Posted inଖେଳ

ମାତ୍ର ଗୋଟିଏ ଛକା ମାରି ଇତିହାସ ରଚିଲେ ଏହି କ୍ରିକେଟର୍‌: ପ୍ରଥମ ବ୍ୟାଟର୍‌ ଭାବେ…

ରାଉଲପିଣ୍ଡି,୧୪।୧୦: ଶ୍ରୀଲଙ୍କା ବିପକ୍ଷ ତୃତୀୟ ଟି-୨୦ରେ ଇତିହାସ ରଚିଲେ ପାକିସ୍ତାନର ଅଭିଜ୍ଞ ଓପନର ଫଖର ଜମାନ।ଯଦିଓ ସେ ଏହି ମ୍ୟାଚ୍‌ରେ ବଡ଼ ଇନିଂସ ଖେଳିପାରିନଥିଲେ, ତଥାପି ନିଜ ନାଁରେ ଏକ ବଡ଼ ରେକର୍ଡ ଯୋଡ଼ିଛନ୍ତି। ପୁରୁଷ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ୧୦୦ ଛକା ମାରିବାରେ ସେ ପାକିସ୍ତାନର ପ୍ରଥମ ବ୍ୟାଟର ହୋଇଛନ୍ତି।

ତେବେ ଫଖରଙ୍କ ଏହି ଐତିହାସିକ ଉପଲବ୍ଧି ସତ୍ତ୍ୱେ ପାକିସ୍ତାନକୁ ମ୍ୟାଚ୍‌ରେ ପରାଜୟ ବରଣ କରିବାକୁ ପଡ଼ିଛି। ଶ୍ରୀଲଙ୍କା ଅଧିନାୟକ କୁସଲ ମେଣ୍ଡିସଙ୍କ ଧମାକାଦାର ବ୍ୟାଟିଂ ବଳରେ ୮ ଉଇକେଟ୍‌ରେ ମ୍ୟାଚ ଜିତିଛି ଭ୍ରମଣକାରୀ ଦଳ। ଏହା ସହ ପାକିସ୍ତାନକୁ ସିରିଜ୍ରେ କ୍ଲିନ ସୁଇପ କରିବାରୁ ରୋକିଛି ଶ୍ରୀଲଙ୍କା।
ମଙ୍ଗଳବାର ରାୱଲପିଣ୍ଡି କ୍ରିକେଟ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ସିରିଜ୍‌ର ତୃତୀୟ ତଥା ଶେଷ ଟି-୨୦ ମ୍ୟାଚ ପୂର୍ବରୁ ଫଖର ଜମାନଙ୍କ ନାଁରେ ୯୯ଟି ଛକା ଥିଲା। ୧୦୦ ଛକାର ମାଇଲଖୁଣ୍ଟ ଛୁଇଁବା ପାଇଁ ତାଙ୍କୁ ଆଉ ଗୋଟିଏ ଛକା ଆବଶ୍ୟକ ଥିଲା। ଶ୍ରୀଲଙ୍କାର ବାମହାତୀ ଦ୍ରୁତ ବୋଲର ବିନୁରା ଫର୍ଣ୍ଣାଣ୍ଡୋଙ୍କ ବଲ୍‌କୁ ଛକା ମାରି ସେ ଏହି ଐତିହାସିକ ସଫଳତା ହାସଲ କରିଥିଲେ। ନିଜ ଟି-୨୦ ଅନ୍ତର୍ଜାତୀୟ କ୍ୟାରିୟରର ୧୧୩ତମ ଇନିଂସରେ ଫଖର ଏହି ରେକର୍ଡ କରିଛନ୍ତି। ହେଲେ ଏହି ଉପଲବ୍ଧି ପରେ ସେ ଅଧିକ ସମୟ କ୍ରିଜ୍‌ରେ ତିଷ୍ଠି ରହିପାରି ନ ଥିଲେ।

ଅନ୍ତର୍ଜାତୀୟ ଟି-୨୦ରେ ସର୍ବାଧିକ ଛକା ମାରିଥିବା ପାକିସ୍ତାନୀ ବ୍ୟାଟର

– ଫଖର ଜମାନ ୧୦୦
– ମହମ୍ମଦ ରିଜୱାନ ୯୫
– ସାହିବଜାଦା ଫରହାନ ୮୧
– ବାବର ଆଜମ ୮୦
– ମହମ୍ମଦ ହଫିଜ ୭୬

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଝାଡ଼ଖଣ୍ଡରେ ମର୍ମନ୍ତୁଦ ଦୁର୍ଘଟଣା: ୧୩ ମୃତ, ସହାୟତା ଘୋଷଣା ପ୍ରଧାନମନ୍ତ୍ରୀ

ରାଞ୍ଚି,୨୯ା୧୧: ଝାଡ଼ଖଣ୍ଡର ରାମଗଡ଼ ଜିଲାରେ ଦ୍ରୁତ ବେଗରେ ଆସୁଥିବା ଏକ ଏସ୍‌ୟୁଭି ଭାରୀ ଯାନକୁ ଧକ୍କା ଦେବାରୁ ୫ ପିଲା ଓ ୩ ମହିଳାଙ୍କ ସମେତ ୧୩…

ମହମ୍ମଦ ସିରାଜଙ୍କୁ ଅଣଦେଖା କରିବା ନେଇ ରାଗିଗଲେ ସୁନୀଲ ଗାଭାସ୍କର, ଟିମ୍ ଇଣ୍ଡିଆର ନିଷ୍ପତ୍ତିକୁ ନେଇ କହିଲେ….

