Posted inଖେଳ

ଲଙ୍କା ପ୍ରିମିୟର ଲିଗ୍‌ରେ ଭାଗ ନେବେ ନାହିଁ ଏହି ଦେଶର ଖେଳାଳି

କଲମ୍ବୋ, ୨୯।୯: ନଭେମ୍ବରରେ ଖେଳାଯିବାକୁ ଥିବା ଲଙ୍କା ପ୍ରିମିୟର ଲିଗ୍‌ (ଏଲ୍‌ପିଏଲ୍‌)କୁ ବଡ଼ ଝଟ୍‌କା ଲାଗିଛି। ବାଂଲାଦେଶ କ୍ରିକେଟ୍‌ ବୋର୍ଡ (ବିସିବି) ଏହାର ଖେଳାଳିଙ୍କୁ ଲଙ୍କା ପ୍ରିମିୟର ଲିଗ୍‌ରେ ଖେଳିବା ଲାଗି ଅନୁମତି ଦେବାକୁ ମନା କରିଦେଇଛି। ବାଂଲାଦେଶର ଖେଳାଳିମାନେ ଏହି ଲିଗ୍‌ରେ ଭାଗ ନେବେ ନାହିଁ ବୋଲି ବିସିବି ଅଧ୍ୟକ୍ଷ ନଜମୁଲ ହସନ କହିଛନ୍ତି। ନଜମୁଲ୍‌ କହିଛନ୍ତି, ‘କୌଣସି ବାଂଲାଦେଶ ଖେଳାଳି ଏଲ୍‌ପିଏଲ୍‌ରେ ଭାଗ ନେବାର ସମ୍ଭାବନା ଅଛି ବୋଲି ମୋତେ ଲାଗୁ ନାହିଁ। କାହିଁକି ନା ଏହି ସମୟରେ ଆମର ଘରୋଇ କ୍ରିକେଟ୍‌ ପ୍ରତିଯୋଗିତା ଚାଲିଥିବ, ଏବଂ ସମସ୍ତ ଖେଳାଳି ସେଥିରେ ବ୍ୟସ୍ତ ଥିବେ।’ ଏଠାରେ ପ୍ରକାଶଯୋଗ୍ୟ, ଶ୍ରୀଲଙ୍କା କ୍ରିକେଟ୍‌ ଆନୁକୂଲ୍ୟରେ ହେବାକୁ ଥିବା ଏଲ୍‌ପିଏଲ୍‌ର ଖେଳାଳି ନିଲାମ ୧ ଅକ୍ଟୋବରରେ ହେବ। ଏହି ନିଲାମୀ ପ୍ରକ୍ରିୟାରେ ପ୍ରାୟ ୧୫୦ ଖେଳାଳି ଅଂଶଗ୍ରହଣ କରିବେ। ଯେଉଁମାନଙ୍କ ମଧ୍ୟରେ କ୍ରିସ ଗେଲ୍‌, ଡାରେନ ସାମି, ଡାରେନ ବ୍ରାଭୋ, ଶାହିଦ୍‌ ଆଫ୍ରିଦୀ, କଲିନ୍‌ ମୁନ୍‌ରୋ, ମୁନାଫ ପଟେଲ ଓ ରବି ବୋପାରାଙ୍କ ଭଳି ଖେଳାଳି ସାମିଲ ରହିଛନ୍ତି। ଏଲ୍‌ପିଏଲ୍‌ ୧୪ ନଭେମ୍ବରରୁ ଆରମ୍ଭ ହେବାକୁ ଥିବାବେଳେ ଏଥିରେ ୫ଟି ଫ୍ରାଞ୍ଚାଇଜ୍‌ ଅଂଶଗ୍ରହଣ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ଚନ୍ଦ୍ରବାବୁ, ୨୦୪୭ ସୁଦ୍ଧା ଭାରତ…

ଅମରାବତୀ,୧୨।୭: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ବିଶ୍ୱ ସ୍ତରରେ…

ପୁରୁଷୋତ୍ତମପୁର ରଥଯାତ୍ରା ନେଇ ପୋଲିସର ପ୍ରସ୍ତୁତି

ପୁରୁଷୋତ୍ତମପୁର,୧୨ା୭ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପୋଲିସ ପକ୍ଷରୁ ରଥଯାତ୍ରାର ସୁପରିଚାଳନା ନେଇ ଏକ ପ୍ରସ୍ତୁତି ବୈଠକ ଆଇଆଇସି କୁଳମଣିସେଠୀଙ୍କ ତତ୍ତ୍ୱାବଧାନରେ ରବିବାର ଅନୁଷ୍ଠିତ ହୋଇଯାଇଛି।…

ଦିଗପହଣ୍ଡିରେ ହେବ ଖେମୁଣ୍ଡି ଲୋକ ମହୋତ୍ସବ, ୨ ମନ୍ତ୍ରୀ ୪ ବିଧାୟକଙ୍କୁ କରାଯିବ ନିମନ୍ତ୍ରଣ

ଦିଗପହଣ୍ଡି,୧୨।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ରାଜସ୍ବ ବଙ୍ଗଳା ସମ୍ମିଳନୀ କକ୍ଷରେ ରବିବାର ଅପରାହ୍ନରେ ଖେମୁଣ୍ଡି ଲୋକ ମହୋତ୍ସବ ଆୟୋଜନ କରିବା ନିମନ୍ତେ ପ୍ରସ୍ତୁତି ବୈଠକ…

କନ୍ଧମାଳରୁ ଗଞ୍ଜେଇ ଚଲାଣ ବେଳେ ମାଡ଼ି ବସିଲା ପୋଲିସ, ଆଉ ତା’ପରେ…

ଭଞ୍ଜନଗର,୧୨।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ରବିବାର ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ବୁଗୁଡ଼ା ଥାନା…

ଡେଲିଭରି ବୟର ସଙ୍ଗୀନ କାରନାମା! ଅର୍ଡର ଦେବା ପରେ ପଶିଲେ, ମହିଳାଙ୍କୁ ପ୍ରାଇଭେଟ୍ ପାର୍ଟ…

ବେଙ୍ଗାଲୁରୁ,୧୨।୭: ଶନିବାର ବେଙ୍ଗାଲୁରୁରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ଡେଲିଭରି ଏଜେଣ୍ଟ ଘରେ ଜୋରଜବରଦସ୍ତ ପ୍ରବେଶ କରି ମହିଳାଙ୍କ ସମ୍ମୁଖରେ ଅଶ୍ଳୀଳ କାର୍ଯ୍ୟ…

ଜାତୀୟସ୍ତରରେ ସମ୍ମାନିତ ହେଲେ ବ୍ରାହ୍ମଣୀଗାଁର ଝିଅ ଲକ୍ଷ୍ମୀପ୍ରିୟା

ଦାରିଙ୍ଗବାଡ଼ି, ୧୨ା୭ (ଅରୁଣ ସାହୁ): ଦାରିଙ୍ଗବାଡ଼ି ବ୍ଲକ୍‌ ବ୍ରାହ୍ମଣୀଗାଁ ଅଞ୍ଚଳରର ଝିଅ ଲକ୍ଷ୍ମୀପ୍ରିୟା ପରିଡ଼ା ପୁଣିଥରେ ଜାତୀୟସ୍ତରରେ ସମ୍ବର୍ଦ୍ଧିତ ହୋଇ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।…

ପ୍ରଭାତ ଭାଜପାରେ ସାମିଲ ହେବା ପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ, ବିଜେଡିରେ ଭୂକମ୍ପ….

ଭୁବନେଶ୍ବର,୧୨ା୭: ଭାଜପାରେ ମିଶିଲେ ବିଜେଡିରୁ ବିତାଡ଼ିତ ହୋଇଥିବା ବରିଷ୍ଠ ନେତା ପ୍ରଭାତ ବିଶ୍ୱାଳ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ…

ପୂର୍ବତନ ବିଧାୟକଙ୍କ ଜନ୍ମଜୟନ୍ତୀ ସମାରୋହ

ଦିଗପହଣ୍ଡି,୧୨ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏକ କଲ୍ୟାଣମଣ୍ଡପରେ ପୂର୍ବତନ ବିଧାୟକ ତଥା ପ୍ରବୀଣ କୃଷକ ନେତା ସ୍ବର୍ଗତ ବିଶ୍ୱନାଥ ସାହୁ ଜନ୍ମ ଶତବାର୍ଷିକୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri