Posted inଖେଳ

ଡେବ୍ୟୁ ମ୍ୟାଚ୍‌ରେ ଇତିହାସ ରଚିଲେ ଏହି କ୍ରିକେଟର୍‌: ଭାଙ୍ଗିଲେ କୋହଲିଙ୍କ ରେକର୍ଡ

ନୂଆଦିଲ୍ଲୀ,୧୩।୧୦: କୌଣସି ଖେଳାଳିଙ୍କ ପାଇଁ ପ୍ରଥମ ଥର ଟେଷ୍ଟ ଦଳର ଅଧିନାୟକ ହେବା ଏକ ବଡ଼ ଆହ୍ବାନ। କିନ୍ତୁ ଆଫଗାନିସ୍ତାନର ରହମତ ଶାହ ଏହି ଦାୟିତ୍ୱକୁ ସ୍ମରଣୀୟ କରିଛନ୍ତି। ବାଂଲାଦେଶ ବିପକ୍ଷ ନିଜର ପ୍ରଥମ ଟେଷ୍ଟ ଅଧିନାୟକତ୍ୱ ମ୍ୟାଚ୍‌ରେ ପ୍ରଥମ ପାଳିରେ ଶତକ ଏବଂ ଦ୍ୱିତୀୟ ପାଳିରେ ଅର୍ଦ୍ଧଶତକ ହାସଲ କରି ସେ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ଏହି ସଫଳତା ହାସଲ କରିବାରେ ସେ ବିଶ୍ୱର ଷଷ୍ଠ ଖେଳାଳି ହୋଇଛନ୍ତି। ଏହା ପୂର୍ବରୁ ଭାରତର ବିରାଟ କୋହଲି ମଧ୍ୟ ଏଭଳି କାରନାମା କରିଥିଲେ।
ଆବୁଧାବିର ଶେଖ ଜାଏଦ ଷ୍ଟାଡିୟମ୍‌ରେ ଆଫଗାନିସ୍ତାନ ଓ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଏକମାତ୍ର ଟେଷ୍ଟ ମ୍ୟାଚ୍‌ରେ ରହମତ ଶାହଙ୍କ ବ୍ୟାଟ୍‌ରୁ ବଡ଼ ଇନିଂସ ଦେଖିବାକୁ ମିଳିଥିଲା। ପ୍ରଥମ ପାଳିରେ ସେ ୨୧୬ଟି ବଲ୍‌ ସମ୍ମୁଖୀନ ହୋଇ ଅପରାଜିତ ୧୦୫ ରନ କରିଥିଲେ।
ଏହା ପରେ ଦ୍ୱିତୀୟ ପାଳିରେ ଚତୁର୍ଥ ସ୍ଥାନରେ ବ୍ୟାଟିଂ କରି ସେ ୧୨୪ଟି ବଲ୍‌ରେ ୫୧ ରନ ସଂଗ୍ରହ କରିଥିଲେ। ତେବେ ଦ୍ୱିତୀୟ ପାଳିରେ ଇବାଦତ ହୁସେନଙ୍କ ବଲ୍‌ରେ ଉଇକେଟକିପର ଲିଟନ ଦାସଙ୍କ ହାତରେ କ୍ୟାଚ ଦେଇ ସେ ଆଉଟ ହୋଇଥିଲେ। ହଶମତୁଲ୍ଲା ଶାହିଦିଙ୍କ ସ୍ଥାନରେ ଆଫଗାନିସ୍ତାନର ଟେଷ୍ଟ ଓ ଦିନିକିଆ ଦଳର ନୂଆ ଅଧିନାୟକ ହୋଇଥିବା ରହମତ ଶାହ ପ୍ରଥମ ମ୍ୟାଚ୍‌ରେ ହିଁ ନିଜ ବ୍ୟାଟିଂ ଦକ୍ଷତାର ପରିଚୟ ଦେଇଛନ୍ତି। ଟେଷ୍ଟ ଅଧିନାୟକ ଭାବେ ପ୍ରଥମ ମ୍ୟାଚ୍‌ର ଦୁଇ ପାଳିରେ ଶତକ ଏବଂ ଅର୍ଦ୍ଧଶତକ କିମ୍ବା ତା’ଠାରୁ ଅଧିକ ରନ କରିବାର ରେକର୍ଡ ତାଲିକାରେ ରହମତଙ୍କ ପୂର୍ବରୁ ପାଞ୍ଚ ଜଣ ଖେଳାଳି ରହିଥିଲେ।

ଇଂଲଣ୍ଡର ଆର୍ଚି ମ୍ୟାକଲାରେନ ଏହି ସଫଳତା ହାସଲ କରିଥିବା ପ୍ରଥମ ଖେଳାଳି ଥିଲେ। ୧୮୯୭ରେ ଅଷ୍ଟ୍ରେଲିଆ ବିପକ୍ଷରେ ସେ ପ୍ରଥମ ପାଳିରେ ୧୦୯ ରନ ଏବଂ ଦ୍ୱିତୀୟ ପାଳିରେ ଅପରାଜିତ ୫୦ ରନ କରିଥିଲେ। ଏହା ପରେ ନ୍ୟୁଜିଲାଣ୍ଡର ଜ୍ୟୋଫ ରାବୋନ, ଅଷ୍ଟ୍ରେଲିଆର ଗ୍ରେଗ ଚାପେଲ ଏବଂ ଜିମ୍ବାୱେର ବ୍ରେଣ୍ଡନ ଟେଲର ଏହି ତାଲିକାରେ ସାମିଲ ହୋଇଥିଲେ।

ଭାରତର ବିରାଟ କୋହଲି ୨୦୧୪ ଡିସେମ୍ବରରେ ଅଷ୍ଟ୍ରେଲିଆର ଆଡିଲେଡ୍ରେ ପ୍ରଥମ ଥର ଟେଷ୍ଟ ଅଧିନାୟକତ୍ୱ କରିଥିଲେ। ସେହି ମ୍ୟାଚ୍‌ର ପ୍ରଥମ ପାଳିରେ ୧୧୫ ରନ ଏବଂ ଦ୍ୱିତୀୟ ପାଳିରେ ୧୪୧ ରନ କରିଥିଲେ। କୋହଲି ଓ ଗ୍ରେଗ ଚାପେଲ ଏହି ତାଲିକାର ଦୁଇ ଜଣ ଖେଳାଳି, ଯେଉଁମାନେ ନିଜ ଟେଷ୍ଟ ଅଧିନାୟକତ୍ୱ ଡେବ୍ୟୁ ମ୍ୟାଚ୍‌ର ଉଭୟ ପାଳିରେ ଶତକ ହାସଲ କରିଥିଲେ।

ବ୍ୟକ୍ତିଗତ ଭାବେ ରେକର୍ଡ ସୃଷ୍ଟି କରିଥିଲେ ମଧ୍ୟ ଆଫଗାନିସ୍ତାନ ସମ୍ମୁଖରେ ମ୍ୟାଚ ଜିତିବାର ବଡ଼ ଆହୱାନ ରହିଛି। ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ଦ୍ୱିତୀୟ ପାଳିରେ ଆଫଗାନିସ୍ତାନ ୫୦ ଓଭରରେ ୩ ଉଇକେଟ ହରାଇ ୧୩୨ ରନ କରିଥିଲା। ମ୍ୟାଚ ଜିତିବା ପାଇଁ ଦଳକୁ ପଞ୍ଚମ ଦିନରେ ଆଉ ୩୪୭ ରନ କରିବାର ଆବଶ୍ୟକତା ଥିଲା।

ଟେଷ୍ଟ କ୍ରିକେଟ ଇତିହାସରେ ସର୍ବାଧିକ ସଫଳ ରନ ଚେଜ୍ର ରେକର୍ଡ ୱେଷ୍ଟଇଣ୍ଡିଜ ନାମରେ ରହିଛି। ୨୦୦୩ରେ ଅଷ୍ଟ୍ରେଲିଆ ବିପକ୍ଷରେ ୱେଷ୍ଟଇଣ୍ଡିଜ ୪୧୮ ରନ୍‌ର ଲକ୍ଷ୍ୟକୁ ସଫଳତାର ସହ ପୂରଣ କରିଥିଲା।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ମୋ ଭାଇ ଡାକୁଛି, ମୁଁ ପଳେଇବି…୬ ମାସ ଭିତରେ ଡକାଡକି ହୋଇ ଚାଲିଗଲେ ୩ ଭାଇ, ଜାଣନ୍ତୁ ଚାଞ୍ଚଲ୍ୟକର ଘଟଣା

କାନପୁର,୧୩।୧୦: ଉତ୍ତରପ୍ରଦେଶର କାନପୁର ଜିଲାର ୱାଜିଦପୁର ଅଞ୍ଚଳରେ ଗୋଟିଏ ପରିବାରର ତିନି ଜଣ ଭାଇଙ୍କ ମୃତ୍ୟୁ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ମାତ୍ର ୬ ମାସ ମଧ୍ୟରେ…

ବାର୍‌ହା ପାଇଁ ବିଛା ଯାଇଥିବା ତାରରେ ଫଶିଗଲେ ଚାଷୀ; ଚାଲିଗଲା ଜୀବନ, ଗ୍ରାମରେ ଶୋକାକୂଳ ପରିବେଶ

ଦିଗପହଣ୍ଡି,୧୩।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏସ.ଗୋପାଳପୁର ପଞ୍ଚାୟତ ପ୍ରତାପଗିରି ଗ୍ରାମ ନିକଟ ଚାଷଜମିରେ କେହି ଶିକାରୀ ବନ୍ୟଜନ୍ତୁ ବାରହା ଶିକାର ପାଇଁ ବିଦ୍ୟୁତ…

ଇଂଲଣ୍ଡକୁ ବଡ଼ ଝଟକା: ଦୀର୍ଘ ସମୟ ପାଇଁ ଦଳରୁ ବାଦ ପଡ଼ିବେ ଜୋସ ବଟଲର୍‌? ହସ୍ପିଟାଲରୁ ଫଟୋ ଶେୟାର କରି କହିଲେ

ନୂଆଦିଲ୍ଲୀ,୧୩।୧୦: ବାମ ଗୋଡ଼ର ହ୍ୟାମଷ୍ଟ୍ରିଂ (hamstring) ଅସ୍ତ୍ରୋପଚାର ପରେ ଜୋସ ବଟଲର ଦୀର୍ଘ ସମୟ ପାଇଁ କ୍ରିକେଟରୁ ଦୂରେଇ ରହିବାର ସମ୍ଭାବନା ରହିଛି। ଇଂଲଣ୍ଡର ଏହି ୱିକେଟକିପର-ବ୍ୟାଟର…

ବଲାଙ୍ଗୀରରେ ଉତ୍ତେଜନା, ଏବିଭିପି ସମର୍ଥକଙ୍କୁ ବାଥରୁମରେ ବନ୍ଦ କଲେ ବିଜେଡି ସମର୍ଥକ

ବଲାଙ୍ଗୀର,୧୩।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରେ ଛାତ୍ର ସଂସଦ ନିର୍ବାଚନ ଉଷ୍ମତା ବଢ଼ିବାରେ ଲାଗିଛି । ବଲାଙ୍ଗୀର ସର୍କିଟ ହାଉସରେ କିଛି ଏବିଭିପି ନେତା ଓ ସମର୍ଥକ…

ଅକ୍ଟୋବର ୨୯ ପର୍ଯ୍ୟନ୍ତ ସାବଧାନ: ମେଷ ସମେତ ୩ ରାଶିଙ୍କ ଉପରେ ମାଡିଆସୁଛି ବଡ଼ ବିପଦ! ପାଖରୁ ପଳାଇବ ଧନ

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶୁକ୍ର ଗ୍ରହଙ୍କୁ ପ୍ରେମ, ସୁଖ-ସମୃଦ୍ଧି, ଐଶ୍ୱର୍ଯ୍ୟ ଓ ଆର୍ଥିକ ସ୍ଥିତିର କାରକ ଭାବେ ବିବେଚନା କରାଯାଏ। ବର୍ତ୍ତମାନ ଶୁକ୍ର ନିଜ ରାଶି ତୁଳାରେ…

୭୭ ବର୍ଷରେ ହେମାଙ୍କ ଜବରଦସ୍ତ ଡ୍ୟାନ୍ସ! ମନ ଜିଣିଲେ ଡ୍ରିମ୍‌ ଗର୍ଲ

ମୁମ୍ବାଇ,୧୩।୧୦: ବୟସ ମାତ୍ର ଏକ ସଂଖ୍ୟା! ୭୭ ବର୍ଷ ବୟସରେ ବି ନିଜ ନୃତ୍ୟର ଯାଦୁରେ ଦର୍ଶକଙ୍କ ହୃଦୟ ଜିଣୁଛନ୍ତି ବଲିଉଡ୍‌ର ଡ୍ରିମ୍‌ ଗର୍ଲ ହେମା ମାଳିନୀ…

ବୈଭବଙ୍କ ରହସ୍ୟମୟ ପୋଷ୍ଟକୁ ନେଇ ହଇଚଇ: ଦେଲେ ଏଭଳି ସଙ୍କେତ, କ୍ରିକେଟ ଜଗତରେ ପଡିଗଲା ଚହଳ

ନୂଆଦିଲ୍ଲୀ, ୧୩।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ T20I ସିରିଜରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ଖେଳିବାର ସୁଯୋଗ ମିଳିନାହିଁ। ଟିମ ଇଣ୍ଡିଆର ମ୍ୟାନେଜମେଣ୍ଟ ସଞ୍ଜୁ ସାମସନଙ୍କ ଉପରେ ଭରସା ଦେଖାଇଛି। ତେବେ…

୩୮ ବର୍ଷ ବୟସରେ ଟିମ୍‌ ବଦଳାଇଲେ ଏହି କ୍ରିକେଟର୍‌: ପ୍ରଥମ ମ୍ୟାଚ୍‌ରେ କଲେ ଚମତ୍କାର

ଚଣ୍ଡିଗଡ଼,୧୩।୧୦: ଭାରତୀୟ କ୍ରିକେଟ ଦଳରୁ ଦୀର୍ଘଦିନ ଧରି ବାହାରେ ଥିବା ଅଭିଜ୍ଞ ଦ୍ରୁତ ବୋଲର ଉମେଶ ଯାଦବ ରଣଜୀ ଟ୍ରଫି ୨୦୨୬-୨୭ ସରିଜ୍‌ରେ ଜବରଦସ୍ତ ଆରମ୍ଭ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?