Posted inଖେଳ

ଋତୁରାଜ ଜଣେ ପ୍ରତିଭାସମ୍ପନ୍ନ କ୍ରିକେଟର: ଧୋନୀ

ଦୁବାଇ,୩୧।୧୦(ପି.ଟି.): ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଯୁବ ବ୍ୟାଟ୍ସମ୍ୟାନ ଋତୁରାଜ ଗାଏକ୍ୱାଡ ନିଜ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ପ୍ରଭାବିତ କରିଛନ୍ତି। ଶ୍ରେଷ୍ଠ ପ୍ରତିଭାସମ୍ପନ୍ନ କ୍ରିକେଟରମାନଙ୍କ ମଧ୍ୟରୁ ସେ ଅନ୍ୟତମ ବୋଲି ଧୋନୀ କହିଛନ୍ତି। ଗୁରୁବାର କୋଲକାତା ନାଇଟ୍‌ ରାଇଡର୍ସ ବିପକ୍ଷରେ ଋତୁରାଜ କ୍ରମାଗତ ଦ୍ୱିତୀୟ ଅର୍ଦ୍ଧଶତକ ହାସଲ କରି ଚେନ୍ନାଇ ବିଜୟରେ ମୁଖ୍ୟଭୂମିକା ଗ୍ରହଣ କରିଥିଲେ। ଏଥର ଆଇପିଏଲ୍‌ ଖେଳି ନ ଥିବା କ୍ରିକେଟରଙ୍କୁ ଅନ୍ତିମ ଏକାଦଶରେ ସାମିଲ କରିବାକୁ ଚେନ୍ନାଇ ନିଷ୍ପତ୍ତି ନେଇଥିଲା। ଫଳରେ ଋତୁରାଜ ଖେଳିବାକୁ ସୁଯୋଗ ପାଇଥିଲେ ଓ ସେ ଏହାର ଫାଇଦା ଉଠାଇଥିଲେ।
ଋତୁରାଜ ନେଟ୍ସରେ ଭଲ ଖେଳୁଥିଲେ, ତେବେ କୋଭିଡ୍‌ ପଜିଟିଭ ହେବା କାରଣରୁ ସେ ୨୦ ଦିନ ଖେଳରୁ ଦୂରେଇ ରହିଥିଲେ। ସେ ଅଧିକ କଥା କହିବାକୁ ପସନ୍ଦ କରନ୍ତି ନାହିଁ। ତେଣୁ ମ୍ୟାନେଜମେଣ୍ଟ ତାଙ୍କ ପ୍ରତିଭା ଆକଳନ କରିବାରେ ସମର୍ଥ ହୋଇ ନ ଥିଲା। ୨୩ ବର୍ଷୀୟ ଏହି ମହାରାଷ୍ଟ୍ର ବ୍ୟାଟ୍ସମ୍ୟାନ ସବୁପ୍ରକାର ଶଟ୍‌ ଖେଳିପାରିନ୍ତି ଓ ତାଙ୍କ ଶଟ୍‌ମାନ ଦେଖବା ପାଇଁ ବେଶ୍‌ ଉପଭୋଗ୍ୟ ବୋଲି ଧୋନୀ କହିଛନ୍ତି। ତେବେ ଋତୁରାଜ ତାଙ୍କ ପ୍ରଥମ ୩ଟି ଇନିଂସରେ ଯଥାକ୍ରମେ ୦, ୫ ଓ ୦ ରନ ସଂଗ୍ରହ କରିଥିଲେ। କ୍ରିଜ୍‌ରେ କିଛି ସମୟ ଜମିଯିବା ପରେ ସେ ନିଜ ଇଚ୍ଛା ଅନୁଯାୟୀ ଶଟ୍‌ ଖେଳିଥାନ୍ତି। ସେହିପରି ଅନ୍ତିମ ଓଭରରେ କ୍ରମାଗତ ୨ଟି ଛକାମାରି ଚେନ୍ନାଇକୁ ଜିତାଇଥିବା ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କୁ ମଧ୍ୟ ଧୋନୀ ପ୍ରଶଂସା କରିଛନ୍ତି। ଚଳିତ ସେସନରେ ଜାଡେଜା ବ୍ୟାଟିଂ ସହିତ ଫିଲ୍ଡିଂରେ ଚମତ୍କାର ପ୍ରଦର୍ଶନ କରିଛନ୍ତି ଧୋନୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତ-ଇଂଲଣ୍ଡ ମଧ୍ୟ ପ୍ରଥମ ଟେଷ୍ଟ ଆରମ୍ଭ: ଟସ୍‌ ଜିତିଲା ଇଂଲଣ୍ଡ

ଲଣ୍ଡନ,୪।୮: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆଜିଠାରୁ ଆରମ୍ଭ ହୋଇଛି। ଏହି ସିରିଜର ପ୍ରଥମ ମ୍ୟାଚ ନଟିଂହାମର ଟ୍ରେଣ୍ଟ...

