Posted inଜାତୀୟ

ମାସିକ କିସ୍ତି ପୁଣି ମହଙ୍ଗା

ମୁମ୍ବାଇ,୬।୮: ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣରେ ରଖିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଶୁକ୍ରବାର ରେପୋ ରେଟ୍‌ ପୁଣି ୫୦ ବେସିସ୍‌ ପଏଣ୍ଟ ବୃଦ୍ଧି କରିବା ଫଳରେ ଏହା ୫.୪୦ ପ୍ରତିଶତରେ ପହଞ୍ଚତ୍ଛି। ରେପୋ ରେଟ୍‌ ହେଉଛି ଏକ ହାର ଯେଉଁଥିରେ କେନ୍ଦ୍ରୀୟ ବ୍ୟାଙ୍କ ବାଣିଜି୍ୟକ ବ୍ୟାଙ୍କଗୁଡ଼ିକୁ ଋଣ ଆକାରରେ ଅର୍ଥ ଯୋଗାଇ ଦେଇଥାନ୍ତି। ଚଳିତ ଆର୍ଥତ୍କ ବର୍ଷରେ ତୃତୀୟ ଥର ପାଇଁ ରେପୋ ରେଟ୍‌ ବୃଦ୍ଧି ପାଇଛି। ଗତ ମେ’ ମାସରେ ଆର୍‌ବିଆଇ ରେପୋ ରେଟ୍‌ ୪୦ ବେସିସ୍‌ ପଏଣ୍ଟ ବୃଦ୍ଧି କରିଥିବାବେଳେ ଜୁନ୍‌ରେ ୫୦ ପଏଣ୍ଟ ବୃଦ୍ଧି କରିବାରୁ ଏହା ୪.୯୦ ପ୍ରତିଶତରେ ପହଞ୍ଚତ୍ଥିଲା। ଅଧିକାଂଶ ବ୍ୟାଙ୍କ ସୁଧହାର ବଢ଼ାଇ ସାରିଥିବାବେଳେ ରେପୋ ରେଟ୍‌ ବୃଦ୍ଧି ଫଳରେ କେତେକ ବ୍ୟାଙ୍କ ପୁଣିଥରେ ସୁଧ ବଢ଼ାଇବେ। ଫଳରେ ଗୃହ ଏବଂ କାର୍‌ ଋଣ ପୁଣି ମହଙ୍ଗା ହେବାକୁ ଯାଉଛି।
ଅଗଷ୍ଟ ୩ରୁ ରିଜର୍ଭ ବ୍ୟାଙ୍କ୍‌ର ମୁଦ୍ରା ନୀତି କମିଟି (ଏମ୍‌ପିସି)ର ୩ ଦିନିଆ ବୈଠକ ବସି ଦେଶର ବର୍ତ୍ତମାନର ଆର୍ଥତ୍କ ସ୍ଥିତିର ସମୀକ୍ଷା କରାଯାଇଥିଲା। ମୁଦ୍ରାସ୍ଫୀତିକୁ ଧାର୍ଯ୍ୟ ଲକ୍ଷ୍ୟ ମଧ୍ୟରେ ରଖିବା ଏବଂ ଆର୍ଥିକ ଅଭିବୃଦ୍ଧିକୁ ବଢ଼ାଇବା ଲାଗି କମିଟି ରେପୋ ରେଟ୍‌ ବଢ଼ାଇବା ନିମନ୍ତେ ନିଷ୍ପତ୍ତି ନେଇଥିବା ଆର୍‌ବିଆଇ ଗଭର୍ନର ଶକ୍ତିକାନ୍ତ ଦାସ କହିଛନ୍ତି। ସ୍ଥାୟୀ ଜମା ସୁବିଧା (ଏସ୍‌ଡିଏଫ୍‌) ହାର୍‌ ୫.୧୫ ପ୍ରତିଶତ ଏବଂ ମାର୍ଜିନାଲ ଷ୍ଟାଣ୍ଡିଂ ଫାସିଲିଟି(ଏମ୍‌ଏସ୍‌ଏଫ୍‌) ତଥା ବ୍ୟାଙ୍କ ସୁଧ ହାର ୫.୬୫ ପ୍ରତିଶତ ରଖିବା ଲାଗି ଏମ୍‌ପିସି ନିଷ୍ପତ୍ତି ନେଇଛି। ୨୦୨୨-୨୩ ଆର୍ଥତ୍କ ବର୍ଷ ଲାଗି ବାସ୍ତବ ଜିଡିପି ଅଭିବୃଦ୍ଧି ୭.୨ ପ୍ରତିଶତ ପୂର୍ବାନୁମାନ କରାଯାଇଛି।
ବ୍ୟାଙ୍କଗୁଡ଼ିକ ବର୍ଦ୍ଧିତ ହାରରେ ଅର୍ଥ ଉଠାଇଲେ, ଗ୍ରାହକଙ୍କୁ ମଧ୍ୟ ଅଧିକ ସୁଧରେ ଋଣ ଦେବେ। ଅଣବ୍ୟାଙ୍କିଙ୍ଗ୍‌ ଫାଇନାନ୍ସ କମ୍ପାନୀ (ଏନ୍‌ବିଏଫ୍‌ସି)ଗୁଡ଼ିକ ବଜାରରୁ ଅର୍ଥ ସଂଗ୍ରହ କରି ଏହାକୁ ଗ୍ରାହକମାନଙ୍କୁ ଋଣ ଆକାରରେ ଯୋଗାଇଥାନ୍ତି। ଏନ୍‌ବିଏଫ୍‌ସି ଆଣୁଥିବା ଋଣ ମହଙ୍ଗା ହେଲେ ଲାଭ ପାଇବା ପାଇଁ ସେମାନେ ଅଧିକ ସୁଧରେ ଋଣ ଲଗାଇବା ସ୍ବାଭାବିକ। ତେଣୁ ରେପୋ ରେଟ୍‌ର ସିଧାସଳଖ ପ୍ରଭାବ ସୁଧ ଉପରେ ପଡ଼ିଥାଏ। ସରକାର ରେପୋ ରେଟ୍‌ ପରିବର୍ତ୍ତନ କଲେ ଏନ୍‌ବିଏଫସିଗୁଡ଼ିକ ସୁଧ ହାର ବଦଳାଇଥାନ୍ତି। ରେପୋ ବଢ଼ିଲେ ସେହି ଅନୁଯାୟୀ ଋଣ ପରିଶୋଧ କିସ୍ତି (ଇଏମ୍‌ଆଇ) ପରିମାଣ ବଢ଼େ ବୋଲି ବ୍ରାଞ୍ଚ ଇଣ୍ଟରନ୍ୟାଶନାଲର ଭାରତରେ ଥିବା ଫାଇନାନ୍ସ ମୁଖ୍ୟ ଅଂଶୁ ଅଗ୍ରଓ୍ବାଲ କହିଛନ୍ତି। ଏବେ ଗୃହ ଋଣ ସୁଧହାର ପାଖାପାଖି ୮ ପ୍ରତିଶତ ହେବ। ଫଳରେ କମ୍‌ ସୁଧରେ ଗୃହ ଋଣ ନେଇଥିବା ଲୋକଙ୍କ ଉପରେ ଅଧିକ ଇଏମ୍‌ଆଇ ବୋଝ ପଡିବ। ତେବେ ଏହା ଏହି ଚାପ ଅଧିକ ଦିନ ରହିବ ନାହିଁ ବୋଲ ଇଣ୍ଡିଆ ସୋଥେବିସ୍‌ ଇଣ୍ଟରନ୍ୟାଶନାଲ ରିଏଲିଟିର ସିଇଓ ଅମିତ୍‌ ଗୋୟଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଟି୨୦ ଜିତିଲା ଭାରତ, ୨-୧ରେ ସିରିଜ୍‌ ଆଗୁଆ

ଇନ୍ଦୋର,୧୧ା୧୦: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ଅର୍ଶଦୀପ ସିଂଙ୍କ ଘାତକ ବୋଲିଂ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୧୪ ରନରେ…

ଚାଲିଥିଲା ବଡ଼ ଧରଣରର ଜୁଆ ଆଡ୍ଡା: ମାଡ଼ି ବସିଲା ପୋଲିସ, ୭୦ ଅଟକ

ପାରଳାଖେମୁଣ୍ଡି,୧୧।୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦେବୀତି ଗ୍ରାମରେ ଚାଲିଥିବା ଏକ ବଡ଼ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

ଗଣ୍ଡ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌, ଏକତା, ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ବାନ

କୋକସରା,୧୧।୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଧାନ ମଣ୍ଡି ପରିସରରେ କୋକସରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ…

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୨୪ ରନ୍‌ର ଟାର୍ଗେଟ ରଖିଲା ଭାରତ

ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ…

‘କୃଷି, ଏକତା ଅଘରିଆଙ୍କ ଶକ୍ତି’

ବଲାଙ୍ଗୀର,୧୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୮୪ ଘର ଅଘରିଆ ସମାଜ ପକ୍ଷରୁ ରବିବାର ସ୍ଥାନୀୟ କୋଶଳ କଳା ମଣ୍ଡଳରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି। ଅଘରିଆ ସମାଜର…

CJP ବିକ୍ଷୋଭ ମଧ୍ୟରେ ବଡ଼ ଘୋଷଣା କଲେ ରାହୁଲ, କହିଲେ କାଲି ପୂରା ଭାରତ…

ନୂଆଦିଲ୍ଲୀ,୧୧।୧୦: ସୁପ୍ରିମକୋର୍ଟ ଯାଏ ମାର୍ଚ୍ଚ କରିବା ସହ ଭାରତର ପ୍ରଧାନ ବିଚାରପତି (CJI)ଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି କଂଗ୍ରେସ ଏମପି ରାହୁଲ ଗାନ୍ଧୀ। ସୋମବାର…

କୋର୍ଟରେ ଜାମିନ ନାମଞ୍ଜୁର ଜେଲ ଗଲେ ଅଭିଯୁକ୍ତ, ଜାଣନ୍ତୁ କ’ଣ ଥିଲା ମାମଲା…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ପିଣ୍ଟୁ ସାହୁଙ୍କୁ ରବିବାର ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?