Posted inଜାତୀୟ

TMCର କମାଣ କାହା ହାତରେ? ମମତା ଖେଳିଲେ ବଡ଼ ଗେମ୍‌! ସମସ୍ତେ କାବା…

ନୂଆଦିଲ୍ଲୀ,୨୩।୬: ତୃଣମୂଳ କଂଗ୍ରେସ (TMC)ରେ ବିଦ୍ରୋହ ପରେ ଏବେ ଦଳ ଉପରେ କାହାର ନିୟନ୍ତ୍ରଣ ରହିବ, ସେ ନେଇ ଲଢ଼େଇ ଆରମ୍ଭ ହୋଇଯାଇଛି। ଟିଏମସିର କମାଣ କାହା ହାତରେ ରହିବ ମମତା ବାନାର୍ଜୀ ନା ଋତବ୍ରତ ବାନାର୍ଜୀ? ଏହାକୁ ନେଇ ରାଜନୀତି ସରଗରମ ହୋଇଛି। ଋତବ୍ରତ ବାନାର୍ଜୀ ସୋମବାର ଏକ ନୂଆ ‘ନ୍ୟାସନାଲ ୱର୍କିଂ କମିଟି’ (ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ କମିଟି) ଗଠନ କରିଛନ୍ତି। ତେବେ ଏଥିରେ ମମତା ବାନାର୍ଜୀଙ୍କ ନାମ ନାହିଁ। ତାଙ୍କ ସ୍ଥାନରେ ଅରୂପ ରାୟଙ୍କୁ ଚେୟାରମ୍ୟାନ କରାଯାଇଛି ଏବଂ ଅଭିଷେକ ବାନାର୍ଜୀଙ୍କୁ ଦଳରୁ ବାହାର କରିଦିଆଯାଇଛି।

ସୂତ୍ର ଅନୁସାରେ, ଋତବ୍ରତ ବାନାର୍ଜୀଙ୍କୁ ଆଜି ଏହି ନୂଆ କମିଟି ସହ ଜଡ଼ିତ ସମସ୍ତ ଦସ୍ତାବିଜ ନିର୍ୱାଚନ କମିଶନଙ୍କ ନିକଟରେ ଦାଖଲ କରିବାର ଥିଲା, ମାତ୍ର ସେ ଏହା କରିବା ପୂର୍ୱରୁ ହିଁ ପୂର୍ୱତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିର୍ୱାଚନ କମିଶନଙ୍କୁ ଏକ ଚିଠି ପଠାଇଛନ୍ତି।

ମମତା ବାନାର୍ଜୀ ଦଳର ନିଜ ସମର୍ଥିତ ‘ନ୍ୟାସନାଲ ୱର୍କିଂ କମିଟି’ର ତାଲିକା ସହ ଏହି ଚିଠି ପଠାଇଛନ୍ତି। ଅର୍ଥାତ ମମତାଙ୍କ ସମର୍ଥନରେ ଥିବା ତୃଣମୂଳ ୱର୍କିଂ କମିଟିରେ କେଉଁମାନେ ଅଛନ୍ତି, ସେମାନଙ୍କ ତାଲିକା ଦିଆଯାଇଛି। ସୂଚନା ଅନୁଯାୟୀ, ଏହି ତାଲିକାରେ ୨୪ଟି ନାମ ରହିଛି। ଏଥିରେ ଚେୟାରପର୍ସନ ଭାବେ ମମତା ବାନାର୍ଜୀଙ୍କ ନାମ ଥିବା ବେଳେ ସର୍ୱଭାରତୀୟ ସାଧାରଣ ସମ୍ପାଦକ (ଅଲ ଇଣ୍ଡିଆ ଜେନେରାଲ ସେକ୍ରେଟାରୀ) ଭାବେ ଅଭିଷେକ ବାନାର୍ଜୀଙ୍କ ନାମ ରହିଛି। ଉଲ୍ଲେଖଯୋଗ୍ୟ ଯେ, ସୋମବାର ଦିନ ଋତବ୍ରତ, ଅଭିଷେକ ବାନାର୍ଜୀଙ୍କୁ ତୃଣମୂଳ କଂଗ୍ରେସରୁ ବହିଷ୍କାର କରିଥିଲେ।

