ୟୁଏଇରେ ରିଲିଜ୍ ହେବ ‘ଦ କଶ୍ମୀର ଫାଇଲ୍ସ’

ମୁମ୍ବାଇ: ଇଣ୍ଡିଆନ ବକ୍ସ ଅଫିସରେ ଧମାଲ ମଚାଇଥିବା ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’ ଏବେ ୟୁଏଇ ଆଡେ ମୁହାଁଇଛି । କିଛିଦିନ ତଳେ ଫିଲ୍ମର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ କହିଥିଲେ ତାଙ୍କ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’କୁ ୟୁଏଇରେ ବ୍ୟାନ କରି ଦିଆଯାଇଛି । ହେଲେ ଏହାର କାରଣ ଅସ୍ପଷ୍ଟ ଥିଲା । ଏବେ କିନ୍ତୁ ବିବେକ ଅଗ୍ନିହୋତ୍ରୀ ଟୁଇଟ୍ କରି ଜଣାଇଛନ୍ତି କି ତାଙ୍କ ଫିଲ୍ମରେ ଲଗାଯାଇଥିବା ପ୍ରତିବନ୍ଧକ ହଟାଇ ଦିଆଯାଇଛି । ତେଣୁ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’ ୟୁଏଇରେ ଏପ୍ରିଲ ୭ରେ ରିଲିଜ୍ ହେବାକୁ ଯାଉଛି । ତାହା ପୁଣି ବିନା କଟ୍‌ରେ ।
ବିବେକ ଟୁଇଟ୍ କରି ଲେଖିଛନ୍ତି ବଡ ସଫଳତା, ଶେଷରେ ୟୁନାଇଟେଡ ଅରବ ଏମିରେଟ୍ସ(ୟୁଏଇ)ରେ ସେନସରର ଅନୁମତି ମିଳିଯାଇଛି । ରେଟେଡ ୧୫+ ବିନା କୌଣସି କଟ୍‌ରେ ଏହା ପାସ୍ ହୋଇଛି । ୭ ଏପ୍ରିଲ(ଗୁରୁବାର) ଫିଲ୍ମ ରିଲିଜ୍ ହେବାକୁ ଯାଉଛି । ଏହା ଜାଣିବା ପରେ ଅଭିନେତା ଅନୁପମ ଖେର ବି ଖୁସି ମନାଇଛନ୍ତି । ସେ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଟୁଇଟକୁ ରି ଟୁଇଟ୍ କରି ହର ହର ମହାଦେବ ବୋଲି ଲେଖିଛନ୍ତି । ଚଳିତ ମାସ ଆରମ୍ଭରେ ବିବେକ ଏକ ସାକ୍ଷାତ୍‌କାରରେ କହିଥିଲେ କି କିଛି ଦେଶ ‘ଦ କଶ୍ମୀର ଫାଇଲ୍ସ’ ଉପରେ ପ୍ରତିବନ୍ଧକ ଲାଗାଇଛନ୍ତି । ଏବେ ୟୁଏଇ ଏହି ପ୍ରତିବନ୍ଧକ ହଟାଇ ଦେଇଥିବା ବେଳେ କତ୍ତର ଓ ସିଙ୍ଗାପୁରରେ ଏବେ ପର୍ଯ୍ୟନ୍ତ ପ୍ରତିବନ୍ଧକ ରହିଛି ।
ଶୁଣିବାକୁ ମିଳିଛି କି ବ୍ରିଟିଶ ସଂସଦ ଫିଲ୍ମ ନିର୍ଦ୍ଦେଶକ ବିବେକ ଓ ତାଙ୍କ ପତ୍ନୀ ପଲ୍ଲବି ଯୋଶୀ(ଯିଏ ଫିଲ୍ମରେ ଅଭିନୟ କରିଛନ୍ତି) କଶ୍ମୀର ହିନ୍ଦୁଙ୍କ ଦୁର୍ଦ୍ଦଶା ସମ୍ବଦ୍ଧରେ କଥା ହେବା ଲାଗି ଆମନ୍ତ୍ରଣ କରିଛନ୍ତି । ଗଣମାଧ୍ୟମ ସହ କଥା ହେବା ସମୟରେ ନିର୍ଦ୍ଦେଶକ ଏହି ସୂଚନା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ପୁନମ ପାଣ୍ଡେଙ୍କ ନିର୍ବନ୍ଧ ଶେଷ

ମଡେଲ ତଥା ଅଭିନେତ୍ରୀ ପୁନମ ପାଣ୍ଡେଙ୍କ ନିର୍ବନ୍ଧ ଶେଷ ହୋଇଛି। ପ୍ରେମିକ ସାମ ବମ୍ବେଙ୍କୁ ନିଜ ଜୀବନ ସାଥୀ ଭାବେ ବାଛିଛନ୍ତି ସେ। ସାମ ନିଜ...

ଏହି ଅଭିନେତା କରିଥିଲେ ମନା; ସେଥିପାଇଁ ତ ବିଗ୍‌ ବିଙ୍କ ସହ ଗୋଟିଏ ଫିଲ୍ମ କରିନାହାନ୍ତି ଧକ୍‌ ଧକ୍‌ ଗର୍ଲ

ବମ୍ବେ: ଆଜି ହେଉଛି ଧକ୍‌ ଧକ୍‌ ଗର୍ଲ ମାଧୁରୀ ଦୀକ୍ଷିତଙ୍କ ହାପି ବର୍ଥ ଡେ’ ଅର୍ଥାତ ଜନ୍ମଦନ। ମେ’ ୧୫ରେ ସେ ନିଜର ୫୪ତମ ଜନ୍ମଦିନ...

ରଣବୀର କିଣିଲେ ନୂଆ ଗାଡ଼ି, ମୂଲ୍ୟ ୩ କୋଟି

ମୁମ୍ବାଇ: ନୂଆ ଗାଡ଼ି କିଣିଛନ୍ତି ରଣବୀର ସିଂହ। ଯାହାକୁ ନେଇ ଏବେ ଚର୍ଚ୍ଚା। ଲାଲ ରଙ୍ଗର ଲମ୍ବୋରଗିନି ୟୁଆର୍‌ୟୁଏସ୍‌କୁ ଚଳାଉଥିବାର କିଛି ଫଟୋ ଏବେ ସୋସିଆଲ...

ସାମ୍ନାକୁ ଆସିଲା ଫିଲ୍ମ‘ଆର୍‌ଆର୍‌ଆର୍‌’ର ଆଉ ଏକ ଗୀତ

ନିର୍ଦ୍ଦେଶକ ଏସ. ଏସ ରାଜାମୌଲିଙ୍କ ଫିଲ୍ମ‘ଆର୍‌ଆର୍‌ଆର୍‌’ ଆସନ୍ତା ୨୫ରେ ରିଲିଜ ହେବାକୁ ଯାଉଛି। ଫିଲ୍ମ ରିଲିଜ ହେବା ପୂର୍ବରୁ ନିର୍ମାତା ଫିଲ୍ମର ଆଉ ଏକ ଗୀତ...

ଆର୍ୟନଙ୍କ ସହ ଗିରଫ ହୋଇଥିବା ଯୁବତୀ ଜଣକ କିଏ…

ମୁମ୍ବାଇ: ଡ୍ରଗ୍ସ ମାମଲାରେ ବଲିଉଡ୍‌ ଷ୍ଟାର ଶାହାରୁଖ୍‌ ଖାନ୍‌ଙ୍କ ପୁଅ ଆର୍ୟନ ଖାନ୍‌ଙ୍କୁ ଏନ୍‌ସିବି ରବିବାର ଗିରଫ କରିଥିଲା। ହେଲେ ଏନ୍‌ସିବି ଆର୍ୟନଙ୍କ ସହ ତାଙ୍କର...

ସ୍ବାମୀଙ୍କ ଦେହରେ ଭୁଲରେ ଗୁଳି ଲାଗିବାରୁ ବିଧବା ହୋଇଯାଇଥିଲେ ଏହି ସଫଳ ଅଭିନେତ୍ରୀ

ବିଗତ ଦିନର ବଲିଉଡ୍‌ର ସଫଳ ତଥା ଲୋକପ୍ରିୟ ଅଭିନେତ୍ରୀ ହେଉଛନ୍ତି ଲୀନା ଚନ୍ଦାଭରକର। ୨୯ ଅଗଷ୍ଟ ୧୯୫୦ରେ କର୍ନାଟକରେ ଜନ୍ମଗ୍ରହଣ କରିଥିବା ଲୀନାଙ୍କର ଆଜି ହେଉଛି...

ଗୋଟିଏ ଘଣ୍ଟାରେ ଚାରି ଲକ୍ଷ ଲାଇକ୍‌

ବମ୍ବେ: ଅଭିନେତ୍ରୀ ତଥା ଟାଇଗର ଶ୍ରଫ୍‌ଙ୍କ କଥିତ ପ୍ରେମିକା ଦିଶା ପଟାନୀ ସୋସିଆଲ ମିଡିଆରେ ଖୁବ୍‌ ସକ୍ରିୟ। ଗୋଟିଏ ପରେ ଗୋଟିଏ ବୋଲ୍ଡ ଓ ସୁନ୍ଦର...

ହିମେଶଙ୍କ ପରେ ଏବେ ସଲମାନ୍‌: ରାନୁଙ୍କୁ ଘର, ‘ଦବଙ୍ଗ-୩’ରେ ଗୀତ ଗାଇବାକୁ ଦେଲେ ସୁଯୋଗ !

ପଶ୍ଚିମବଙ୍ଗ ରେଳ ଷ୍ଟେଶନରେ ଲତା ମଙ୍ଗେସକରଙ୍କ ‘ଏକ ପ୍ୟାର୍‌ କା ନଗ୍‌ମା ହୈ…’ ଗୀତ ଗାଇ ରାତାରାତି ଚର୍ଚ୍ଚାକୁ ଆସିଥିଲେ ରାନୁ ମଣ୍ଡଳ। ରାନୁଙ୍କ ଏହି...

Advertisement
Archives

Model This Week