Posted inଜାତୀୟ

ବୁଡ଼ିଗଲା ଟିଏମସିର ୮୭୬,୫୭,୧୫,୫୮୬ କୋଟି ଟଙ୍କା? ମମତାଙ୍କ ନିଜ କୋଷାଧ୍ୟକ୍ଷ କାହିଁକି ଫ୍ରିଜ କଲେ ବ୍ୟାଙ୍କ ଆକାଉଣ୍ଟ, ଜାଣନ୍ତୁ ଭିତରି କଥା

କୋଲକାତା,୧୮।୮: ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ (ଟିଏମସି) ଏବେ ତାର ସବୁଠାରୁ ଖରାପ ସମୟ ଦେଇ ଗତି କରୁଛି। ପ୍ରତିଦିନ କିଛି ନା କିଛି ନୂଆ କାହାଣୀ ସାମ୍ନାକୁ ଆସୁଛି। ଏହି ସମୟରେ ଏକ ଖବର ସାମ୍ନାକୁ ଆସିଛି ଯେ, ଦଳ ଭିତରେ ଚାଲିଥିବା ବିଦ୍ରୋହ ପରେ ଏବେ ମମତା ବାନାର୍ଜୀଙ୍କ ଗୋଷ୍ଠୀକୁ ଟିଏମସିର ବ୍ୟାଙ୍କ ବାଲାନ୍ସ ସୁରକ୍ଷିତ ରଖିବା ଚିନ୍ତା ଘାରିଛି। ପରିସ୍ଥିତି ଏତେ ବିଗିଡ଼ି ଯାଇଛି ଯେ, ଦଳର କୋଷାଧ୍ୟକ୍ଷ ଅରୂପ ବିଶ୍ୱାସ ତରବରିଆ ଭାବେ ବ୍ୟାଙ୍କକୁ ଚିଠି ଲେଖି ଆକାଉଣ୍ଟରୁ କାରବାର ବନ୍ଦ କରିବାକୁ ଦାବି କରିଛନ୍ତି। ଦଳ ଭିତରୁ ଉଠୁଥିବା ବିଦ୍ରୋହର ସ୍ବର ମମତା ବାନାର୍ଜୀଙ୍କ ଅସୁବିଧାକୁ ଆହୁରି ବଢ଼ାଇ ଦେଇଛି।

ମିଡିଆ ରିପୋର୍ଟ ଅନୁଯାୟୀ, ତୃଣମୂଳ କଂଗ୍ରେସରେ ଏବେ ବଡ଼ ଧରଣର ରାଜନୈତିକ ବାଦବିବାଦ ଚାଲିଛି। ଦଳର ଅନେକ ବଡ଼ ବଡ଼ ନେତା ଓ ଜନପ୍ରତିନିଧି ବିଦ୍ରୋହୀ ହେବା ପରଠାରୁ ହିଁ ଭୟର ବାତାବରଣ ସୃଷ୍ଟି ହୋଇଛି। ଅରୂପ ବିଶ୍ୱାସ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ପଠାଇଥିବା ଚିଠିରେ ସ୍ପଷ୍ଟ ଲେଖିଛନ୍ତି ଯେ, ଦଳ ଭିତରେ ଏକ ଦ୍ୱିତୀୟ ଗୋଷ୍ଠୀ ସକ୍ରିୟ ହୋଇଉଠିଛି। ଏହି ଗୋଷ୍ଠୀ ନିଜକୁ ଦଳର ପ୍ରକୃତ କର୍ମକର୍ତ୍ତା ବୋଲି ଦାବି କରୁଛନ୍ତି। ଏହି ଟଣାଓଟରା ଯୋଗୁଁ ଏବେ ବ୍ୟାଙ୍କ ଆକାଉଣ୍ଟ ପରିଚାଳନା କରିବାର ପ୍ରକୃତ ଅଧିକାର କାହା ପାଖରେ ଅଛି, ତାହା ସ୍ପଷ୍ଟ ହୋଇପାରୁ ନାହିଁ। ସେଥିପାଇଁ ଦଳ ପକ୍ଷରୁ ଆକାଉଣ୍ଟଗୁଡ଼ିକୁ ଫ୍ରିଜ କରିବା ପାଇଁ ପଦକ୍ଷେପ ନିଆଯାଇଛି।

ରିପୋର୍ଟ ମୁତାବକ, ଦଳୀୟ କାର୍ଯ୍ୟାଳୟରେ ଦୈନନ୍ଦିନ କାମ ପାଇଁ ପୂର୍ବରୁ ଦସ୍ତଖତ ହୋଇ ରହିଥିବା (Pre-signed) ଅନେକ ଚେକ ରଖାଯାଇଥିଲା। ନେତୃତ୍ୱଙ୍କୁ ଏବେ ଭୟ ଜେ, ବିଦ୍ରୋହୀ ଗୋଷ୍ଠୀ ଏହି ଦସ୍ତଖତ ହୋଇଥିବା ଚେକଗୁଡିକର ସୁଯୋଗ ନେଇ ଦଳର ସବୁ ଟଙ୍କା ଉଠାଇ ନେଇପାରନ୍ତି। ସେଥିପାଇଁ ଅରୂପ ବିଶ୍ୱାସ ବ୍ୟାଙ୍କ ମ୍ୟାନେଜରଙ୍କୁ କହିଛନ୍ତି ଯେ, ବିନା ବିଳମ୍ବରେ ଆକାଉଣ୍ଟରୁ ସମସ୍ତ ପ୍ରକାରର ଡେବିଟ ଟ୍ରାଞ୍ଜାକ୍ସନ (ଟଙ୍କା ଉଠାଣ) ବନ୍ଦ କରାଯାଉ। ସେମାନେ ଯେକୌଣସି ପରିସ୍ଥିତିରେ ବି ନିଜର ଆର୍ଥିକ ଶକ୍ତିକୁ ହାତଛଡ଼ା କରିବାକୁ ଚାହୁଁନାହାନ୍ତି, ଯେପରି ରାଜନୈତିକ କ୍ଷମତା ସହିତ ଆର୍ଥିକ ନିୟନ୍ତ୍ରଣ ମଧ୍ୟ ସେମାନଙ୍କ ପାଖରେ ହିଁ ରହୁ।

ମିଡିଆ ରିପୋର୍ଟ ଅନୁଯାୟୀ, ଟିଏମସିର ବ୍ୟାଙ୍କ ଆକାଉଣ୍ଟଗୁଡ଼ିକରେ ବିପୁଳ ପରିମାଣର ଟଙ୍କା ଜମା ରହିଛି। ଯଦି ପରିସଂଖ୍ୟାନ (ଆକଳନ) କଥା କହିବା, ତେବେ ବ୍ୟାଙ୍କ ଆକାଉଣ୍ଟଗୁଡ଼ିକରେ ସମୁଦାୟ ୬୨୫ କୋଟି ୭୯ ଲକ୍ଷ ୮୭ ହଜାର ୨୬୪ ଟଙ୍କା ରହିଛି। ଏହା ବ୍ୟତୀତ ୨୫୦ କୋଟି ୭୭ ଲକ୍ଷ ୨୮ ହଜାର ୩୨୨ ଟଙ୍କା ଫିକ୍ସଡ ଡିପୋଜିଟ (FD) ଆକାରରେ ଜମା ଅଛି। ଏହିପରି ଭାବେ ବ୍ୟାଙ୍କ ବାଲାନ୍ସ ଏବଂ ଏଫ୍ଡି ମିଶାଇ ସମୁଦାୟ ୮୭୬ କୋଟି ୫୭ ଲକ୍ଷ ୧୫ ହଜାର ୫୮୬ ଟଙ୍କାର ପାଣ୍ଠି (ଫଣ୍ଡ) ରହିଛି। ଏହା ସହିତ, ଅଡିଟ ରିପୋର୍ଟ ଅନୁଯାୟୀ ୫୦ କୋଟି ଟଙ୍କାର ଚେକ ଏବଂ ଦଳୀୟ କାର୍ଯ୍ୟାଳୟଗୁଡ଼ିକରେ ୩୧ ଲକ୍ଷରୁ ଅଧିକ ଟଙ୍କାର ନଗଦ ମଧ୍ୟ ମହଜୁଦ ଅଛି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ମୃତଦେହ ସହ ୫ ଦିନ ଧରି ଗୋଟିଏ ଘରେ ରହିଲେ ପୁଅ, ଧନତେରସ୍‌ରେ ଝିଅ ପହଞ୍ଚିବା ପରେ….

ଲକ୍ଷ୍ନୌ,୮ା୧୧: ଉତ୍ତରପ୍ରଦେଶର କାନପୁରର ପନକି ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଅବସରପ୍ରାପ୍ତ ଡାକ୍ତରଙ୍କ ମୃତଦେହ ତାଙ୍କ ଫ୍ଲାଟ୍‌ରେ ପ୍ରାୟ ୫ ଦିନ ଧରି…

ଦୀପାବଳିରେ ପୁଅ ବିହାନଙ୍କ ମୁହଁ ଦେଖାଇଲେ କ୍ୟାଟ୍ରିନା-ଭିକି, କ୍ୟୁଟ୍‌ ଲୁକ୍‌ରେ ଫ୍ୟାନ୍ସଙ୍କ ମନ ଜିଣିଲେ ଷ୍ଟାର୍‌କିଡ୍‌!

ମୁମ୍ବାଇ,୮ା୧୧: ବଲିଉଡ୍‌ର ଚର୍ଚ୍ଚିତ ଷ୍ଟାର୍‌ କପଲ୍‌ କ୍ୟାଟ୍ରିନା କୈଫ୍‌ ଏବଂ ଭିକି କୌଶଲ ଦୀପାବଳି ଅବସରରେ ନିଜ ପ୍ରଶଂସକଙ୍କୁ ଦେଇଛନ୍ତି ଏକ ବଡ଼ ସରପ୍ରାଇଜ୍‌ । ଦୀର୍ଘ…

ପୋଖରୀରେ ବୁଡ଼ି ୨ ଜଣଙ୍କ ମୃତ୍ୟୁ: ଗାଁ ଶ୍ମଶାନରେ ଜଳିଲା ଜୁଇ, ବିଧାୟକ ପହଞ୍ଚି…

ଅତାବିରା,୮ା୧୧(ଯୁଧିଷ୍ଠିତ ମହାପାତ୍ର): ବରଗଡ଼ ଜିଲା ଅତାବିରା ବ୍ଲକ ବୁଗବୁଗା ପଞ୍ଚାୟତ ଅନ୍ତର୍ଗତ ଗମ୍ଭାଟିକ୍ରା ଗ୍ରାମରେ ଶନିବାର ପୋଖରୀରେ ମାଛ ମାରିବାକୁ ଯାଇଥିବାବେଳେ ଗ୍ରାମର ରମେଶ ମହାକୁର (୫୫)…

ନକଲି ସୁନା ଦେଇ ୪ ଲକ୍ଷ ଟଙ୍କା ଲୁଟ୍‌, ୪ ଅଭିଯୁକ୍ତଙ୍କୁ ଗିରଫ କରି…

ଭବାନୀପାଟଣା,୮ା୧୧(ଉତ୍ତମ କୁମାର ଦାଶ): ବିକ୍ରି କରିବା ବାହାନାରେ ନକଲି ସୁନା ଦେଇ ଜଣେ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଲୁଟି ନେବା ଅଭିଯୋଗରେ ରବିବାର ଭବାନୀପାଟଣା ସଦର…

ଚମକାଇଦେଲା BCCIର ଘୋଷଣା; ଏହି ଖେଳାଳିଙ୍କୁ ମିଳିଲା ବଡ଼ ଦାୟିତ୍ବ

ନୂଆଦିଲ୍ଲୀ,୮ା୧୧: ରାଇଜିଂ ଷ୍ଟାର୍ସ ଏସିଆ କପ୍‌ ପୂର୍ବରୁ ଭାରତୀୟ ଦଳରେ ହୋଇଛି ବଡ଼ ପରିବର୍ତ୍ତନ । ଆହତ ସମସ୍ୟା ଯୋଗୁଁ ଟୁର୍ନାମେଣ୍ଟରୁ ଓହରିଛନ୍ତି ରଜତ ପାଟିଦାର ।…

ଦୀପାବଳିରେ ଗଡ଼ିଲା ମୁଣ୍ଡ, ପେସାଦାର ଅପରାଧୀ ସନ୍ତୋଷଙ୍କୁ ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା

ବ୍ରହ୍ମପୁର,୮ା୧୧(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରରେ ଏବେ ପର୍ବପର୍ବାଣିରେ ଗଡୁଛି ମୁଣ୍ଡ। ଗତବର୍ଷ କୁମାର ପୂର୍ଣ୍ଣିମାରେ ଭାଜପା ନେତା ତଥା ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ହତ୍ୟା କରାଯାଇଥିଲା। ଚଳିତ…

୬୦ ବର୍ଷରେ ମା’ ଶ୍ୟାମାକାଳୀଙ୍କ ପଥର ମୂର୍ତ୍ତି ପୂଜା, ସନ୍ଧ୍ୟାରେ ଜମିବ ମହୋତ୍ସବର ଆସର

ମହାକାଳପଡ଼ା,୮ା୧୧(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସୁନୀତି ପଞ୍ଚାୟତ ସ୍ଥାନୀୟ ଜଗରୀ ଜୋର ହାଟ କାଳୀ ପଡ଼ିଆଠାରେ ୬୦ ବର୍ଷ ଧରି ପରମ୍ପରିକ ଭାବେ…

ଦୀପାବଳିରେ ସୃଷ୍ଟି ହେବ ବୁଧାଦିତ୍ୟ ରାଜଯୋଗ, ୪ ରାଶିକୁ ପ୍ରଚୁର ଧନଲାଭ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ତୁଳା ରାଶିରେ ବୁଧ ଓ ସୂର୍ଯ୍ୟଙ୍କ ଯୁତି ଯୋଗୁଁ ବୁଧାଦିତ୍ୟ ରାଜଯୋଗ ସୃଷ୍ଟି ହେଉଛି । ଏହି ଯୋଗ ୪ଟି ରାଶି ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?