Posted inଖେଳ

ରୋହିତ MI ଅଧିନାୟକ ହେବା ପରେ ସୂର୍ଯ୍ୟକୁମାର ଦେଲେ ଏମିତି ଇସାରା, ପୋଷ୍ଟ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୭।୧୧: ମୁମ୍ୱାଇ ଇଣ୍ଡିଆନ୍ସ ଆଇପିଏଲ (IPL) ୨୦୨୭ ପୂର୍ୱରୁ ବଡ଼ ନିଷ୍ପତ୍ତି ନେଇ ରୋହିତ ଶର୍ମାଙ୍କୁ ପୁଣି ଥରେ ଦଳର ନେତୃତ୍ୱ ପ୍ରଦାନ କରିଛି। ପାଞ୍ଚ ଥର ଫ୍ରାଞ୍ଚାଇଜିକୁ ଚାମ୍ପିଅନ କରାଇଥିବା ରୋହିତଙ୍କ ଅଧିନାୟକତ୍ୱକୁ ପ୍ରତ୍ୟାବର୍ତ୍ତନ ଖବର ଆସିବା ମାତ୍ରେ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ଉତ୍ସାହ ଦେଖିବାକୁ ମିଳିଥିଲା।

ଏହି ସମୟରେ ମୁମ୍ୱାଇ ଇଣ୍ଡିଆନ୍ସର ଷ୍ଟାର୍‌ ବ୍ୟାଟର୍‌ ସୂର୍ଯ୍ୟକୁମାର ଯାଦବଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି। ରୋହିତ ଶର୍ମାଙ୍କ ଅଧିନାୟକତ୍ୱକୁ ପ୍ରତ୍ୟାବର୍ତ୍ତନ ପୋଷ୍ଟରେ ସୂର୍ଯ୍ୟକୁମାର ଯାଦବ କମେଣ୍ଟ କରି ଲେଖିଛନ୍ତି, ‘ତୟାରୀ କରଲୋ ପଲଟନ’ (’ପ୍ରସ୍ତୁତ ହୋଇଯାଅ ପଲଟନ’) ଏବଂ ଏହା ସହିତ ବ୍ଲୁ ହାର୍ଟ ଇମୋଜି ମଧ୍ୟ ସେୟାର କରିଛନ୍ତି।

ସୂର୍ଯ୍ୟକୁମାରଙ୍କ ଏହି କମେଣ୍ଟ କିଛି ମିନିଟ ମଧ୍ୟରେ ଭାଇରାଲ ହୋଇଗଲା। ପ୍ରଶଂସକମାନେ ଏହାକୁ IPL ୨୦୨୭ ପାଇଁ ମୁମ୍ୱାଇ ଇଣ୍ଡିଆନ୍ସ କ୍ୟାମ୍ପର ଉତ୍ସାହ ଏବଂ ଆତ୍ମବିଶ୍ୱାସ ଭାବେ ଦେଖିଲେ। ଅନେକ ପ୍ରଶଂସକ କମେଣ୍ଟ ସେକ୍ସନ୍ରେ ରୋହିତ ଶର୍ମାଙ୍କ ପ୍ରତ୍ୟାବର୍ତ୍ତନକୁ ସୱାଗତ କରିଛନ୍ତି ଏବଂ ଷଷ୍ଠ IPL ଟ୍ରଫିର ଆଶା ବ୍ୟକ୍ତ କରିଛନ୍ତି।

ବାସ୍ତବରେ, ମୁମ୍ୱାଇ ଇଣ୍ଡିଆନ୍ସ ଶୁକ୍ରବାର ଆନୁଷ୍ଠାନିକ ଭାବେ ଘୋଷଣା କରିଛି ଯେ ରୋହିତ ଶର୍ମା IPL ୨୦୨୭ରେ ଦଳର ଅଧିନାୟକତ୍ୱ କରିବେ। ହାର୍ଦ୍ଦିକ ପାଣ୍ଡ୍ୟା ପଞ୍ଜାବ କିଙ୍ଗ୍ସକୁ ଟ୍ରେଡ ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ରୋହିତ ପୂର୍ୱରୁ ହିଁ ମୁମ୍ୱାଇ ଇଣ୍ଡିଆନ୍ସକୁ ୨୦୧୩, ୨୦୧୫, ୨୦୧୭, ୨୦୧୯ ଏବଂ ୨୦୨୦ରେ IPL ଚାମ୍ପିଅନ କରାଇ ସାରିଛନ୍ତି।

ମୁମ୍ୱାଇ ଇଣ୍ଡିଆନ୍ସର ମାଲିକାଣୀ ନୀତା ଅମ୍ୱାନୀ ଏବଂ ମାଲିକ ଆକାଶ ଅମ୍ୱାନୀ ମଧ୍ୟ ରୋହିତଙ୍କ ଅଧିନାୟକତ୍ୱକୁ ପ୍ରତ୍ୟାବର୍ତ୍ତନକୁ ସୱାଗତ କରିଛନ୍ତି। ଉଭୟ କହିଛନ୍ତି ଯେ ରୋହିତ ଏବଂ ମୁମ୍ୱାଇ ଇଣ୍ଡିଆନ୍ସ ମଧ୍ୟରେ ସମ୍ପର୍କ ବେଶ ଖାସ ଏବଂ ସେମାନଙ୍କୁ ଆଶା ଯେ ୨୦ତମ ସିଜିନ ଦଳ ପାଇଁ ସ୍ମରଣୀୟ ସାବ୍ୟସ୍ତ ହେବ। ଏବେ ସୂର୍ଯ୍ୟକୁମାର ଯାଦବଙ୍କ ଏହି ପ୍ରତିକ୍ରିୟା ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି। ଏଥିରୁ ସ୍ପଷ୍ଟ ହେଉଛି ଯେ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ମୁମ୍ୱାଇ ଇଣ୍ଡିଆନ୍ସର ଡ୍ରେସିଂ ରୁମ ନୂଆ ସିଜିନକୁ ନେଇ ବେଶ ଉତ୍ସାହିତ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ସୂର୍ଯ୍ୟକୁମାରଙ୍କ ଅଧିନାୟକତ୍ୱରେ ଖେଳିବେ ଶ୍ରେୟସ ଆୟର; ଏହି ଟୁର୍ନାମେଣ୍ଟରେ ଏକାଠି ମଇଦାନକୁ…

ନୂଆଦିଲ୍ଲୀ,୨୭।୧୧: ସୟଦ ମୁସ୍ତାକ ଅଲି ଟ୍ରଫି ୨୦୨୬ର ସୁପର ଲିଗ୍ ଷ୍ଟେଜ୍ ଆରମ୍ଭ ହେବା ପୂର୍ବରୁ ମୁମ୍ବାଇ ଦଳକୁ ବଡ଼ ବଳ ମିଳିଛି। ଭାରତୀୟ ଟି-୨୦ ଦଳର…

UPI ପେମେଣ୍ଟ କରୁଥିଲେ ଆସିଲା ବଡ଼ ଅପଡେଟ୍‌: ୧ ଜାନୁଆରୀରୁ ବନ୍ଦ ହେବ…

ନୂଆଦିଲ୍ଲୀ,୨୭।୧୧: ଆଜିକାଲି ଛୋଟରୁ ଛୋଟ କିଣାକିଣି ପାଇଁ ମଧ୍ୟ ଲୋକେ UPIରେ ପେମେଣ୍ଟ କରୁଛନ୍ତି। କେବେ ୫୦ ଟଙ୍କାର ଚା’ ତ କେବେ ୨୦୦ ଟଙ୍କାର ସାମଗ୍ରୀ…

PCBର ବଡ଼ ଝଟକା: ଏକାଥରକେ ୧୨ ଖେଳାଳିଙ୍କୁ କଣ୍ଟ୍ରାକ୍ଟରୁ ଆଉଟ୍‌, ମାତ୍ର ୮ ଜଣଙ୍କୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୨୭।୧୧: ପାକିସ୍ତାନ କ୍ରିକେଟ ବୋର୍ଡ (PCB) ମହିଳା କ୍ରିକେଟ ଦଳର କେନ୍ଦ୍ରୀୟ ଚୁକ୍ତି (ସେଣ୍ଟ୍ରାଲ କଣ୍ଟ୍ରାକ୍ଟ)ରେ ବଡ଼ ପରିବର୍ତ୍ତନ କରିଛି। ବୋର୍ଡ ୨୦୨୬-୨୭ ସିଜିନ ପାଇଁ କେନ୍ଦ୍ରୀୟ…

ଓଡ଼ିଶା ପ୍ରଶାସନର ରଣନୀତି ଆଗରେ ହାର ମାନିଲା ଆନ୍ଧ୍ର; କୋଟିଆରେ ସରପଞ୍ଚ-ସମିତି ନିର୍ବାଚନ ପ୍ରୟାସ ବିଫଳ

ପଟ୍ଟାଙ୍ଗି, ୨୭।୧୧ (ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅନ୍ତର୍ଗତ ବିବାଦୀୟ କୋଟିଆ ପଞ୍ଚାୟତର ତିନୋଟି ଗ୍ରାମରେ ପଡ଼ୋଶୀ ଆନ୍ଧ୍ରପ୍ରଦେଶ ପକ୍ଷରୁ ଆୟୋଜିତ ସରପଞ୍ଚ…

ପେତିଙ୍କ ମୁହଁରେ ଫୁଟିଲା ହସ, ଭତ୍ତା ପାଇବା ପରେ ବିଡିଓଙ୍କୁ ଆଶୀର୍ବାଦ ଦେଇ କହିଲେ…

ମହାକାଳପଡ଼ା,୨୭ା୧୧(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜନଜାତି ବହୁଳ ଶବରପଡ଼ାଠାରେ ପେତି ଭକ୍ତା (୮୨)ଙ୍କୁ ସ୍ବାମୀ ମରିବାର ୩୦ ବର୍ଷ ପରେ ବିଧବା କି…

ଶୁଭ ମୁହୂର୍ତ୍ତ ନା ନମ୍ବର ଗେମ୍‌? ସନ୍ଧ୍ୟା ୫.୪୫ରେ କାହିଁକି କରାଗଲା ରୋହିତଙ୍କ ଅଧିନାୟକତ୍ୱ ଘୋଷଣା…ବଡ଼ ଚର୍ଚ୍ଚା

ନୂଆଦିଲ୍ଲୀ,୨୭।୧୧: ଆଇପିଏଲ୍ ୨୦ତମ ସିଜିନ୍ ଆରମ୍ଭ ହେବା ପୂର୍ବରୁ ପ୍ରଶଂସକଙ୍କୁ ଚକିତ କରି ମୁମ୍ବାଇ ଇଣ୍ଡିଆନ୍ସ (MI) ଦଳର ସବୁଠାରୁ ସଫଳ ଅଧିନାୟକ ରୋହିତ ଶର୍ମାଙ୍କୁ ପୁଣି…

ରାଜ୍ୟସ୍ତରରେ ପୁରସ୍କୃତ ହେଲା ଭଞ୍ଜନଗର ଏସ୍‌ଏନ୍‌ସିୟୁ

ଭଞ୍ଜନଗର, ୨୭/୧୧ (ବାବୁଲା ପ୍ରଧାନ): ଜାତୀୟ ନବଜାତ ଶିଶୁ ସପ୍ତାହ-୨୦୨୬ ଅବସରରେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ସ୍ୱତନ୍ତ୍ର ନବଜାତ ଶିଶୁ ଯତ୍ନ କେନ୍ଦ୍ର (ଏସ୍‌ଏନ୍‌ସିୟୁ)କୁ ରାଜ୍ୟସ୍ତରୀୟ ପୁରସ୍କାର…

ବାଲ୍ୟ ବିବାହ ରୋକିବାକୁ ପ୍ରଶାସନର ତତ୍ପରତା, ଜନଜାତିଙ୍କୁ କଲା ସଚେତନ

ମହାକାଳପଡ଼ା, ୨୭/୧୧ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଉପକୂଳ ଅଞ୍ଚଳରେ, ବିଶେଷକରି ଜନଜାତି ଓ ବଙ୍ଗୀୟ ବସତି ଅଞ୍ଚଳରେ ବାଲ୍ୟ ବିବାହ ବୃଦ୍ଧି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?