ଇଏ ଦୁର୍ବଳ, ସିଏ ସବଳ

କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ମୁମ୍ବାଇଠାରେ ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ, ଭାରତୀୟ ଗଣତନ୍ତ୍ର ପାଇଁ ଏକ ଶକ୍ତିଶାଳୀ କଂଗ୍ରେସ ପାର୍ଟି ଦରକାର। ଦୁର୍ବଳ କଂଗ୍ରେସ ଅର୍ଥ ଆଞ୍ଚଳିକ ଦଳଗୁଡ଼ିକ ବିରୋଧୀଙ୍କ ସ୍ଥାନ ନେଇଯିବେ, ଯାହା ଏକ ଶୁଭ ସଙ୍କେତ ନୁହେଁ ବୋଲି ସେ କହିଛନ୍ତି। ସାଧାରଣ ଲୋକ ଭାବିପାରନ୍ତି ଯେ, ଗଡ଼କରୀ ଗଣତନ୍ତ୍ର ପାଇଁ ଭାରି ଚିନ୍ତିତ। ଭିନ୍ନ ଭାବେ ଦେଖିଲେ ତାଙ୍କ ମୁହଁରୁ ଭାଜପାର ଇଚ୍ଛା ପ୍ରକାଶ ପାଇଛି। ‘କଂଗ୍ରେସ ମୁକ୍ତ ଭାରତ’ ସୃଷ୍ଟି କରିବାର ପ୍ରତିଶ୍ରୁତି ଦେଇ ଗଡ଼କରୀଙ୍କ ନେତା ନରେନ୍ଦ୍ର ମୋଦି ତାଙ୍କ ପ୍ରଧାନମନ୍ତ୍ରୀ ପଦ ପାଇଁ ଲଢ଼େଇ ଆରମ୍ଭ କରିଥିଲେ। ସେତେବେଳେ ଦେଶବାସୀଙ୍କୁ କୁହାଯାଇଥିଲା ଯେ ସ୍ବାଧୀନତାଠାରୁ ଆଜି ପର୍ଯ୍ୟନ୍ତ ସବୁକାର୍ଯ୍ୟ ପାଇଁ କଂଗ୍ରେସ ଦାୟୀ। ଅନ୍ୟପଟେ ଜନସାଧାରଣଙ୍କ ଦେଶ ଗଠନ ପାଇଁ ଥିବା ବିପୁଳ ଅବଦାନକୁ କୌଣସି ସମୟରେ ଭାଜପା ନେତୃତ୍ୱ ସ୍ବୀକାର କରିନାହିଁ। ସାଧାରଣରେ ଦେଖିବାକୁ ଗଲେ ଗଡ଼କରୀ ଜଣେ ଟାଣୁଆ ମନ୍ତ୍ରୀ, ଯିଏକି ମୋଦିଙ୍କ ଚାଟୁକାର ନୁହେଁ ବୋଲି ଦର୍ଶାଯାଇଥାଏ। ଏହା ରାଜନୀତିର ଏକ ଅକୁହା, କିନ୍ତୁ ସହଜରେ ବୁଝି ହେଉଥିବା ରଣନୀତି। ସମସ୍ତେ ଜାଣନ୍ତି ଯେ, ଗଡ଼କରୀଙ୍କ ପାଖରେ ଥିବା ମନ୍ତ୍ରଣାଳୟର କୌଣସି ସମୟରେ ପରିବର୍ତ୍ତନ ଘଟୁନାହିଁ। ମୋଦି ଓ ଅମିତ ଶାହାଙ୍କ ନିକଟତର ବୋଲି ଦର୍ଶାଯାଉଥିବା ଧର୍ମେନ୍ଦ୍ର ପ୍ରଧାନ ଓ ପୀୟୂଷ ଗୋଏଲଙ୍କ ଭଳି ମନ୍ତ୍ରୀଙ୍କ ଭାବମୂର୍ତ୍ତିକୁ ବିରାଟ ଆଘାତ ପହଞ୍ଚାଯାଇ ଗୌଣ କରିଦିଆଯାଇଛି। କିନ୍ତୁ ଗଡ଼କରୀଙ୍କୁ ଛୁଇଁବାର ପ୍ରୟୋଜନ କେବେ ହେଲେ ଉଠିବ ନାହିଁ। ରାଜନୀତି ବୁଝୁଥିବା ବ୍ୟକ୍ତି ଜାଣିପାରିବେ ଯେ, ଭାଜପା ଭିତରେ ଯଦି କେବେହେଲେ କେହି ମୋଦିଙ୍କ ନେତୃତ୍ୱକୁ ବିରୋଧ କରନ୍ତି ତେବେ ସେହି ଗୋଷ୍ଠୀଙ୍କୁ ଆଶ୍ରୟ ଦେବା ପାଇଁ ନୀତିନ ଗଡ଼କରୀଙ୍କ ଦ୍ୱାର ଖୋଲାରହିଛି। ବୁଦ୍ଧିଆ ରାଜନୀତିଜ୍ଞ କେବେହେଲେ ସେହି ଦ୍ୱାରରେ ପ୍ରବେଶ କରି ଗାତରେ ପଡ଼ିବେ ନାହିଁ।
ଆଜିର ଗଡ଼କରୀଙ୍କ ବାର୍ତ୍ତାକୁ ବିଶ୍ଳେଷଣ କଲେ ସେହି ଚତୁରତା ପଦାକୁ ଆସୁଛି। ତାଙ୍କ ବିବୃତିରେ ଗଡ଼କରୀ ମୁଖ୍ୟତଃ କଂଗ୍ରେସକୁ ବଞ୍ଚି ରହି ଶକ୍ତିଶାଳୀ ହେବା ଦରକାର ବୋଲି ମତ ଦେଇଛନ୍ତି। ସତେଯେମିତି କଂଗ୍ରେସ ବ୍ୟତୀତ ଦେଶରେ ଅନ୍ୟ କୌଣସି ଅଣ-ଭାଜପା ଦଳର ସ୍ଥାନ ରହିବା ଉଚିତ ନୁହେଁ। ଗଡ଼କରୀଙ୍କ କହିବା ଅନୁଯାୟୀ କଂଗ୍ରେସ ଯଦି ଦୁର୍ବଳ ହୁଏ ସେହି ସ୍ଥାନକୁ ଆଞ୍ଚଳିକ ଦଳଗୁଡ଼ିକ ମାଡ଼ିବସିବେ। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ, ଅଞ୍ଚଳିକ ଦଳଗୁଡ଼ିକ ଶକ୍ତିଶାଳୀ ହେଲେ ତାହା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ବୋଲି ସେ କହିଛନ୍ତି। ଏଠାରେ ବୁଝିବାକୁ ହେବ ଯେ, ଭାଜପାର ଏବଂ ବିଶେଷକରି ଭାରତ ଭଳି ଗରିବ ଦେଶରେ ଶକ୍ତିଶାଳୀ ହୋଇ ମୁଣ୍ଡ ଟେକିବାକୁ ଇଚ୍ଛୁକ ଦକ୍ଷିଣପନ୍ଥୀ ଚିନ୍ତାଧାରାର କେବେ ହେଲେ ଇଚ୍ଛା ନୁହେଁ ଯେ ଆଞ୍ଚଳିକ ଦଳଗୁଡ଼ିକ ସୁଦୃଢ଼ ହୁଅନ୍ତୁ। ଏହି ଚିନ୍ତାଧାରା ବୁଝିବା ଅତି ସହଜ। ଆଞ୍ଚଳିକ ଦଳଗୁଡ଼ିକ ନିଜ ରାଜ୍ୟର ହିତ ପାଇଁ ସ୍ବର ଉତ୍ତୋଳନ କରିବାକୁ ବାଧ୍ୟ। ଏହା ସତ୍ୟ ଯେ, ସେମାନେ କ୍ଷମତାରେ ରହିବା ପାଇଁ ଅନେକେ ଜନମଙ୍ଗଳକାରୀ ଯୋଜନା କାର୍ଯ୍ୟକାରୀ କରାଇଥାଆନ୍ତି। ଦକ୍ଷିଣପନ୍ଥୀ ଚିନ୍ତାଧାରା ସକାଶେ ଏହା ସରକାରୀ ଅର୍ଥର ଅପବ୍ୟୟ। କିନ୍ତୁ ସେହି ଶକ୍ତି କେବେହେଲେ ପିଏମ୍‌ କିଷାନ କିମ୍ବା ପିଏମ୍‌ କେୟାର୍ସ ଅର୍ଥକୁ ଅପବ୍ୟବହାର କରାଯାଇଥିବା ବିଷୟକୁ ସ୍ବୀକାର କରନ୍ତିନାହିଁ।
ସମଗ୍ର ପୃଥିବୀରେ ଏହା ବାରମ୍ବାର ପ୍ରମାଣିତ ହୋଇଛି ଯେ, ଯେଉଁ ଦେଶରେ ଅଧିକ ରାଜନୈତିକ ଦଳ ଓ ନେତାଙ୍କ ମଧ୍ୟରୁ ବାଛିବାର ସୁଯୋଗ ଭୋଟରଙ୍କୁ ମିଳିଥାଏ, ସେହି ଦେଶରେ ଗଣତନ୍ତ୍ର ଶକ୍ତିଶାଳୀ ହୁଏ। ଆଜିର କଂଗ୍ରେସକୁ ଭାରତର ଭୋଟଦାତା ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି। ମୋଦିଙ୍କ ନେତୃତ୍ୱାଧୀନ ସରକାରଙ୍କଠାରୁ ଜନସାଧାରଣ ଗାନ୍ଧୀ ପରିବାର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଆଶା କରୁଥିଲେ। ଭାରତୀୟ ଭୋଟର ଭାବିଥିଲେ ଯେ କିଛି ନ କଲେ ମଧ୍ୟ ଗାନ୍ଧୀ ପରିବାରର ଜ୍ୱାଇଁ ରବର୍ଟ ଭଦ୍ରାଙ୍କ ଦୁର୍ନୀତିକୁ ନରେନ୍ଦ୍ର ମୋଦି ସରକାର ପଦାରେ ପକାଇବେ। ଏଥିସହିତ ୨ଜି, ଅଗୁସ୍ତା ଓ୍ବେଷ୍ଟଲାଣ୍ଡ୍‌, ସିଡବ୍ଲ୍ୟୁଜି, କୋଲ୍‌ଗେଟ୍‌, ଏଚ୍‌ଡିଡବ୍ଲ୍ୟୁ ସବ୍‌ମରିନ୍‌ କିଣା ସହିତ ହରିୟାଣା ଓ ଉତ୍ତର ଭାରତର କେତେକ ରାଜ୍ୟରେ ରବର୍ଟ ଭଦ୍ରାଙ୍କ ଦ୍ୱାରା ସ୍ବଳ୍ପ ମୂଲ୍ୟରେ ହଡ଼ପ ହୋଇଥିବା ଅନେକ ହଜାର ଏକର ଜମିକୁ ତଦନ୍ତ କରି ଦୋଷୀକୁ ଗିରଫ କରାଯିବ। ମୋଦି ସରକାରର ଦୀର୍ଘ ପ୍ରାୟ ୮ ବର୍ଷ ବିତିବାକୁ ବସିଲାଣି, କିନ୍ତୁ ଜନସାଧାରଣ କୌଣସି କାର୍ଯ୍ୟାନୁଷ୍ଠାନ ଦେଖିବାକୁ ପାଉନାହାନ୍ତି। ଏଥିରୁ ସହଜରେ ବୁଝିହେଉଛି ଯେ କଂଗ୍ରେସକୁ ଦୁର୍ବଳ କରି ରଖିପାରୁଥିବା ଗାନ୍ଧୀ ପରିବାରକୁ ସବଳ କରି ରଖିବାର ଦାୟିତ୍ୱ ଭାଜପା ନେତୃତ୍ୱ ନେଇଥାଇ ପାରନ୍ତି। ଏହି ସୂକ୍ଷ୍ମ ରାଜନୀତିକୁ ହୁଏତ ସାଧାରଣ ନାଗରିକ କିମ୍ବା ଦଳୀୟ କର୍ମୀ ବୁଝିବା ପାଇଁ ଅରାଜି କିମ୍ବା ଅକ୍ଷମ।
ପ୍ରତିଶ୍ରୁତି ଉପରେ ପ୍ରତିଶ୍ରୁତି ଲଦି ଦିଆଯାଉଛି। କିନ୍ତୁ ପୂର୍ବ ଦୁର୍ନୀତିର ଦୋଷୀମାନଙ୍କୁ ହୁଏତ ଜାଣିଶୁଣି ଦଣ୍ଡ ଦିଆଯାଉ ନାହିଁ। ସେଥିରୁ ମନେହେଉଛି ଯେପରି ଭିତିରି ବୁଝାମଣା ଅତି ସୁଦୃଢ଼। ଏଠାରେ ମନେପଡ଼େ ଓଡ଼ିଶାର ଜଣେ ପୁରୁଖା ସ୍ବର୍ଗତ ସମ୍ପାଦକଙ୍କ ସମ୍ପାଦକୀୟ ଯାହାର ଶୀର୍ଷକ ଥିଲା -‘ତୁ ନ ହେଲେ ମୁଁ, ଆଉ ସଭିଏଁ ଢୁଁ’। ଆଜି ଦିଲ୍ଲୀ ଦରବାରରେ ଏହି ନୀତି ଜୋର୍‌ ଧରିଛି। ଜନସାଧାରଣଙ୍କ ମନରୁ କଂଗ୍ରେସ ଲିଭିଯାଉଥିବା ହେତୁ ଦକ୍ଷିଣପନ୍ଥୀ ଚିନ୍ତାଧାରୀଙ୍କ ମନରେ ଭାଳେଣି ପଡ଼ିଲାଣି। କାରଣ ଆଞ୍ଚଳିକ ଦଳଗୁଡ଼ିକ ପୁନର୍ବାର ଦୃଢ଼ ହେବାକୁ ଲାଗିଲେ ଦକ୍ଷିଣପନ୍ଥୀଙ୍କ ଅଡୁଆ ବଢ଼ିବ। କୌତୂହଳରେ ପ୍ରଶ୍ନ କରାଯାଇପାରେ ଯେ ଭାଜପାର କୌଣସି ନେତା କାହିଁକି କହୁନାହାନ୍ତି ଯେ ଗଣତନ୍ତ୍ରକୁ ସୁଦୃଢ଼ କରିବା ପାଇଁ ମମତା ବାନାର୍ଜୀଙ୍କ ତୃଣମୂଳ ଏବଂ ଅରବିନ୍ଦ୍‌ କେଜରିଓ୍ବାଲଙ୍କ ଆମ୍‌ ଆଦ୍‌ମୀ ପାର୍ଟି ଭଳି ଦଳ ଭାରତରେ ଶକ୍ତିଶାଳୀ ହୁଅନ୍ତୁ।

ଭାରତୀୟ ଭୋଟର ଭାବିଥିଲେ ଯେ କିଛି ନ କଲେ ମଧ୍ୟ ଗାନ୍ଧୀ ପରିବାରର ଜ୍ୱାଇଁ ରବର୍ଟ ଭଦ୍ରାଙ୍କ ଦୁର୍ନୀତିକୁ ନରେନ୍ଦ୍ର ମୋଦି ସରକାର ପଦାରେ ପକାଇବେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri