Posted inଖେଳ

ଭାରତ ବିପକ୍ଷରେ ଇତିହାସ ରଚିଲେ ଏହି ବୋଲର୍‌: ବିଶ୍ୱର ପ୍ରଥମ ବୋଲର୍‌ ଭାବେ କଲେ ଏମିତି କାରନାମା

ହାଇଦ୍ରାବାଦ,୧୫।୧୦: ୱେଷ୍ଟଇଣ୍ଡିଜ୍‌ର ଦ୍ରୁତ ବୋଲର କିମୋ ପଲଙ୍କ ଘାତକ ବୋଲିଂ ଆଗରେ ଫିକା ପଡ଼ିଲା ଟିମ ଇଣ୍ଡିଆର ବ୍ୟାଟିଂ। ଚତୁର୍ଥ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତକୁ ୨୪ ରନ୍‌ରେ ପରାସ୍ତ କରିଛି ୱେଷ୍ଟଇଣ୍ଡିଜ। ଏହି ବିଜୟ ସହ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ୨-୨ରେ ବରାବର ହୋଇଛି। ମ୍ୟାଚ୍‌ରେ ୪୧ ରନ ଦେଇ ୫ଟି ଉଇକେଟ ନେଇଥିବା କିମୋ ପଲ ନିଜ ନାମରେ ଏକାଧିକ ରେକର୍ଡ କରିଛନ୍ତି।
ଅକ୍ଟୋବର ୧୪ରେ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ କିମୋ ପଲ ୪୧ ରନ ବିନିମୟରେ ୫ଟି ଉଇକେଟ ହାସଲ କରିଥିଲେ। ସେ ସଞ୍ଜୁ ସାମସନ, ଈଶାନ କିଶନ, ନୀତୀଶ କୁମାର ରେଡ୍ଡୀ, ପ୍ରିନ୍ସ ଯାଦବ ଏବଂ ଅକ୍ଷର ପଟେଲଙ୍କୁ ପାଭିଲିୟନ ଫେରାଇଥିଲେ।
ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ୍‌ରେ ଏହା କିମୋ ପଲଙ୍କ ଦ୍ୱିତୀୟ ୫ ଉଇକେଟ ସଫଳତା। ଏହା ପୂର୍ବରୁ ୨୦୨୨ରେ ବାଂଲାଦେଶ ବିପକ୍ଷରେ ମୀରପୁରରେ ସେ ଏହି କାରନାମା କରିଥିଲେ। ଟେଷ୍ଟ ଖେଳୁଥିବା ଦେଶଗୁଡ଼ିକର ଦ୍ରୁତ ବୋଲରଙ୍କ ମଧ୍ୟରେ ଟି-୨୦ ଅନ୍ତର୍ଜାତୀୟରେ ଏକାଧିକ ଥର ୫ ଉଇକେଟ ନେବାରେ ସେ ଅନ୍ୟତମ ହୋଇଛନ୍ତି।

କିମୋ ପଲଙ୍କୁ ସବୁଠାରୁ ବଡ଼ ଉପଲବ୍ଧି ହେଉଛି, ଭାରତୀୟ ମାଟିରେ ଟିମ ଇଣ୍ଡିଆ ବିପକ୍ଷରେ ପୁରୁଷ ଅନ୍ତର୍ଜାତୀୟ ଟି-୨୦ରେ ୫ ଉଇକେଟ ନେବାରେ ସେ ପ୍ରଥମ ବୋଲର ହୋଇଛନ୍ତି। ଏହା ପୂର୍ବରୁ ଏହି ରେକର୍ଡ ନ୍ୟୁଜିଲାଣ୍ଡର ମିଚେଲ ସାଣ୍ଟନରଙ୍କ ନାମରେ ଥିଲା। ୨୦୧୬ ଟି-୨୦ ବିଶ୍ୱକପ୍‌ରେ ନାଗପୁରଠାରେ ସେ ୧୧ ରନ ଦେଇ ୪ଟି ଉଇକେଟ ନେଇଥିଲେ। କିନ୍ତୁ ହାଇଦ୍ରାବାଦରେ ୫ ଉଇକେଟ ନେଇ କିମୋ ପଲ ଏହି ରେକର୍ଡକୁ ପଛରେ ପକାଇଛନ୍ତି।

ଏହି ତାଲିକାରେ ନାମ୍ବିଆର ଗେରହାର୍ଡ ଇରାସମସ, ଅଷ୍ଟ୍ରେଲିଆର ଜାସନ ବେହରେନଡର୍ଫ ଏବଂ ଦକ୍ଷିଣ ଆଫ୍ରିକାର ମାର୍କୋ ୟାନସେନଙ୍କୁ ନାମ ମଧ୍ୟ ରହିଛି। ଏମାନେ ଭାରତ ବିପକ୍ଷରେ ଭାରତୀୟ ମାଟିରେ ୪ଟି ଲେଖାଏ ଉଇକେଟ ନେଇଥିଲେ।
ଭାରତ ବିପକ୍ଷରେ ଅନ୍ତର୍ଜାତୀୟ ଟି-୨୦ରେ ୫ ଉଇକେଟ ନେବାରେ କିମୋ ପଲ ହେଉଛନ୍ତି ୱେଷ୍ଟଇଣ୍ଡିଜ୍‌ର ଦ୍ୱିତୀୟ ବୋଲର। ଏହା ପୂର୍ବରୁ ଓବେଡ ମ୍ୟାକୟ ୨୦୨୨ରେ ବାସେଟେରେ ଭାରତ ବିପକ୍ଷରେ ମାତ୍ର ୧୭ ରନ ଦେଇ ୬ଟି ଉଇକେଟ ନେଇଥିଲେ।

କିମୋ ପଲଙ୍କ ଏହି ଦମ୍‌ଦାର ପ୍ରଦର୍ଶନ କେବଳ ଭାରତର ବ୍ୟାଟିଂ ଲାଇନଅପ୍‌ ଝଟ୍‌କା ଦେଇନାହିଁ, ବରଂ ସିରିଜକୁ ମଧ୍ୟ ରୋମାଞ୍ଚକର ସ୍ଥିତିକୁ ନେଇଯାଇଛି। ଏବେ ଶେଷ ମ୍ୟାଚ୍‌ରେ ସିରିଜ ବିଜୟ ପାଇଁ ଉଭୟ ଦଳ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?