Posted inଫୁରସତ

ଆଜି ଓ୍ବାଲର୍‌ଡ ମ୍ୟୁଜିକ୍‌ ଡେ’: ସଙ୍ଗୀତ ବିହୀନ ସୃଷ୍ଟି ନିରର୍ଥକ

ପ୍ରତି ବର୍ଷ ଜୁନ୍‌ ୨୧ରେ ସାରା ବିଶ୍ୱରେ ପାଳନ କରାଯାଏ ‘ଓ୍ବାଲର୍‌ଡ ମ୍ୟୁଜିକ୍‌ ଡେ’। ସଙ୍ଗୀତ ଭଳି ଉପହାର ଭେଟି ଦେଉଥିବାରୁ ସଙ୍ଗୀତଜ୍ଞ, ଗାୟକଙ୍କ ସମ୍ମାନରେ ଏହି ସ୍ବତନ୍ତ୍ର ଦିବସ ପାଳନ ହୋଇଥାଏ। ସଙ୍ଗୀତ ବିହୀନ ସୃଷ୍ଟି ଯେ ଅନେକଙ୍କ ପାଇଁ ନିରର୍ଥକ ବୋଲି ବାର୍ତ୍ତା ପ୍ରଦାନ ଏହି ଦିବସର ଉଦ୍ଦେଶ୍ୟ। ୧୯୮୨ରେ ପ୍ରଥମେ ମ୍ୟୁଜିକ୍‌ ଡେ’ ପାଳନ ହୋଇଥିଲା। ଫ୍ରାନ୍ସର କଳା ଓ ସଂସ୍କୃତି ମନ୍ତ୍ରୀ ଜ୍ୟାକ୍‌ ଲାଙ୍ଗେ ଏବଂ ସଙ୍ଗୀତଜ୍ଞ ମୌରିସି ଫ୍ଲୁରେଟ୍‌ ପ୍ରଥମେ ପ୍ୟାରିସ୍‌ରେ ‘ଫେଟେ ଡେ ଲା ମ୍ୟୁଜିକ’ ଉତ୍ସବ ଆୟୋଜନ କରିଥିଲେ। ଏହାପରଠାରୁ ଭାରତ, ଆମେରିକା, ଅଷ୍ଟ୍ରେଲିଆ, ଇଟାଲୀ, ଜାପାନ, ଚାଇନା, ମାଲେସିଆ ସମେତ ସାରା ବିଶ୍ୱରେ ଏହି ଦିବସ ବେଶ୍‌ ଲୋକପ୍ରିୟ ହୋଇପାରିଛି।
ବିନା କୌଣସି ଦେୟରେ ସଭିଏ ସଙ୍ଗୀତର ମଜା ଉଠାଇବାକୁ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହୋଇଥାଏ। ଏଥିରେ ଉଭୟ ବୃତ୍ତିଗତ ସଙ୍ଗୀତଜ୍ଞ ଏବଂ ଉତ୍ସାହୀ କଳାକାର ଦୁନିଆକୁ ସେମାନଙ୍କ ପ୍ରତିଭା ପ୍ରଦର୍ଶନ ପାଇଁ ଏକ ପ୍ଲାଟଫର୍ମ ମିଳିଥାଏ। ସଙ୍ଗୀତର ମହତ୍ତ୍ୱ ଏବଂ ଏହା କିପରି ମନ ଓ ଶରୀର ପାଇଁ ଉପଯୋଗୀ ତାହା ଉପରେ ଆଲୋକପାତ କରିବା ଉତ୍ସବ ପାଳନର ପ୍ରକୃତ ଉଦ୍ଦେଶ୍ୟ ରହିଥାଏ। ସଙ୍ଗୀତ ଉପରେ ବିଶେଷଜ୍ଞମାନେ ଅନେକ ଅଧ୍ୟୟନ କରିଛନ୍ତି। ଚାପହ୍ରାସ, ସୁନ୍ଦର ନିଦ, ସୁସ୍ଥ ମାନସିକତା ପାଇଁ ମ୍ୟୁଜିକ୍‌ର ଗୁରୁତ୍ୱ ରହିଥିବା ଅନେକ ଅଧ୍ୟୟନରେ ପ୍ରମାଣିତ ହୋଇଛି। ମାନସିକ ରୋଗୀଙ୍କୁ ସୁସ୍ଥ କରିବାରେ ମ୍ୟୁଜିକ୍‌ ଥେରାପିର ଅନନ୍ୟ ଅବଦାନ ରହିଛି। ଏହା ଏକ ପ୍ରକାର ବାୟାମ ଭଳି। ଅଧ୍ୟୟନ ତଥା ବୃତ୍ତିଗତ ଜୀବନରେ ଧ୍ୟାନ କେନ୍ଦ୍ରୀଭୂତ କରିବାରେ ସଙ୍ଗୀତ ବେଶ୍‌ ସହାୟକ ହୋଇଥାଏ ବୋଲି ମଧ୍ୟ ଗବେଷକମାନେ ଜାଣିବାକୁ ପାଇଛନ୍ତି। ଗୀତ ମାଧ୍ୟମରେ ଶିକ୍ଷା ଶିଶୁଙ୍କ ପାଇଁ ବେଶ୍‌ ବୋଧଗମ୍ୟ। ଉତ୍ସବ, ପର୍ବପର୍ବାଣୀ ହେଉ କିମ୍ବା କାଫେ, ମଲ୍‌ରେ ଫୁରସତ୍‌ ସମୟ ବିତାଇବାର ମଜାକୁ ବହୁଗୁଣିତ କରିଥାଏ ସଙ୍ଗୀତ। ସାମାଜିକ ସମନ୍ବୟ ସୃଷ୍ଟିରେ ମଧ୍ୟ ଏହାର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଯାତ୍ରାବେଳର ଏକାପଣ କି ମନର ଥକ୍କାପଣ ଦୂର କରିବାରେ ସଙ୍ଗୀତର ବିକଳ୍ପ କିଛି ନ ଥିବା ପରି ମନେ ହୁଏ। ଆତ୍ମବିଶ୍ୱାସ ବୃଦ୍ଧି ଓ ସୃଜନଶୀଳତା ସୃଷ୍ଟି କରିପାରୁଥିବା ସଙ୍ଗୀତ ବାସ୍ତବରେ ମଣିଷ ପାଇଁ ଏକ ଚମତ୍କାର ଉପହାର ବୋଲି ବେଶ୍‌ ଗ୍ରହଣୀୟ।
ବିଡମ୍ବନାର କଥା ମହାମାରୀ ଯୋଗୁ ‘ଓ୍ବାଲର୍‌ଡ ମ୍ୟୁଜିକ୍‌ ଡେ’ ପାଳନ ବ୍ୟାପକ ଭାବେ ଅନୁଷ୍ଠିତ ହେବା ଆଶା କ୍ଷୀଣ। ବିଭିନ୍ନ ଦେଶରେ ଜନସମାବେଶ ଉପରେ କଟକଣା ଯୋଗୁ ଅନେକ ସଙ୍ଗଠନ ଏହି ଦିବସ ପାଳନ ନିମନ୍ତେ କାର୍ଯ୍ୟକ୍ରମ ଆୟୋଜନ କରିବା କଷ୍ଟକର। ତେଣୁ ଅନେକ ସଙ୍ଗୀତ ସଂଗଠନ ଏବଂ କମ୍ପାନୀ ଅନଲାଇନ୍‌ କନ୍ସର୍ଟ, ପ୍ରତିଯୋଗିତା ମାଧ୍ୟମରେ ଏହି ଉତ୍ସବ ପାଳନ କରିବାକୁ ଯୋଜନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖ୍ରୀଷ୍ଟ ମାସ ପୂର୍ବରୁ ସାଣ୍ଟା କ୍ଲଜ୍‌ ବେଶରେ ପୋଲିସ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ପେରୁର ଦୁଇ ପୋଲିସ ଅଫିସର ଖ୍ରୀଷ୍ଟ ମାସ ପୂର୍ବରୁ ସାଣ୍ଟା କ୍ଲଜ୍‌ ପୋଷାକରେ ନଜର ଆସିଛନ୍ତି। ଜଣେ ଡ୍ରଗ୍ସ ଡିଲରଙ୍କୁ ଧରିବା ପାଇଁ ଦୁଇ ଅଧିକାରୀ...

ନଡ଼ା ଭଳି ସାପକୁ ଫୋପାଡୁଛନ୍ତି ବ୍ୟକ୍ତି, ଭିଡିଓ ଦେଖିଲେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ଯାହା ହସର ଖୋରାକ ଯୋଗାଉ ଥିବା ବେଳେ ଅନେକ ସମୟରେ...

ଆମ୍ବର ସହର ସେଲମ

ତାମିଲନାଡ଼ୁର ଉତ୍ତର ମଧ୍ୟ ଭାଗରେ ଅବସ୍ଥିତ ଏକ ସହର ହେଉଛି ସେଲମ। ଚେନ୍ନାଇଠାରୁ ପ୍ରାୟ ୩୪୦ କି.ମି ଦୂରରେ ଥିବା ଏହି ସହରରେ ରହିଛି ଅନେକ...

କଫି କପ୍‌ରୁ ପ୍ରେମିକଙ୍କ ମିଛ ଧରିଲେ ପ୍ରେମିକା

ପ୍ରେମ ଏବଂ ପ୍ରତାରଣାର ଅନେକ କାହାଣୀ ଆପଣ ନିଶ୍ଚୟ ଶୁଣିଥିବେ, କିନ୍ତୁ ଜଣେ ମହିଳା ପ୍ରେମ ଏବଂ ପ୍ରତାରଣାର କାହାଣୀ ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ। ପ୍ରେମରେ...

ଅକାଳ ମୃତ୍ୟୁରୁ ରକ୍ଷା କରେ ଏହି ଶିବଲିଙ୍ଗ…

ଭାରତର ବିଭିନ୍ନ ଅଞ୍ଚଳରେ ଥିବା ମନ୍ଦିରରେ ଭିନ୍ନ ଭିନ୍ନ ପରମ୍ପରା ପ୍ରଚଳିତ। ମଧ୍ୟପ୍ରଦେଶ ରଓ୍ବୋରେ ଥିବା ମହାମୃତ୍ୟୁଞ୍ଜୟ ମନ୍ଦିରରେ ଥିବା ଚମତ୍କାରୀ ଶିବଲିଙ୍ଗ ଅକାଳ ମୃତ୍ୟୁରୁ...

ଡ୍ରିମ୍‌ ଓ୍ବେଡିଂ

ନିଜ ବିବାହକୁ ନେଇ ପ୍ରତ୍ୟେକ ବ୍ୟକ୍ତିଙ୍କର କିଛି ନା କିଛି ସ୍ବପ୍ନ ଥାଏ। ବିବାହକୁ ସ୍ମରଣୀୟ କରିବା ଲାଗି ଲୋକେ ଅନେକ ନୂତନ ତଥା ନିଆରା...

ବାହା ବେଦୀରେ ଲାପ୍‌ଟପ୍‌ରେ ବ୍ୟସ୍ତ ବର, ଏହା ଦେଖି କନ୍ୟା…

କରୋନା ମହାମାରୀ ସମସ୍ତଙ୍କ ଜୀବନ ଶୈଳୀକୁ ଏକପ୍ରକାର ବଦଳାଇ ଦେଇଛି। ଏହି ମହମାରୀ ଯୋଗୁ କିଛି ଅଫିସର କର୍ମଚାରୀମାନେ ଓ୍ବାର୍କ ଫ୍ରମ୍‌ ହୋମ୍‌ ଅର୍ଥାତ ଘରୁ...

ବିବାହରେ ଅତିଥିମାନଙ୍କ ପାଇଁ ପ୍ରବେଶ ଫି ରଖିଲେ ଯୁବତୀ: ସୋସିଆଲ୍‌ ମିଡ଼ିଆରେ ହେଲେ ଟ୍ରୋଲ୍‌

ନ୍ୟୁୟର୍କ,୨୦।୧: ବିବାହରେ ନବ ବିବାହିତ ଯୋଡ଼ାଙ୍କୁ ଆଶୀର୍ବାଦ ଦେବା ପାଇଁ ଅତିଥିମାନେ ଆସିଥାନ୍ତି। ଏଥି ଲାଗି କୌଣସି ପ୍ରବେଶ ଫି ନ ଥାଏ। ତେବେ ଆମେରିକାର...

Advertisement
Archives

Model This Week