ଦେଶର ସବୁଠାରୁ ଏହି ପୁରାତନ ମହିଳା ଦେଉଛନ୍ତି ଟ୍ୟାକ୍ସ

ଭୋପାଳ,୨୮।୭: ନିକଟରେ ଆୟକର ବିଭାଗର ସ୍ଥାପନା ଦିବସ ପାଳନ ହୋଇଯାଇଛି। ଚଳିତ ଥର ଆୟକର ବିଭାଗର ଏକ କମିଟି ସର୍ବ ପୁରାତନ ଟିକସଦାତାଙ୍କୁ ସମ୍ମାନିତ କରିବାକୁ ଏକ କାର୍ଯ୍ୟକ୍ରମ ଆଯୋଜିତ କରିଥିଲା। କିନ୍ତୁ ଦେଶରେ ଜାରି ରହିଥିବା କରୋନା ସଙ୍କଟ ଯୋଗୁ ଏହି କାର୍ଯ୍ୟକ୍ରମକୁ ପରେ ସ୍ଥଗିତ ରଖାଯାଇଥିଲା। ପରେ ଆୟକର ବିଭାଗର ଅଧିକାରୀମାନେ ସଚ୍ଚୋଟ ଟିକସଦାତାଙ୍କ ଘରକୁ ଘର ବୁଲି ତାଙ୍କୁ ସମ୍ମାନିତ କରିଥିଲେ। ଏହି କ୍ରମରେ ମଧ୍ୟପ୍ରଦେଶର ସାଗର ଜିଲାରେ ରହୁଥିବା ୧୧୭ ବର୍ଷୀୟ ଗିରିଜା ବାଇ ତିଓ୍ବାରି ହୋଇଛନ୍ତି ଦେଶର ସବୁଠାରୁ ପୁରାତନ ଟିକସଦାତା। ତାଙ୍କୁ ଆୟକର ଅଧିକାରୀମାନେ ସମ୍ମାନିତ କରିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଆୟକର ବିଭାଗର ସ୍ଥାପନା ଦିବସ ଅବସରରେ ସଚ୍ଚୋଟ ଟିକସଦାତାଙ୍କୁ ସମ୍ମାନିତ କରିବା ଲାଗି ମଧ୍ୟପ୍ରଦେଶ ଓ ଛତିଶଗଡ଼ର ଟିକସଦାତାଙ୍କ ଏକ ତାଲିକା ପ୍ରସ୍ତୁତ କରାଯାଇଥିଲା। ଯେଉଁମାନେ ୧୦୦ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଟିକସ ଦେଇଆସୁଛନ୍ତି ସେମାନଙ୍କର ଏକ ତାଲିକା ଜାରି କରାଯାଇଥିଲା। ତେବେ ଏହି ତାଲିକା ଅନୁସାରେ ସାଗର ଜିଲାର ବିନାରେ ରହୁଥିବା ୧୧୭ ବର୍ଷୀୟ ଗିରିଜା ବାଇ ସର୍ବ ପୁରାତନ ଟିକସଦାତା ଭାବେ ବିବେଚିତ ହୋଇଥିଲେ। କାରଣ ଆୟକର ବିଭାଗ ଅନୁଯାୟୀ ଗିରିଜା ବାଇଙ୍କ ପ୍ୟାନ କାର୍ଡ଼ରେ ଜନ୍ମତିଥି ୧୯୦୩ ରହିଛି। ତେଣୁ ସେ ସର୍ବ ପୁରାତନ ଟିକସଦାତା ଭାବେ ପରିଗଣିତ ହୋଇଥିଲେ। ଯିଏ ନିଜ ପେନ୍‌ସନ୍‌ ଆୟ ଉପରେ ଆଜି ବି ଟିକସ ଦେଇଆସୁଛନ୍ତି। ଅନ୍ୟପଟେ ଗିରିଜା ବାଇଙ୍କ ବ୍ୟତୀତ ଇନ୍ଦୋରର ୧୦୩ ଇଶ୍ୱରୀ ଦେବୀ ଲୁଲା, ବିଳାସପୁରର ୧୦୦ ବର୍ଷୀୟ ବିନା ରାକ୍ଷୀ ଓ ଇନ୍ଦୋରର ୧୦୦ ବର୍ଷୀୟ କାଞ୍ଚନ ବାଇ ମଧ୍ୟ ପ୍ରାୟ ଏକ ଦଶନ୍ଧି ଧରି ଟିକସ ଦେଉଥିବା ଟିକସଦାତାଙ୍କ ତାଲିକାରେ ସ୍ଥାନ ପାଇଛନ୍ତି। ଏହି ସମସ୍ତ ମହିଳା ଆମର ବ୍ରାଣ୍ଡ ଆମ୍ବାସାଡର ବୋଲି ଆୟକର ବିଭାଗର ମୁଖ୍ୟ କମିଶନର ଏ.କେ. ଚୌହାନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂଜା କମିଟିଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ପାର୍ବଣ ପାଇଁ ସମ୍ପୂର୍ଣ୍ଣ ଗ୍ରାଉଣ୍ଡ ରେଣ୍ଟ ଛାଡ଼

ଭୁବନେଶ୍ୱର,୭ା୧୦: ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂଜା କମିଟିଗୁଡ଼ିକ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଭୁବନେଶ୍ୱର ମହାନଗର ନିଗମ (BMC) ଅଞ୍ଚଳରେ…

ଆସନ୍ତା ୩ ଦିନ ଝଡ଼ବର୍ଷା ସହ ବଜ୍ରପାତ: ସତର୍କ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର, ୭ା୧୦ (ସୌମ୍ୟରଞ୍ଜନ ରାଉତ)- ରାଜ୍ୟରେ କିଛିଦିନ ହେବ ଖରାତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବାବେଳେ ଦିନର ତାପମାତ୍ରା ୩୬ ଡିଗ୍ରୀ ପାର୍‌ କରୁଛି। ତେବେ…

ମୁଖ୍ୟମନ୍ତ୍ରୀଙ୍କ ମା’ଙ୍କ ପରଲୋକ, ଭାବପ୍ରବଣ ହୋଇ କହିଲେ ମୋର ସବୁଠୁ ବଡ଼ ଛାଇ….

ରାଞ୍ଚି,୭।୧୦: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମା’ ରୂପୀ ସୋରେନଙ୍କ ପରଲୋକ ହୋଇଛି । ରାଞ୍ଚିର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ…

କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…

ଭୁବନେଶ୍ୱର,୭।୧୦: ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାବିକୁ ନେଇ ଆସନ୍ତାକାଲି (ଗୁରୁବାର) ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଆହ୍ୱାନ ଦିଆଯାଇଛି। ‘INDIA’ ବ୍ଲକ୍‌…

ରାହୁଲ ଗାନ୍ଧୀଙ୍କୁ ହିମନ୍ତ ବିଶ୍ବ ଶର୍ମାଙ୍କ ଅଲ୍ଟିମେଟମ୍, କହିଲେ ବଙ୍କା କରିପାରିବେନି….

ନୂଆଦିଲ୍ଲୀ,୭।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ବଡ଼ ବୟାନ ଦେଇଛନ୍ତି । ବୁଧବାର ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ…

ରାଜ୍ୟରେ ଫେରୁଛି ଛାତ୍ର ସଂସଦ ନିର୍ବାଚନ: ୧୩ ବିଶ୍ୱବିଦ୍ୟାଳୟରେ ଭୋଟ୍‌, ୩ରେ ସିଧାସଳଖ ନେତା ଚୟନ!

ଭୁବନେଶ୍ୱର,୭।୧୦: ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ପ୍ରକ୍ରିୟା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର ୧୩ଟି ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ…

ରାଜଧାନୀରେ ଭୁଶୁଡ଼ିଲା ୫ ମହଲା ବିଲ୍ଡିଂ, ମୃତ୍ୟୁ ସଂଖ୍ୟା….

ନୂଆଦିଲ୍ଲୀ,୭।୧୦: ଉତ୍ତର-ପୂର୍ବ ଦିଲ୍ଲୀର ସୀମାପୁରୀରେ ଏକ ୫ ମହଲା ବିଲ୍ଡିଂ ଭୁଶୁଡ଼ି ପଡ଼ିଛି । ତେବେ ଏହି ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଏବେ…

ଚଳନ୍ତା ଟ୍ରେନରୁ ହଠାତ୍ ଡ଼େଇଁ ପଡ଼ିଲେ ଏକାଧିକ ଯାତ୍ରୀ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୭।୧୦: ଉତ୍ତରପ୍ରଦେଶର ବାରାବଙ୍କିରୁ ସାମ୍ନାକୁ ଆସିଛି ଚକିତ କରିଦେବା ଭଳି ଭିଡିଓ । ଚଳନ୍ତା ଟ୍ରେନରୁ ଡେଇଁ ଯାତ୍ରୀମାନେ ଦୌଡ଼ି ପଳାଉଥିବାର ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?