ଏସ୍‌ସିବିରୁ ପୁଣି ୩ ଦଲାଲ ଗିରଫ

କଟକ ଅଫିସ,୫।୪: କଟକ ଏସ୍‌ସିବି ମେଡିକାଲରୁ ରବିବାର ପୁଣି ୩ ଜଣ ଦଲାଲଙ୍କୁ ମଙ୍ଗଳାବାଗ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ ଏସ୍‌ସିବି କ୍ୱାର୍ଟର୍ସ ନଂ.୩ ଧୋବିଲେନ ଅଞ୍ଚଳର ମୁକେଶ ନାୟକ(୩୩), ମଙ୍ଗଳାବାଗ ଥାନା ସଗଡିଆ ସାହି ଅଞ୍ଚଳର ପ୍ରୀତମ ନାୟକ (୩୮), ଖୋର୍ଦ୍ଧା ଜିଲା ନିରାକାରପୁର ଅଞ୍ଚଳର ସରୋଜ ମହାପାତ୍ର(୪୪)। ସେମାନଙ୍କଠାରୁ ଏକ ଆମ୍ବୁଲାନ୍ସ(ନଂ. ଓଡ଼ି୦୫ଏଜେଡ-୩୩୦୨) ଜବତ କରାଯାଇଛି। ମଙ୍ଗଳାବାଗ ଥାନାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏସିପି ଏସ୍‌କେ. ସରିଫଉଦ୍ଦିନ କହିଛନ୍ତି, ଶନିବାର ଏହି ଥାନାରେ ଜଗନ ସାହୁ ଏକ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁଯାୟୀ, ଜଗନଙ୍କ ବନ୍ଧୁ ମଣ୍ଟୁ ମହାକୁଡ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇ ଏସ୍‌ସିବି ମେଡିକାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ଆଉଟ୍‌ ସୋର୍ସିଂରେ କାମ କରୁଥିବା ଅଭିଯୁକ୍ତମାନେ କହିଥିଲେ, ଏଠାରେ ଠିକ୍‌ଭାବେ ଚିକିତ୍ସା କରାଯାଉନାହିଁ। ଏଣୁ ଯୋବ୍ରାସ୍ଥିତ ଏକ ନର୍ସିଂହୋମ୍‌କୁ ନିଆଗଲେ ରୋଗୀ ଶୀଘ୍ର ଭଲ ହୋଇଯିବେ। ଏଥିସହ ସେମାନେ ରୋଗୀଙ୍କ ଚିକିତ୍ସା ପାଇଁ ଏକ ଲକ୍ଷ ଟଙ୍କା ମାଗିଥିଲେ। ହେଲେ ଜଗନ ୩୮,୦୦୦ ଟଙ୍କା ଦଲାଲଙ୍କୁ ଦେଇଥିଲେ। ପରେ ସେମାନେ ଏକ ଆମ୍ବୁଲାନ୍ସ ଡାକିଥିଲେ। ତେବେ ସେମାନଙ୍କ ଉପରେ ସନ୍ଦେହ ହେବାରୁ ଏସ୍‌ସିବି କାଜୁଆଲ୍‌ଟିରେ ଥିବା ଡାକ୍ତର ଏବଂ କର୍ମଚାରୀମାନଙ୍କୁ ସେମାନଙ୍କ ବିଷୟରେ ଜଗନ ପଚରାଉଚରା କରିଥିଲେ। ଏହାପରେ ସେ ସତ୍ୟତା ଜାଣିପାରି ଅଭିଯୁକ୍ତଙ୍କୁ ଟଙ୍କା ଫେରସ୍ତ ପାଇଁ କହିଥିଲେ। ଅଭିଯୁକ୍ତମାନେ ଟଙ୍କା ଫେରସ୍ତ କରିବା ପରିବର୍ତ୍ତେ ଜଗନଙ୍କୁ ଧମକ ଦେଇଥିଲେ। ଏନେଇ ଜଗନ ମଙ୍ଗଳାବାଗ ଥାନାରେ ଅଭିଯୋଗ କରିବାରୁ ପୋଲିସ ଏକ ମାମଲା ରୁଜୁ କରିଥିଲା। ସୂଚନାଥାଉକି, ଗତ ୨ ତାରିଖରେ ମଙ୍ଗଳାବାଗ ପୋଲିସ ଏସ୍‌ସିବିରୁ ୬ ଜଣ ଦଲାଲଙ୍କୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୁଅ,ଝିଅଙ୍କ ସହ ମିଶି ସ୍ବାମୀଙ୍କୁ ମାରିଦେଲେ ସ୍ତ୍ରୀ

ପଦ୍ମପୁର,୨୪ା୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ତିହିଡ଼ି ପୀରହାଟ ଥାନା ଅଧୀନସ୍ଥ ଖିଦିରପୁର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ପୁଅ ଝିଅ ସାଥିରେ  ମିଶି ସ୍ତ୍ରୀ ସ୍ବାମୀଙ୍କୁ...

