ଟୋକିଓ ଅଲିମ୍ପିକ୍‌: ଏବେ ବି ଅଛି ଦୂତୀଙ୍କ ଆଶା

ଭୁବନେଶ୍ୱର, ୩୦।୬(କ୍ରୀଡ଼ା ପ୍ରତିନିଧି)-
ଜାପାନର ଟୋକିଓରେ ଜୁଲାଇ ୨୩ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ଅଲିମ୍ପିକ୍ସ ଅନୁଷ୍ଠିତ ହେବ। କ୍ୱାଲିଫାଇଂ ପାଇଁ ଡେଡ୍‌ଲାଇନ୍‌ ଶେଷ ହୋଇଥିବାରୁ ଏବେ ବିଭିନ୍ନ ଇଭେଣ୍ଟ ଲାଗି ପ୍ରତିଯୋଗୀଙ୍କ ତାଲିକା ଘୋଷଣା ସମୟ ଆସିଯାଇଛି। ଆଉ ଦିନେ ଦୁଇଦିନ ମଧ୍ୟରେ ଏହି ତାଲିକା ପ୍ରକାଶ ପାଇବାର ଥିବାରୁ ଉତ୍ସୁକତା ବଢ଼ିଛି। କ୍ୱାଲିଫାଇଂ ସମୟ ସ୍ପର୍ଶ କରିଥିବା ପ୍ରତିଯୋଗୀମାନେ ନିର୍ଦ୍ୱନ୍ଦ୍ୱରେ ଥିବାବେଳେ ର଼୍ୟାଙ୍କିଙ୍ଗ୍‌ ପଏଣ୍ଟ ଅନୁସାରେ ଟୋକିଓରେ ପାଦ ଦେବାକୁ ଆଶା ରଖିଥିବା ପ୍ରତିଯୋଗୀ ଆଶା ଓ ଆଶଙ୍କାରେ ରହିଛନ୍ତି। ଭାରତୀୟ ସ୍ପ୍ରିଣ୍ଟ କୁଇନ୍‌ ଓଡ଼ିଶାର ଦୂତୀ ଚାନ୍ଦ ପ୍ରତିଯୋଗିତାର ଗ୍ଲାମର ଇଭେଣ୍ଟ ୧୦୦ ମିଟର ରେସ୍‌ରେ ମାତ୍ର ୨ ସେକେଣ୍ଡ ପାଇଁ ଅଲିମ୍ପିକ୍ସ ଯୋଗ୍ୟତା ସ୍ପର୍ଶ କରିବାରୁ ବଞ୍ଚତ୍ତ ହୋଇଛନ୍ତି।

ଇଣ୍ଡିଆନ ଗ୍ରାଁ ପ୍ରି-୪ରେ ସେ ୧୧.୧୭ ସେକେଣ୍ଡ ଟାଇମିଂ ହାସଲ କରି ନିଜ ଆଶାକୁ ଦ୍ୱିଗୁଣିତ କରିଛନ୍ତି। ତେବେ ର଼୍ୟାଙ୍କିଙ୍ଗ୍‌ ପଏଣ୍ଟ ଅନୁସାରେ ସେ ଟୋକିଓ ଟିକେଟ ପାଇବା ନେଇ ବେଶ୍‌ ଆଶାବାଦୀ। କରୋନା ମହାମାରୀ ପାଇଁ ୨୦୨୦ରେ ବିଶେଷ ଟୁର୍ନାମେଣ୍ଟ ହୋଇପାରି ନ ଥିଲା। ତେଣୁ ୨୦୧୯ରୁ ଏ ପର୍ଯ୍ୟନ୍ତ ସେ ଭାଗ ନେଇଥିବା ୫ଟି ଟୁର୍ନାମେଣ୍ଟର ଟାଇମିଂ ଦୃଷ୍ଟିରୁ ତାଙ୍କ ର଼୍ୟାଙ୍କିଙ୍ଗ୍‌ ପଏଣ୍ଟ ୧୨୧୯ରେ ପହଞ୍ଚତ୍ଛି। ଅଲିମ୍ପିକ୍ସ ଯୋଗ୍ୟତା ପାଇଁ ୧୫୦୦ ପଏଣ୍ଟ ଧାର୍ଯ୍ୟ ଥିବାବେଳେ ୧୨୧୯ ପଏଣ୍ଟ ତାଙ୍କୁ ଟୋକିଓରେ ପହଞ୍ଚାଇ ପାରିବ ବୋଲି ଦୂତୀ ଆଶା ରଖିଛନ୍ତି। ଏବେ କେବଳ ସେ ଟୋକିଓ ପାଇଁ ଭାରତୀୟ ଆଥ୍‌ଲେଟ ତାଲିକା ଘୋଷଣାକୁ ଅପେକ୍ଷା କରିଛନ୍ତି ବୋଲି ସମ୍ପ୍ରତି ପଟିଆଲାରେ ଟ୍ରେନିଂ ଜାରି ରଖିଥିବା ଦୂତୀ ପ୍ରକାଶ କରିଛନ୍ତି। ୬୦ତମ ଜାତୀୟ ଆନ୍ତଃରାଜ୍ୟ ଆଥ୍‌ଲେଟିକ ଚାମ୍ପିୟନଶିପ୍‌ର ହିଟ୍‌ ସମୟରେ ମାଂସପେଶୀ ଟାଣି ଧରିବା ଯୋଗୁ ଦୂତୀ ଫାଇନାଲରେ ଆଶାନୁରୂପ ପ୍ରଦର୍ଶନ କରି ନ ପାରି ୪ର୍ଥ ସ୍ଥାନରେ ସନ୍ତୁଷ୍ଟ ରହିଥିଲେ। ମାତ୍ର ଏଥିପାଇଁ ସେ ଚିନ୍ତିତ ନୁହନ୍ତି। ପଟିଆଲାର ଟ୍ରାକ୍‌ କଠିନ ରହିଛି। ୧୦୦ ମିଟର ହିଟ୍‌ ସହିତ ରିଲେ ଦଳରେ ଭାଗ ନେବାରୁ ମାଂସପେଶୀ ଟାଣି ଧରିବା ଜନିତ ସମସ୍ୟା ଆସିଲା। ଦୁଇ ତିନିଦିନ ବିଶ୍ରାମ ନେଲେ ସବୁକିଛି ଠିକ୍‌ ହୋଇଯିବ ବୋଲି ସେ ଦୃଢ଼ତାର ସହ ପ୍ରକାଶ କରିଛନ୍ତି। ରାଜୀବ ଗାନ୍ଧୀ ଖେଳରନତ୍ ପୁରସ୍କାର ପାଇଁ ତାଙ୍କ ନାମ ସୁପାରିସ କରାଯାଇଥିବାରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ଦୂତୀ। ”ମୁଁ ବହୁତ ଖୁସି। ରାଜ୍ୟ ସରକାର ମୋତେ କ୍ରମାଗତ ଉତ୍ସାହିତ କରି ଆସିଛନ୍ତି। ଏହା ମୋତେ ଆଗକୁ ଆହୁରି ଭଲ ପ୍ରଦର୍ଶନ ପାଇଁ ପ୍ରେରଣା ଦେଇ ଆସିଛି। ସୁଯୋଗ ମିଳିଲେ ମୁଁ ନିଶ୍ଚିତ ଅଲିମ୍ପିକ୍ସରେ ଶ୍ରେଷ୍ଠ ପ୍ରଦର୍ଶନ ଦେବି“ ବୋଲି ଦୂତୀ ନିଜ ପ୍ରତିକ୍ରିୟାରେ କହିଛନ୍ତି।

ଖେଳରନତ୍ ପାଇଁ ସୁପାରିସ
ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଜାତୀୟ କ୍ରୀଡ଼ା ପୁରସ୍କାର ପାଇଁ ଖେଳାଳିଙ୍କ ନାମ ସୁପାରିସ କରାଯାଇଛି। ସ୍ପ୍ରିଣ୍ଟ କୁଇନ୍‌ ଦୂତୀ ଚାନ୍ଦଙ୍କ ନାମ ଦେଶର ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ରାଜୀବ ଗାନ୍ଧୀ ଖେଳରନତ୍ ପାଇଁ ସୁପାରିସ ହୋଇଛି। ଟୋକିଓ ଅଲିମ୍ପିକ୍ସରେ ଭାଗନେବା ଆଶାରେ ଥିବା ଦୂତୀ ଗତବର୍ଷ ଅର୍ଜୁନ ପୁରସ୍କାର ପାଇଥିଲେ। ସେହିପରି କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ନିକଟକୁ ସିନିୟର ହକି ଖେଳାଳି ବୀରେନ୍ଦ୍ର ଲାକ୍ରାଙ୍କ ନାମ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ ହୋଇଛି। ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ଖେଳିଥିବା ବୀରେନ୍ଦ୍ର ଏବେ ୨୦୨୧ ଟୋକିଓ ଅଲିମ୍ପିକ୍ସ ପାଇଁ ଜାତୀୟ ଦଳରେ ସାମିଲ ହୋଇଛନ୍ତି। ଦେଶକୁ ଅନେକ କ୍ୱାଲିଟି ହକି ଖେଳାଳି ଭେଟି ଦେଇଥିବା ଭେଟେରାନ ହକି କୋଚ୍‌ କାଳୁ ଚରଣ ଚୌଧୁରୀଙ୍କ ନାମ ଦ୍ରୋଣାଚାର୍ଯ୍ୟ ଏବଂ ହର୍ଡଲ୍ସ କୁଇନ୍‌ ତଥା ୧୦୦ ମିଟର ହର୍ଡଲ୍ସରେ ଜାତୀୟ ରେକର୍ଡଧାରିଣୀ ଅନୁରାଧା ବିଶ୍ୱାଳଙ୍କ ନାମ ଧ୍ୟାନଚାନ୍ଦ ପୁରସ୍କାର ପାଇଁ ସୁପାରିସ ହୋଇଛି। ଅନୁରାଧା ଜଣେ ଅଲିମ୍ପିଆନ ମଧ୍ୟ। ଏହା ବ୍ୟତୀତ କିଟ୍‌ ବିଶ୍ୱବିଦ୍ୟାଳୟ ଏବଂ ଓଡ଼ିଶା ମାଇନିଂ କର୍ପୋରେଶନ ନାମ ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର ପାଇଁ ସୁପାରିସ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ଆନ୍ଦୋଳନ ପରେ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ)- ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଆନ୍ଦୋଳନ କରିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri