Posted inଫୁରସତ

ତିନି ଗୋଡ଼ିଆ ମଣିଷ ଫ୍ରାନ୍ସେସ୍କୋ: ଥିଲା ୪ ପାଦ ଓ ଦୁଇଟି ଗୁପ୍ତାଙ୍ଗ

ବେଳେବେଳେ ଆମେ ଏମିତି କିଛି ଅଜବ ଦେଖୁ ଯାହାକୁ ସହଜରେ ବିଶ୍ୱାସ କରିହୁଏନା। ସେମିତି କିଛି ଅଜବ ଦେଖିବାକୁ ମିଳିଥିଲା ଇଟାଲିରେ। ଏଠାକାର ଜଣେ ବ୍ୟକ୍ତି ଥିଲେ ବେଶ୍‌ ଅଜବ। କାରଣ ତାଙ୍କର ସାଧାରଣ ମଣିଷ ଭଳି ଦୁଇଟି ଗୋଡ଼ ନୁହେଁ ବରଂ ଥିଲା ତିନିଟି ଗୋଡ଼। ଆଉ ସେହି ବ୍ୟକ୍ତି ଜଣକ ନିଜ ତିନି ଗୋଡ଼ ସହ ୭୭ ବର୍ଷ ବୟସ ପର୍ଯ୍ୟନ୍ତ ଜୀବନଧାରଣ କରିଥିଲେ। ତାଙ୍କ ନାମ ଥିଲା ଫ୍ରାନ୍ସେସ୍କୋ ଲେଣ୍ଟିନି। ୧୮୮୯ରେ ଇଟାଲିର ସିସିଲି ଦ୍ୱୀପରେ ତାଙ୍କର ଜନ୍ମ। ୧୨ ଭାଇ ଭଉଣୀ ମଧ୍ୟରେ ସେ ଥିଲେ ପଞ୍ଚମ ସନ୍ତାନ। ଛୋଟବେଳୁ ତାଙ୍କୁ ତାଙ୍କ ବାପାମା’ ଦାଦା ଖୁଡୀଙ୍କ ପାଖରେ ଛାଡି ଦେଇଥିଲେ। ଜାଣି ଆଶ୍ଚର୍ଯ୍ୟ ହେବେ ଲେଣ୍ଟିନିଙ୍କର କେବଳ ତିନୋଟି ଗୋଡ଼ ନ ଥିଲା, ତା’ସହ ୪ଟି ପାଦ ଓ ଦୁଇଟି ଗୁପ୍ତାଙ୍ଗ ଥିଲା। ଚତୁର୍ଥ ପାଦଟି ତୃତୀୟ ଗୋଡ଼ର ଆଣ୍ଠୁ ପାଖରେ ଥିଲା, ଯାହା କି ପୂରା ବିକଶିତ ହୋଇ ନ ଥିଲା। କୁହାଯାଏ ସେ ତାଙ୍କ ଯମଜ ଭାଇ/ଭଉଣୀ ସହ ଯୋଡ଼ି ହୋଇଥିଲେ। ସେହି ଅଧା ପିଲାଟି ଲେଣ୍ଟିନିଙ୍କ ମେରୁଦଣ୍ଡ ହାଡ଼ ସହ ଯୋଡ଼ି ହୋଇଥିଲା। ସେ ଏସବୁ ଅନାବଶ୍ୟକ ଅଙ୍ଗକୁ ବାହାର କରିବାକୁ ବି ଚେଷ୍ଟା କରିଥିଲେ। କିନ୍ତୁ ଡାକ୍ତର କହିଥିଲେ ଏସବୁକୁ ହଟାଇଲେ ଜୀବନ ପ୍ରତି ବିପଦ ଅଛି। କାରଣ ତାଙ୍କ ତୃତୀୟ ଗୋଡ଼ ମେରୁଦଣ୍ଡ ହାଡ଼ ନିକଟରେ ଥିଲା। ତେବେ ତାଙ୍କୁ ଯେବେ ୧୨ ବର୍ଷ ବୟସ ହୋଇଥିଲା ତାଙ୍କର ଦେଖା ଓ୍ବିନସେଞ୍ଜୋ ମୈଗନୈନୋଙ୍କ ସହ ହୋଇଥିଲା, ଯେ କି ସର୍କସ ମାଲିକ ଥିଲେ। ସେ ଲେଣ୍ଟିନିଙ୍କୁ ସର୍କସରେ ଯୋଗ ଦେବାକୁ ପ୍ରସ୍ତାବ ଦେଇଥିଲେ। ଆଉ ଲେଣ୍ଟିନି ରାଜି ହୋଇଯାଇଥିଲେ। ତାପରେ ସର୍କସ୍‌ରେ ଦର୍ଶକଙ୍କ ପ୍ରଥମ ପସନ୍ଦ ଲେଣ୍ଟିନି ପାଲଟି ଯାଇଥିଲେ। ସେ ନିଜର ତୃତୀୟ ଗୋଡରେ ଫୁଟ୍‌ବଲ୍‌କୁ କିକ୍‌ ମାରିପାରୁଥିଲେ, ଯାହାକି ଲୋକଙ୍କୁ ବେଶ୍‌ ଭଲ ଲାଗୁଥିଲା। ଲେଣ୍ଟିନି ନିଜର ତୃତୀୟ ଗୋଡକୁ ଷ୍ଟୁଲଭାବେ ମଧ୍ୟ ରଖି ବସିପାରୁଥିଲେ। ଇଟାଲିଠାରୁ ଆରମ୍ଭ କରି ଆମେରିକା ପର୍ଯ୍ୟନ୍ତ ସେ ସର୍କସ୍‌ର ଅନେକ ଶୋ’ କରିଥିଲେ। ତାଙ୍କ ଶୋ’ର ନାମ ଥିଲା ‘ଥ୍ରୀ ଲେଗ୍ଡ ଫୁଟବଲ୍‌ ପ୍ଲେୟର’। ସେ ନିଜ ତିନି ଗୋଡ଼ ପାଇଁ ସେସବୁବେଳେ ଦୁଇ ଯୋଡ଼ା ଜୋତା କିଣୁଥିଲେ। ସେଥିରୁ ତିନିଟି ନିଜେ ବ୍ୟବହାର କରିବାବେଳେ ବଳକା ଗୋଟେ ଜୋତା ନିଜର ଏକ ଗୋଡ଼ଥିବା ସାଙ୍ଗକୁ ଦେଉଥିଲେ। ଲେଣ୍ଟିନି ବିବାହ ବି କରିଥିଲେ। ଆଉ ତାଙ୍କର ୪ଟ ି ସନ୍ତାନ ଥିଲେ। ତେବେ ପରେ ପ୍ରଥମ ପତ୍ନୀ ତାଙ୍କୁ ଛାଡି ଚାଲିଯାଇଥିଲେ। ଏହାପରେ ସେ ହେଲେନ୍‌ ଶୁପେ ନାମ୍ନୀ ମହିଳାଙ୍କୁ ବିବାହ କରିଥିଲେ, ଯେ କି ମୃତ୍ୟୁ ପର୍ଯ୍ୟନ୍ତ ତାଙ୍କ ସହ ଥିଲେ। ୧୯୬୬ ସେପ୍ଟେମ୍ବର ୨୧ରେ ତାଙ୍କର ମୃତ୍ୟୁ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri