Posted inଜାତୀୟ

ଫସିଗଲେ ମମତା, ଦଳରେ ବିଦ୍ରୋହ ଭିତରେ ଋତବ୍ରତ ପୁଣି ଖେଲିଲେ ବଡ଼ ଗେମ୍‌, ଆଗକୁ…

କୋଲକାତା,୪।୬: ବଙ୍ଗାଳ ବିଧାନସଭା ନିର୍ୱାଚନରେ ପରାଜୟ ପରେ ଟିଏମସି (TMC) ଏବେ ତା’ର ସବୁଠାରୁ ବଡ଼ ଆଭ୍ୟନ୍ତରୀଣ ସଙ୍କଟ ଦେଇ ଗତି କରୁଛି। ପ୍ରଥମ ଥର ପାଇଁ ବିଧାୟକ ହୋଇଥିବା ଋତବ୍ରତ ବାନାର୍ଜୀଙ୍କ ନେତୃତ୍ୱରେ ବିଦ୍ରୋହୀ ଗୋଷ୍ଠୀ ନିଜକୁ ଅସଲ ଟିଏମସି ବୋଲି ଦାବି କରୁଛନ୍ତି। କେବଳ ସେତିକି ନୁହେଁ, ବିଧାନସଭା ବାଚସ୍ପତି ମଧ୍ୟ ବିଦ୍ରୋହୀ ବିଧାୟକ ଋତବ୍ରତ ବାନାର୍ଜୀଙ୍କୁ ବିରୋଧୀ ଦଳ ନେତା ଭାବେ ମାନ୍ୟତା ଦେଇଛନ୍ତି। ବାନାର୍ଜୀ ଦାବି କରିଛନ୍ତି ଯେ ତାଙ୍କ ପାଖରେ ୬୦ ଜଣ ବିଧାୟକଙ୍କ ସମର୍ଥନ ରହିଛି। ଟିଏମସିରୁ ବହିଷ୍କୃତ ନେତା ସନ୍ଦୀପନ ସାହା କହିଛନ୍ତି ଯେ ବିରୋଧୀ ଦଳ ନେତା (LoP)ଙ୍କ ପାଇଁ ଉଦ୍ଦିଷ୍ଟ କୋଠରୀକୁ ଆଧିକାରିକ ଭାବେ ଆଲଟ କରିଦିଆଯାଇଛି।

ଏଭଳି ସ୍ଥିତିରେ ଏକ ବଡ଼ ପ୍ରଶ୍ନ ଉଠୁଛି ଯେ, ଟିଏମସିରୁ ପ୍ରଥମ ଥର ବିଧାୟକ ହୋଇଥିବା ଋତବ୍ରତ; ମମତା ବାନାର୍ଜୀଙ୍କ ବିରୋଧରେ ୬୦ ଜଣ ବିଧାୟକଙ୍କୁ କେମିତି ଏକଜୁଟ କଲେ? ତାହା ପୁଣି ନିର୍ୱାଚନରେ ମିଳିଥିବା ଶୋଚନୀୟ ପରାଜୟର ମାତ୍ର କିଛି ସପ୍ତାହ ମଧ୍ୟରେ। ଟିଏମସି ପାଇଁ ପରିସ୍ଥିତି ଏତେ ଶୀଘ୍ର କେମିତି ବିଗିଡ଼ିଗଲା, ତାହା ବୁଝିବା ମଧ୍ୟ ଜରୁରୀ। ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଏହି ଦଳ କେବଳ ଗୋଟିଏ କିମ୍ୱା ଦୁଇଟି ନିର୍ୱାଚନ ଜିତିନାହିଁ, ବରଂ ବଙ୍ଗାଳରେ କ୍ରମାଗତ ଭାବେ ତିନୋଟି କାର୍ଯ୍ୟକାଳ ଶାସନ କରିଛି।

ତୃଣମୂଳ କଂଗ୍ରେସରେ ଚାଲିଥିବା ଏହି ସଙ୍କଟର ମୂଳ କାରଣ ହେଉଛି ଏକ ସାଙ୍ଘାତିକ ଅଭିଯୋଗ। ଦଳ ନିଜ ବିଧାୟକମାନଙ୍କ ଜାଲ ଦସ୍ତଖତ କରି ଶୋଭନଦେବ ଚଟ୍ଟୋପାଧ୍ୟାୟଙ୍କୁ ବିରୋଧୀ ଦଳ ନେତା (LoP) ଘୋଷଣା କରିବା ପାଇଁ ଚିଠି ଲେଖିଥିବା ଅଭିଯୋଗ ହୋଇଛି। ବିଧାୟକ ସନ୍ଦୀପନ ସାହା ଏବେଂ ଋତବ୍ରତ ବିଧାନସଭା ସଚିବାଳୟରେ ଏନେଇ ଅଭିଯୋଗ କରିବା ପରେ ଏହି ବିବାଦ ସାମ୍ନାକୁ ଆସିଛି।

ଏହି ଘଟଣାର ମାତ୍ର କିଛି ଘଣ୍ଟା ମଧ୍ୟରେ ଟିଏମସି ଦଳବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ଉଭୟ ବିଧାୟକଙ୍କୁ ଦଳରୁ ବହିଷ୍କାର କରିଥିଲା। ଏହି ଘଟଣା ଏପରି ସମୟରେ ଘଟିଛି, ଯେତେବେଳେ ଋତବ୍ରତ ଦଳ ବଦଳ କରିବାକୁ ଚେଷ୍ଟା କରୁଛନ୍ତି ଏବଂ ନିଜକୁ ଅସଲି ଟିଏମସି ଭାବେ ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଥିଲା। ଗତ ସପ୍ତାହରେ ମମତାଙ୍କ ବାସଭବନରେ ଅନୁଷ୍ଠିତ ବୈଠକରେ ଟିଏମସିର ୮୦ ଜଣ ବିଧାୟକଙ୍କ ମଧ୍ୟରୁ ୬୦ ଜଣ ଅନୁପସ୍ଥିତ ଥିଲେ। ମଙ୍ଗଳବାର ଦିନ ମଧ୍ୟ ନିର୍ୱାଚନରେ ପରାଜୟ ପରେ ମମତାଙ୍କ ପ୍ରଥମ ଗଣ ବିକ୍ଷୋଭ ପ୍ରଦର୍ଶନରେ ମାତ୍ର ୮ ଜଣ ବିଧାୟକ ଏବଂ ୬ ଜଣ ଏମପି ସାମିଲ ହୋଇଥିଲେ।

ତୃଣମୂଳ ମଧ୍ୟରେ ସୃଷ୍ଟି ହୋଇଥିବା ଅସନ୍ତୋଷ ଦିନକୁ ଦିନ ଗଭୀର ହେବାରେ ଲାଗିଛି। ଏହି କାରଣରୁ ବିଦ୍ରୋହୀ ଗୋଷ୍ଠୀ ବୁଧବାର ଦିନ ଋତବ୍ରତଙ୍କୁ ବିରୋଧୀ ଦଳ ନେତା ଘୋଷଣା କରି ୬୦ ଜଣ ବିଧାୟକଙ୍କ ଦସ୍ତଖତ ଥିବା ଏକ ଚିଠି ଉପସ୍ଥାପନ କରିଛନ୍ତି। ଯଦିଓ ବିଦ୍ରୋହୀ ଗୋଷ୍ଠୀ ମମତାଙ୍କୁ ହିଁ ଦଳର ସର୍ୱୋଚ୍ଚ ନେତା ଭାବେ ମାନ୍ୟତା ଦେଇଛନ୍ତି। ଟିଏମସିର ଜଣେ ବିଦ୍ରୋହୀ ବିଧାୟକ ଗଣମାଧ୍ୟମକୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri