ଶୌଚ ସ୍ଥାନରେ ସାମଗ୍ରୀ

ଛେଣ୍ଡିପଦା,୧୦ା୭ (ସ୍ବ.ପ୍ର.) ସ୍ବଚ୍ଛ ଭାରତ ଯୋଜନାରେ ଗାଁ ଗାଁରେ ନିର୍ମାଣ ହେଉଛି ପାଇଖାନା। ଖୋଲାସ୍ଥାନ ପରିବର୍ତ୍ତେ ଶୌଚାଳୟରେ ଶୌଚ ହେବାକୁ କରାଯାଉଛି ସଚେତନ। ଶତପ୍ରତିଶତ ଲୋକେ ଏହାକୁ ପାଳନ କରିବା ପରେ ପ୍ରଶାସନ ଲଗାଉଛି ‘ବାହ୍ୟ ମଳମୁକ୍ତ ଗାଁ ’ ଫଳକ। ହେଲେ ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକରେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳୁଛି। ବହୁ ଗାଁ ରେ ଏହି ସରକାରୀ ଯୋଜନା ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇନାହିଁ। କେଉଁ ହିତାଧିକାରୀଙ୍କ ନିକଟରେ ପାଇଖାନା ପହଞ୍ଚି ନାହିଁ ତ ଆଉ କିଏ ଅବ୍ୟବହୃତ ଶୌଚାଳୟରେ ରଖୁଛି ଘରକରଣା ସାମଗ୍ରୀ। ଅର୍ଦ୍ଧାଧିକ ପଞ୍ଚାୟତର ଲୋକେ ଖୋଲାରେ ମଳତ୍ୟାଗ କରୁଥିବା ବେଳେ ପ୍ରଶାସନ ଫଳକରେ କରିଦେଇଛି ସ୍ବଚ୍ଛ ଘୋଷଣା।

ଛେଣ୍ଡିପଦା ବ୍ଲକରେ ରହିଛି ୩୪ଟି ପଞ୍ଚାୟତ। କୋଇଲା ଖଣି ସମସ୍ୟା ପାଇଁ ୪ଟି ପଞ୍ଚାୟତରେ ସରକାରଙ୍କ ସ୍ବଚ୍ଛ ଭାରତ ଯୋଜନା କାର୍ଯ୍ୟକାରୀ ହୋଇପାରି ନାହିଁ। ବାକି ୩୦ଟିରେ ନିର୍ମାଣ କରାଯାଇଛି ପାଇଖାନା। ଏପରି କି ୨୫ଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ସ୍ବଚ୍ଛ ପଞ୍ଚାୟତ ଭାବେ ଘୋଷଣା କରାଯାଇଛି। କିନ୍ତୁ ବାସ୍ତବରେ ଏସବୁ ପଞ୍ଚାୟତ ଏବେ ବି ଅସ୍ବଚ୍ଛ ଅବସ୍ଥାରେ ଅଛି। ୧୨୦ଟି ଗ୍ରାମର ବହୁ ହିତାଧିକାରୀ ସ୍ବଚ୍ଛ ଭାରତ ଯୋଜନାରେ ଉପକୃତ ହୋଇପାରି ନାହାନ୍ତି। ଅନେକ ପାଇଖାନା କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହୋଇଛି। ବିଭାଗର କେତେଜଣ କର୍ମଚାରୀ ଓ ଠିକାଦାରଙ୍କ ସଲାସୁତୁରା ଯୋଗୁ ଏସବୁ ପଞ୍ଚାୟତରେ ଯୋଜନା ଏକପ୍ରକାର ବାଟବଣା ହୋଇଯାଇଛି। ଫଳରେ କେଉଁଠି ନିର୍ମାଣର ଏକ ମାସ ପରେ ପାଇଖାନା କାନ୍ଥ ଗଳି ପଡୁଛି ତ ଆଉ କେଉଁଠି ଏହା ବ୍ୟବହାର ଉପଯୋଗୀ ହୋଇପାରି ନାହିଁ। ସେହିପରି ସଚେତନତା ଅଭାବରୁ ଅନେକ ଲୋକ ଶୌଚାଳୟ ପାଇଥିଲେ ମଧ୍ୟ ବ୍ୟବହାର କରୁନାହାନ୍ତି। ବରସାହି ପଞ୍ଚାୟତ ଆଦିବାସୀ ବହୁଳ ଗୋଦରାସାହିକୁ ସ୍ବଚ୍ଛ କରିବାକୁ ଶୌଚାଳୟମାନ ନିର୍ମାଣ କରାଯାଇଛି। କିନ୍ତୁ ସେଠାରେ ଶୌଚ ହେବା ପରିବର୍ତ୍ତେ କେତେକ ପରିବାର ଘରକରଣା ସାମଗ୍ରୀ ରଖିଥିବା ଦେଖିବାକୁ ମିଳିଛି। କେବଳ ଏହି ଆଦିବାସୀ ଲୋକ ନୁହନ୍ତି, ୨୫ଟି ପଞ୍ଚାୟତର ଅନେକ ଲୋକ ଏବେ ବି ବାହାରେ ମଳତ୍ୟାଗ କରୁଛନ୍ତି। ହେଲେ ଏ ଦିଗରେ ଲୋକଙ୍କୁ ସଚେତନ ନ କରି ପ୍ରଶାସନ ଗଁା ମୁଣ୍ଡରେ ସ୍ବଚ୍ଛ ଫଳକ ଲଗାଇ କାମ ସାରିଦେଉଥିବା ଅଭିଯୋଗ ହେଉଛି।