ସଚେତନ ନ ହେଲେ ଆକାଉଣ୍ଟ ସଫା

ଅନୁଗୋଳ ଅଫିସ, ୭ା୫: ଲୋକଙ୍କ ଆକାଉଣ୍ଟରୁ ଟଙ୍କା ଲୁଟିବାକୁ ନୂଆ ନୂଆ ଉପାୟ କରୁଛନ୍ତି ସାଇବର ଠକ। କେତେବେଳେ କ୍ରେଡିଟ୍‌ କାର୍ଡ ବ୍ଲକ ହୋଇଯାଇଛି କହି...

୨୦ ଫୁଟ ଗଭୀର କୂଅରେ ଖସିପଡ଼ିିଥିବା ଭାଲୁ ଉଦ୍ଧାର

ଛେଣ୍ଡିପଦା,୧୨।୮(ସ୍ବ.ପ୍ର.) : ଅନୁଗୋଳ ଜିଲା ଛେଣ୍ଡିପଦା ବନାଞ୍ଚଳର କୋଶଳା ନିକଟସ୍ଥ ଭାଗଲାକଟା ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଏକ କୂଅ ଭିତରେ ଭାଲୁ ପଡ଼ିଥିଲା। ନିକଟସ୍ଥ...

ବାତ୍ୟା ପରେ ପୁନରୁଦ୍ଧାର କାର୍ଯ୍ୟ

ଜଟଣୀ,୨୭।୫(ଡି.ଏନ୍‌.ଏ.): ବାତ୍ୟା ୟାସ୍‌ ପରେ ଖୋର୍ଦ୍ଧା ରୋଡ୍‌ ରେଳମଣ୍ଡଳ (ଜଟଣୀ) ପକ୍ଷରୁ ପୁନରୁଦ୍ଧାର କାର୍ଯ୍ୟ ତ୍ୱରାନ୍ବିତ କରାଯାଇଛି। ବାତ୍ୟା ଯୋଗୁ କ୍ଷୟକ୍ଷତିକୁ ରୋକିବା ନିମନ୍ତେ ଟ୍ରେନ୍‌...

ମିଳିଲାନି ବେଡ, ବାରଣ୍ଡା ଚିକିତ୍ସା ହେଉଛନ୍ତି କ୍ରୀଡାବିତ୍‌ ଆନନ୍ଦିନୀ

ବଲାଙ୍ଗୀର ଅଫିସ,୨୮।୨: ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ବରିଷ୍ଠ କ୍ରୀଡାବିତ୍‌ ଆନନ୍ଦିନୀ ଦର୍ଜୀଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିଯାଇଛି। ତାଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ...

ସିଏଏ, ଏନ୍‌ଆରସି ବିରୋଧରେ ରାୟଗଡ଼ାରେ ଭାରତବନ୍ଦ ଡାକରା

ରାୟଗଡ଼ା ଅଫିସ,୨୯।୧: ବହୁଜନ କ୍ରାନ୍ତି ମୋର୍ଚ୍ଚା ପକ୍ଷରୁ ଏନ୍‌ଆରସି ଏବଂ ସିଏଏ ବିରୋଧରେ ରାଷ୍ଟ୍ରବ୍ୟାପୀ ଭାରତବନ୍ଦ ଡାକରା ଦିଆଯାଇଥିବା ବେଳେ ବୁଧବାର ରାୟଗଡ଼ାରେ ଏହା ପାଳନ...

ପଞ୍ଚମୁଖୀ ହନୁମାନ ମନ୍ଦିର ଉଚ୍ଛେଦ ମାମଲା: ଜିଲାପାଳଙ୍କୁ ୨ସପ୍ତାହ ସମୟ ଦେଲେ ଏନ୍‌ଜିଟି

କଟକ ଅଫିସ/ନୂଆଦିଲ୍ଲୀ,୧୩ା୮: ମହାନଦୀ ଶଯ୍ୟାରେ ବେଆଇନଭାବେ ନିର୍ମାଣ ହୋଇଥିବା ପଞ୍ଚମୁଖୀ ହନୁମାନ ମନ୍ଦିର ଉଚ୍ଛେଦ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି...

‘ପୋଲିସ ମିତ୍ର’ଙ୍କ ଭାଇ ବ୍ରାଉନସୁଗାର ବେପାରୀ

ଭୁବନେଶ୍ୱର,୧୪ ।୮(ବ୍ୟୁରୋ): ବ୍ରାଉନ୍‌ସୁଗର କାରବାର ଅଭିଯୋଗରେ ଶନିବାର ଭୁବନେଶ୍ୱର ରେଞ୍ଜ୍‌ର ଅବକାରୀ ଟିମ୍‌ କ୍ୟାପିଟାଲ ଥାନା ଅନ୍ତର୍ଗତ କେଦାରପଲ୍ଲୀ ବସ୍ତିରେ ଚଢ଼ାଉ କରି ‘ପୋଲିସ ମିତ୍ର’...

Advertisement
Archives

Model This Week