ଆଜି ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

ପୁରୀ ଅଫିସ,୨୪।୧୧: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କରିବେ। ଏଥିସହ ମହାଯଜ୍ଞର ପୂର୍ଣ୍ଣାହୁତି କାର୍ଯ୍ୟକ୍ରମରେ ଯୋଗଦେବେ। ସେହିପରି ଶିଳାନ୍ୟାସ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟ ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଯୋଗଦେବେ। ଏହି ଅବସରରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଜମି ଦେଇଥିବା ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯିବା ସହ ପରିକ୍ରମା ପ୍ରକଳ୍ପର ଏକ ମଡେଲ ଅନାବରଣ ହେବ ବୋଲି ମଙ୍ଗଳବାର ଓଡ଼ିଶା ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ଏଠାରେ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।
ସେ କହିଛନ୍ତି, ଯଜ୍ଞଶାଳାରେ ମଙ୍ଗଳବାର ସକାଳେ ସୂର୍ଯ୍ୟପୂଜା, ଗୋପୂଜା ନୀତି, ଅଗ୍ନିପୂଜା ଆଦି ସମ୍ପନ୍ନ ହୋଇଛି। ସେହିପରି ଅପରାହ୍ନ ୨ଟା ୩୦ରୁ ସନ୍ଧ୍ୟା ୬ଟା ମଧ୍ୟରେ ଶିଳାସ୍ନାନ ଓ ଯଜ୍ଞ ଆଦି ଅନୁଷ୍ଠିତ ହୋଇଛି। ବୁଧବାର ସକାଳ ୭ରୁ ୯ଟା ୩୦ ପର୍ଯ୍ୟନ୍ତ ସୂର୍ଯ୍ୟପୂଜା, ଅଗ୍ନିପୂଜା ତଥା ଯଜ୍ଞବିଧି ହେବ। ପୂର୍ବାହ୍ନ ୯ଟା ୪୫ରୁ ୧୦ଟା ମଧ୍ୟରେ ଶିଳା ବିଜେ ହେବ। ୧୦ଟା ୧୫ରୁ ୧୦ଟା ୩୦ ମଧ୍ୟରେ ଶିଳା ସ୍ଥାପନ ଓ ପୁଷ୍ପାଞ୍ଜଳି ଦିଆଯିବ। ଶେଷରେ ଯଜ୍ଞର ପୂର୍ଣ୍ଣାହୁତି ହେବ। ଏହାପରେ ମୁଖ୍ୟମନ୍ତ୍ରୀ ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ଏ ନେଇ ଜିଲାପାଳ ସମର୍ଥ ବର୍ମା କହିଛନ୍ତି, ପ୍ରଶାସନ ପକ୍ଷରୁ ଗତ ୨୧ ତାରିଖରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ଶ୍ରୋତ୍ରିୟ ବ୍ରାହ୍ମଣଙ୍କ ଦ୍ୱାରା ପୂଜାର୍ଚ୍ଚନା ଓ ହୋମଯଜ୍ଞ ଚାଲିଛି। ୨୪ ତାରିଖ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଗଜପତି ମହାରାଜା ଦିବ୍ୟସିଂହ ଦେବ ଯୋଗଦେବା ନେଇ ପ୍ରସ୍ତୁତ ହୋଇଥିବା ଖସଡ଼ା ମୁତାବକ କାର୍ଯ୍ୟକ୍ରମକୁ ପରିଚାଳିତ କରାଯାଉଛି। ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି। ସେହିପରି ଏସ୍‌ପି କନୱର ବିଶାଲ ସିଂ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ପ୍ରାୟ ୨୫ ପ୍ଲାଟୁନ୍‌ ପୋଲିସ ଫୋର୍ସ, ୩ଜଣ ଅତିରିକ୍ତ ଏସ୍‌ପି, ୧୦ ଜଣ ଡିଏସ୍‌ପି, ୪୦ ଜଣ ଇନ୍ସପେକ୍ଟର ଓ ଶହେରୁ ଊର୍ଦ୍ଧ୍ୱ ପୋଲିସ ଅଧିକାରୀ ସୁରକ୍ଷା ଦାୟିତ୍ୱରେ ରହିବେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ଶ୍ରଦ୍ଧାଳୁଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ। କିଛି ସମୟ ପାଇଁ ବଡ଼ଦାଣ୍ଡକୁ ନୋ ମ୍ୟାନ୍‌ ଲ୍ୟାଣ୍ଡରେ ପରିଣତ କରିବାକୁ ନିଷ୍ପତ୍ତି ନିଆଯାଇଥିବାବେଳେ ଶ୍ରଦ୍ଧାଳୁଙ୍କ ଦର୍ଶନ ବ୍ୟବସ୍ଥା ଯେଉଁଭଳି ଭାବେ ବାଧାପ୍ରାପ୍ତ ନ ହୁଏ, ସେନେଇ ବ୍ୟବସ୍ଥା ହୋଇଛି। ସେହିପରି ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ବଡ଼ଦାଣ୍ଡରେ ମଧ୍ୟ କଟକଣା ରହିବ। ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଡାକ୍ତରଖାନା ଛକଠାରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର ବନ୍ଦ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କୁ ସ୍ବାବଲମ୍ବୀ ଲାଗି ସାପ୍ତାହିକ ହାଟ ଉଦ୍‌ଘାଟନ କଲେ ଜିଲାପାଳ

ମୁନିଗୁଡ଼ା,୨୬।୨(ଡି.ଏନ୍‌.ଏ.): ରାୟଗଡା ଜିଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ମୁନିଖୋଲ ଗ୍ରାମପଞ୍ଚାୟତର ସ୍ବାବଲମ୍ବୀ ସାପ୍ତାହିକ ହାଟ ବୁଧବାର ଉଦ୍‌ଘାଟନ ହୋଇଛି। ଅଞ୍ଚଳର ମହିଳାମାନଙ୍କୁ ସ୍ବାବଲମ୍ବୀ କରିବା ଉଦ୍ଦେଶ୍ୟରେ...

୨୩୩ କଲେଜର ପ୍ରିନ୍ସିପାଲଙ୍କ ଦରମା ବନ୍ଦ

ଭୁବନେଶ୍ୱର ୨୭।୫(ବ୍ୟୁରୋ): ଉଚ୍ଚ ଶିକ୍ଷା ବିଭାଗ ୨୩୩ଟି କଲେଜର ପ୍ରିନ୍ସିପାଲଙ୍କ ଦରମା ବନ୍ଦ କରିଛି। କାର୍ଯ୍ୟରେ ଅବହେଳା କରିଥିବାରୁ ଉଚ୍ଚଶିକ୍ଷା ବିଭାଗ ଏପରି ନିର୍ଦ୍ଦେଶାନାମା ଜାରି...

ରାଜଧାନୀରେ ବେକାବୁ କରୋନା: ପଟିଆ-ନୟାପଲ୍ଲୀ-ଖଣ୍ଡିଗିରିରେ ମାଡ଼ୁଛି, ଆଜି ଚିହ୍ନଟ ହେଲେ…

ଭୁବନେଶ୍ୱର,୨୯।୪(ବ୍ୟୁରୋ): ରାଜଧାନୀରେ ଥମିବାର ନାଁ ନେଉନାହିଁ କରୋନା ସଂକ୍ରମଣ। ଗୁରୁବାର ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ୮୫୧ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ...

କେନ୍ଦୁପଦରରେ ନିର୍ବାଚନ ପରବର୍ତ୍ତୀ ହିଂସା

ଆସିକା,୧୪ା୩ (ଡି.ଏନ.ଏ): ଆସିକା ବ୍ଲକର ଗାଙ୍ଗପୁର ଥାନା ଅନ୍ତର୍ଗତ କେନ୍ଦୁପଦର ଗ୍ରାମରେ ଶନିବାର ରାତିରେ ନିର୍ବାଚନ ପରବର୍ତ୍ତି ହିଂସା ଦେଖାଦେଇଛି ା ଗୋଟିଏ ଗୋଷ୍ଠୀର ଆକ୍ରମଣରେ ଅପର...

ସ୍ବାଭିମାନ ଅଞ୍ଚଳରେ ‘ପୁଷ୍ପା-୨’

ଭୁବନେଶ୍ୱର,(ବ୍ୟୁରୋ)/ ମାଲକାନଗିରି,୧୦।୪ (ଡି.ଏନ୍‌.ଏ.): ବକ୍ସ ଅଫିସ୍‌ରେ ରେକର୍ଡ ଭାଙ୍ଗିଥିବା ସାଉଥ୍‌ ଷ୍ଟାର୍‌ ଅଲ୍ଲୁ ଅର୍ଜୁନଙ୍କ ସୁପରହିଟ୍‌ ଚଳଚ୍ଚିତ୍ର ‘ପୁଷ୍ପା’ର ସଫଳତା ପରେ ଏବେ ‘ପୁଷ୍ପା-୨’ ନିର୍ମାଣ...

ପୂର୍ବତନ ଏମ୍‌ପି ତ୍ରିଲୋଚନ କାନୁନ୍‌ଗୋଙ୍କ ଶେଷକୃତ୍ୟ ସମ୍ପନ୍ନ

କଣ୍ଟାପଡ଼ା,୨୩।୪(ଡି.ଏନ୍‌.ଏ.): ଜଗତ୍‌ସିଂହପୁରର ପୂର୍ବତନ ଏମ୍‌ପି, ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ଶିକ୍ଷାବିତ୍‌ ତ୍ରିଲୋଚନ କାନୁନ୍‌ଗୋଙ୍କର ଶନିବାର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ମସ୍ତିଷ୍କ ଆଘାତରେ ଆକ୍ରାନ୍ତ ହୋଇ ସେ...

ନିଆଁ ପୁଇଁବା ସମୟରେ ପୋଡ଼ିଗଲେ ବୃଦ୍ଧା, ଡାକ୍ତରଖାନାରେ ଭର୍ତ୍ତି

ଆନନ୍ଦପୁର,୪ା୧୨(ସ୍ବ.ପ୍ର.): ନିଆଁ ପୁଇଁବା ସମୟରେ ପୋଡ଼ି ହୋଇ ଜଣେ ବୃଦ୍ଧା ଗୁରୁତର ଅବସ୍ଥାରେ ଆନନ୍ଦପୁର ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଆନନ୍ଦପୁର ଥାନା ଅନ୍ତର୍ଗତ ବରେଶ୍ୱର...

ଲଘୁଚାପ: ୨ ଦିନ ପ୍ରବଳ ବର୍ଷା

ଭୁବନେଶ୍ୱର,୨୫।୭(ବ୍ୟୁରୋ): ରାଜ୍ୟରେ ଗତ ଦୁଇ ସପ୍ତାହ ହେବ ବର୍ଷା ଉଭାନ ହୋଇଯାଇଛି। କାଁ ଭାଁ କେଉଁଠି ଅସରାଏ କିମ୍ବା ଦି’ ଅସରା ବର୍ଷା ହେଉଛି। ତେବେ...

Advertisement
Archives

Model This Week