ପାରଳା ବିଧାନସଭା ଆସନ ପାଇଁ ତ୍ରିମୁଖୀ ଲଢ଼େଇ

ପାରଳାଖେମୁଣ୍ଡି,୯/୪(ଗିରିଧାରୀ ପରିଛା):ଗଜପତି ଜିଲା ପାରଳାଖେମୁଣ୍ଡି ବିଧାନସଭା ଆସନ ପାଇଁ ମୁଖ୍ୟତଃ ୩ ପ୍ରମୁଖ ଦଳ ବିଜେଡି, ଭାଜପା ଓ କଂଗ୍ରେସ ମଧ୍ୟରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା ହେବାକୁ ଯାଉଛି। ଏହି ନିର୍ବାଚନମଣ୍ଡଳୀ ଗୋଷାଣି ବ୍ଲକ, ଗୁମ୍ମା ବ୍ଲକ, କାଶୀନଗର ବ୍ଲକ, କାଶୀନଗର ଏନ୍‌ଏସି ଓ ପାରଳାଖେମୁଣ୍ଡି ପୌରପରିଷଦକୁ ନେଇ ଗଠିତ। ଏଠାରେ ବିଜେଡି ଇଂ. ରୂପେଶ କୁମାର ପାଣିଗ୍ରାହୀଙ୍କୁ ପ୍ରାର୍ଥୀ ଭାବେ ଟିକେଟ ଦେଇଛି। ସେ ରାଜନୀତିରେ ନୂଆ ହେଲେ ତାଙ୍କ ବାପା ହାଇଟେକ୍‌ ଗ୍ରୁପ୍‌ର ଅଧ୍ୟକ୍ଷ ଡ.ତିରୁପତି ପାଣିଗ୍ରାହୀ ରାଜନୀତିରେ ପୁରୁଖା ଅଟନ୍ତି। ଭାଜପା ବର୍ତ୍ତମାନର ପାରଳା ବିଧାୟକ କେ.ନାରାୟଣ ରାଓଙ୍କୁ ୨୦୧୪ ନିର୍ବାଚନ ପାଇଁ ରିପିଟ କରିଛି। ସେ ୨୦୦୯ରେ ବିଜେଡିରେ ଥିବା ବେଳେ ପୂର୍ବତନ କଂଗ୍ରେସ ବିଧାୟକ ତ୍ରିନାଥ ସାହୁଙ୍କୁ ପରାଜିତ କରି ବିଧାୟକ ହୋଇଥିଲେ।
୨୦୧୯ରେ ବିଜେଡି ତାଙ୍କୁ ଟିକେଟ ନ ଦେବାରୁ ଭାଜପା ପକ୍ଷରୁ ପ୍ରାର୍ଥୀ ହୋଇ ବିଜୟ ଲାଭ କରିଥିଲେ। ନାରାୟଣଙ୍କର କାଶୀନଗର, ଗୋଷାଣି, ପାରଳାଖେମୁଣ୍ଡି ପୋର ପରିଷଦରେ ହଜାର ହଜାର ସମର୍ଥକ ଥିବାରୁ ସେ ବିଜୟୀ ହୋଇପାରନ୍ତି ବୋଲି ରାଜନୈତିକ ସମୀକ୍ଷକ କହୁଛନ୍ତି। ସେହିପରି କଂଗ୍ରେସ ପକ୍ଷରୁ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକଙ୍କୁ ପାରଳା ଆସନ ପାଇଁ ପ୍ରାର୍ଥୀ କରାଯାଇଛି। ସେ ବିଭିନ୍ନ ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀ ରହି ଆସିଛନ୍ତି। ଏହି ୩ ପ୍ରମୁଖ ଦଳର ପ୍ରାର୍ଥୀଙ୍କ ମଧ୍ୟରେ କଡା ଟକ୍କର ହେବ ବୋଲି ଆକଳନ କରାଯାଉଛି।
ତେବେ ଏଠାରେ ବିଜେଡରେ ଗୋଷ୍ଠୀ କନ୍ଦଳ ଚାଲିଥିବା ବିଭିନ୍ନ ମହଲରେ ଆଲୋଚନା ହେଉଛି। ଗତ ପଞ୍ଚାୟତ ନିର୍ବାଚନ ପରଠାରୁ ଭାଜପା ଏବଂ କଂଗ୍ରେସ ଠାରୁ ବିଜେଡି ଖୁବ୍‌ ଆଗରେ ରହି ରାଜନୀତିରେ ନବାଗତ ଇଂ.ରୂପେଶ ପାଣିଗ୍ରାହୀ ଓ ତାଙ୍କ ବାପା ତିରୁପତି ପାଣିଗ୍ରାହୀ ଦଳକୁ ମଜବୁତ କରିଥିବା ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି। ସେହିପରି କଂଗ୍ରେସରୁ ଚଳିତଥର ବିଜୟ ପଟ୍ଟନାୟକଙ୍କ ପ୍ରାର୍ଥିତ୍ୱ ପରେ ସୁପ୍ତ ହୋଇଥିବା କେତେଜଣ ନେତା ବର୍ତ୍ତମାନ ବିଭିନ୍ନ ସ୍ଥାନରେ ଦଳ ପାଇଁ ଆଗେଇ ଆସିଛନ୍ତି। ତେବେ ବିଗତ ଦିନରେ କଂଗ୍ରେସର ଗଡ ଥିବା ଏହି ନିର୍ବାଚନ ମଣ୍ଡଳୀର ଗୁମ୍ମା ବ୍ଲକରେ ଦଳ ଭଲ ପ୍ରଦର୍ଶନ କରିବ, ଅନ୍ୟ କୌଣସିଠାରେ ସେଭଳି ଆଖିଦୃଷ୍ଟିଆ ସମର୍ଥକ ନ ଥିବା ଆଲୋଚନା ହେଉଛି। ୧୯୯୦ରେ ଏଠାରେ ଜନତା ଦଳ ବିଜୟ ହାସଲ କରିଥିବା ବେଳେ ୧୯୯୫ରେ ସ୍ବାଧୀନ, ୨୦୦୦ ଏବଂ ୨୦୦୪ରେ କଂଗ୍ରେସ, ୨୦୦୯ରେ ବିଜେଡି, ୨୦୧୪ରେ କଂଗ୍ରେସ ଓ ୨୦୧୯ରେ ଭାଜପା ଏହି ଆସନ ଦଖଲ କରିଥିଲା। ୧୯୯୦ ପୂର୍ବରୁ କମ୍ପ୍ୟୁନିଷ୍ଟଠାରୁ ଆରମ୍ଭ କରି ଉତ୍କଳ କଂଗ୍ରେସ, ସ୍ବାଧୀନ ଏବଂ କଂଗ୍ରେସ ଦଳର ବିଧାୟକମାନେ ନିର୍ବାଚିତ ହୋଇଥିଲେ। ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ମୋଟ ଭୋଟର ସଂଖ୍ୟା ୨,୧୫,୭୦୬। ସେଥିମଧ୍ୟରୁ ପୁରୁଷ ଭୋଟର ସଂଖ୍ୟା ୧,୦୬, ୨୧୨, ମହିଳା ଭୋଟର ୧,୦୯, ୪୭୭ ଏବଂ ତୃତୀୟ ଲିଙ୍ଗ ଭୋଟର ଭାବେ ୧୭ଜଣ ରହିଛନ୍ତି। ଚଳିତଥର ୨୭୬
ବୁଥ୍‌ରେ ମତଦାନ ବ୍ୟବସ୍ଥା ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହାଲ୍‌ରେ ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର…

କେଉଁ ୱେଟିଂ ଟିକେଟ ସବୁଠୁ ଆଗ କନଫର୍ମ ହୁଏ? ଜାଣନ୍ତୁ ରେଳବାଇର ନୂଆ ନିୟମ…

ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ସମୟରେ ଯଦି ଆପଣଙ୍କୁ କନଫର୍ମ ସିଟ ନ ମିଳେ, ତେବେ IRCTC ସିଷ୍ଟମ ଆପଣଙ୍କୁ ୱେଟିଂ ଟିକେଟ (Waiting Ticket) ପ୍ରଦାନ…

ରାସ୍ତା କାମ ବିଳମ୍ବକୁ ନେଇ ବଣିକ ସଂଘର ଅସନ୍ତୋଷ

ପାତ୍ରପୁର, ୬/୧୦ (ଉମା ଚରଣ ନେପାକ): ପାତ୍ରପୁର ଏନ୍‌ଏସି ଅନ୍ତର୍ଗତ ତଳ ବସଷ୍ଟାଣ୍ଡ ଛକରେ ରାସ୍ତା ନିର୍ମାଣ କାର୍ଯ୍ୟରେ ବିଳମ୍ବକୁ ନେଇ ମା’ ଦୁର୍ଗାଦେବୀ ବଣିକ ସଂଘ…

ଧରିତ୍ରୀ ପ୍ରଭାବ: ମୁକୁଳା ଡ୍ରେନରେ ପଡ଼ିଲା କଭର ପ୍ଲେଟ୍

ଗଞ୍ଜାମ, ୬/୧୦ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ମୁକୁଳା ଡ୍ରେନରେ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ଖବର ପାଇ ଛତ୍ରପୁର…

ସୌମ୍ୟରଞ୍ଜନ ମାମଲାରେ ହାଇକୋର୍ଟ ଗଲେ ବିଦ୍ୟାଭାରତୀ: ଆଗୁଆ ଜାମିନ ପାଇଁ ଆବେଦନ, ଅକ୍ଟୋବର ୩୦ ଯାଏ ହାଜର ସମୟ ବୃଦ୍ଧି

କଟକ, ୬।୧୦(ପ୍ରଭୁକଲ୍ୟାଣ ପାଲ୍): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ…

ଛାତ୍ର ସଂସଦ ନିର୍ବାଚନ: ଅଣଛାତ୍ରଙ୍କ ପ୍ରବେଶ ଉପରେ ନଜର

ବ୍ରହ୍ମପୁର,୬ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ଛାତ୍ର ସଂସଦ ନିର୍ବାଚନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସୋମବାର ଘୋଷଣା କରାଯିବା ପରେ ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟଗୁଡ଼ିକରେ ରାଜନୈତିକ ମାହୋଲ…

୩ ରାଶି ଉପରେ ରହିବ ରାହୁ-କେତୁଙ୍କ କୃପା: ଘର, ଗାଡ଼ିଠାରୁ ଚାକିରି ଯାଏ ସବୁ ସ୍ୱପ୍ନ ହେବ ପୂରଣ!

ଜ୍ୟୋତିଷ ଶାସ୍ତ୍ରରେ ରାହୁ ଏବଂ କେତୁଙ୍କୁ ଛାୟା ଗ୍ରହ ସହିତ ଅତ୍ୟନ୍ତ ପ୍ରଭାବଶାଳୀ ଗ୍ରହ ଭାବେ ବିବେଚନା କରାଯାଏ। ଏହି ଦୁଇ ଗ୍ରହଙ୍କ ପ୍ରଭାବ ବ୍ୟକ୍ତିଙ୍କ ଜୀବନରେ…

ଟିମ୍ ଇଣ୍ଡିଆକୁ ବଡ଼ ଝଟ୍‌କା: ନ୍ୟୁଜିଲ୍ୟାଣ୍ଡ ସିରିଜ୍ ପୂର୍ବରୁ ଆହତ ହେଲେ ଷ୍ଟାର୍ ବୋଲର, CoEରେ ଚାଲିଛି…

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପରେ ଭାରତୀୟ କ୍ରିକେଟ୍ ଦଳ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବ, ଯେଉଁଠାରେ ତିନୋଟିଯାକ ଫର୍ମାଟ୍‌ରେ ସିରିଜ୍ ଖେଳାଯିବ। ତେବେ ଏହି ଗୁରୁତ୍ୱପୂର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?