୬ ମାସ ହେଲା ଅର୍ଦ୍ଧନିର୍ମିତ
ବାହାଳସାହି ପଞ୍ଚାୟତରେ ସ୍ବଚ୍ଛ ଭାରତ ଯୋଜନାରେ ପାଇଖାନା ନିର୍ମାଣ କରାଯାଇଛି। ହେଲେ ବିଭାଗୀୟ ଅଧିକାରୀଙ୍କ ତଦାରଖ ଅଭାବରୁ ୩୦ରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କୁ ମିଳିଥିବା ପାଇଖାନା ୬ ମାସ ହେଲା ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡିରହିଛି। ତେଣୁ ଲୋକେ ବାଧ୍ୟ ହୋଇ ଶୌଚ ହେବାକୁ ଖୋଲା ସ୍ଥାନକୁ ଯାଉଛନ୍ତି।
-ଦୁର୍ଗାଚରଣ ମହାପାତ୍ର, ବାହାଳସାହି

ଶୌଚାଳୟ ସୁବିଧା ମିଳୁନି
କୋଇଲା ଖଣି ସମସ୍ୟା ଯୋଗୁ ଶିମିଳିପାଳ ଗ୍ରାମରେ ସରକାରଙ୍କ ସ୍ବଚ୍ଛ ଭାରତ ଯୋଜନା କାର୍ଯ୍ୟକାରୀ ହୋଇନାହିଁ। ତେଣୁ ଶୌଚାଳୟରେ ଶୌଚ ହେବାର ସୁବିଧା ଗ୍ରାମବାସୀଙ୍କୁ ମିଳିନି। ସେଥିପାଇଁ ସେମାନେ ଏକ କିଲୋମିଟର ଦୂର ବିଲ କିମ୍ବା ଖୋଲା ପଡ଼ିଆକୁ ଯାଉଛନ୍ତି। ସରକାରଙ୍କ ଉପେକ୍ଷା ଦୁଃଖ ଦେଉଛି। -ମୂଳି ପ୍ରଧାନ, ଶିମିଳିପାଳ

ନିର୍ମାଣକାର୍ଯ୍ୟ ନିମ୍ନମାନର
ଛେଣ୍ଡିପଦା ବ୍ଲକରେ ସ୍ବଚ୍ଛ ଭାରତ ଯୋଜନା କାର୍ଯ୍ୟକାରିତା ନିମନ୍ତେ ପରିମଳ ବିଭାଗ ପକ୍ଷରୁ ମୋଟିଭେଟର ନିଯୁକ୍ତ କରାଯାଇଛି। କିନ୍ତୁ ସେମାନଙ୍କ ମଧ୍ୟରୁ କେତେଜଣ ନିଜେ ଠିକାଦାର ସାଜି ନିମ୍ନମାନର କାର୍ଯ୍ୟ କରିଛନ୍ତି। ଫଳରେ ଉକ୍ତ ପାଇଖାନାଗୁଡିକ କିଛିଦିନ ପରେ ବ୍ୟବହାର ଯୋଗ୍ୟ ହୋଇପାରୁ ନାହିଁ।
-ସୁଦୀପ କୁମାର ଗଡନାୟକ, ଜିଲା ଭାଜପା ସାଧାରଣ ସମ୍ପାଦକ

ଠିକାଦାରଙ୍କୁ ସୁଯୋଗ ମିଳିଯାଉଛି
ସରକାରୀ ଯୋଜନାରେ ମିଳିଥିବା ପାଇଖାନା କିପରି ନିର୍ମାଣ ହେବ ସେ ନେଇ ଲୋକଙ୍କୁ ସଚେତନ କରାଯାଉ ନାହିଁ। ଫଳରେ ଏହାର ସୁଯୋଗ ନେଉଛନ୍ତି ଠିକାଦାର। ଲୋକେ ଏହାର ତଦାରଖ କରୁ ନ ଥିବାରୁ ସେମାନେ ନିମ୍ନମାନର ନିର୍ମାଣ କରି ସରକାରୀ ଅର୍ଥ ଚଳୁ କରୁଛନ୍ତି। ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଉ।
-କରୁଣାକର ବିଶ୍ୱାଳ, କାଠପାଳ

ସର୍ଭେ ସହ ସଚେତନ କରାଯିବ
ଯେଉଁ ହିତାଧିକାରୀମାନେ ପାଇଖାନା ପାଇନାହାନ୍ତି, ଆଉଥରେ ସର୍ଭେ କରାଯାଇ ସେମାନଙ୍କୁ ଯୋଜନାରେ ସାମିଲ କରାଯିବ। ସେହିପରି ଶୌଚାଳୟ ପାଇଥିଲେ ମଧ୍ୟ ତାହାକୁ ବ୍ୟବହାର ନ କରି ଖୋଲାରେ ମଳତ୍ୟାଗ କରୁଥିବା ଲୋକଙ୍କୁ ଏ ନେଇ ସଚେତନ କରାଯିବାର ବ୍ୟବସ୍ଥା ହେବ।
-ସଞ୍ଜୟ କୁମାର ଆଚାର୍ଯ୍ୟ, ବିଡିଓ, ଛେଣ୍ଡିପଦା


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ଆନ୍ଦୋଳନ ପରେ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ)- ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଆନ୍ଦୋଳନ କରିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri