Posted inଖେଳ

ଆଜିଠୁ ବକ୍ସ ଅଫିସରେ ଟିକେଟ ବିକ୍ରି

ଭୁବନେଶ୍ୱର, ୬।୩(କ୍ରୀଡ଼ା ପ୍ରତିନିଧି): ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମରେ ଭାରତ, ଅଷ୍ଟ୍ରେଲିଆ ଓ ବିଶ୍ୱ ଚାମ୍ପିୟନ ଜର୍ମାନୀକୁ ନେଇ ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ ହକି ମ୍ୟାଚ ଚଳିତ ମାସ ୧୦ରୁ ୧୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିପାଇଁ ବକ୍ସ ଅଫିସ ଟିକେଟ ବିକ୍ରି ସୋମବାରଠାରୁ ଆରମ୍ଭ ହେବ। ଅନ୍‌ଲାଇନ୍‌ରେ ଟିକେଟ କ୍ରୟ କରିଥିବା କ୍ରୀଡ଼ାପ୍ରେମୀମାନେ ଏହି ସମୟରେ ରିଡେମ୍ପଶନ ମଧ୍ୟ କରିପାରିବେ। ବିର୍ସାମୁଣ୍ଡା ହକି ଷ୍ଟାଡିୟମ କାଉଣ୍ଟରରେ ଟିକେଟ ପୂର୍ବାହ୍ନ ୧୧ଟାରୁ ରାତି ୭ଟା ପର୍ଯ୍ୟନ୍ତ ଉପଲବ୍ଧ ହେବ।

ହୋଲି ଉତ୍ସବ ପାଇଁ ୮ ତାରିଖ ଦିନ ଟିକେଟ କେବଳ ଅପରାହ୍ନ ୪ଟାରୁ ରାତି ୭ଟା ପର୍ଯ୍ୟନ୍ତ ମିଳିବ। ବିର୍ସାମୁଣ୍ଡା ହକି ଷ୍ଟାଡିୟମର ଗେଟ୍‌ ନମ୍ବର ୨ରେ ନର୍ଥ ଓ ଇଷ୍ଟ ଷ୍ଟାଣ୍ଡ ଏବଂ ଗେଟ୍‌ ନମ୍ବର ୬ରେ ସାଉଥ୍‌ ଓ ଓ୍ବେଷ୍ଟ ଷ୍ଟାଣ୍ଡ ପାଇଁ ଟିକେଟ ମିଳିବ ଏବଂ ରିଡେମ୍ପଶନ ହୋଇପାରିବ। ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ରେ ଭାରତର ପୂର୍ବ ହୋମ୍‌ ଗେମ୍‌ ଗୁଡ଼ିକ ଗତବର୍ଷ ଅକ୍ଟୋବରରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଭାରତୀୟ ଦଳ ନ୍ୟୁଜିଲାଣ୍ଡକୁ ୨ଟି ମ୍ୟାଚରେ ଯଥାକ୍ରମେ ୪-୩ ଓ ୭-୪ ଗୋଲରେ ହରାଇଥିବାବେଳେ ସ୍ପେନଠାରୁ ୨-୩ ଗୋଲରେ ହାରିଥିଲା ଏବଂ ୨-୨ ଗୋଲରେ ମ୍ୟାଚ ଡ୍ର ରଖିଥିଲା।

ଏଥର କିନ୍ତୁ ନବନିର୍ମିତ ବିର୍ସାମୁଣ୍ଡା ଷ୍ଟାଡିୟମରେ ଭାରତର ହୋମ୍‌ ମ୍ୟାଚ ଅନୁଷ୍ଠିତ ହେବ। ଭାରତ ସାମିଲଥିବା ମ୍ୟାଚ ଗୁଡ଼ିକରେ ଓ୍ବେଷ୍ଟ ଷ୍ଟାଣ୍ଡ ଟିକେଟ ମୂଲ୍ୟ ୫୦୦, ଇଷ୍ଟ ୪୦୦ ଏବଂ ନର୍ଥ ଓ ସାଉଥ୍‌ ଷ୍ଟାଣ୍ଡ ପାଇଁ ୨୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। ଅଷ୍ଟ୍ରେଲିଆ ଓ ଜର୍ମାନୀ ମ୍ୟାଚ ୨ଟି ପାଇଁ ଓ୍ବେଷ୍ଟ ଷ୍ଟାଣ୍ଡ ଟିକେଟ ମୂଲ୍ୟ ୫୦୦, ଇଷ୍ଟ ୨୦୦ ଏବଂ ନର୍ଥ ଓ ସାଉଥ୍‌ ଷ୍ଟାଣ୍ଡ ଟିକେଟ ମୂଲ୍ୟ ୧୦୦ ଟଙ୍କା ରଖା ଯାଇଛି। ରାଉରକେଲାରେ ମୋଟ ୬ଟି ମ୍ୟାଚ ଅନୁଷ୍ଠିତ ହେବ। ଲିଗ୍‌ ଫର୍ମାଟ ଅନୁସାରେ ପ୍ରତି ଦଳ ପରସ୍ପର ସହିତ ୨ଟି ଲେଖାଏ ମ୍ୟାଚ ଖେଳିବେ। ମାର୍ଚ୍ଚ ୧୦ରେ ପ୍ରଥମ ମ୍ୟାଚରେ ଜର୍ମାନୀକୁ ଭେଟିବ ଭାରତ।

ଅନ୍‌ଲାଇନ୍‌ ଟିକେଟ www.ticketgenie.in ରେ ଉପଲବ୍ଧ ହେଉଛି। ”ଗତ ହକି ବିଶ୍ୱକପ ସମୟରେ ବହୁ ସଂଖ୍ୟାରେ ଦର୍ଶକ ମ୍ୟାଚ ଦେଖିବାପାଇଁ ବିର୍ସାମୁଣ୍ଡା ଷ୍ଟାଡିୟମକୁ ଆସିଥିଲେ। ପ୍ରୋ ଲିଗ୍‌ ପାଇଁ ମଧ୍ୟ ଦର୍ଶକଙ୍କ ମଧ୍ୟରେ ସେପରି ଉତ୍କଣ୍ଠା ରହିଥିବ ବୋଲି ଆଶା କରୁଛି। ବିଶ୍ୱର ଶ୍ରେଷ୍ଠ ୩ଟି ଦଳକୁ ନେଇ ଆଗାମୀ ମୁକାବିଲା ହେବାକୁ ଯାଉଛି“ ବୋଲି ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ଫାଇନାଲରେ ଏହି ୩ ପାକିସ୍ତାନୀ ଖେଳାଳି ଭାରତ ପାଇଁ କାଳ! ମ୍ୟାଚର ମୋଡ଼ ପଲଟାଇବାରେ ମାହିର, ଜାଣନ୍ତୁ ସେମାନେ କିଏ…

ନୂଆଦିଲ୍ଲୀ,୧।୧୦: ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରିକେଟ ମ୍ୟାଚ ହେଲେ ରୋମାଞ୍ଚର କୌଣସି ଅଭାବ ରହେ ନାହିଁ। ଏବେ ଏସିଆନ ଗେମ୍ସ ୨୦୨୬ର ଫାଇନାଲରେ ଦୁଇ ଦଳ…

କ୍ରିକେଟରେ ବଡ଼ ନିୟମ ପରିବର୍ତ୍ତନ: ICC ଜାରି କଲା ନୂଆ ଗାଇଡଲାଇନ, ଏଣିକି ରନ୍‌ଆଉଟ୍‌ରେ…

ନୂଆଦିଲ୍ଲୀ,୧।୧୦: କ୍ରିକେଟରେ ଆଉ କିଛି ନିୟମ ବଦଳିଛି। ଆଇସିସି ପକ୍ଷରୁ ଘୋଷଣା କରାଯାଇଥିବା ଏହି ନୂଆ ନିୟମଗୁଡ଼ିକ ଅକ୍ଟୋବର ୧ କିମ୍ବା ଏହା ପରେ ଆରମ୍ଭ ହେଉଥିବା…

ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜରୁ ବାଦ ପଡ଼ିଲେ ଏହି ଖେଳାଳି; BCCI ପକ୍ଷରୁ ରିପ୍ଲେସମେଣ୍ଟ ଖେଳାଳିଙ୍କ ନାମ ଘୋଷଣା, ପ୍ରଶଂସକ ଚକିତ

ନୂଆଦିଲ୍ଲୀ,୧।୧୦: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଭାରତୀୟ ଦଳରେ ହଠାତ ଏକ ପରିବର୍ତ୍ତନ କରିଛି। ବିଶେଷ ଭାବରେ, ୱେଷ୍ଟଇଣ୍ଡିଜ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦…

ସାନଖେମୁଣ୍ଡିରେ ବ୍ୟାପୁଛି ହଇଜା; ପୁଣି ଜଣେ ମୃତ, ଜିଲା ସ୍ବାସ୍ଥ୍ୟ ଟିମର ଅନୁଧ୍ୟାନ

ଦିଗପହଣ୍ଡି,୧ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ପଞ୍ଚାୟତ ମାର୍ଥାପୁର, ରାଜନାପଲ୍ଲୀ ଓ ଟି.ଗୋବିନ୍ଦପୁର ପଞ୍ଚାୟତ ଢିମିରାପଲ୍ଲୀ ଗାଁରେ ଗତ ୫ ଦିନ ହେଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?