‘ଅବସର ନେଇ ଏବେ ଧୋନୀଙ୍କର ଯୋଜନା ନାହିଁ’

ନୂଆଦିଲ୍ଲୀ,୨୦।୭(ପି.ଟି.)- ଭାରତୀୟ ପୂର୍ବତନ ଅଧିନାୟକ ତଥା ଅଭିଜ୍ଞ ଉଇକେଟକିପର ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂ ଧୋନୀଙ୍କର ଏବେ ଅବସର ନେଇ କୌଣସି ଯୋଜନା ନାହିଁ। ଏ ସଂକ୍ରାନ୍ତରେ...

ଏଥର ବାୟୋ ବବଲ୍‌ ନିୟମ ଭାଙ୍ଗିବା ପଡ଼ିବ ମହଙ୍ଗା: ଦେବାକୁ ହେବ କୋଟିଏ ଜରିମାନା, ମ୍ୟାଚ୍‌ରୁ ବ୍ୟାନ୍‌…

ନୂଆଦିଲ୍ଲୀ,୧୫।୩: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ଆରମ୍ଭ ହେବାକୁ ଆଉ ଦୁଇ ସପ୍ତାହରୁ କମ୍‌ ଦିନ ବାକି। ଏହାକୁ ନେଇ ସମସ୍ତ ଟିମ୍‌ ନିଜ ନିଜର ରଣନୀତି...

ଖୁବ୍‌ଶୀଘ୍ର କୋଚ୍‌ ହୋଇପାରନ୍ତି ଇରଫାନ୍‌ ପଠାନ! ଏନ୍‌ସିଏରେ ବିତାଇଲେ ୮ ଦିନ; ଦ୍ରାବିଡଙ୍କୁ କହିଲେ ଧନ୍ୟବାଦ

ନୂଆଦିଲ୍ଲୀ,୧୪।୮: ପୂର୍ବ ଭାରତୀୟ ଦ୍ରୁତ ବୋଲର ଇରଫାନ୍‌ ପଠାନ ଖୁବ୍‌ଶୀଘ୍ର କୌଣସି ଟିମ୍‌ର କୋଚ୍‌ ଭାବେ ଦାୟିତ୍ୱ ଗ୍ରହଣ କରିପାରନ୍ତି। ପଠାନ ନିଜର ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ...

ବୁମ୍‌ରାଙ୍କ ରେକର୍ଡ ଭାଙ୍ଗିଲେ ଉମରାନ୍‌

ମୁମ୍ବାଇ,୪।୧: ଭାରତ ବିଜୟର ସହ ବର୍ଷ ଆରମ୍ଭ କରିଛି। ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି-୨୦ରେ ଟିମ ଇଣ୍ଡିଆ ୨ ରନରେ ଜିତିଥିଲା। ଏହି ମ୍ୟାଚରେ ଭାରତୀୟ...

ଚୌକା, ଛକା ବର୍ଷା କଲେ ଏହି କ୍ରିକେଟର୍‌: ଧୋନୀ, କୋହଲିଙ୍କୁ ପଛରେ ପକାଇଲେ

ସୌରାଷ୍ଟ୍ର୍ୟ,୧୧।୩: ବିଜୟ ହଜାରେ ଟ୍ରଫିରେ ସୌରାଷ୍ଟ୍ର ବିପକ୍ଷରେ ମୁମ୍ବାଇ ଅଧିନାୟକ ପୃଥ୍ବୀ ଶ’ ଚମତ୍କାର ଇନିଂସ ଖେଳିଛନ୍ତି। ସେ ମାତ୍ର ୧୨୩ ବଲରୁ ୧୮୫ ରନର...

ଧୋନୀଙ୍କ ସମକକ୍ଷ କୋହଲି

ନୂଆଦିଲ୍ଲୀ,୨୬।୮: ଯଶପ୍ରୀତ ବୁମରାଙ୍କ ୫ ଉଇକେଟ ବଳରେ ଓ୍ବେଷ୍ଟଇଣ୍ଡିଜ ୧୦୦ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି। ଫଳରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ୩୧୮ ରନ୍‌ର...

ରଶ୍ମି, ଲଖି, ପ୍ରଶାନ୍ତ, ରୋଶନାରା ସମ୍ବର୍ଦ୍ଧିତ ହେବେ

ଭୁବନେଶ୍ୱର, ୨୪।୯(କ୍ରୀଡ଼ା ପ୍ରତିନିଧି)- ଜଗତଜ୍ଜନନୀ ମା’ ଦୁର୍ଗାଙ୍କର ଶାରଦୀୟ ଉତ୍ସବ ଅବସରରେ ଶହିନ ନଗର ଦୁର୍ଗାପୂଜା କମିଟି ପକ୍ଷରୁ ୪ କ୍ରୀଡ଼ାବିତ୍‌ଙ୍କୁ ସମ୍ବର୍ଦ୍ଧିତ କରାଯିବ। ୨୦୦୭ରୁ...

Advertisement
Archives

Model This Week