Posted inଖେଳ

୩୮ ବର୍ଷ ବୟସରେ ଟିମ୍‌ ବଦଳାଇଲେ ଏହି କ୍ରିକେଟର୍‌: ପ୍ରଥମ ମ୍ୟାଚ୍‌ରେ କଲେ ଚମତ୍କାର

ଚଣ୍ଡିଗଡ଼,୧୩।୧୦: ଭାରତୀୟ କ୍ରିକେଟ ଦଳରୁ ଦୀର୍ଘଦିନ ଧରି ବାହାରେ ଥିବା ଅଭିଜ୍ଞ ଦ୍ରୁତ ବୋଲର ଉମେଶ ଯାଦବ ରଣଜୀ ଟ୍ରଫି ୨୦୨୬-୨୭ ସରିଜ୍‌ରେ ଜବରଦସ୍ତ ଆରମ୍ଭ କରିଛନ୍ତି। ବିଦର୍ଭ ସହ ପ୍ରାୟ ୧୮ ବର୍ଷର ସମ୍ପର୍କ ଶେଷ କରି ପଞ୍ଜାବ ଦଳରେ ସାମିଲ ହୋଇଥିବା ଉମେଶ ନିଜର ପ୍ରଥମ ମ୍ୟାଚ୍‌ରେ ହିଁ ୫ ଉଇକେଟ ନେଇ ଚର୍ଚ୍ଚାକୁ ଆସିଛନ୍ତି। ନ୍ୟୁ ଚଣ୍ଡିଗଡ଼ରେ ଆସାମ ବିପକ୍ଷରେ ଚାଲିଥିବା ଏଲିଟ ଗ୍ରୁପ-ବି ମ୍ୟାଚ୍‌ରେ ଦ୍ୱିତୀୟ ଦିନରେ ସେ ନିଜ ବୋଲିଂରେ ପ୍ରତିପକ୍ଷ ବ୍ୟାଟର୍‌ଙ୍କୁ ଅଡ଼ୁଆରେ ପକାଇଥିଲେ।
ଆସାମ ବିପକ୍ଷରେ ଯୁବ ଦ୍ରୁତ ବୋଲର ଗୁରନୂର ବରାଡ଼ଙ୍କ ସହ ନୂଆ ବଲ୍‌ରେ ବୋଲିଂ ଆରମ୍ଭ କରିଥିଲେ ଉମେଶ ଯାଦବ। ଆରମ୍ଭରୁ ହିଁ ସେ ଆକ୍ରମଣାତ୍ମକ ଲାଇନ ଓ ଲେନ୍ଥରେ ବୋଲିଂ କରି ଆସାମ ବ୍ୟାଟରଙ୍କ ଉପରେ ଚାପ ସୃଷ୍ଟି କରିଥିଲେ। ୨୪ ଓଭର ବୋଲିଂ କରି ୭୦ ରନ ବ୍ୟୟରେ ୫ଟି ଉଇକେଟ ହାସଲ କରିଥିଲେ। ଏହା ସହ ଫାର୍ଷ୍ଟ କ୍ଲାସ କ୍ରିକେଟ୍‌ରେ ନିଜର ୧୬ତମ ପାଞ୍ଚ ଉଇକେଟ ସଫଳତା ହାସଲ କରିଛନ୍ତି।

ଆସାମର ଓପନର୍‌ ଋଷଭ ଦାସଙ୍କୁ ମାତ୍ର ୧୧ଟି ବଲ୍ରେ ଖାତା ଖୋଲିବାକୁ ନଦେଇ ବୋଲ୍ଡ କରି ଉମେଶ ପ୍ରଥମ ସଫଳତା ପାଇଥିଲେ। ପରେ ରାଜବୀର ସିଂହଙ୍କୁ ମାତ୍ର ୧୧ ରନ୍‌ରେ ଆଉଟ କରି ଆସାମ ଉପରେ ଚାପ ବଢ଼ାଇଥିଲେ। ପାଳିର ନିମ୍ନକ୍ରମରେ ମଧ୍ୟ ଉମେଶଙ୍କ ଘାତକ ବୋଲିଂ ଜାରି ରହିଥିଲା। ସେ ଅମ୍ଲାନଜ୍ୟୋତି ଦାସ, ମୁଖତାର ହୁସେନ ଓ ମୋହିତ ଠାକୁରଙ୍କୁ ଆଉଟ କରିଥିଲେ। ତାଙ୍କର ୫ଟି ଉଇକେଟ ମଧ୍ୟରୁ ୩ଟି ଉଇକେଟ ସିଧାସଳଖ ଷ୍ଟମ୍ପ ଉଡ଼ାଇ ଆସିଥିଲା। ଉମେଶଙ୍କ ଏହି ପ୍ରଦର୍ଶନ ତାଙ୍କ ଅଭିଜ୍ଞତା ଓ ଉଇକେଟ ନେବାର କ୍ଷମତାକୁ ପୁଣିଥରେ ପ୍ରମାଣିତ କରିଛି। ତାଙ୍କ ବୋଲିଂ ସତ୍ତ୍ୱେ ଆସାମ ଦଳ ପ୍ରଥମ ପାଳିରେ ୧୧୭ ଓଭର ଖେଳି ୩୭୩ ରନ କରିଥିଲା।
ଘରୋଇ କ୍ରିକେଟ୍ରେ ବିଦର୍ଭ ସହ ଦୀର୍ଘ ସମୟ ଧରି ଜଡ଼ିତ ଥିବା ଉମେଶ ଯାଦବଙ୍କ ଦଳ ପରିବର୍ତ୍ତନ ଚର୍ଚ୍ଚାର ବିଷୟ ହୋଇଥିଲା। ୧୨୪ଟି ଫାର୍ଷ୍ଟ କ୍ଲାସ ମ୍ୟାଚ୍‌ର ଅଭିଜ୍ଞତା ରଖିଥିବା ଏହି ଦ୍ରୁତ ବୋଲର ନୂଆ ଦଳ ସହ ଖେଳିବା ପଛର କାରଣ ମଧ୍ୟ ସ୍ପଷ୍ଟ କରିଥିଲେ।

ଉମେଶଙ୍କ କହିବା ଅନୁଯାୟୀ, ସେ ଘରୋଇ କ୍ରିକେଟ୍‌ରେ ଏକ ଶକ୍ତିଶାଳୀ ଦଳର ଅଂଶ ହେବାକୁ ଚାହୁଁଥିଲେ। ପଞ୍ଜାବ ଭଲ ପ୍ରଦର୍ଶନ କରୁଛି ଏବଂ ଉଚ୍ଚମାନର କ୍ରିକେଟ ଖେଳୁଛି। ବିଦର୍ଭ ଛାଡ଼ିବା ପରେ ତାଙ୍କୁ କେବଳ ଛୋଟ ଦଳରେ ଖେଳିବାର ସୁଯୋଗ ମିଳିବ ବୋଲି ଚର୍ଚ୍ଚା ହୋଇଥିଲା। କିନ୍ତୁ ସେ ଏକ ଶକ୍ତିଶାଳୀ ଓ ଭଲ ପ୍ରଦର୍ଶନ କରୁଥିବା ଦଳକୁ ବାଛିବାକୁ ନିଷ୍ପତ୍ତି ନେଇଥିଲେ।

ନୂଆ ଦଳ ପାଇଁ ପ୍ରଥମ ମ୍ୟାଚ୍‌ରେ ହିଁ ପାଞ୍ଚ ଉଇକେଟ ନେଇ ଉମେଶ ଯାଦବ ନିଜ ଅଭିଯାନକୁ ସ୍ମରଣୀୟ କରିଛନ୍ତି। ତାଙ୍କର ଏହି ପ୍ରଦର୍ଶନ ପଞ୍ଜାବ ଦଳ ପାଇଁ ଉତ୍ସାହଜନକ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବାର୍‌ହା ପାଇଁ ବିଛା ଯାଇଥିବା ତାରରେ ଫଶିଗଲେ ଚାଷୀ; ଚାଲିଗଲା ଜୀବନ, ଗ୍ରାମରେ ଶୋକାକୂଳ ପରିବେଶ

ଦିଗପହଣ୍ଡି,୧୩।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏସ.ଗୋପାଳପୁର ପଞ୍ଚାୟତ ପ୍ରତାପଗିରି ଗ୍ରାମ ନିକଟ ଚାଷଜମିରେ କେହି ଶିକାରୀ ବନ୍ୟଜନ୍ତୁ ବାରହା ଶିକାର ପାଇଁ ବିଦ୍ୟୁତ…

ଇଂଲଣ୍ଡକୁ ବଡ଼ ଝଟକା: ଦୀର୍ଘ ସମୟ ପାଇଁ ଦଳରୁ ବାଦ ପଡ଼ିବେ ଜୋସ ବଟଲର୍‌? ହସ୍ପିଟାଲରୁ ଫଟୋ ଶେୟାର କରି କହିଲେ

ନୂଆଦିଲ୍ଲୀ,୧୩।୧୦: ବାମ ଗୋଡ଼ର ହ୍ୟାମଷ୍ଟ୍ରିଂ (hamstring) ଅସ୍ତ୍ରୋପଚାର ପରେ ଜୋସ ବଟଲର ଦୀର୍ଘ ସମୟ ପାଇଁ କ୍ରିକେଟରୁ ଦୂରେଇ ରହିବାର ସମ୍ଭାବନା ରହିଛି। ଇଂଲଣ୍ଡର ଏହି ୱିକେଟକିପର-ବ୍ୟାଟର…

