ରାସ୍ତାରେ ବାଘଛୁଆ, ଭିଡିଓ ଭାଇରାଲ

  1. ଚୌଦ୍ୱାର,୨୭।୧୧(ଡି.ଏନ୍‌.ଏ.): କଟକ ବନଖଣ୍ଡ ଅଧୀନ ଡାଳିଯୋଡ଼ା ଫରେଷ୍ଟ ରେଞ୍ଜର ରାମଚନ୍ଦ୍ରପୁରଶାସନ ଗ୍ରାମ ନିକଟ ଫାର୍ମହାଉସ ରାସ୍ତାରେ ୨ଟି ବାଘଛୁଆ ବୁଲୁଥିବା ନେଇ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଫଳରେ ଉକ୍ତ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଏହି ଘଟଣାକୁ ନେଇ ବନ ବିଭାଗ ପକ୍ଷରୁ ଦିନତମାମ ତଦନ୍ତ କରାଯାଉଛି। ସୂଚନା ଅନୁଯାୟୀ, ବୁଧବାର ରାତି ପ୍ରାୟ ୯ଟାରେ ୨ଜଣ ଯୁବକ କାର୍‌ ଯୋଗେ ରାମଚନ୍ଦ୍ରପୁରଶାସନ ଗ୍ରାମ ନିକଟ ଏହି ଫାର୍ମକୁ ଯାଉଥିଲେ। ଫାର୍ମର କିଛିବାଟ ପୂର୍ବରୁ ଗାଡ଼ି ଆଲୁଅରେ ବାଘଛୁଆ ସଦୃଶ ୨ଟି ଜନ୍ତୁକୁ ଦେଖି ତାହାର ଭିଡିଓ କରିଥିଲେ। ପରେ ଏହି ଭିଡିଓ ଜଣେ ଗଣମାଧ୍ୟମ ପ୍ରତିନିଧିକୁ ଦେବା ପରେ ତାହା ଭାଇରାଲ ହୋଇଥିଲା। ଗୁରୁବାର ଏହି ଖବର ପ୍ରଚାର ହେବା ପରେ ସ୍ଥାନୀୟ ଲୋକେ ଓ ନିକଟସ୍ଥ ବନ ସୁରକ୍ଷା ସମିତିର କର୍ମକର୍ତ୍ତାମାନେ ସେଠାରେ ପହଞ୍ଚତ୍ଥିଲେ। ପରେ ମଙ୍ଗରାଜପୁର ଫରେଷ୍ଟର ମାଣିକ ମୁଣ୍ଡା ଓ ବୈରୀ ରେଞ୍ଜ ଅଫିସର ଅଭିରାମ ଜେନା ପହଞ୍ଚି ଘଟଣାର ଅନୁସନ୍ଧାନ କରି ତଦନ୍ତ ଜାରି ରଖିଛନ୍ତି। ତେବେ ଉକ୍ତ ରାସ୍ତାରେ ବନ ବିଭାଗ ତରଫରୁ ସିସି କ୍ୟାମେରା ଲଗାଯାଇଥିବା ମଙ୍ଗରାଜପୁର ଫରେଷ୍ଟର ମୁଣ୍ଡା ସୂଚନା ଦେଇଛନ୍ତି। ହେଲେ ବାଘଛୁଆ ଆସିବା କଥାକୁ ବନ ବିଭାଗ ସହଜରେ ଗ୍ରହଣ କରିପାରି ନାହଁି। ବୈରୀ ରେଞ୍ଜ ଅଫିସର ଜେନାଙ୍କ କହିବାନୁଯାୟୀ କଟକ ବନଖଣ୍ଡ ଅଧୀନରେ ଥିବା ଜଙ୍ଗଲରେ ବାଘ ନାହାନ୍ତି। ଏଥିସହ ଏହା ବାଘଛୁଆ କି ଅନ୍ୟ କୋଣସି ଜୀବ ତାହା ଭିଡିଓରେ ସ୍ପଷ୍ଟ ହେଉ ନାହଁି। ଅଧିକ ତଦନ୍ତ ପାଇଁ ଭିଡିଓକୁ ଭୁବନେଶ୍ୱର ପଠାଯାଇଛି। ଏଥି ପାଇଁ ବନ ବିଭାଗ କର୍ମଚାରୀ ସଜାଗ ରହିବା ସହ ଗ୍ରାମବାସୀଙ୍କୁ ମଧ୍ୟ ସଚେତନ ରହିବା ପାଇଁ ବିଭାଗ ତରଫରୁ ସୂଚନା ପ୍ରଦାନ କରାଯାଇଥିବା ସେ କହିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ନିଶାମୁକ୍ତ ସମାଜ ଗଠନ ପାଇଁ ସାମୂହିକ ସଂକଳ୍ପ: ସାମିଲ ହେଲେ…

ଛତ୍ରପୁର, ୨୬।୬ (ଦିଲ୍ଲୀପ ସାମଲ): ଅନ୍ତର୍ଜାତୀୟ ନିଶା ନିବାରଣ ଓ ଅବୈଧ ତସକରି ବିରୋଧ ଦିବସ-୨୦୨୬ ଅବସରରେ ଗଞ୍ଜାମ ଗିଲାରେ ଗତ ୧୭ ଜୁନରୁ ଆରମ୍ଭ ହୋଇଥିବା…

ଆଜି ପ୍ରଥମ ଟି୨୦: ଭାରତ-ଆୟର୍ଲାଣ୍ଡ ମୁକାବିଲା

ବେଲଫାଷ୍ଟ,୨୬ା୬: ଭାରତ ଏବଂ ଆୟର୍ଲାଣ୍ଡ ମଧ୍ୟରେ ଗୁରୁବାର ଦୁଇ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ ସହିତ ଶ୍ରେୟସ ଆୟାର ଅନ୍ତର୍ଜାତୀୟ…

ଅତିରିକ୍ତ ତହସିଲଦାରଙ୍କୁ ଆକ୍ରମଣ ଉଦ୍ୟମ

ରାଜନଗର,୨୬ା୬(ଭାସ୍କର ରାଉତରାୟ): ସମଗ୍ର ରାଜ୍ୟରେ କେଉଁଠି କେଉଁଠି ବେଆଇନ ବାଲି ଚାଲାଣକୁ ନେଇ ପୋଲିସ ପ୍ରଶାସନଙ୍କ ସହିତ ମାଫିଆଙ୍କର ମୁକାବିଲା ଏପରକି ଆକ୍ରମଣ ଭଳି ଅନେକ ଘଟଣା…

୩୦ ବର୍ଷ ସଂଘ ପରେ ୬୩ ପରିବାରକୁ ମିଳିଲା ଜଙ୍ଗଲ ଜମି ପଟ୍ଟା

ଥୁଆମୂଳ ରାମପୁର,୨୬ା୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ପଞ୍ଚାୟତର ଅଣ-ସର୍ଭେ ଗ୍ରାମ ସେମେଲପଦରର ୬୩ଟି ବନବାସୀ ପରିବାରକୁ ବହୁ ପ୍ରତୀକ୍ଷିତ ବ୍ୟକ୍ତିଗତ ଜଙ୍ଗଲ…

ରାମ ମନ୍ଦିର ଟ୍ରଷ୍ଟିରେ ବଡ଼ ହଲଚଲ: ମହାସଚିବଙ୍କ ସମେତ ୨ଜଣଙ୍କ ଇସ୍ତଫା

ଲକ୍ଷ୍ନୌ,୨୬।୬: ରାମ ମନ୍ଦିର ଦାନ ଚୋରି ମାମଲାର SIT ତଦନ୍ତ ପରେ ମାମଲା ରୁଜୁ ହୋଇଛି। ଏହି ପରିପ୍ରେକ୍ଷୀରେ ରାମ ମନ୍ଦିର ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସାଧାରଣ…

ଫ୍ଲାଟ୍ ଲୋଭରେ ଭଉଣୀଙ୍କୁ ଖଣ୍ଡଖଣ୍ଡ କଲେ ଭାଇ, ଶବକୁ ଟଏଲେଟ୍‌ରେ ଫ୍ଲଶ୍ କରିବା ବେଳେ….

ମସ୍କୋ,୨୬।୬: ମସ୍କୋରୁ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି । ତିନି କୋଠରୀ ବିଶିଷ୍ଟ ଫ୍ଲାଟ ପାଇବା ପାଇଁ ଜଣେ ଭାଇ ଭଗାରି ପାଲଟିଗଲେ। ପ୍ରଥମେ, ସେ…

ଠିକ୍‌ ୪ଟା ବାଜିଲେ କାହିଁକି ହୁଏ ବର୍ଷା? ରହସ୍ୟ ଜାଣି ଚମକି ପଡିଲେ ବୈଜ୍ଞାନିକ

ବିଶ୍ୱ ଅନେକ ଅନନ୍ୟ ଏବଂ ଆଶ୍ଚର୍ଯ୍ୟଜନକ ପାଣିପାଗ ଘଟଣା ଦେଖିଥାଏ, କିନ୍ତୁ ବିଷୁବ ରେଖା ନିକଟରେ ଘଟୁଥିବା ଏକ ଘଟଣା ବୈଜ୍ଞାନିକ ଏବଂ ସାଧାରଣ ଲୋକଙ୍କୁ ଉଭୟଙ୍କୁ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: PNG କନେକ୍ସନ ନେଲେ ବି ମିଳିବ LPG, ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨୬।୬: କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଏବେ ଲୋକଙ୍କୁ PNG (Pipe Natural Gas) କନେକ୍ସନ ନେବାକୁ ହେବ। ଅନ୍ୟପଟେ ଯେଉଁମାନେ PNG କନେକ୍ସନ ନେବେ, ସେମାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri