Posted inଫୁରସତ

ଏହି ଦେଶରେ ଟିଭି ଦେଖିବା ପାଇଁ ବି ନେବାକୁ ପଡ଼େ ସରକାରଙ୍କ ଅନୁମତି

ଆଜିକାଲି ଗ୍ରାମାଞ୍ଚଳରେ ସମସ୍ତ ସୁବିଧା ଉପଲବ୍ଧ ହେଉଥିବାବେଳେ ଆଫ୍ରିକାର ଇରିଟ୍ରିଆ କିନ୍ତୁ ଆଧୁନିକତାଠାରୁ ବହୁ ଦୂରରେ। ହାତପାହାନ୍ତାରେ ଲୋକେ ସବୁ ସୁବିଧା ପାଉଥିବାବେଳେ ଇରିଟିଆରେ ଏଟିଏମ୍‌ ନାହିଁ। ଖାଲି ଏତିକି ନୁହେଁ, ଏଠାରେ ସରକାରଙ୍କ ନିର୍ଦ୍ଦେଶରେ ସବୁକିଛି କରିବାକୁ ପଡ଼ିଥାଏ। ବ୍ୟାଙ୍କରୁ ଟଙ୍କା ଉଠାଇବାଠାରୁ ଆରମ୍ଭ କରି ସିମ୍‌କାର୍ଡ, ଗାଡ଼ିମୋଟର କିଣା ଏପରି ଟିଭି ଦେଖିବା ପାଇଁ ମଧ୍ୟ ସରକାରଙ୍କ ଅନୁମତି ନେବାକୁ ପଡ଼ିଥାଏ। ସେହିପରି ସୋସିଆଲ ମିଡିଆ ବ୍ୟବହାର କରିବାକୁ ହେଲେ ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ କରାଯାଇଛି।
୧୯୯୩ ମସିହାରେ ଇରିଟ୍ରିଆ ଇଥିୟୋପିଆଠାରୁ ସ୍ବାଧୀନତା ପାଇଥିଲା। ଇରିଟ୍ରିଆରେ ଏରିଟେଲ୍‌ ନାମକ ଏକମାତ୍ର ଟେଲିକମ୍‌ କମ୍ପାନୀ ରହିଛି। ଯାହାକୁ ସେଠାକାର ସରକାର ନିୟନ୍ତ୍ରଣ କରୁଛନ୍ତି। ଏହା ଠିକ୍‌ରେ ମଧ୍ୟ ସେବା ଯୋଗାଇ ପାରୁନାହିଁ। ଅନ୍ତର୍ଜାତୀୟ ଟେଲିକମ୍ୟୁନିକେଶନ ସଂଘର ରିପୋର୍ଟ ଅନୁସାରେ, ଏଠାରେ ମାତ୍ର ୧ ପ୍ରତିଶତ ଇଣ୍ଟରନେଟ୍‌ ବ୍ୟବହାର କରାଯାଏ। ଏପରିକି ମୋବାଇଲ ସିମ୍‌ କାର୍ଡ ପାଇଁ ମଧ୍ୟ ସରକାରଙ୍କ ଅନୁମତି ନେବାକୁ ପଡ଼ିଥାଏ। ସ୍ଥାନୀୟ ପ୍ରଶାସନର ମଞ୍ଜୁରୀ ପରେ ସିମ୍‌କାର୍ଡ ମିଳିଥାଏ। ଅଲଗା ଦେଶର ଲୋକେ ପହଞ୍ଚିଲେ ସେମାନଙ୍କୁ ଏହି ଦେଶର ଅସ୍ଥାୟୀ ସିମ୍‌କାର୍ଡ ନେବା ପାଇଁ ଆବେଦନ କରିବାକୁ ପଡ଼େ। ଦେଶ ଛାଡ଼ିଲେ ସିମ୍‌ କାର୍ଡ ଫେରାଇବାକୁ ପଡ଼େ। ଏପରି ଆହୁରି ଅନେକ ନିୟମ ରହିଛି। ଗୋଟିଏ ମାସରେ ବ୍ୟାଙ୍କରୁ ୨୩ ହଜାରରୁ ଅଧିକ ଟଙ୍କା ଉଠାଇ ହେବ ନାହିଁ ବୋଲି କଟକଣା ରହିଛି। ଗାଡ଼ିଟିଏ କିଣିବାକୁ ହେଲେ ୧୧ ମାସ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼େ।
ସରକାର ଏପରି ନିୟମ କରିଥିବାର କାରଣ ମଧ୍ୟ ରହିଛି। ଦରଦାମ୍‌ ନିୟନ୍ତ୍ରଣ ପାଇଁ ଏପରି କରାଯାଇଛି। ଏଥିସହିତ ଲୋକେ ସଞ୍ଚୟ କରିବା ମଧ୍ୟ ଶିଖିବେ। କିଛି ଲୋକ ସରକାରଙ୍କ ଏପରି କଟକଣାକୁ ପସନ୍ଦ କରୁ ନ ଥିବାବେଳେ ଆଉ କିଛି ମାନି ଚଳିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗିନିଜ୍‌ ୱାଲର୍‌ଡ ରେକଡର୍‌ସରେ କ୍ଷୁଦ୍ର ଚର୍ମ କର୍କଟ

ୱାଶିଂଟନ୍‌: ପୋର୍ଟଲ୍ୟାଣ୍ଡର ଓରିଗନ ହେଲ୍‌ଥ ଅଫ୍‌ ସାଇନ୍ସ ୟୁନିଭର୍ସିଟିର ଡାକ୍ତର ଆଲେକ୍‌ଜାଣ୍ଡର ୱିଟ୍‌କୋକସ୍କି ଏବଂ ତାଙ୍କର କିଛି ସହଯେଗୀ ନିକଟରେ ଏକ କ୍ଷୁଦ୍ର ଚର୍ମ କର୍କଟ...

ବନ୍ୟାରେ କାର୍‌ ଭାସିଯିବ ବୋଲି ମୁଣ୍ଡ ଖର୍ଚ୍ଚ କରି ଏପରି ଯୋଗାଡ଼ କଲେ ବ୍ୟକ୍ତି; ଭିଡିଓ ଦେଖିଲେ…

ଦେଶୀ ଯୋଗାଡ଼ ମାମଲାରେ ଭାରତୀୟମାନେ ସମସ୍ତଙ୍କଠାରୁ ଆଗରେ। ଠିକ୍‌ ସେଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେଉଛି। ଭିଡିଓକୁ ଦେଖିଲେ ଆପଣ...

ସ୍ବାମୀ ଡ୍ରାଇଭର, ସ୍ତ୍ରୀ କଣ୍ଡକ୍ଟର

ପ୍ରତ୍ୟେକ ବ୍ୟକ୍ତି ତାଙ୍କ ଜୀବନରେ କିଛି କରିବାକୁ ଚାହାନ୍ତି । ଏଥିପାଇଁ ମଧ୍ୟ କଠିନ ପରିଶ୍ରମ କରନ୍ତି। ଯଦି ଦୁଇ ଜଣଙ୍କର ସମାନ ଚିନ୍ତାଧାରା ଥାଏ,...

ପୁଅକୁ ୨୬ ବର୍ଷ ଧରି ପିଠିରେ ବସାଇ ବୁଲୁଛନ୍ତି ମା’, କାରଣ ଜାଣିଲେ…

ଜଣେ ମା’ ଆଗରେ ସବୁକିଛି ସମ୍ଭବ। ଏକଥା କାହାକୁ ବି ଅଛପା ନାହିଁ। ଗୋଟିଏ ପିଲା ପାଇଁ ମା’ ନିକଟରେ ଶତ ସିଂହର ବଳ ଆସେ।...

ଗୋଟିଏ ଡାଳରେ ଏକାଥରକେ ଫଳାଇଛନ୍ତି ୮୩୯ ଟମାଟୋ , ବିଶ୍ୱ ରେକର୍ଡ ସୃଷ୍ଟି କଲେ ଏହି ବ୍ୟକ୍ତି

ବ୍ରିଟେନର ଜଣେ ବ୍ୟକ୍ତି ଗୋଟିଏ ଡାଳରେ ୮୩୯ ଟମାଟର ଫଳାଇ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ଇଂଲଣ୍ଡର ଷ୍ଟେନଷ୍ଟେଡ୍‌ ଆବଟସ୍‌ରେ ରହୁଥିବା ୪୩ ବର୍ଷୀୟ ଡଗ୍‌ଲସ...

ଗଣେଶଙ୍କ ଆଧାରକାର୍ଡ

ରାଞ୍ଚି: ଗଣେଶପୂଜା ଅବସରରେ ଅନେକ ସ୍ଥାନରେ ଗଣେଶଙ୍କର ଭିନ୍ନ ପ୍ରକାର ପ୍ରତିମୂର୍ତ୍ତି ତିଆରି କରାଯାଇଛି। ଝାଡ଼ଖଣ୍ଡର ଜାମଶେଦପୁରର ଏକ ପୂଜା ମଣ୍ଡପରେ ଗଣେଶ ପ୍ରଭୁଙ୍କ ଆଧାରକାର୍ଡ...

ସୂର୍ଯ୍ୟଙ୍କ ରଥରେ ଗଜପତି ଛେରାପହଁରା କରୁଥିଲେ

ଗତ ସଂଖ୍ୟାରେ ଆଲୋଚିତ ହୋଇଥିଲା ସମଗ୍ର ଭାରତବର୍ଷରୁ ବଛାବଛା ଜାଣିବା ଲୋକଙ୍କୁ ମନ୍ଦିର ନିର୍ମାଣ ସମୟରେ ଗଜପତି କୋଣାର୍କକୁ ଆମନ୍ତ୍ରଣ କରିଥିଲେ। ଶ୍ରୀମନ୍ଦିର ଭଣ୍ଡାରରୁ ସୁନାମାଢ଼,...

ଆଜି ଅଗଷ୍ଟ କ୍ରାନ୍ତି ଦିବସ: ଭାରତ ଇତିହାସରେ ଏକ ସ୍ମରଣୀୟ ଦିନ

ନୂଆଦିଲ୍ଲୀ,୯ା୮: ଆଜି ହେଉଛି ଅଗଷ୍ଟ କ୍ରାନ୍ତି ଦିବସ। ୧୯୪୨ ମସିହା ଅଗଷ୍ଟ ୯ ତାରିଖ ଭାରତ ଇତିହାସରେ ଏକ ସ୍ମରଣୀୟ ଦିନ। ସ୍ବାଧୀନତା ପରଠାରୁ ଏହି...

Advertisement
Archives

Model This Week