍ୟାଟ୍ସମ୍ୟାନ ଋତୁରାଜ ଗାଏକ୍ୱାଡ ନିଜ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ପ୍ରଭାବିତ କରିଛନ୍ତି। ଶ୍ରେଷ୍ଠ ପ୍ରତିଭାସମ୍ପନ୍ନ କ୍ରିକେଟରମାନଙ୍କ ମଧ୍ୟରୁ ସେ ଅନ୍ୟତମ ବୋଲି ଧୋନୀ କହିଛନ୍ତି। ଗୁରୁବାର କୋଲକାତା ନାଇଟ୍‌ ରାଇଡର୍ସ ବିପକ୍ଷରେ ଋତୁରାଜ କ୍ରମାଗତ ଦ୍ୱିତୀୟ ଅର୍ଦ୍ଧଶତକ ହାସଲ କରି ଚେନ୍ନାଇ ବିଜୟରେ ମୁଖ୍ୟଭୂମିକା ଗ୍ରହଣ କରିଥିଲେ। ଏଥର ଆଇପିଏଲ୍‌ ଖେଳି ନ ଥିବା କ୍ରିକେଟରଙ୍କୁ ଅନ୍ତିମ ଏକାଦଶରେ ସାମିଲ କରିବାକୁ ଚେନ୍ନାଇ ନିଷ୍ପତ୍ତି ନେଇଥିଲା। ଫଳରେ ଋତୁରାଜ ଖେଳିବାକୁ ସୁଯୋଗ ପାଇଥିଲେ ଓ ସେ ଏହାର ଫାଇଦା ଉଠାଇଥିଲେ।
ଋତୁରାଜ ନେଟ୍ସରେ ଭଲ ଖେଳୁଥିଲେ, ତେବେ କୋଭିଡ୍‌ ପଜିଟିଭ ହେବା କାରଣରୁ ସେ ୨୦ ଦିନ ଖେଳରୁ ଦୂରେଇ ରହିଥିଲେ। ସେ ଅଧିକ କଥା କହିବାକୁ ପସନ୍ଦ କରନ୍ତି ନାହିଁ। ତେଣୁ ମ୍ୟାନେଜମେଣ୍ଟ ତାଙ୍କ ପ୍ରତିଭା ଆକଳନ କରିବାରେ ସମର୍ଥ ହୋଇ ନ ଥିଲା। ୨୩ ବର୍ଷୀୟ ଏହି ମହାରାଷ୍ଟ୍ର ବ୍ୟାଟ୍ସମ୍ୟାନ ସବୁପ୍ରକାର ଶଟ୍‌ ଖେଳିପାରିନ୍ତି ଓ ତାଙ୍କ ଶଟ୍‌ମାନ ଦେଖବା ପାଇଁ ବେଶ୍‌ ଉପଭୋଗ୍ୟ ବୋଲି ଧୋନୀ କହିଛନ୍ତି। ତେବେ ଋତୁରାଜ ତାଙ୍କ ପ୍ରଥମ ୩ଟି ଇନିଂସରେ ଯଥାକ୍ରମେ ୦, ୫ ଓ ୦ ରନ ସଂଗ୍ରହ କରିଥିଲେ। କ୍ରିଜ୍‌ରେ କିଛି ସମୟ ଜମିଯିବା ପରେ ସେ ନିଜ ଇଚ୍ଛା ଅନୁଯାୟୀ ଶଟ୍‌ ଖେଳିଥାନ୍ତି। ସେହିପରି ଅନ୍ତିମ ଓଭରରେ କ୍ରମାଗତ ୨ଟି ଛକାମାରି ଚେନ୍ନାଇକୁ ଜିତାଇଥିବା ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କୁ ମଧ୍ୟ ଧୋନୀ ପ୍ରଶଂସା କରିଛନ୍ତି। ଚଳିତ ସେସନରେ ଜାଡେଜା ବ୍ୟାଟିଂ ସହିତ ଫିଲ୍ଡିଂରେ ଚମତ୍କାର ପ୍ରଦର୍ଶନ କରିଛନ୍ତି ଧୋନୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କାହିଁକି ଭାଜପାରେ ସାମିଲ ହେଲେ ହରଭଜନ? ନିଜେ କହିଲେ ଏହା ପଛ ବଡ଼ କାରଣ

ନୂଆଦିଲ୍ଲୀ,୧୩।୮: ହରଭଜନ ସିଂହ ଅଭିଯୋଗ କରିଛନ୍ତି ଯେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ରୀଡ଼ାକୁ ପ୍ରୋତ୍ସାହନ ଦେବାରେ କୌଣସି ଆଗ୍ରହ ଦେଖାଇ ନଥିଲେ ଏବଂ ତାଙ୍କୁ କେବେ ନିଯୁକ୍ତି ମଧ୍ୟ…