ନୂଆଦିଲ୍ଲୀ,୨୯।୧୧: ନ୍ୟୁଜିଲାଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆର ପ୍ରଦର୍ଶନ ଅପେକ୍ଷା ଦଳର କିଛି ନିଷ୍ପତ୍ତିକୁ ନେଇ ଅଧିକ ଚର୍ଚ୍ଚା ଓ ବିବାଦ ଦେଖାଦେଇଛି । ଟି-୨୦ ସିରିଜ୍‌ରେ ଯୁବ…

ମନ୍‌ କି ବାତ୍‌ କାର୍ଯ୍ୟକ୍ରମ: ଏକାଠି ବସି ମୋଦିଙ୍କ ବାର୍ତ୍ତା ଶୁଣିଲେ ଭାଜପା କାର୍ଯ୍ୟକର୍ତ୍ତା

ହାଟଡ଼ିହୀ/ଆନନ୍ଦପୁର/ଛେନାପଦୀ,୨୯।୧୧(ଶୁଭକାନ୍ତ ନାୟକ/ସୁଶାନ୍ତ ସାହୁ/ଶ୍ରୀଧର ମହାରଣା/ନିରାକାର ପରିଡ଼ା): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ରବିବାର ବିଧାନସଭାସ୍ତରୀୟ ମନ୍‌ କି ବାତ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏକ ହୋଟେଲରେ ଯୁବମୋର୍ଚ୍ଚା…

ସୀମା ପୁନଃନିର୍ଦ୍ଧାରଣ ବିଲ୍‌ ପାଇଁ ସରକାରଙ୍କୁ ୩୭୧ ସାଂସଦଙ୍କ ସମର୍ଥନ! ଲୋକ ସଭା ଆସନ ୮୫୦କୁ ବଢ଼ାଇବାକୁ ପ୍ରସ୍ତାବ

ନୂଆଦିଲ୍ଲୀ,୨୯ା୧୧: ନିର୍ବାଚନମଣ୍ଡଳୀ ସୀମା ପୁନଃ ନିର୍ଦ୍ଧାରଣ ସହ ଜଡ଼ିତ ସମ୍ବିଧାନ ସଂଶୋଧନ ବିଲ୍‌ ଗୃହୀତ କରାଇବା ପାଇଁ ସୋମବାରଠାରୁ ପାର୍ଲାମେଣ୍ଟର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହେଉଛି ।…

ଭୂସ୍ଖଳନରେ ୧୩ ଜୀବନ ହାନି, ଦୁର୍ଦ୍ଦିନରେ ଥିବା ଗିଡ଼ିପାବାଲି ପରିବାରଙ୍କୁ ପୁଣି ସହାୟତାର ହାତ ବଢ଼ାଇଲେ ଅସୀମା

ଭଞ୍ଜନଗର,୨୯।୧୧(ବାବୁଲା ପ୍ରଧାନ): ବାତ୍ୟା, ବର୍ଷାର ବିଭୀଷିକା ଥମିଯାଇଛି, ହେଲେ ଏହାର ଦୁଃଖଦ ଚିହ୍ନ ଏବେ ବି ଅନେକ ପରିବାରଙ୍କ ଜୀବନରେ ଲିଭିନାହିଁ। ଅନେକ ପରିବାର ସର୍ବସ୍ବ ହରାଇଥିବା…

କେରଳରୁ ଘରକୁ ଫେରୁଥିବା ବେଳେ ବିଜୟୱାଡ଼ାରୁ ନିଖୋଜ ଲାଞ୍ଜିଗଡ଼ର ଯୁବକ, ୧୦ ଦିନ ହେଲା ମିଳୁନି ପତ୍ତା

ଲାଞ୍ଜିଗଡ଼,୨୯।୧୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଆଦିବାସୀ ଅଧ୍ଯୁଷିତ ଅଞ୍ଚଳରେ କାମ ନପାଇ ହଜାର ହଜାର ସଂଖ୍ୟାରେ ଲୋକେ ବିଭିନ୍ନ ରାଜ୍ୟକୁ ଦାଦନ ଖଟିବାକୁ…

ଗୁଡ଼ାରି ଡାକ୍ତରଖାନାରେ ନାହିଁ ଏକ୍ସ-ରେ ସୁବିଧା, ୪୫ କିମି ଦୂର ଯାଉଛନ୍ତି ରୋଗୀ

ଗୁଡାରି,୨୯।୧୧(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲାର ଗୁଡାରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ୍ସ-ରେ (X-Ray) ସୁବିଧା ନଥିବାରୁ ରୋଗୀମାନେ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶେଷକରି…

ଶାଳୀଙ୍କ ନିର୍ବନ୍ଧ ଭୋଜିକୁ ଯାଇଥିଲେ: ଦୁର୍ଘଟଣାରେ ଚାଲିଗଲା ଭିଣୋଇଙ୍କ ଜୀବନ

ଦିଗପହଣ୍ଡି,୨୯।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମଠାରୁ ପଳାସପୁର ରାସ୍ତା ସିଙ୍ଗପୁର ଗ୍ରାମ ମା’ତାରିଣୀ ମନ୍ଦିର ନିକଟରେ ରବିବାର ସାରେ ଏକ ଦୁର୍ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?