କରୋନା ପରୀକ୍ଷାକୁ ଡଙ୍ଗରିଆଙ୍କ ନା

ରାୟଗଡ଼ା ଅଫିସ,୧୮।୫: ରାୟଗଡ଼ା ଜିଲା ନିୟମଗିରି ପାଦଦେଶରେ ବସବାସ କରୁଥିବା ୧୭ ଡଙ୍ଗରିଆ ଆଦିବାସୀ କରୋନା ସଂକ୍ରମିତ ଚିହ୍ନଟ ହେବାପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଚିହ୍ନଟଙ୍କ ମଧ୍ୟରେ ଜିଲାର କଲ୍ୟାଣସିଂହପୁର ବ୍ଲକ୍‌ ଅଞ୍ଚଳରୁ ସର୍ବାଧିକ ୧୫ ରହିଛନ୍ତି। ତେଣୁ ସଂକ୍ରମଣକୁ ରୋକିବା ନିମନ୍ତେ ସୋମବାର କଲ୍ୟାଣସିଂହପୁର ବିଡିଓ କାଳୁଚରଣ ନାୟକ ଏବଂ ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍‌ ସ୍ବାବ୍‌ ପରୀକ୍ଷା ପାଇଁ ସମ୍ପୃକ୍ତ ଅଞ୍ଚଳରେ ପହଞ୍ଚିଥିଲେ। ହେଲେ ନିୟମଗିରି ରାଜାଙ୍କୁ ପୂଜା କରୁଛୁ, ଆମର କିଛି ଅସୁବିଧା ହେବନାହିଁ ବୋଲି ଡଙ୍ଗରିଆମାନେ କହି କରୋନା ପରୀକ୍ଷାକୁ ବିରୋଧ କରିଥିଲେ। ଏଥିସହିତ ପାର୍ସାଲିରେ ହୋଇଥିବା ମିନି କଣ୍ଟେନ୍‌ମେଣ୍ଟ ଜୋନ୍‌କୁ ଭାଙ୍ଗି ଦେଇଥିଲେ।
ସୂଚନା ଅନୁଯାୟୀ, ବିଡିଓ, ପାର୍ସାଲିସ୍ଥିତ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା (ଡିକେଡିଏ) ର ସ୍ପେଶାଲ ଅଫିସର ମଦନ ମୋହନ ଦଳବେହେରା, ଆଶା, ଅଙ୍ଗନଓ୍ବାଡି କର୍ମୀ ଓ ଫାର୍ମାସିଷ୍ଟ ପାର୍ସାଲି ଗ୍ରାମକୁ ଯାଇ ଡଙ୍ଗରିଆମାନଙ୍କୁ କରୋନାର ଭୟାବହତା ବିଷୟରେ ବୁଝାଇଥିଲେ। ସେମାନଙ୍କୁ କରୋନା ପରୀକ୍ଷା କରାଇବା ନିମନ୍ତେ ଉତ୍ସାହିତ କରି ସ୍ବାବ୍‌ ସଂଗ୍ରହ କରିବାକୁ ଡାକିଥିଲେ। ଠିକ୍‌ ସମୟରେ ପରୀକ୍ଷା କରାଇ ଔଷଧ ଖାଇଲେ ସୁସ୍ଥ ହୋଇପାରିବେ ବୋଲି ସେମାନଙ୍କୁ ବୁଝାଇଥିଲେ। ହେଲେ ମାତ୍ର ୩ ଜଣ
ସ୍ବାବ୍‌ ଦେଇଥିବାବେଳେ ଅନ୍ୟମାନେ ରୋକ୍‌ଠୋକ୍‌ ମନା କରିଥିଲେ। ଫଳରେ ଟିମ୍‌ ଅନ୍ୟମାନଙ୍କ ସ୍ବାବ୍‌ ପରୀକ୍ଷା କରି ନ ପାରି ଫେରିବାକୁ ବାଧ୍ୟ ହୋଇଥିଲା। ଆମେ ଏଠାରେ ଯେମିତି ଅଛୁ ଭଲରେ ଅଛୁ, ଆମର କୌଣସି ପରୀକ୍ଷାର ଆବଶ୍ୟକ ନାହିଁ ବୋଲି ଡଙ୍ଗରିଆମାନେ କହିଥିବା ବିଡିଓ ସୂଚନା ଦେଇ କହିଛନ୍ତି। ସେହିପରି ଡାକ୍ତରଖାନାରେ ରୋଗୀଙ୍କ କିଡ୍‌ନୀ, ଆଖି ବାହାର କରାଯାଉଥିବା ଏବଂ ମୃତଦେହ ଫେରାଯାଉ ନ ଥିବା ନେଇ ବିଭିନ୍ନ ମିଥ୍ୟା ଭିଡିଓ ଦେଖି ଡଙ୍ଗରିଆମାନେ ଭୟଭୀତ ଥିବା ଜଣାଇଥିବା ଡିକେଡିଏର ସ୍ପେଶାଲ ଅଫିସର କହିଛନ୍ତି। ଏମିତିକି ଏହା ଏକ ବିଦେଶୀ ରୋଗ, ଆମକୁ ଏହା ଛୁଇଁପାରିବନି ବୋଲି ଗ୍ରାମବାସୀ ଅନ୍ଧବିଶ୍ୱାସରେ ରହିଛନ୍ତି। ଏଭଳି ପରିସ୍ଥିତିରେ ଏମାନଙ୍କୁ ବୁଝାଇବା ପ୍ରଶାସନ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି। ପ୍ରଶାସନ ପକ୍ଷରୁ ଡଙ୍ଗରିଆମାନଙ୍କ ନେତା ଲଦ ସିକକାଙ୍କ ସହ ଆଲୋଚନା କରାଯାଇ ଗ୍ରାମବାସୀଙ୍କୁ ବୁଝାଇବା ନିମନ୍ତେ କୁହାଯାଇଛି। ମଙ୍ଗଳବାର ସ୍ବାସ୍ଥ୍ୟ ବିଭାଗ ଟିମ୍‌ ପୁଣି ସ୍ବାବ୍‌ ସଂଗ୍ରହ ନିମନ୍ତେ ଯିବେ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଥାନାକୁ ଆଣି ଛାଡ଼ିଦେଲା ପୋଲିସ

ସମ୍ବଲପୁର,୧୩ା୮(ବ୍ୟୁରୋ): ସମ୍ବଲପୁର ଜିଲା ଯୁଯୁମୁରା ଥାନା ପୋଲିସ ଶୁକ୍ରବାର ଏକ ସ୍କ୍ରାପ୍‌ ବୋଝେଇ ଟ୍ରାକ୍ଟର ଥାନାକୁ ଆଣି ଛାଡ଼ିଦେଇଥିବା ନେଇ ଚର୍ଚ୍ଚା ଜୋର ଧରିଛି। ସ୍ଥାନୀୟ...

କେନ୍ଦ୍ରାପଡାରେ ଇଦ୍‌-ଉଲ୍‌-ଜୁହା ପାଳିତ

କେନ୍ଦ୍ରାପଡ଼ା ଅଫିସ, ୧୨।୮: କେନ୍ଦ୍ରାପଡ଼ା ଜିଲାର ମୁସଲମାନ ବହୁଳ ଅଞ୍ଚଳରେ ଇଦ୍‌-ଉଲ୍‌-ଜୁହା ସୋମବାର ଶାନ୍ତି ଶୃଙ୍ଖଳାର ସହ ପାଳିତ ହୋଇଯାଇଛି। ଏଥିପାଇଁ ବିଭିନ୍ନ ଇଦ୍‌ଗାହଠାରେ ସମୂହ...

ନିଖୋଜ ଯୁବକଙ୍କ କଙ୍କାଳ ଉଦ୍ଧାର

ଆସିକା,୫ା୧୨(ଡି.ଏନ୍‌.ଏ.)-ଆସିକା ଥାନା ଅନ୍ତର୍ଗତ ନଳବଣ୍ଟା ଗ୍ରାମର ହାଇସ୍କୁଲ ପଛପାର୍ଶ୍ୱ ଧାନ ବିଲରୁ ବୁଧବାର ଅପରାହ୍ନରେ ପୋଲିସ ଏକ କଙ୍କାଳ ଉଦ୍ଧାର କରିଛି। ସେହି ସ୍ଥାନରେ ପଡିଥିବା...

ହସ୍ପିଟାଲରେ ଶିଶୁ ମୃତ୍ୟୁ ନେଇ ଉତ୍ତେଜନା

ବାଲେଶ୍ୱର ଅଫିସ,୫ା୮: ବାଲେଶ୍ୱର ଜିଲା ଫକୀରମୋହନ ମେଡିକାଲ କଲେଜ ଓ ହସ୍ପିଟାଲରେ ଶିଶୁ ମୃତ୍ୟୁ ନେଇ ହସ୍ପିଟାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି। ସୂଚନାରୁ ପ୍ରକାଶ,...

ବୈତରଣୀ ନଦୀଶଯ୍ୟାରୁ ବାଲି ଲୁଟ୍‌

ଯାଜପୁର ରୋଡ,୩୦ା୮(ଡି.ଏନ.ଏ.):ନଦୀଶଯ୍ୟାରୁ ବାଲି ଖନନ ପାଇଁ କୌଣସି ମେଶିନ ବ୍ୟବହାର ଅନୁମତି ଦିଆଯିବ ନାହିଁ। ଏହାସହ ବାଲିଖାଦାନଗୁଡ଼ିକରେ ସିସିଟିଭି ଏବଂ ପରିବହନ ଗାଡ଼ିରେ ଜିପିଏସ୍‌ ସ୍ଥାପନ...

ଅତାବିରା ବିଧାନସଭାରେ ସ୍ନେହାଙ୍ଗିନୀ ଛୁରିଆ ଆଗୁଆ

ଅତାବିରା,୨୩।୫: ଅତାବିରା ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ଆଗରେ ଅଛନ୍ତି। ସ୍ନେହାଙ୍ଗିନୀ ୧୭୮୧୪ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ଭାଜପା ପ୍ରତିଦ୍ୱନ୍ଦ୍ୱୀ ୧୩୧୦୯...

ବ୍ରାଉନ୍‌ସୁଗାର ବେପାରୀଙ୍କ ଘର ଉପରେ ଚଢ଼ାଉ : ଲକ୍ଷାଧିକ ଟଙ୍କା ସହ ସୁନାଗହଣା, ବାଇକ୍‌ ଜବତ

ବାଲେଶ୍ୱର ଅଫିସ/ଜଳେଶ୍ୱର, ୨୮ା୯: ବାଲେଶ୍ୱର ଅରଡ଼ବଜାରସ୍ଥିତ ମସଜିଦ୍‌ ଗଳିର ବ୍ରାଉନ୍‌ସୁଗାରର ମୁଖ୍ୟ ବ୍ୟବସାୟୀ ସେକ୍‌ ରାଜା ଗିରଫ ହେବା ପରେ ଆନ୍ତଃରାଜ୍ୟ ଏବଂ ଜାତୀୟ ସ୍ତରରେ...

ମୁଖ୍ୟମନ୍ତ୍ରୀ କହିଥିଲେ, ଏବେ ଧାମନଗର ଦାୟିତ୍ୱ ନିଅନ୍ତୁ: ସୂର୍ଯ୍ୟବଂଶୀ

ଭଦ୍ରକ ଅଫିସ/ଧାମନଗର,୮।୧୧(ସ୍ବ.ପ୍ର./ଡି.ଏନ୍‌.ଏ.):ଉପନିର୍ବାଚନ ପାଇଁ ଭର୍ଚ୍ଚୁଆଲ ପ୍ରଚାର ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧାମନଗର ଦାୟିତ୍ୱ ନେବେ ବୋଲି କହିଥିଲେ। ସେ ତାଙ୍କ ପ୍ରତିଶ୍ରୁତି ରକ୍ଷା କରି...

Advertisement
Archives

Model This Week