Posted inଖେଳ

ହଠାତ୍‌ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ବାଏ ବାଏ କରି ସମସ୍ତଙ୍କୁ ଚମକାଇଦେଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୯।୧୦:ଭାରତରେ ଜନ୍ମିତ ନ୍ୟୁଜିଲାଣ୍ଡ କ୍ରିକେଟର୍‌ ଜିତ ରାଭାଲ ପେସାଦାର କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। ୩୮ ବର୍ଷୀୟ ଏହି ଓପନିଂ ବ୍ୟାଟର୍‌ ନିଜ କ୍ୟାରିୟର ଓ ଉପଲବ୍ଧିକୁ ନେଇ ସନ୍ତୁଷ୍ଟ ଥିବା କହି ଏହି ନିଷ୍ପତ୍ତି ନେଇଛନ୍ତି। ଗୁଜରାଟରେ ଜନ୍ମ ହୋଇଥିବା ଜୀତ ଯୁବାବସ୍ଥାରେ ପରିବାର ସହ ନ୍ୟୁଜିଲାଣ୍ଡ ଚାଲିଯାଇଥିଲେ। ପରେ ସେହି ଦେଶ ପକ୍ଷରୁ ଅନ୍ତର୍ଜାତୀୟ କ୍ରିକେଟ ଖେଳିବାର ସ୍ବପ୍ନ ପୂରଣ କରିଥିଲେ।
ଜିତ ୨୦୧୬ ନଭେମ୍ବରରେ ପାକିସ୍ତାନ ବିପକ୍ଷରେ ନିଜର ଟେଷ୍ଟ ଡେବ୍ୟୁ କରିଥିଲେ। ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ସେ ୫୫ ରନ କରିଥିବା ବେଳେ ଦ୍ୱିତୀୟ ଇନିଂସରେ ୩୬ ରନ କରି ଅପରାଜିତ ରହିଥିଲେ। ନ୍ୟୁଜିଲାଣ୍ଡ ପାଇଁ ସେ ମୋଟ ୨୪ଟି ଟେଷ୍ଟ ମ୍ୟାଚ ଖେଳିଥିଲେ। ଓପନର୍‌ ଭାବେ ୩୯ଟି ଟେଷ୍ଟ ଇନିଂସରେ ଗୋଟିଏ ଶତକ ଓ ୭ଟି ଅର୍ଦ୍ଧଶତକ ସହ ମୋଟ ୧୧୪୩ ରନ ସଂଗ୍ରହ କରିଥିଲେ। ୨୦୨୦ରେ ଅଷ୍ଟ୍ରେଲିଆ ବିପକ୍ଷରେ ସେ ନିଜର ଶେଷ ଟେଷ୍ଟ ଖେଳିଥିଲେ। ସିଡ୍‌ନୀରେ ଅନୁଷ୍ଠିତ ସେହି ମ୍ୟାଚ୍‌ରେ ପ୍ରଥମ ଇନିଂସରେ ୩୧ ରନ ଏବଂ ଦ୍ୱିତୀୟ ଇନିଂସରେ ୧୨ ରନ କରିଥିଲେ।
ଟେଷ୍ଟ କ୍ରିକେଟ ବ୍ୟତୀତ ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ମଧ୍ୟ ଜିତଙ୍କ ରେକର୍ଡ ଉଲ୍ଲେଖନୀୟ। ୧୬୪ଟି ପ୍ରଥମ ଶ୍ରେଣୀ ମ୍ୟାଚ୍‌ରେ ସେ ୨୪ଟି ଶତକ ଓ ୫୦ଟି ଅର୍ଦ୍ଧଶତକ ସହ ମୋଟ ୧୦,୪୩୨ ରନ କରିଛନ୍ତି। ଏହି ଫର୍ମାଟ୍‌ରେ ତାଙ୍କ ବ୍ୟାଟିଂ ହାର ୪୭.୯୧ ରହିଛି। ଅବସର ଘୋଷଣା ଅବସରରେ ଜିତ କହିଛନ୍ତି ଯେ, ନ୍ୟୁଜିଲାଣ୍ଡ ପାଇଁ କ୍ରିକେଟ ଖେଳିବା ତାଙ୍କ ପିଲାଦିନର ସ୍ବପ୍ନ ଥିଲା। ଏହି ସ୍ବପ୍ନ ପୂରଣ ହୋଇଥିବାରୁ ସେ ନିଜ କ୍ରିକେଟ ଯାତ୍ରାକୁ ନେଇ ଗର୍ବିତ।

ତାଙ୍କ କହିବା ଅନୁଯାୟୀ, ନ୍ୟୁଜିଲାଣ୍ଡ ଯିବାର ନିଷ୍ପତ୍ତି କେବଳ ତାଙ୍କ ସ୍ବପ୍ନ ନ ଥିଲା, ବରଂ ତାଙ୍କ ପିତାଙ୍କର ମଧ୍ୟ ଏକ ସ୍ବପ୍ନ ଥିଲା। ପରିବାର ଏକ ସୁଯୋଗ ଦେଖି ନ୍ୟୁଜିଲାଣ୍ଡ ଚାଲିଯାଇଥିଲା, ଯାହା ତାଙ୍କୁ ନିଜ ଲକ୍ଷ୍ୟ ହାସଲ କରିବାରେ ସହାୟତା କରିଥିଲା। ଗୁଜରାଟରେ ପ୍ରାରମ୍ଭିକ ଶିକ୍ଷା ଗ୍ରହଣ କରିଥିବା ଜିତଙ୍କ କ୍ରିକେଟ ଯାତ୍ରା ଭାରତରୁ ଆରମ୍ଭ ହୋଇ ନ୍ୟୁଜିଲାଣ୍ଡ ପର୍ଯ୍ୟନ୍ତ ପହଞ୍ଚିଥିଲା।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ର ନିର୍ବାଚନରେ ବଢୁଛି ଉତ୍ସାହ: ଅତାବିରା କଲେଜରେ ୨୪ଜଣଙ୍କ ନାମାଙ୍କନ ଦାଖଲ

ଅତାବିରା,୯।୧୦(ଯୁଧିଷ୍ଠିର ମହାପାତ୍ର): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ହେଉଥିବା ବେଳେ ଅତାବିରା କଲେଜରେ ନିର୍ବାଚନୀ ଉତ୍ସାହ ଦେଖିବାକୁ ମିଳିଛି। କଲେଜର…

ସୁନା ଜିତିବା ପରେ ଟଙ୍କା ବର୍ଷା: ଏହି ଖେଳାଳିଙ୍କୁ ମିଳିବ କୋଟି କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୦: ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ଜିତିବା ପ୍ରତ୍ୟେକ ଖେଳାଳିଙ୍କ ପାଇଁ ଏକ ବଡ଼ ଉପଲବ୍ଧି। ଏହି ସଫଳତା ସହ ଯଦି ଲକ୍ଷ ଲକ୍ଷ ଟଙ୍କାର ନଗଦ…

ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ନାମାଙ୍କନପତ୍ର ଦାଖଲ: ଶକ୍ତି ପ୍ରଦର୍ଶନ କରି ଛାତ୍ରୀଛାତ୍ର…

ଭବାନୀପାଟଣା,୯ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ନାମାଙ୍କନରେ ଦେଖିବାକୁ ମିଳିଛି ଶକ୍ତି ପ୍ରଦର୍ଶନ। ବିଶାଳ ପଟୁଆରରେ ବିଶ୍ୱବିଦ୍ୟାଳୟକୁ…

୮ ବର୍ଷ ପରେ ବାୟାବାବା କଲେଜରେ ନିର୍ବାଚନ ଉଷ୍ଣତା: ବିଜେଡି-ଏବିଭିପି ଜୋର୍‌ଦାର ଲଢ଼େଇ

ମହାକାଳପଡ଼ା,୯ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜଲା ମହାକାଳପଡ଼ା ସଦରମହକୁମାଠାରେ ଶ୍ରୀ ଶ୍ରୀ ବାୟାବାବା କଲେଜରେ ୮ ବର୍ଷ ପରେ ରାଜ୍ୟ ସରକାର ଛାତ୍ର ସଂସଦ ନିର୍ବାଚନ ଘୋଷଣା…

ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ଭାରତୀୟ ବଂଶୋଦ୍ଭବଙ୍କୁ ସମ୍ମାନ, ଟ୍ରମ୍ପଙ୍କୁ ପୁଣି ଝଟ୍‌କା

ଷ୍ଟକହୋମ,୯।୧୦: ୨୦୨୬ ମସିହା ପାଇଁ ନୋବେଲ ଶାନ୍ତି ପୁରସ୍କାର ଘୋଷଣା କରାଯାଇଛି। ଦକ୍ଷିଣ ଆଫ୍ରିକାର ବିଚାରପତି ତଥା ଭାରତୀୟ ତାମିଲ ବଂଶୋଦ୍ଭବ ନାଭାନେଥେମ ‘ନାଭି’ ପିଲ୍ଲାଇଙ୍କୁ ଏହି…

ନାନା ପାଟେକରଙ୍କ ମୃତ୍ୟୁ ପରେ ବି ତାଙ୍କୁ ଛାଡ଼ିଲେନି ତନୁଶ୍ରୀ: କହିଦେଲେ ଏମିତି କଥା, ତାତିଲେ ପ୍ରଶଂସକ

ବଲିଉଡ ଅଭିନେତା ନାନା ପାଟେକରଙ୍କ ପରଲୋକ ପରେ ଅଭିନେତ୍ରୀ ତନୁଶ୍ରୀ ଦତ୍ତାଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବିବାଦ ସୃଷ୍ଟି ହୋଇଛି। ନାଁ ନ ନେଇ ଇନ୍‌ଷ୍ଟାଗ୍ରାମ…

ବିଶ୍ବରେ ହଲଚଲ! H-1B ଭିସାଧାରୀଙ୍କୁ ଏଭଳି କହିଦେଲା ଆମେରିକା; କଡ଼ା ଜବାବ ଦେଲା ଭାରତ

ନୂଆଦିଲ୍ଲୀ,୯ା୧୦: H-1B ଭିସାଧାରୀଙ୍କୁ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ‘ଇଣ୍ଡେଞ୍ଚର୍ଡ ଲେବର’ ଅର୍ଥାତ୍‌ ‘ଚୁକ୍ତିବଦ୍ଧ ଶ୍ରମିକ’ ବୋଲି କହିବାକୁ ନେଇ ଭାରତ କଡ଼ା ଆପତ୍ତି ପ୍ରକାଶ କରିଛି…

ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେଲା ନାଆମୀ କଲେଜ

ଭଦ୍ରକ,୯ା୧୦(ସନାତନ ରାଉତ): କଲେଜ ପରିସରରେ ବ୍ୟାପକ ଆନ୍ଦୋଳନ ଓ ଅଶାନ୍ତି ଯୋଗୁ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ନାଆମୀ ଡିଗ୍ରୀ କଲେଜକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?