ଗମ୍ଭୀରଙ୍କୁ ନେଇ ଏଭଳି କହିଦେଲେ ହରଭଜନ ସିଂ, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୧୩।୮: ଗୌତମ ଗମ୍ଭୀରଙ୍କୁ ନେଇ ପୂର୍ବତନ ଭାରତୀୟ ସ୍ପିନର୍ ହରଭଜନ ସିଂ ଏକ ବଡ଼ ବୟାନ ଦେଇଛନ୍ତି । ହରଭଜନଙ୍କ କହିବାନୁଯାୟୀ, ସେ ଯେଉଁ ଗୌତମ ଗମ୍ଭୀରଙ୍କୁ…

ମାତ୍ର ୧୫ ବର୍ଷ ବୟସରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ, କ୍ରିକେଟ ଜଗତରେ ପଡିଗଲା ଚହଳ

ନୂଆଦିଲ୍ଲୀ,୧୩।୮: ଭାରତୀୟ କ୍ରିକେଟରେ ସବୁଠାରୁ ବିସ୍ଫୋରକ ଯୁବ ବ୍ୟାଟରମାନଙ୍କ ମଧ୍ୟରେ ସାମିଲ ବୈଭବ ସୂର୍ଯ୍ୟବଂଶୀ ନିଜ ବ୍ୟାଟିଂରେ ଲଗାତାର ଚର୍ଚ୍ଚାରେ ରହିଛନ୍ତି। ଜିମ୍ବାୱେ ଗସ୍ତରେ ମଧ୍ୟ ବ୍ୟାଟରେ…

୫ ସନ୍ତାନଙ୍କ ଉପସ୍ଥିତିରେ ବିବାହ କଲେ ରୋନାଲ୍ଡୋ: ୧୦ ବର୍ଷ ପରେ ଘଟିଲା…

ଲିସ୍‌ବନ,୧୩ା୮(ଏପି):ଫୁଟ୍‌ବଲ ସୁପରଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ ତାଙ୍କର ଦୀର୍ଘଦିନର ବାନ୍ଧବୀ ତଥା ଆର୍ଜେଣ୍ଟିନା-ସ୍ପାନିଶ ମଡେଲ ଜର୍ଜିନା ରୋଡ୍ରିଗୁଏଜଙ୍କୁ ବିବାହ କରିଛନ୍ତି। ରାଜଧାନୀ ଲିସ୍‌ବନ ନିକଟସ୍ଥ ଉପକୂଳବର୍ତ୍ତୀ ସହର କାସ୍‌କାଇସ୍‌ଠାରେ…

ଟେବୁଲ୍‌ ଟେନିସ୍‌ ଫେଡେରେଶନ ସ୍ବୀକୃତି ରଦ୍ଦ, କ୍ରୀଡ଼ା ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୨।୮: ବୁଧବାର ଦିନ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଟେବୁଲ୍ ଟେନିସ୍ ମହାସଂଘ (TTFI) ର ସ୍ୱୀକୃତି ରଦ୍ଦ କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଅଲିମ୍ପିକ୍ ସଂଘକୁ…

ସନ୍ନ୍ୟାସ ପରେ ପୂର୍ବତନ କ୍ରିକେଟର ରାହାଣେଙ୍କ ନୂଆ ଇନିଂସ, ପ୍ରଶଂସକ ଜଣାଉଛନ୍ତି ଶୁଭେଚ୍ଛା

ନୂଆଦିଲ୍ଲୀ,୧୨।୮: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ୍ ତଥା ଅଧିନାୟକ ଅଜିଙ୍କ୍ୟ ରାହାଣେ ନିକଟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିବା ପରେ ଏକ ନୂତନ ଭୂମିକାରେ…

୧୫ ବର୍ଷୀୟା ନାବାଳିକାଙ୍କୁ ଯୌନଶୋଷଣ, ଜେଲ୍ ଗଲେ ଏହି କ୍ରିକେଟର୍

କାନବେରା,୧୨।୮: ଅଷ୍ଟ୍ରେଲିଆ କ୍ରିକେଟର ଆରନ୍ ସମର୍ସ (Aaron Summers) ୧୫ ବର୍ଷର ଜଣେ ନାବାଳିକା ସହ ଯୌନ ଶୋଷଣ କରିଥିବା ଅଭିଯୋଗରେ ୧୦ ମାସର ଜେଲ୍ ଦଣ୍ଡ…

ଯେଉଁ ଟିମକୁ ଦିନେ କରିଥିଲେ ମନା, ଏବେ ସେଇ ଟିମକୁ ଫେରିବାକୁ ଚାହୁଁଛନ୍ତି ପାଣ୍ଡ୍ୟା! ରଖିଲେ ଏମିତି ସର୍ତ୍ତ, ଟିମ କହିଲା-ଆସ ନାହିଁ…

ମୁମ୍ବାଇ,୧୨,୮: ଇଣ୍ଡିଆନ ପ୍ରିମିୟର୍‌ ଲିଗ (ଆଇପିଏଲ) ୨୦୨୭ ପାଇଁ ଟ୍ରେଡ ଲିଷ୍ଟ ଆସିବା ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ହାର୍ଦ୍ଦିକ ବର୍ତ୍ତମାନ ପାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri