ଗଞ୍ଜାମ ଜିଲା ଆଇନ ସେବା ପ୍ରାଧିକରଣର ତ୍ୱରିତ ପଦକ୍ଷେପ, ବ୍ରହ୍ମପୁର ହୋଟେଲରୁ ଉଦ୍ଧାର ହେଲେ ନାବାଳକ ଶ୍ରମିକ

ଛତ୍ରପୁର,୧୯ା୧୧(ଦିଲ୍ଲୀପ ସାମଲ): ଶିଶୁ ଶ୍ରମିକ ପ୍ରଥାର ନିରାକରଣ ଓ ଶିଶୁ ଅଧିକାରର ସୁରକ୍ଷା ଦିଗରେ ଗଞ୍ଜାମ ଜିଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଇଛି । ବ୍ରହ୍ମପୁର ସହରର ଆସ୍କା ରୋଡ୍‌ସ୍ଥିତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ସମ୍ମୁଖରେ ଥିବା ଏକ ହୋଟେଲରେ ୧୪ ବର୍ଷରୁ କମ୍ ବୟସର ନାବାଳକ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ଜଣେ ଆଇନ ସହାୟକ ସ୍ୱେଚ୍ଛାସେବୀଙ୍କ ନଜରକୁ ଆସିଥିଲା। ସେ ତୁରନ୍ତ ଏ ସମ୍ପର୍କରେ ପ୍ରାଧିକରଣକୁ ଅବଗତ କରାଇଥିଲେ।
ଘଟଣାକୁ ଗୁରୁତ୍ୱର ସହ ଗ୍ରହଣ କରି ପ୍ରାଧିକରଣର ସଚିବ ବ୍ୟୋମକେଶ ନାୟକ ଶିଶୁଟିର ସୁରକ୍ଷା ଓ ଅଧିକାର ସୁନିଶ୍ଚିତ କରିବା ସହ ଆବଶ୍ୟକ ଆଇନଗତ ପଦକ୍ଷେପ ନିମନ୍ତେ ସମ୍ପୃକ୍ତ ବିଭାଗଗୁଡ଼ିକ ମଧ୍ୟରେ ସମନ୍ୱୟ ରକ୍ଷା ଉପରେ ଗୁରୁତ୍ୱ ଦେଇଥିଲେ । ଏଥିରେ ମାନବ ଚାଲାଣ ନିରୋଧକ ଦଳ, ପୋଲିସ ଓ ଶ୍ରମ ବିଭାଗର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିଲା। ଆଇନ ସହାୟକ ସ୍ୱେଚ୍ଛାସେବୀଙ୍କ ସଜାଗତା ଏହି ଘଟଣାରେ ପ୍ରଶଂସନୀୟ ହୋଇଥିବାବେଳେ ତୃଣମୂଳ ସ୍ତରରେ ଶିଶୁ ଅଧିକାରର ଉଲ୍ଲଂଘନ ରୋକିବାରେ ସେମାନଙ୍କ ଭୂମିକା ପୁଣିଥରେ ପ୍ରମାଣିତ ହୋଇଛି ।
ଜିଲା ଜଜ୍ ତଥା ପ୍ରାଧିକରଣର ଅଧ୍ୟକ୍ଷ ଅଶାନ୍ତ ଦାସଙ୍କ ତତ୍ତ୍ୱାବଧାନରେ ସଚିବ ନାୟକଙ୍କ ନେତୃତ୍ୱରେ ଜିଲାରେ ଆଇନ ସଚେତନତା ଓ ମାଗଣା ଆଇନ ସେବା ପ୍ରଦାନ କାର୍ଯ୍ୟ ଜାରି ରହିଛି । ଆଇନ ଅନୁଯାୟୀ ୧୪ ବର୍ଷରୁ କମ୍ ଶିଶୁଙ୍କୁ ନିଯୁକ୍ତି କରିବା ନିଷିଦ୍ଧ । ତେଣୁ କୌଣସି ସ୍ଥାନରେ ଶିଶୁ ଶ୍ରମିକ ନିୟୋଜନ ଦେଖିଲେ ନୀରବ ନରହି ତୁରନ୍ତ ପୋଲିସ, ଶ୍ରମ ବିଭାଗ କିମ୍ବା ପ୍ରାଧିକରଣକୁ ଜଣାଇବାକୁ ଜନସାଧାରଣଙ୍କୁ ଆହ୍ୱାନ କରାଯାଇଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଧୁମ୍‌ଧାମ୍‌ରେ ସମ୍ପନ୍ନ ହେଲା ପ୍ରସିଦ୍ଧ ଝାମୁଯାତ୍ରା, କଣ୍ଟା ଦୋଳି ଦେଖିବାକୁ ହଜାର ହଜାର ଭକ୍ତଙ୍କ ଭିଡ଼

ଥୁଆମୂଳ ରାମପୁର,୧୯।୧୧(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସ୍ଥିତ କୋଷାବରା ଝାମୁଯାତ୍ରା ପୂଜା କମିଟି ଆନୁକୂଲ୍ୟରେ ଚଳିତ ବର୍ଷର ଦୀପାବଳି ପର୍ବ ତଥା ବାବା…

୯ ଟେଷ୍ଟରେ ୧୦୬ ନୋ-ବଲ: ଲଜ୍ଜାଜନକ ରେକର୍ଡ କଲା ପାକିସ୍ତାନ

ରାୱଲପିଣ୍ଡି,୧୯।୧୧:ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ରାୱଲପିଣ୍ଡିରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଖେଳାଯାଉଛି। ମ୍ୟାଚ୍‌ର ତୃତୀୟ ଦିନ ସୁଦ୍ଧା ପାକିସ୍ତାନୀ ବୋଲରଙ୍କ ପକ୍ଷରୁ ଅନେକ ନୋ-ବଲ ଦେଖିବାକୁ ମିଳିଛି।…

ଭୟଙ୍କର ଦୁର୍ଘଟଣା: କେନାଲ ଭିତରକୁ ଖସି ପଡ଼ିଲା ସ୍କର୍ପିଓ, ଚାଲିଗଲା ୬ ଜୀବନ

ପାଟଣା,୧୯।୧୧: ବିହାରର ଅରରିଆ ଜିଲାରେ ଗୁରୁବାର ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ସ୍କର୍ପିଓ ନିୟନ୍ତ୍ରଣ ହରାଇ କେନାଲକୁ ଖସିପଡ଼ି ଥିଲା। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୬ଜଣଙ୍କ…

ବାତ୍ୟା ‘ଅକ୍ୱାନ’କୁ ନେଇ ଖୋର୍ଦ୍ଧା ଜିଲା ପ୍ରଶାସନ ପ୍ରସ୍ତୁତ: ୩୧୩ ଆଶ୍ରୟସ୍ଥଳ କାର୍ଯ୍ୟକ୍ଷମ, ୫୬ ଗର୍ଭବତୀଙ୍କୁ ସ୍ଥାନାନ୍ତର

ଖୋର୍ଦ୍ଧା,୧୯ା୧୧(ପ୍ରଭାତ ପାଣିଗ୍ରାହୀ): ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ’ର ମୁକାବିଲା ପାଇଁ ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଓ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଜିଲାପାଳ…

ପାରାଦୀପ ବନ୍ଦର ପାଇଁ ନୂଆ ନିର୍ଦ୍ଦେଶନାମା ଜାରି, ବାତ୍ୟାର ଗତିବିଧି ପରିବର୍ତ୍ତନ ପରେ…

ପାରାଦୀପ,୧୯ା୧୧(ଶରତ ରାଉତ): ସମ୍ଭାବ୍ୟ ବାତ୍ୟା ଅକ୍ବାନ ପାଇଁ ପାରାଦୀପ ବନ୍ଦର ପ୍ରଶାସନ ପକ୍ଷରୁ ବୁଧବାର ସନ୍ଧ୍ୟାରେ ନୂଆ ନିର୍ଦ୍ଦେଶନାମା ଜାରି କରାଯାଇଛି। ଅର୍ଥାତ ଆସନ୍ତା ଗୁରୁବାର ଓ…

ମନ୍ତ୍ରୀ ଦେଲେ ବଡ଼ ସୂଚନା; ଏହି ୩ ଜିଲାରେ ଅଛି ସୁନା ଖଣି, ତାଲିକାରେ…

ଭୁବନେଶ୍ୱର,୧୯ା୧୧: ଓଡ଼ିଶାରେ ସୁନା, ରୁପା ଓ ମାଣିକ୍ୟ ଭଳି ମୂଲ୍ୟବାନ ଖଣିଜ ସମ୍ପଦର ସନ୍ଧାନ ମିଳିଛି । ରାଜ୍ୟର କେନ୍ଦୁଝର, ଦେବଗଡ଼ ଓ ମୟୂରଭଞ୍ଜ ଜିଲାରେ ସୁନା…

ଆସନ୍ତାକାଲି ମଇଦାନକୁ ଓହ୍ଲାଇବେ ବୈଭବ ସୂର୍ଯ୍ୟବଂଶୀ! କେଉଁଠି , କେମିତି ଦେଖିବେ ମ୍ୟାଚ, ଜାଣନ୍ତୁ…

ନୂଆଦିଲ୍ଲୀ,୧୯।୧୧: ଦୋହାରେ ଆରମ୍ଭ ହୋଇଛି ଏସିଆ କପ ରାଇଜିଂ ଷ୍ଟାର୍ସ ୨୦୨୬। କିନ୍ତୁ ଭାରତୀୟ କ୍ରିକେଟ ପ୍ରେମୀଙ୍କ ନଜର ଏବେ ଯୁବ ସେନ୍ସେସନ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ…

ଦ୍ୱିତୀୟ ବିବାହର ସନ୍ତାନଙ୍କୁ ବି ମା’ଙ୍କ ସମ୍ପତ୍ତିରେ ମିଳିବ ଅଧିକାର: ସୁପ୍ରିମକୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ,୧୯।୧୧: ସାଧାରଣତଃ ପରିବାରର ସଦସ୍ୟଙ୍କ ମଧ୍ୟରେ ସମ୍ପତ୍ତିକୁ ନେଇ ବିବାଦ ଦେଖିବାକୁ ମିଳେ। ବିଶେଷକରି ଜଣେ ମହିଳାଙ୍କ ବିବାହ ପରେ ତାଙ୍କ ସ୍ବାମୀଙ୍କ ମୃତ୍ୟୁ ହୋଇଯିବା ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?