ଆଜି ମହାପ୍ରଭୁଙ୍କ ସୁନାବେଶ

ପୁରୀ ଅଫିସ,୨।୭: ଗୁରୁବାର ଆଷାଢ଼ ଶୁକ୍ଳ ଦ୍ୱାଦଶୀ। ଏହି ପବିତ୍ର ତିଥିରେ ମହାପ୍ରଭୁଙ୍କ ସୁନାବେଶ ବା ବଡ଼ ତଢ଼ାଉ ବେଶ ହେବ। ରଥାରୂଢ଼ ଦାରୁବିଗ୍ରହ ମହଣ ମହଣ ସୁନାରେ ସଜେଇ ହେବେ। ତେବେ ମହାପ୍ରଭୁଙ୍କ ଏହି ଦୁଲର୍‌ଲଭ ବେଶ ଭକ୍ତମାନେ ଦେଖିପାରିବେ ନାହିଁ। ଏଥିରେ ବାଧକ ସାଜିଛି କରୋନା। ଏହି ମହାମାରୀ ପାଇଁ ଏଥର ସମ୍ପୂର୍ଣ୍ଣ ଘୋଷଯାତ୍ରାକୁ ଭକ୍ତଶୂନ୍ୟ ରଖାଯାଇଛି। ଅନ୍ୟପକ୍ଷରେ ସୁନାବେଶ ଲାଗି ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ରଥ ଉପରେ ହେଉଥିବା ଏହି ବେଶକୁ ବଡ଼ ତଢ଼ାଉ ବେଶ ମଧ୍ୟ କୁହାଯାଏ। ଗଜପତି ମହାରାଜା କପିଳେନ୍ଦ୍ର ଦେବଙ୍କ ସମୟରୁ ଏହି ବେଶ ହୋଇଆସୁଥିବା ଶୁଣିବାକୁ ମିଳେ। ଗୁରୁବାର ପୂର୍ବାହ୍ନରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର (ବାହାର ଭଣ୍ଡାର) ଖୋଲାଯିବ। ସେଥିରୁ ସୁନାବେଶ ଲାଗି ଆବଶ୍ୟକ ଅଳଙ୍କାର ବାହାର କରାଯିବ। ଭଣ୍ଡାର ମେକାପ ଓ ବଣିଆଙ୍କ ଉପସ୍ଥିତିରେ ଅଳଙ୍କାରଗୁଡ଼ିିକୁ ସଫା କରାଯିବ। ରଥ ଉପରେ ମହାପ୍ରଭୁଙ୍କ ମଇଲମ ଓ ମେକାପ ସର୍ବାଙ୍ଗ ନୀତି ବଢ଼ିବା ପରେ ସୁନାବେଶ ଆରମ୍ଭ ହେବ। ଅପରାହ୍ନ ୪ଟାରୁ ସାଢେ ୫ଟା ମଧ୍ୟରେ ଠାକୁରଙ୍କ ସୁନାବେଶ ସଜା ସମ୍ପନ୍ନ ହେବ। ଏଥର ଭକ୍ତଙ୍କୁ ଦର୍ଶନ ସୁଯୋଗ ନ ଥିବାରୁ ୨ରୁ ୩ ଘଣ୍ଟା ଏହି ବେଶ ରହିବ। ଶ୍ରଦ୍ଧାଳୁମାନେ ଟିଭି ମାଧ୍ୟମରେ ଏହାର ସିଧା ପ୍ରସାରଣ ଦେଖିପାରିବେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର କହିଛନ୍ତି। ଗୁଣ୍ଡିଚା ଓ ବାହୁଡ଼ା ନୀତିକାନ୍ତି ଭଳି ସୁନାବେଶ ନୀତି ସଅଳ ହେବ ବୋଲି କୁହାଯାଉଛି। ଏଥର ସୁନାବେଶ ଦର୍ଶନ ଲାଗି ଭକ୍ତଙ୍କୁ ବାରଣ କରାଯାଇଥିବାରୁ ସେମିତି କୌଣସି ସ୍ବତନ୍ତ୍ର ବ୍ୟବସ୍ଥା ନାହିଁ। କିନ୍ତୁ ଦିନତମାମ୍‌ ମାର୍କେଟ ଛକରୁ ସିଂହଦ୍ୱାର ପର୍ଯ୍ୟନ୍ତ ଅଞ୍ଚଳରେ କର୍ଫ୍ୟୁ ରହିବ। ଶ୍ରୀମନ୍ଦିର ଭଣ୍ଡାର ଘରୁ ରଥକୁ ସ୍ବର୍ଣ୍ଣ ଅଳଙ୍କାର ଆସିବା ସମୟରେ ପୋଲିସ ପକ୍ଷରୁ ସୁରକ୍ଷା ଯୋଗାଯିବ। ପ୍ରତି ରଥ ଚତୁଃପାର୍ଶ୍ୱରେ ପୋଲିସ ଫୋର୍ସ ମୁତୟନ ରହିବେ।


Enter your email to get our daily news in your inbox.

All Right Reserved By Dharitri.Com

ଗସ୍‌ମା ମାଓବାଦୀ -ପୋଲିସ ଗୁଳି ମାମଲାସବ୍ୟସାଚୀଙ୍କ ବିରୋଧରେ ପୋଲିସ ଦେଲା ସାକ୍ଷୀ

ଭଞ୍ଜନଗର,୨୩।୬(ଡି.ଏନ.ଏ.)-ଗଞ୍ଜାମ ଜିଲା ଗାଲେରୀ ଫାଣ୍ଡି ପୋଡ଼ି ମାମଲା ଓ ଏହାପରେ ଗସମା ଜଙ୍ଗଲରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟ ମାମଲାର ଶୁକ୍ରବାର...

ଚିତା ଲାଗି ଅମାବାସ୍ୟା: ମହାପ୍ରଭୁଙ୍କ ଶ୍ରୀମୁଖରେ ଝଲସିଲା ସୁବର୍ଣ୍ଣ ଚିତା

ପୁରୀ ଅଫିସ, ୧ା୮: ଚିତାଲାଗି ଅମାବାସ୍ୟା ତିଥିରେ ଗୁରୁବାର ଶ୍ରୀମନ୍ଦିରରେ ତିନିଠାକୁରଙ୍କ ଚିତା ଲାଗି ନୀତି ସମ୍ପନ୍ନ ହୋଇଛି। ଦଇତା ଓ ପତିମହାପାତ୍ର ସେବକମାନେ ଚିତା...

କପିଳାସ ନାଟ୍ୟ ମହୋତ୍ସବ ଉଦ୍‌ଯାପିତ: ଅଭିଜ୍ଞତାର ବନ୍ଧନ କଥା ‘ଚରନ୍‌ ଏ ସୋମୋୟେ’

ଢେଙ୍କାନାଳ ଅଫିସ,୩୦ା୧୨ – ଢେଙ୍କାନାଳ କଳାପରିଷଦ ଅନୁଷ୍ଠାନ ପକ୍ଷରୁ ସ୍ଥାନୀୟ ମିନି ଷ୍ଟାଡିୟମସ୍ଥିତ ଗଜଲକ୍ଷ୍ମୀ କଳାମଣ୍ଡପଠାରେ ୫ଦିନ ବ୍ୟାପୀ ଅନୁଷ୍ଠିତ ହେଉଥିବା ଜାତୀୟ ବହୁଭାଷୀ କପିଳାସ...

କାଦୁଅରେ ୫ ଖଣ୍ଡ ଗାଁ

ଦଶମନ୍ତପୁର, ୧୨ା୮ ( ଡି.ଏନ.ଏ.):କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପାଇକ ଫୁଲବେଡା ସଦର ପଞ୍ଚାୟତ ଠାରୁ ଝୋପରାପଦର ଗ୍ରାମକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା...

ନ୍ୟାଶନାଲ କଲେଜକୁ ନାକ ଟିମର ପରିଦର୍ଶନ

ନୂଆପଡ଼ା ଅଫିସ,୯ା୬:ନୂଆପଡ଼ା ଜିଲା ହେଡକ୍ୱାର୍ଟରର ଏକମାତ୍ର ବହୁ ପୁରୁଣା ନ୍ୟାଶନାଲ କଲେଜକୁ ନାକ ଟିମ (ନ୍ୟାଶନାଲ ଆସେସମ୍ୟାଣ୍ଟ ଆଣ୍ଡ ଆକ୍ରିଡେଶନ କାଉନସିଲ)ର ଏକ ୩ ଜଣିଆ...

ଶୋଭାଯାତ୍ରାରେ ଗଲେ ଗଜାନନ:ଡିଜେ ସାଉଣ୍ଡରେ ଦୁଲୁକିଲା ପରଜଙ୍ଗ

ପରଜଙ୍ଗ,୧୦।୯(ଡି.ଏନ.ଏ.) ଢେଙ୍କାନାଳ ଜିଲା ପରଜଙ୍ଗରେ ସୋମବାର ଗଜାନନଙ୍କ ଭସାଣି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ୯ଟି ମେଢ଼ ମିଳିତ ଭସାଣିରେ ସାମିଲ ହୋଇଥିଲେ। ରେଡ...

କାଠ ବୋଝେଇ ପିକ୍‌ଅପ୍‌ ଭ୍ୟାନ ଜବତ: ୨ ଗିରଫ

ସୋନପୁର,୯।୮(ନି.ପ୍ର.): ସୋନପୁର ଟାଉନ ପୋଲିସ ହରଡଖୋଲ ଛକ ଠାରେ ଚଢାଉ କରି ଶାଳ କାଠ ଚୋରା ଚାଲାଣରେ ନିୟୋଜିତ ଏକ ପିକ୍‌ ଅପ୍‌ ଭ୍ୟାନ୍‌କୁ ଧରିବାରେ...

୪୦୭ ଗାଡ଼ିରୁ ୬୫୦ କେଜି ଗଞ୍ଜେଇ ଜବତ କଲା ବଡ଼ଗଡ଼ ପୋଲିସ

ସୋରଡ଼ା,୧୮।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବଡ଼ଗଡ଼ ପୋଲିସ ରବିବାର ଅପରାହ୍ନରେ ମୋହନା ରାସ୍ତାରେ ଯାନବାହନ ଯାଞ୍ଚ କରୁଥିବା ସମୟରେ ଏକ ୪୦୭ ଗାଡ଼ିରୁ ୬୫୦ କେଜି ଗଞ୍ଜେଇ...

Advertisement
Archives

Model This Week