ପରାଜୟ ଆଶଙ୍କା କରି ସରକାରୀ ଅଧିକାରୀଙ୍କୁ ଟାର୍ଗେଟ କରୁଛି ଭାଜପା

ଭୁବନେଶ୍ୱର,୯ା୪(ଅନିଲଦାସ):ଓଡ଼ିଶାରେ ପରାଜୟ ହେବାକୁ ଯାଉଥିବା ଅନୁଭବ କଲେ ରାଜ୍ୟର ସରକାରୀ ଅଧିକାରୀଙ୍କୁ ଟାର୍ଗେଟ କରିବା ଓଡ଼ିଶା ଭାଜପା ନେତାଙ୍କ ଅଭ୍ୟାସ। ସାଧାରଣ ନିର୍ବାଚନ ୨୦୧୯ ଏବଂ ପରବର୍ତ୍ତୀ ସମୟରେ ରାଜ୍ୟରେ ହୋଇଥିବା ଉପନିର୍ବାଚନରେ ତାହା କରିଥିଲେ। ତେଣୁ ୨୦୨୪ ନିର୍ବାଚନରେ ଓଡ଼ିଶା ଭାଜପା ପୁନର୍ବାର ସରକାରୀ ଅଧିକାରୀଙ୍କୁ ଟାର୍ଗେଟ କରିବା ନୂଆ କଥା ନୁହେଁ। ସୋମବାର ଶଙ୍ଖ ଭବନଠାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ତଥା ରାଜ୍ୟ ସଭା ଏମ୍‌ପି ସସ୍ମିତ ପାତ୍ର ଏହା କହିଛନ୍ତି। ୨୦୨୪ ନିର୍ବାଚନରେ ସେମାନେ ତଳକୁ ଖସି ଆସିବା ସହିତ ବିଡିଓ, ତହସିଲଦାର, ପୋଲିସ ଡିଏସ୍‌ପି ଏବଂ ପୋଲିସ ଇନ୍ସପେକ୍ଟର ଇନଚାର୍ଜ (ଆଇଆଇସି)ଙ୍କ ଭଳି ସରକାରୀ ଅଧିକାରୀଙ୍କୁ ଫୋନ୍‌ କରି ଧମକ ଦେବା ଆରମ୍ଭ କରିଛନ୍ତି ା ଏହି ନିର୍ବାଚନରେ ଓଡ଼ିଶା ଭାଜପାକୁ ସମର୍ଥନ କରନ୍ତୁ ନଚେତ୍‌ ବଦଳି ଓ ଅନ୍ୟାନ୍ୟ ଦଣ୍ଡମୂଳକ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୁଅନ୍ତୁ ବୋଲି ଭାଜପା ନେତାମାନେ ଧମକ ଦେଉଥିବା ସସ୍ମିତ ଅଭିଯୋଗ କରିଛନ୍ତି।
ସଂକ୍ରାନ୍ତରେ ସୋମବାର ସକାଳେ ବିଜୁ ଜନତା ଦଳ ପକ୍ଷରୁ ମୁଖ୍ୟ ନିର୍ବାଚନ କମିଶନର ଓ ନିର୍ବାଚନ ଆୟୋଗଙ୍କ ନିକଟରେ ଏକ ପିଟିଶନ୍‌ ଦାଖଲ କରି ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଏହାର ନକଲ ପ୍ରଦାନ କରାଯାଇଛି। ଓଡ଼ିଶାର ୬ ଆଇପିଏସ୍‌ ଓ ୨ ଆଇଏଏସ୍‌ ଅଫିସରଙ୍କୁ ନିର୍ବାଚନ କମିଶନ ବଦଳି କରିଛନ୍ତି ବୋଲି ବିଜେଡି ଆବେଦନରେ ଦର୍ଶାଇଛି ା ଭାରତୀୟ ନିର୍ବାଚନ ଆୟୋଗଙ୍କ ପ୍ରତି ବିଜେଡିର ସମ୍ମାନ ରହିଛି ।
ତେବେ ଓଡ଼ିଶା ଭାଜପାର ପ୍ରାର୍ଥୀ ଓ ନେତାମାନେ ବଦଳିକୁ ଉଦାହରଣ ଭାବେ ବ୍ୟବହାର କରି ନିର୍ବାଚନ ଡ୍ୟୁଟିରେ ଥିବା ଓଡ଼ିଶା ଅଧିକାରୀଙ୍କୁ ଫୋନ୍‌ କରି ଧମକ ଦେଉଛନ୍ତି। ଯଦି ଏହି ଅଧିକାରୀମାନେ ଭାଜପାକୁ ସମର୍ଥନ ନ କରନ୍ତି, ତେବେ ପୂର୍ବ ଭଳି ନିର୍ବାଚନ ଆୟୋଗଙ୍କ ନିକଟରେ ମିଥ୍ୟା ଅଭିଯୋଗ କରି ସେମାନଙ୍କ ବଦଳି ସୁନିଶ୍ଚିତ କରିବେ ବୋଲି ଧମକ ଦେଉଛନ୍ତି ା
ଏହା କେବଳ ଚଳିତ ନିର୍ବାଚନ ସମୟରେ ଲାଗୁ ହୋଇଥିବା ଆଦର୍ଶ ଆଚରଣବିଧିର ଘୋର ଉଲ୍ଲଂଘନ ନୁହେଁ ବରଂ ନିର୍ବାଚନ କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କୁ ଧମକ ଦେବା ଏବଂ ନିର୍ବାଚନ ପ୍ରକ୍ରିୟାକୁ ବେଆଇନ ଭାବେ ପ୍ରଭାବିତ କରିବାକୁ ଚେଷ୍ଟା କରିବା ମଧ୍ୟ ଅପରାଧ ା ଏପରି କରି ଓଡ଼ିଶାର ଏହି ନେତା ଓ ନିର୍ବାଚନ ଲଢୁଥିବା ପ୍ରାର୍ଥୀମାନେ ନିର୍ବାଚନ ବ୍ୟବସ୍ଥାକୁ ଖରାପ କରୁଛନ୍ତି ା ଏହି ପ୍ରସଙ୍ଗରେ ଆବଶ୍ୟକ ଧ୍ୟାନ ଦେଇ ନିର୍ବାଚନ ଆୟୋଗ ଓଡ଼ିଶାରେ ଏକ ମୁକ୍ତ, ନିରପେକ୍ଷ, ସ୍ବଚ୍ଛ ଏବଂ ସୁସ୍ଥ ନିର୍ବାଚନ କରିବାକୁ ସୁନିଶ୍ଚିତ କରନ୍ତୁ ବୋଲି ସସ୍ମିତ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

କଳାହାଣ୍ଡିରେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ଏମ୍‌ପି-ବିଧାୟକଙ୍କ ପାଇଁ କଲେ ଭୋଟ୍‌ ନିବେଦନ

ଭବାନୀପାଟଣା,୧ା୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଉଦେଶୃଙ୍ଗଠାରେ ବୁଧବାର ଭାଜପାର ପରିବର୍ତ୍ତନ ସଭା ଓ ମିଶ୍ରଣ ପର୍ବ...

କୂଅରୁ ପାଣି କାଢ଼ୁଥିବା ବେଳେ କୂଅରେ ପଡି ବୃଦ୍ଧା ମୃତ

କୋରାପୁଟ,୧ା୫: (ଅମିତାଭ ବେହେରା ) ବୁଧବାର କୋରାପୁଟ ସହରର ହାଟ ପଦା ଅଂଚଳରେ ଏକ ଅଭାବନୀୟ ଘଟଣା ଘଟିଛି। କୂଅରୁ ପାଣି କାଢ଼ୁଥିବା ବେଳେ କୂଅରେ...

ବାଇକ୍‌ ସହ ପିଟିହେଲା ବାଇକ୍‌: ୨ ଜଣଙ୍କ ଜୀବନ ଗଲା, ୨ ଆହତ

ଛତ୍ରପୁର,୧ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅନ୍ତର୍ଗତ ବାଟ ଛତ୍ରପୁର ଗ୍ରାମ ନିକଟ କାଜୁ ଫ୍ୟାକ୍ଟରି ସମ୍ମୁଖ ରାଜପଥରେ ବାଇକ୍‌ ସହ ବାଇକ ଧକ୍କାରେ...

ଦଳିତ ପରିବାରରେ କେନ୍ଦ୍ର ମନ୍ତ୍ରୀଙ୍କ ଭୋଜନ

ଭବାନୀପାଟଣା,୧।୫ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ଉଦେଶୃଙ୍ଗ ଠାରେ ବୁଧବାର ଭାଜପାର ମିଶ୍ରଣ ପର୍ବରେ କେନ୍ଦ୍ର ମନ୍ତ୍ରୀ ଭୁପେନ୍ଦ୍ର ସିଂହ ଯାଦବ...

ଭାଜପାରେ ଯୋଗଦେଲେ ପୂର୍ବତନ କଂଗ୍ରେସ ଲୋକ ସଭା ପ୍ରାର୍ଥୀ ଦୁଲାଲ ପ୍ରଧାନ

ସମ୍ବଲପୁର,୧ା୫: ଭାଜପାରେ ଯୋଗ ଦେଇଛନ୍ତି ପୂର୍ବତନ କଂଗ୍ରେସ ଲୋକ ସଭା ପ୍ରାର୍ଥୀ ଦୁଲାଲ ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ‌ଙ୍କ ଉପସ୍ଥିତିରେ ଜିଲା ଭାଜପା କାର୍ଯ୍ୟାଳୟରେ ଅନୁଷ୍ଠିତ...

ବିଧାୟକ ମୋହନ ଚରଣ ମାଝିଙ୍କୁ ଥାନା ଅଧିକାରୀଙ୍କ ଦୁର୍ବ୍ୟବହାର, ପ୍ରତିବାଦରେ ଥାନା ସମ୍ମୁଖରେ ବସିଲେ ଧାରଣା

କେନ୍ଦୁଝର,୧ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବିଧାୟକ ତଥା ସଦର ବିଧାୟକ ପ୍ରାର୍ଥୀ ମୋହନ ଚରଣ ମାଝିଙ୍କୁ ସଦର ଥାନା ଆଇଆଇସିଙ୍କ ଦୁର୍ବ୍ୟବହାର ପ୍ରତିବାଦରେ ଥାନା...

ବ୍ରିଜ୍‌ ଉପରେ ସାଇକେଲ ରଖି ନଦୀକୁ ଡେଇଁ ପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ପାରାଦୀପ,୧ା୫(ଶରତ ରାଉତ): ପାରାଦୀପ ଆଦର୍ଶଥାନା ଅନ୍ତର୍ଗତ ଅଠରବାଙ୍କି ଓଭରବ୍ରିଜ୍‌ ଉପରୁ ବୁଧବାର ଖରାବେଳେ ଜଣେ ଦଶମ ଶ୍ରେଣୀ ଛାତ୍ର ନାହିଁ କାଉଡ଼ିଆ ନଦୀରେ ପଡ଼ି ଯାଇ...

ପ୍ରାର୍ଥିପତ୍ର ଦାଖଲ କଲେ ଅଭିଷେକ

ବରଗଡ଼,୧ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅତାବିରା ବିଧାନସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା କଂଗ୍ରେସ ପ୍ରାର୍ଥୀ ଅଭିଷେକ ସେଠ୍‌ ବୁଧବାର ନାମାଙ୍କନ ଦାଖଲ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri