‘ଚଳିତବର୍ଷ ଅଭିବୃଦ୍ଧି ହାର ୫.୩୩%’

ପାରାଦୀପ,୨୦।୧୧(ସ୍ବ.ପ୍ର.): ପାରାଦୀପ ବନ୍ଦର ପ୍ରଶାସନ ପକ୍ଷରୁ ଶୁକ୍ରବାର ବନ୍ଦର ଦିବସ ଓ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବନ୍ଦର ନିଷିଦ୍ଧାଞ୍ଚଳର ଓ୍ବେଟବେସିନ୍‌ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଅଧ୍ୟକ୍ଷ ପି.ଏଲ ହାରାନ୍ଧ ଯୋଗ ଦେଇଥିଲେ। ପାରମ୍ପରିକ ରୀତିନୀତି ଅନୁଯାୟୀ ବୋଇତ ବନ୍ଦାଣ କରାଯାଇଥିଲା। ଏଥିରେ ସାଧବ ପୁଅ ଓ ବୋହୂ ବେଶରେ ଛାତ୍ରଛାତ୍ରମାନେ ସଜ୍ଜିତ ହୋଇ ବୋଇତକୁ ପୋତାଶ୍ରୟରେ ଛାଡ଼ିଥିଲେ। ଉତ୍ସବରେ ବନ୍ଦର ଉପସଂରକ୍ଷକ ଅଲେଖ ଚନ୍ଦ୍ର ସାହୁ ସ୍ବାଗତ ଭାଷଣ ଦେଇଥିଲେ। ଅଧ୍ୟକ୍ଷ ହାରାନ୍ଧ ବନ୍ଦରର କାରବାର ଓ ବର୍ଦ୍ଧିତ ପ୍ରକଳ୍ପ ସମ୍ପର୍କରେ ମତ ରଖିଥିଲେ। ଗତ ୬ ବର୍ଷ ହେଲା ବନ୍ଦର ରେକର୍ଡ ୧୦୦ ମିଲିୟନ ମେଟ୍ରିକ ଟନ୍‌ରୁ ଅଧିକ ପଣ୍ୟ କାରବାର କରୁଛି। ଚଳିତ ଆର୍ଥିକ ବର୍ଷର ନଭେମ୍ବର ସୁଦ୍ଧା ୬୫.୨୮ମିଲିୟନ ମେଟ୍ରିକ ଟନ୍‌ କାରବାର କରିସାରିଲାଣି, ଯାହା ଗତବର୍ଷ ଠାରୁ ୫.୩୩ ପ୍ରତିଶତ ଅଧିକ। ଏବେ ବନ୍ଦରରେ ନୂତନ ଇକ୍ୟୁ ୩ ବର୍ଥ ନିର୍ମାଣ ଚାଲିଛି। ଏଥିପାଇଁ ୨୦୦୦ କୋଟି ଟଙ୍କା ପୁଞ୍ଜି ଖର୍ଚ୍ଚ ହୋଇଛି। ଏହାବାଦ୍‌ ୩୦୦୫ କୋଟି ଟଙ୍କା ବ୍ୟୟରେ ନୂତନ ଓ୍ବେଷ୍ଟର୍ନ ଡକ୍‌ କାମ ଚାଲିଛି। ଡିସେମ୍ବରରେ କାର୍ଯ୍ୟକ୍ଷମ ହେବ। ଏହି ନୂତନ ପ୍ରକଳ୍ପ ଜରିଆରେ ବାର୍ଷିକ ୨୫ ମିଲିୟନ ମେଟ୍ରିକ ଟନ୍‌ ପଣ୍ୟ କାରବାର ହୋଇପାରିବ। ସେହିପରି ଆସନ୍ତା ବର୍ଷ ନୁମାଲି ଗଡ ରିଫାଇନେରି(ଏନ ଆର ଏଲ୍‌)ପ୍ରକଳ୍ପ ହେବାକୁ ଯାଉଛି ବୋଲି ହାରାନ୍ଧ କହିଥିଲେ। ଶେଷରେ ବନ୍ଦର ସଚିବ ପି.ଏନ୍‌. ବାହେକର ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ରାସେଶ୍ୱରୀ ବିଜେଡି ଛାଡିବା ପରେ ବଡ଼ ବୟାନ ଦେଲେ ରୋହିତ ପୂଜାରୀ, କହିଲେ…

ଭୁବନେଶ୍ୱର,୨୩।୪: ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ ଇସ୍ତଫା ଦେଇଛନ୍ତି । ମଙ୍ଗଳବାର ରାସେଶ୍ୱରୀ ବିଜେଡି ଛାଡିବା ପରେ ପ୍ରତିକ୍ରିୟା ରଖିଛନ୍ତି ସମ୍ବଲପୁର ବିଜେଡି...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

ରାଜଧାନୀରେ ନିଆଁବର୍ଷା, ନିସ୍ତାର ନାହିଁ

ଭୁବନେଶ୍ୱର, ୨୩।୪: ତତଲା କଡେଇରେ ସିଝୁଛି ପୂରା ଓଡ଼ିଶା । ଡହଡହ ଖରାରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ । ଗତକାଲି ପରି ଆଜି ମଧ୍ୟ ରାଜଧାନୀ...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri