ଆଇପିଏଲ୍‌ ଆୟୋଜନ କରିବାକୁ ଏହି ଦେଶ ଆଗ୍ରହୀ

ନୂଆଦିଲ୍ଲୀ,୬।୭(ପି.ଟି.): ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ) ଓ ଶ୍ରୀଲଙ୍କା ପରେ ନ୍ୟୁଜିଲାଣ୍ଡ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଆୟୋଜନ କରିବାକୁ ପ୍ରସ୍ତାବ ଦେଇଛି। ଏନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଅଷ୍ଟ୍ରେଲିଆରେ ଅକ୍ଟୋବର-ନଭେମ୍ବରରେ ଆୟୋଜନ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ସ୍ଥଗିତ ହେବା ନେଇ ଘୋଷଣା ନିକଟତର ହେଉଛି। ଫଳରେ ଆଇପିଏଲ୍‌ ପାଇଁ ସୁଯୋଗ ସୃଷ୍ଟି ହୋଇଛି।
ଅନ୍ୟପଟେ ସେପ୍ଟେମ୍ବର ଶେଷ ଓ ନଭେମ୍ବର ଆରମ୍ଭରେ ଆଇପିଏଲ୍‌ ଆୟୋଜନ କରିବାକୁ ବିସିସିଆଇ ନଜର କେନ୍ଦ୍ରୀଭୂତ କରିଛି। ଭାରତରେ ଆଇପିଏଲ୍‌ ଆୟୋଜନ କରିବାକୁ ବିସିସିଆଇ ପ୍ରଥମେ ଚାହିଁବ। କିନ୍ତୁ କୋଭିଡ୍‌-୧୯ ମହାମାରୀ ପାଇଁ ଏହା ସମ୍ଭବ ମନେ ହେଉନାହିଁ। ତେବେ ୟୁଏଇ, ଶ୍ରୀଲଙ୍କା ଓ ନ୍ୟୁଜିଲାଣ୍ଡ ଆଇପିଏଲ୍‌ ଆୟୋଜନ ନେଇ ପ୍ରସ୍ତାବ ଦେଇଛନ୍ତି। ବୈଠକ ବସି ଏ ନେଇ ଆମେ ନିଷ୍ପତ୍ତି ନେବୁ। ବ୍ରଡ୍‌କାଷ୍ଟର ଓ ଦଳଗୁଡିକ ସହିତ ଆମେ ଆଲୋଚନା କରିବୁ ଓ ଏ ନେଇ କୌଣସି ବୁଝାମଣା କରାଯିବ ନାହିଁ ବୋଲି ଅଧିକାରୀ ଜଣକ କହିଛନ୍ତି।
ଅତୀତରେ ଆଇପିଏଲ୍‌ ଭାରତ ବାହାରେ ଖେଳାଯିବାର ଉଦାହରଣ ରହିଛି। ଦେଶରେ ସାଧାରଣ ନିର୍ବାଚନ ପାଇଁ ୨୦୦୯ ସଂସ୍କରଣ ଦକ୍ଷିଣ ଆଫ୍ରିକାରେ ଖେଳାଯାଇଥିଲା। ସେହିପରି ୨୦୧୪ରେ ମଧ୍ୟ ସମାନ କାରଣ ପାଇଁ ୟୁଏଇରେ ଆଇପିଏଲ୍‌ ଆୟୋଜନ ହୋଇଥିଲା। କିନ୍ତୁ ୨୦୧୯ରେ ନିର୍ବାଚନ ସତ୍ତ୍ୱେ ବିସିସିଆଇ ଆଇପିଏଲ୍‌ ଆୟୋଜନ କରିବାକୁ ସକ୍ଷମ ହୋଇଥିଲା। ଆୟୋଜନ ଦୌଡ଼ରେ ୟୁଏଇ ସର୍ବାଗ୍ରେ ରହିଛି। ଶ୍ରୀଲଙ୍କାରେ ଆୟୋଜନ ହେଲେ ଖର୍ଚ୍ଚ କମ୍‌ ହେବ। ଅନ୍ୟପଟେ ନ୍ୟୁଜିଲାଣ୍ଡରେ କରୋନା ପ୍ରଭାବ କମ୍‌ ରହିଛି। ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ସାଢେ ୭ ଘଣ୍ଟାର ଫରକ ରହିଛି। ତେଣୁ ସମସ୍ୟା ରହିଛି। ଖୁବ୍‌ଶୀଘ୍ର ଏ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯିବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓ୍ବାଲର୍‌ଡ ୟୁଥ୍‌ ବକ୍ସିଂ: ସଚିନ ଜିତିଲେ ସ୍ବର୍ଣ୍ଣ

ନୂଆଦିଲ୍ଲୀ, ୨୪ା୪ (ପି.ଟି.)-ପୋଲାଣ୍ଡର କିଲ୍‌ସିଠାରେ ଚାଲିଥିବା ଓ୍ବାଲର୍‌ଡ ୟୁଥ୍‌ ବକ୍ସିଂ ଚାମ୍ପିୟନଶିପ୍‌ରେ ଭାରତ ଶୁକ୍ରବାର ଏହାର ୮ମ ସ୍ବର୍ଣ୍ଣ ଜିତିିଛି। ସଚିନ ସିଓ୍ବାଚ ୫୬କେଜି ଶ୍ରେଣୀରେ...

ଇତିହାସ ରଚିଥିବା ବ୍ୟାଡମିଣ୍ଟନ ଖେଳାଳିଙ୍କ ସହ ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୩।୫: ଭାରତର ପୁରୁଷ ବ୍ୟାଡମିଣ୍ଟନ ଦଳ ରବିବାର ଏକପାଖିଆ ଫାଇନାଲରେ ୧୪ଥର ଚାମ୍ପିୟନ ଇଣ୍ଡୋନେସିଆକୁ ୩-୦ରେ ପରାସ୍ତ କରି ପ୍ରଥମ ଥର ପାଇଁ ଥୋମାସ କପ...

ରୋହିତଙ୍କ ବ୍ୟାଟିଂର ଫ୍ୟାନ୍‌ ପାଲଟିଲେ ରଣବୀର ସିଂହ

ମୁମ୍ବାଇ,୬।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୨ର ୫୧ତମ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଗୁଜରାଟ ଟାଇଟନ୍ସ ମୁହାଁମୁହିଁ ହେଉଛନ୍ତି। ଏହି ହାଇଭୋଲ୍ଟେଜ୍‌ ମୁକାବିଲାରେ ଗୁଜରାଟ ଅଧିନାୟକ...

ଦିବାରାତ୍ର ଟେଷ୍ଟ: ଆନନ୍ଦ-କାର୍ଲସେନ ଇଡେନ ଘଣ୍ଟି ବଜାଇବେ

କୋଲକାତା, ୮।୧୧(ପି.ଟି.)- ଆସନ୍ତା ୨୨ରୁ ୨୬ ତାରିଖ ମଧ୍ୟରେ ଇଡେନ ଗାର୍ଡେନ ଷ୍ଟାଡିୟମରେ ଭାରତ ଓ ବାଂଲାଦେଶ ମଧ୍ୟରେ ଦିବାରରାତ୍ର ଟେଷ୍ଟ ମ୍ୟାଚ୍‌ ଖେଳାଳିବ। ଭାରତ...

ଆଇସିସି ଦିନିକିଆ ର଼୍ୟାଙ୍କିଙ୍ଗ୍‌: କୋହଲି, ରୋହିତ ଶୀର୍ଷରେ ଅପରିବର୍ତ୍ତିତ

ଦୁବାଇ, ୫।୧୧(ପି.ଟି.)- ସଦ୍ୟ ପ୍ରକାଶିତ ଆଇସିସି ଦିନିକିଆ କ୍ରିକେଟ ର଼୍ୟାଙ୍କିଙ୍ଗ୍‌ର ବ୍ୟାଟ୍ସମ୍ୟାନ ବିଭାଗରେ ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଓ ତାଙ୍କ ଡେପୁଟି ରୋହିତ...

ଅଲିମ୍ପିକ୍‌ ମଶାଲ ରିଲେ ସ୍ଥଗିତ ରହିଲା

ଟୋକିଓ, ୨୫।୩ (ଏଏଫ୍‌ପି)- ଟୋକିଓରେ ଆୟୋଜନ ହେବାକୁ ଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣକୁ ଘୁଞ୍ଚାଇ ଦିଆଯାଇଥିବା ବେଳେ ଏହାର ମାଶାଲ ରିଲେକୁ ମଧ୍ୟ ସ୍ଥଗତି ରଖାଯାଇଛି।...

ସେମିରେ ବୋପାନ୍ନା-ଶାପୋଭାଲୋଭ

ମଣ୍ଟ୍ରିଲ,୧୦।୮(ପିଟି)- ଭାରତୀୟ ଟେନିସ ଷ୍ଟାର ରୋହନ ବୋପାନ୍ନା ଓ ତାଙ୍କ ସାଥୀ ଡେନିସ ଶାପୋଭାଲୋଭ ଏଠାରେ ଚାଲିଥିବା ଏଟିପି ମଣ୍ଟ୍ରିଲ ମାଷ୍ଟର୍ସର ପୁରୁଷ ଡବଲ୍ସ ବର୍ଗରେ...

୭ ମ୍ୟାଚ୍‌ରେ ୭ ଶତକ ମାରିଥିବା ମୁମ୍ବାଇ କ୍ରିକେଟର୍‌ଙ୍କ କରୋନାରେ ମୃତ୍ୟୁ

ମୁମ୍ବାଇ, ୧୭।୯: ମୁମ୍ବାଇର ପୂର୍ବତନ କ୍ରିକେଟର୍‌ ସଚିନ ଦେଶମୁଖଙ୍କ କରୋନା ଭାଇରସ୍‌ରେ ବିୟୋଗ ଘଟିଛି। ମଙ୍ଗଳବାର ରାତିରେ ଥାନେସ୍ଥିତ ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାନରେ ସଚିନ...

Advertisement
Archives

Model This Week