Posted inଖେଳ

ସୁଶାନ୍ତଙ୍କ ମୃତ୍ୟୁ ଖବରକୁ ଜୋକ୍‌ ଭାବିଥିଲେ ଏହି ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ, ୨।୭- ବଲିଉଡ୍‌ର ଯୁବ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିବା ଇତିମଧ୍ୟରେ ୧୭ ଦିନ ବିତିସାରିଛି। ମୁମ୍ବାଇର ବାନ୍ଦ୍ରସ୍ଥିତ ବାସଭବନରେ ଏହି ଉଦୀୟମାନ ଅଭିନେତା ଆତ୍ମହତ୍ୟା କରିଥିଲେ, ଯାହାକି ଏବେ ମଧ୍ୟ ରହସ୍ୟ ହୋଇ ରହିଯାଇଛି। ଭାରତୀୟ କ୍ରିକେଟ୍‌ ଦଳର ଭେଟେରାନ ଦ୍ରୁତ ବୋଲର ଏସ୍‌. ଶ୍ରୀସନ୍ଥ କିନ୍ତୁ ସୁଶାନ୍ତଙ୍କ ଆତ୍ମହତ୍ୟା ଖବରକୁ ପ୍ରଥମେ ଜୋକ୍‌ ଭାବିଥିଲେ ବୋଲି କହିଛନ୍ତି। ‘ମୁଁ ସେତେବେଳେ ପଡ଼ିଆରେ ଟ୍ରେନିଂ କରୁଥାଏ। ମୋ ସ୍ତ୍ରୀ ମେସେଜ କରି ସୁଶାନ୍ତ ଆତ୍ମହତ୍ୟା କରିଥିବା ଖବର ମୋତେ ଜଣାଥିଲେ। ମୁଁ କିନ୍ତୁ ସେ ସମୟରେ ମେସେଜକୁ ଚେକ୍‌ କରି ନ ଥିଲି। ଏହାପରେ ପ୍ରାକ୍ଟିସ ସାରି କାରରେ ଘରକୁ ଫେରୁଥିବାବେଳେ ମୋ ସ୍ତ୍ରୀ ପୁଣିଥରେ ଭଏସ୍‌ ମେଲ୍‌ ଜରିଆରେ ସୁଶାନ୍ତଙ୍କ ମୃତ୍ୟୁ ଖବର ଦେଇଥିଲେ। ମୁଁ ପ୍ରଥମେ ଏହାକୁ ମଜା ବୋଲି ଭାବିଥିଲି। କିନ୍ତୁ ମୋ ପାଖକୁ ଯେତେବେଳେ ବିଭିନ୍ନ ଭଏସ୍‌ ମେଲ୍‌ ଆସିଥିଲା ସେତେବେଳେ ମୁଁ ଏହି ଘଟଣାରେ ସତ୍ୟତା ଥିବା ଜାଣିଲି। ସେହିଭଳି ସୋସିଆଲ ମିଡିଆରେ ମଧ୍ୟ ସୁଶାନ୍ତଙ୍କ ମର ଶରୀରର ଫଟୋ ସବୁ ପୋଷ୍ଟ ହେବାର ଦେଖିଲି’ ବୋଲି ଶ୍ରୀସନ୍ଥ ଇନ୍‌ଷ୍ଟାଗ୍ରାମରେ ଏକ ଆଲୋଚନା ଅବସରରେ ଉଲ୍ଲେଖ କରିଛନ୍ତି। ଏହି ଅବସରରେ ୩୭ ବର୍ଷୀୟ ଶ୍ରୀସନ୍ଥ ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ ଭାଗ୍ୟବାନ ଥିଲି ଯେ ୨୦୧୩ରେ ଜେଲ ଯିବାବେଳେ କି ଜେଲ୍‌ରୁ ବାହାରିବା ବେଳେ କେହି ମୋ ଫଟୋ ଉଠାଇ ନ ଥିଲେ। ଫଳରେ ମୋ ପିଲାମାନେ ସୌଭାଗ୍ୟବଶତଃ ମୋ ଜେଲ୍‌ ଯିବା ଫଟୋ ଦେଖିପାରି ନ ଥିଲେ। ଉଲ୍ଲେଖଯୋଗ୍ୟ, ୨୦୧୩ରେ ଆଇପିଏଲ୍‌ରେ ହୋଇଥିବା ବହୁଚର୍ଚ୍ଚିତ ସ୍ପଟ୍‌-ଫିକ୍ସିଂ ମାମଲରେ ଶ୍ରୀସନ୍ଥଙ୍କୁ ସେତେବେଳେ ୧୨ ଦିନ ପାଇଁ ଜେଲ୍‌ ଯିବାକୁ ପଡ଼ିଥିଲା। ଏହାପରେ ତାଙ୍କୁ କ୍ରିକେଟ୍‌ରୁ ପ୍ରଥମେ ଆଜୀବନ ଓ ପରେ ୭ ବର୍ଷ ଲାଗି ବାସନ୍ଦ କରାଯାଇଥିଲା। ଶ୍ରୀସନ୍ଥଙ୍କୁ ଏହି ବାସନ୍ଦାଦେଶ ସେପ୍ଟେମ୍ବରରେ ସମାପ୍ତ ହେଉଥିବାରୁ ସେ ଆଗାମୀ ରଣ୍‌ଜୀ ଟ୍ରଫିରେ ଖେଳିବାର ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

ଚାକିରି ଦେବା ନାଁରେ ଠକେଇ: ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଗିରଫ

ଛତ୍ରପୁର,୪।୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଯୁବପିଢ଼ିଙ୍କୁ ଚାକିରି କରାଇ ଦେବା ନାଁରେ ଠକେଇ ଅଭିଯୋଗରେ ଛତ୍ରପୁର ଥାନା ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି।…

ପ୍ରଥମ ଥର ଭାରତ-ଜାପାନ ଖେଳିବେ ଟି୨୦ମ୍ୟାଚ

ନୂଆଦିଲ୍ଲୀ, ୪ା୯: ଏସିଆନ ଗେମ୍ସ ପୂର୍ବରୁ ସେପ୍ଟେମ୍ବର ୨୨ରେ ଭାରତୀୟ ପୁରୁଷ କ୍ରିକେଟ ଦଳ ଜାପାନ ବିପକ୍ଷରେ ପ୍ରଥମ ଥର ଏକ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳିବ।…

ଓଡ଼ିଶା ପାଇଁ ଗୌରବ: ଆଡ଼ଭାନ୍ସ ମାଉଣ୍ଟେନିୟରିଂ ପ୍ରଶିକ୍ଷଣ ପାଇଁ କାଶ୍ମୀର ଯିବେ ବରଗଡ଼ର ଆଶୀର୍ବାଦ ମହାପାତ୍ର

ବରଗଡ଼, ୪।୯(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ଜଣାଶୁଣା ଆନ୍ତର୍ଜାତୀୟ ପର୍ବତାରୋହୀ ତଥା ବରଗଡ଼ ଜିଲା ଅତାବିରା ବ୍ଲକ୍ ଅନ୍ତର୍ଗତ କୁଲିତାଟୁକୁରା ଗ୍ରାମର ବାସିନ୍ଦା ଆଶୀର୍ବାଦ ମହାପାତ୍ର ଆଡ଼ଭାନ୍ସ ମାଉଣ୍ଟେନିୟରିଂ…

ଖିମଜୀ ଦୟାଭାଇ କୋ.ଗ୍ରୁପ୍‌ ପାଳନ କରୁଛି ୯୦ ବର୍ଷର ବିଶ୍ୱାସ, କାରିଗରୀ ଓ ସଫଳତା

ଭୁବନେଶ୍ୱର: ଓଡ଼ିଶାର ଐତିହ୍ୟବାହୀ ଜୁଏଲେରୀ ବ୍ରାଣ୍ଡ ଖିମଜୀ ଦୟାଭାଇ କୋ. ଗ୍ରୁପ ଗର୍ବର ସହ ନିଜର ୯୦ ବର୍ଷର ଯାତ୍ରା ପାଳନ କରୁଛି। ୧୯୩୬ ଅଗଷ୍ଟରୁ ଆରମ୍ଭ…

ଏବେ କିଣିନିଅନ୍ତୁ ସୁନା, ବଢିବ ସୁନାଦର; ଏକ୍ସପର୍ଟ କହିଦେଲେ କେବେ…

ନୂଆଦିଲ୍ଲୀ,୪।୯: ପାର୍ୱଣ ଏବଂ ବିବାହ ଋତୁ ପାଇଁ ପ୍ରସ୍ତୁତି ଚଳାଇଥିବା ଲୋକଙ୍କ ନିମନ୍ତେ ସେପ୍ଟେମ୍ୱର ମାସଟି ବେଶ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇପାରେ। ସମ୍ପ୍ରତି ସୁନା ଦରରେ କିଛିଟା…

ସ୍କୁଟି-ଆମ୍ବୁଲାନ୍ସ ମୁହାଁମୁହିଁ ଧକ୍କା: ଚାଲିଗଲା ଶିକ୍ଷକଙ୍କ ଜୀବନ

ମାଲକାନଗିରି,୪।୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ମାଥିଲି ବ୍ଲକ୍‌ ଅଞ୍ଚଳରେ ଏକ ସ୍କୁଟି ଓ ଆମ୍ବୁଲାନ୍ସ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣେ ଶିକ୍ଷକଙ୍କ ମୃତ୍ୟୁ ଘଟିଛିା। ମୃତକ…

ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଖେଳାଳି, କାହିଁକି ଜାଣନ୍ତୁ…

ନୂଆପଡ଼ା,୪ା୯(ମକାରୁ ବେମାଲ): ନୂଆପଡ଼ା ଜିଲାରେ ଦିବ୍ୟାଙ୍ଗ କ୍ରିକେଟ ଖେଳର ବିକାଶ ପାଇଁ ଗୁରୁବାର ଜନସଂଘର୍ଷ ଦିବ୍ୟାଙ୍ଗ କ୍ରିକେଟ ଆସୋସିଏଶନ (ଜେଏସ୍‌ଡିସିଏ) ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛି। କୋଚ୍‌ କପିଳଦେବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri