୪୨ ଡିଗ୍ରୀ ଟପିଲା ଟିଟିଲାଗଡ଼

ଭୁବନେଶ୍ବର,୩୧।୩(ବ୍ୟୁରୋ): କିଛି ଦିନ ହେଲା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗୁରୁବାର ଟିଟିଲାଗଡ଼ରେ ସର୍ବାଧିକ ୪୨.୭ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଏପରି କି ଫୁଲବାଣୀରେ ୧୯.୫ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରହିଛି। ପଶ୍ଚିମ ଓଡ଼ିଶା ବଲାଙ୍ଗୀରରେ ୪୨.୫ ଡିଗ୍ରୀ ଥିବା ବେଳେ ସୋନପୁରରେ ୪୧.୯, ଝାରସୁଗୁଡାରେ ୪୧.୨, ଭବାନୀପାଟଣାରେ ୪୧.୦ ଏବଂ ବୌଦ୍ଧରେ ୪୧.୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ଗୋପାଳପୁର ସହରରେ ସର୍ବାଧିକ ୩୦.୨ ଡିଗ୍ରୀ ଥିବା ବେଳେ ପୁରୀ ଏବଂ ପାରାଦୀପରେ ୩୨.୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।
ଟାଣ ଖରାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ଗୁରୁବାର ବଲାଙ୍ଗୀର, ସୁବର୍ଣ୍ଣପୁର, ବରଗଡ଼, ବୌଦ୍ଧ ଏବଂ କଳାହାଣ୍ଡି ଜିଲାକୁ ୟେଲୋ ୱାର୍ନିଂ ଜାରି କରାଯାଇଛି। ଏଥିସହିତ ୫ ଜିଲାବାସୀଙ୍କୁ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

ଅନ୍ୟପକ୍ଷେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏପ୍ରିଲ ୨ ତାରିଖରୁ ସକାଳୁଆ ସ୍କୁଲ ଖୋଳିବା ନେଇ ଘୋଷଣା କରିଛନ୍ତି। ସେହିପରି ଏପ୍ରିଲ ୧ ଓ ୨ରେ ମଧ୍ୟ ବଲାଙ୍ଗୀର, ସୁବର୍ଣ୍ଣପୁର, ବରଗଡ଼, ବୌଦ୍ଧ, କଳାହାଣ୍ଡ ଜିଲାରେ ଗ୍ରୀଷ୍ମ ପ୍ରବାହ ଜାରି ରହି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏପ୍ରିଲ ୨ ପରେ କିଛି ଜିଲାରେ ବର୍ଷା ସହିତ କାଳବୈଶାଖୀ ପ୍ରଭାବରେ ଝଡ ତୋଫାନ ହେବାର ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ୭୬୦ କଲରାପତରିଆ ବାଘ

ଭୁବନେଶ୍ୱର,୨୨।୧୨(ବ୍ୟୁରୋ): ଓଡ଼ିଶାରେ କଲରାପତରିଆ ବାଘ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧିପାଇଛି। ମାତ୍ର ୪ ବର୍ଷରେ ଏମାନଙ୍କ ସଂଖ୍ୟା ୧୦୦%ରୁ ଅଧିକ ବଢ଼ିଛି। ଜାତୀୟ ବ୍ୟାଘ୍ର ସଂରକ୍ଷଣ...

ଲୟୋଲା ସ୍କୁଲରେ ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧନା ଦ୍ୱାୟିତ୍ୱବାନ ନାଗରିକ ହେବାକୁ ପରାମର୍ଶ

ଭୁବନେଶ୍ୱର, ୨।୭(ବ୍ୟୁରୋ) ଲୟୋଲା ସ୍କୁଲ ପକ୍ଷରୁ ସୋମବାର ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସ୍କୁଲରେ ଦଶମ ଓ ଦ୍ୱାଦଶ ଶ୍ରେଣୀରେ ୯୦ ପ୍ରତିଶତରୁ ଅଧିକ...

୨୦୪୧ ସୁଦ୍ଧା ଭୁବନେଶ୍ୱର-କଟକ ମେଟ୍ରୋ ରେଳ ପରିକଳ୍ପନା ନାହିଁ

ଭୁବନେଶ୍ୱର,୩୧ା୩(ବ୍ୟୁରୋ): ଆସନ୍ତା ୨୦ ବର୍ଷ ଅର୍ଥାତ୍‌ ୨୦୪୧ ଯାଏ କଟକ ଓ ଭୁବନେଶ୍ୱର ସୁଦ୍ଧା ମେଟ୍ରୋ ଟ୍ରେନ୍‌ର ପରିକଳ୍ପନା ନାହିଁ। ଆବଶ୍ୟକ ଜନସଂଖ୍ୟା ନ ଥିବାରୁ...

ଦିନରେ ବନ୍ଧା ହୋଇଥିଲେ, ରାତିରେ ଖସି ପଳାଇଲେ

ଆର୍‌.ଉଦୟଗିରି,୨୨ା୮(ଡି.ଏନ୍‌.ଏ.)- ଗଜପତି ଜିଲା ଆର୍‌.ଉଦୟଗିରି ଥାନା ହାଜତରୁ ଗୁରୁବାର ବିଳମ୍ବିତ ରାତିରେ ଜଣେ ଅଭିଯୁକ୍ତ ଚମ୍ପଟ ମାରିଛନ୍ତି। ସେ ହେଲେ ପୁରୀ ସଦର ଥାନା ଅଞ୍ଚଳର...

୨୪ ଘଣ୍ଟା ନ ପୁରୁଣୁ ପୁଣି ସିକନ୍ଦରାବାଦରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ

କୋକସର,୫।୧୨,(ଡି.ଏନ୍‌.ଏ.): ୨୪ ଘଣ୍ଟା ନ ପୁରୁଣୁ ପୁଣି ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି। ସୋମବାର କଳାହାଣ୍ଡି ଜିଲା ଗମ୍ଭାରୀଗୁଡ଼ା ର୍ସିଲିଗୁଡା ଗାଁକୁ...

ବେଆଇନ ମଣ୍ଡପ ସିଲ୍‌

ବାରିପଦା ଅଫିସ,୨୯।୧୦: ମୟୂରଭଞ୍ଜ ଜିଲା ବାରିପଦା ପୌରପାଳିକାର ବିନା ଅନୁମତିରେ ବେଆଇନ ଭାବେ ଚାଲିଥିବା ଦୁଇଟି କଲ୍ୟାଣ ମଣ୍ଡପ ଓ ଗୋଟିଏ ନିର୍ମାଣାଧୀନ କୋଠାକୁ ଶୁକ୍ରବାର...

ନୂଆ ପୁରୁଣା ଗୀତରେ ଦୁଲୁକିବ ମେଲୋଡି ମଞ୍ଚ

କଟକ,୭ା୯(ସୁପ୍ରିୟା ପ୍ରିୟଦର୍ଶିନୀ)ଗଣେଶ ପୂଜାରୁ ଆରମ୍ଭ ହୋଇଯିବ ପାର୍ବଣ ଋତୁ। ନୂଆ ପୁରୁଣା ଗୀତ ସହ ବାଦ୍ୟଯନ୍ତ୍ରର ଧୂମଧଡ଼ାକ ଶୁଣିବାକୁ ମିଳିବ। ଏଥିପାଇଁ ଗାୟିକା ଗାୟକମାନଙ୍କର ଚାହିଦା...

ବଦଳିଲେ ଜଗତସିଂହପୁର ଜିଲାପାଳ

ଭୁବନେଶ୍ୱର,୪।୧୦(ବ୍ୟୁରୋ)-ଜଗତସିଂହପୁର ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ରବିବାର ବଦଳି ହୋଇଛି। ତାଙ୍କ ସ୍ଥାନରେ ନୂତନ ଜିଲାପାଳ ଭାବେ ସରୋଜ କୁମାର ମିଶ୍ରଙ୍କୁ ଦାୟିତ୍ୱ ମିଳିଛି। ସଂଗ୍ରାମଙ୍କୁ...

Advertisement
Archives

Model This Week