ଏହା ବ୍ୟତୀତ, ମମତା ବାନାର୍ଜୀଙ୍କ ଦ୍ୱାରା ପଠାଯାଇଥିବା ଚିଠିରେ ଡୋଲା ସେନ ଏବଂ ଡେରେକ ଓ’ବ୍ରାଏନଙ୍କ ନାମ ଯୁଗ୍ମ ସମ୍ପାଦକ (ଜଏଣ୍ଟ ସେକ୍ରେଟାରୀ) ଭାବେ, ସୁବ୍ରତ ବକ୍ସିଙ୍କ ନାମ ଉପାଧ୍ୟକ୍ଷ ଏବଂ ସୁଭାଷିଷଙ୍କ ନାମ କୋଷାଧ୍ୟକ୍ଷ ଭାବେ ପଠାଯାଇଛି। ଏଥିରେ ଶୋଭନଦେବ ଚାଟାର୍ଜୀଙ୍କ ନାମ ମଧ୍ୟ ରହିଛି ଏବଂ ତାଙ୍କ ନାମ ଆଗରେ ବିଧାନସଭା ନେତା ବୋଲି ଲେଖାଯାଇଛି। ଏଥିରେ ବିରୋଧୀ ଦଳ ନେତାଙ୍କର କୌଣସି ଉଲ୍ଲେଖ ନାହିଁ।

ଅନ୍ୟପଟେ ଡେରେକ ଓ’ବ୍ରାଏନ, ମଦନ ମିତ୍ରା ଏବଂ ଅନ୍ୟାନ୍ୟ ନେତାଙ୍କ ନାମ ମଧ୍ୟ ଏହି ତାଲିକାରେ ରହିଛି। ରାଜନୈତିକ ସମୀକ୍ଷକଙ୍କ କହିବା ଅନୁସାରେ, ମମତାଙ୍କ ସମର୍ଥିତ ତୃଣମୂଳ ଗୋଷ୍ଠୀ ଅତି ଶୀଘ୍ର କମିଶନଙ୍କୁ ଚିଠି ପଠାଇ ଋତବ୍ରତଙ୍କ ଦଳଠାରୁ ଆଗେଇ ଯାଇଛନ୍ତି।

ରାଜନୈତିକ ସମୀକ୍ଷକ ଶୁଭମୟ ମୈତ୍ର କହିଛନ୍ତି ଯେ, ଏହା ଭବିଷ୍ୟତର କଥା। ସମ୍ୱିଧାନ ଅଛି, ଆଇନ ଅଛି। ତେବେ ଏମିତି କିଛି ଜିନିଷ ମଧ୍ୟ ଅଛି ଯାହା ଆଇନରେ ପ୍ରାୟତଃ ଉଲ୍ଲେଖ ନଥାଏ। ତୃଣମୂଳ କଂଗ୍ରେସ ମାମଲାରେ, ବର୍ତ୍ତମାନ ପୂରା ବିବାଦ କ୍ଷମତା ଯୁଦ୍ଧ (ପାୱାର ଷ୍ଟ୍ରଗଲ)କୁ ନେଇ ଚାଲିଛି। କୌଣସି ରାଜନୈତିକ ଦଳ ଭିତରେ ସେମାନେ କେମିତି କ୍ଷମତା ହାସଲ କରନ୍ତି, ସେହି କ୍ଷମତାର କିଛି ଅଂଶ ସେମାନଙ୍କର ହିଁ ହୋଇଥାଏ। ଯେମିତି କି, ସାଧାରଣ ତୃଣମୂଳ ଭୋଟର କେଉଁ ଆଡ଼କୁ ଯିବେ, ତାହା ସହ ଦଳର ନାମ କିମ୍ୱା ସଙ୍କେତ (ସିମ୍ୱଲ)ର କୌଣସି ସମ୍ପର୍କ ନାହିଁ।