ବଲାଙ୍ଗୀରରେ ଉତ୍ତେଜନା, ଏବିଭିପି ସମର୍ଥକଙ୍କୁ ବାଥରୁମରେ ବନ୍ଦ କଲେ ବିଜେଡି ସମର୍ଥକ

ବଲାଙ୍ଗୀର,୧୩।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରେ ଛାତ୍ର ସଂସଦ ନିର୍ବାଚନ ଉଷ୍ମତା ବଢ଼ିବାରେ ଲାଗିଛି । ବଲାଙ୍ଗୀର ସର୍କିଟ ହାଉସରେ କିଛି ଏବିଭିପି ନେତା ଓ ସମର୍ଥକ…

ଡେବ୍ୟୁ ମ୍ୟାଚ୍‌ରେ ଇତିହାସ ରଚିଲେ ଏହି କ୍ରିକେଟର୍‌: ଭାଙ୍ଗିଲେ କୋହଲିଙ୍କ ରେକର୍ଡ

ନୂଆଦିଲ୍ଲୀ,୧୩।୧୦: କୌଣସି ଖେଳାଳିଙ୍କ ପାଇଁ ପ୍ରଥମ ଥର ଟେଷ୍ଟ ଦଳର ଅଧିନାୟକ ହେବା ଏକ ବଡ଼ ଆହ୍ବାନ। କିନ୍ତୁ ଆଫଗାନିସ୍ତାନର ରହମତ ଶାହ ଏହି ଦାୟିତ୍ୱକୁ ସ୍ମରଣୀୟ…

ଅକ୍ଟୋବର ୨୯ ପର୍ଯ୍ୟନ୍ତ ସାବଧାନ: ମେଷ ସମେତ ୩ ରାଶିଙ୍କ ଉପରେ ମାଡିଆସୁଛି ବଡ଼ ବିପଦ! ପାଖରୁ ପଳାଇବ ଧନ

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶୁକ୍ର ଗ୍ରହଙ୍କୁ ପ୍ରେମ, ସୁଖ-ସମୃଦ୍ଧି, ଐଶ୍ୱର୍ଯ୍ୟ ଓ ଆର୍ଥିକ ସ୍ଥିତିର କାରକ ଭାବେ ବିବେଚନା କରାଯାଏ। ବର୍ତ୍ତମାନ ଶୁକ୍ର ନିଜ ରାଶି ତୁଳାରେ…

୭୭ ବର୍ଷରେ ହେମାଙ୍କ ଜବରଦସ୍ତ ଡ୍ୟାନ୍ସ! ମନ ଜିଣିଲେ ଡ୍ରିମ୍‌ ଗର୍ଲ

ମୁମ୍ବାଇ,୧୩।୧୦: ବୟସ ମାତ୍ର ଏକ ସଂଖ୍ୟା! ୭୭ ବର୍ଷ ବୟସରେ ବି ନିଜ ନୃତ୍ୟର ଯାଦୁରେ ଦର୍ଶକଙ୍କ ହୃଦୟ ଜିଣୁଛନ୍ତି ବଲିଉଡ୍‌ର ଡ୍ରିମ୍‌ ଗର୍ଲ ହେମା ମାଳିନୀ…

ବୈଭବଙ୍କ ରହସ୍ୟମୟ ପୋଷ୍ଟକୁ ନେଇ ହଇଚଇ: ଦେଲେ ଏଭଳି ସଙ୍କେତ, କ୍ରିକେଟ ଜଗତରେ ପଡିଗଲା ଚହଳ

ନୂଆଦିଲ୍ଲୀ, ୧୩।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ T20I ସିରିଜରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ଖେଳିବାର ସୁଯୋଗ ମିଳିନାହିଁ। ଟିମ ଇଣ୍ଡିଆର ମ୍ୟାନେଜମେଣ୍ଟ ସଞ୍ଜୁ ସାମସନଙ୍କ ଉପରେ ଭରସା ଦେଖାଇଛି। ତେବେ…

ଦିଲ୍ଲୀରେ ସକାଳୁ ସକାଳୁ CJPର ବିକ୍ଷୋଭ; ଆଶୁତୋଷ ରଙ୍କା ଅଟକ, ସୌରଭ ଦାସ ପୋଲିସ ହେପାଜତରେ

ନୂଆଦିଲ୍ଲୀ,୧୩।୧୦: ‘କକରୋଚ ଜନତା ପାର୍ଟି’ (CJP) ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଏକ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ଆଜି ସକାଳେ ପ୍ରାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?