ଯେଉଁ ପ୍ରସଙ୍ଗଗୁଡ଼ିକ ସାଧାରଣ ଲୋକଙ୍କ ସହ ଜଡ଼ିତ ନୁହେଁ, ସେଥିରେ କୋର୍ଟ ନିଷ୍ପତ୍ତି ନେବେ। ଆଉ ଏକ କଥା ହେଉଛି, ତୃଣମୂଳର ଭୋଟରମାନେ ମମତାଙ୍କୁ ସମର୍ଥନ କରିବେ ନା ଋତବ୍ରତଙ୍କୁ, ତାହା ମଧ୍ୟ ଦେଖିବାକୁ ବାକି ରହିଲା। ଏଭଳି ସ୍ଥିତିରେ, ର୍ନିବାଚନ ନହେବା ପର୍ଯ୍ୟନ୍ତ ଜନତାଙ୍କ ମତ କେଉଁ ଆଡ଼କୁ ଯାଉଛି, ତାହା ସ୍ପଷ୍ଟ ହେବନାହିଁ।

ସଂସଦୀୟ ରାଜନୀତି (ପାର୍ଲାମେଣ୍ଟ୍ରି ପଲିଟିକ୍ସ)ରେ ମଧ୍ୟ ଠିକ ଏହିଭଳି ଚିତ୍ର ଦେଖିବାକୁ ମିଳିଛି। ବିଦ୍ରୋହୀ ସାଂସଦମାନେ ବାଚସ୍ପତି (ସ୍ପିକର)ଙ୍କ ପାଖରେ ପହଞ୍ଚିବା ପୂର୍ୱରୁ ହିଁ ତୃଣମୂଳର ଦୁଇ ସାଂସଦ କୀର୍ତ୍ତି ଆଜାଦ ଏବଂ ସାଗରିକା ଘୋଷ ବାଚସ୍ପତିଙ୍କ ପାଖରେ ଚିଠି ପହଞ୍ଚାଇ ସାରିଥିଲେ। ଏହାର ଅର୍ଥ ହେଉଛି, ମମତାଙ୍କ ସମର୍ଥିତ ତୃଣମୂଳ ସମସ୍ତ ମାମଲାରେ ‘ଆଇନଗତ’ ଭାବେ ଆଗରେ ରହିବାକୁ ଚେଷ୍ଟା କରୁଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣବର୍ଷାରେ ଭୁଶୁଡ଼ିଲା ଘର କାନ୍ଥ; ଅଳ୍ପକେ ବର୍ତ୍ତିଲେ ପରିବାର, ବିପନ୍ନଙ୍କୁ ସହାୟତା ଦାବି

ଦିଗପହଣ୍ଡି,୨୪।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଗତ ୪ ଦିନ ବ୍ୟାପି ବର୍ଷା ଲାଗି ରହିଛି । ଫଳରେ ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ…

ପେଟ୍ରୋଲ ପମ୍ପରେ ନୂଆ ନିୟମ! ଦିନକୁ ମିଳିବ ମାତ୍ର ଏତିକି ଲିଟର, ଧାର୍ଯ୍ୟ ହେଲା ଲିମିଟ୍‌

ନୂଆଦିଲ୍ଲୀ,୨୪।୯: ଯଦି ଆପଣଙ୍କ ପାଖରେ ବଡ଼ ଗାଡ଼ି କିମ୍ବା ଡିଜେଲରେ ଚାଲୁଥିବା କମର୍ସିଆଲ ଯାନ ରହିଛି ଏବଂ ନିୟମିତ ଭାବେ ବହୁ ପରିମାଣରେ ଡିଜେଲ ଭରାଇବାକୁ ପଡ଼ୁଛି,…

ଚାଞ୍ଚଲ୍ୟକର ଖୁଲାସା, ଏହି ଖେଳାଳି ଛଡାଇ ନେବେ ଋତୁରାଜଙ୍କ ପଦ!

ନୂଆଦିଲ୍ଲୀ: IPL ୨୦୨୭ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ (CSK) ନିଜ କୋଚିଂ ସେଟଅପ୍‌ରେ ବଡ଼ ପରିବର୍ତ୍ତନ କରିଛି । ଦୀର୍ଘ ସମୟ ଧରି ଦଳର ହେଡ୍…

୫ ରାଜ୍ୟର ନିର୍ବାଚନରେ ପାଣି ଭଳି ଟଙ୍କା ଖର୍ଚ୍ଚ କରିଛି ଭାଜପା, ମୂଲ୍ୟ ଶୁଣିଲେ ହୋଇଯିବେ କାବା! ଏହି ରାଜ୍ୟରେ ସବୁଠୁ ଅଧିକ

ନୂଆଦିଲ୍ଲୀ,୨୪।୯: ଆସାମ, ତାମିଲନାଡୁ, ପୁଡୁଚେରୀ, କେରଳ ଏବଂ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଭାଜପାର ଖର୍ଚ୍ଚ ରିପୋର୍ଟରୁ ଜଣାପଡ଼ିଛି ଯେ, ଦଳର କେନ୍ଦ୍ରୀୟ କାର୍ଯ୍ୟାଳୟ ଏହି ୫ଟି…

ଗଭୀର ଅବପାତ ପ୍ରଭାବରେ ଫୁଲୁଛି ଋଷିକୁଲ୍ୟା, ଭୟଭୀତ ନହେବାକୁ ପ୍ରଶାସନର ସଚେତନତା

ପୁରୁଷୋତ୍ତମପୁର,୨୪।୯(ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ଅଞ୍ଚଳରେ ତିନିଦିନ ଧରି ଲଗାଣ ବର୍ଷା ଜାରି ରହିଛି। ଏହି ଲଗାଣ…

ପାଣି ଘେରରେ ଗୋଖର କୁଦା; ବୁଡ଼ିଲା ତଳିଆ ଅଞ୍ଚଳ, ଆତଙ୍କିତ ମତ୍ସଜୀବୀ

ଗଞ୍ଜାମ,୨୪।୯(ବିଦ୍ୟାଧର ସାହୁ ): ଟଳିଛି ବାତ୍ୟା ଭୟ । ଗଭୀର ଅବପାତ ଜନିତ ଲଗାଣ ବର୍ଷା ଲାଗି ରହିଥିବାରୁ ପାଳିବନ୍ଧ ପଞ୍ଚାୟତ ଗୋଖର କୁଦା ଗ୍ରାମ ପାଣି…

ମୋ ମାଧବ…ହାତରେ ବଂଶୀ ଧରି କୃଷ୍ଣ ସାଜିଲେ ଅଖିଳେଶ, ଜାଣନ୍ତୁ କିଏ ହେଲେ ସୁଦାମା

ଲକ୍ଷ୍ନୌ,୨୪।୯: ସମାଜବାଦୀ ପାର୍ଟି ମୁଖ୍ୟ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଗୁରୁବାର ‘PDA ରଥ’ରେ ରାୟବରେଲୀ ପହଞ୍ଚିଛନ୍ତି । ତାଙ୍କ ଆଗମନ ପୂର୍ବରୁ ସହରର…

‘ଧରିତ୍ରୀ’ ପ୍ରଭାବ: ଜଳମଗ୍ନ ଅଞ୍ଚଳ ପରିଦର୍ଶନ କଲେ ଜିଲାପାଳ

ଛତ୍ରପୁର, ୨୪।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟନାୟକ): ଗଭୀର ଅବପାତଜନିତ ପ୍ରବଳ ବର୍ଷା ଯୋଗୁ ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ତାମ୍ପରା ହ୍ରଦ ନିକଟସ୍ଥ ବ୍ୟାଙ୍କ କଲୋନୀର କେତେକ ଅଞ୍ଚଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?