ଶ୍ୟାମଳୀ ଥିବାରୁ ଏହି ଅଭିନେତ୍ରୀଙ୍କୁ ଶୁଣିବାକୁ ପଡ଼ିଥିଲା ବହୁ ଅପମାନ…

ମୁମ୍ବାଇ, ୨୭।୬: ନିକଟରେ ଆମେରିକାରେ ବର୍ଣ୍ଣବୈଷମ୍ୟ ଯୋଗୁ ଦେଶବ୍ୟାପୀ ପ୍ରଦର୍ଶନ ହୋଇଥିଲା। ଏବେ ବିୟୁଟି କ୍ରିମ୍‌ ଉତ୍ପାଦକୁ ନେଇ ବିବାଦ ମଧ୍ୟ ଜାରି ରହିଛି। ଏଭଳି ରଙ୍ଗ ଭେଦଭାବ ଯୋଗୁ ପିଲାଦିନେ ମାନସିକସ୍ତରରେ ବେଶ୍‌ ଆଘାତ ପାଇଥିବା ଅଭିନେତ୍ରୀ ବିପାସା ବାସୁ ନିଜ ଇନଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଶେୟାର କରିଛନ୍ତି। ପିଲାଦିନେ ତାଙ୍କର ଶ୍ୟାମଳୀ ରଙ୍ଗ ଯୋଗୁ ବହୁ ଅପମାନ ଶୁଣିବାକୁ ପଡ଼ିଥିବା ସେ କହିଛନ୍ତି। ତାଙ୍କ କାମ ଅପେକ୍ଷା ଶରୀର ରଙ୍ଗକୁ ନେଇ ଅଧିକ ଚର୍ଚ୍ଚା ହେଉଥିଲା। ଏହା ସେତେବେଳେ ତାଙ୍କୁ ବେଶ୍‌ ହତୋତ୍ସାହିତ କରିଦେଉଥିବା ବିପାସା କହିଛନ୍ତି। ସେ ସୁପର ମଡେଲ କଣ୍ଟେଷ୍ଟ୍‌ରେ ବିଜୟୀ ହେବାପରେ ପ୍ରତି ଖବର କାଗଜରେ କୋଲକତାର ଶ୍ୟାମଳୀ ଯୁବତୀ ଓ୍ବିନର ହୋଇଥିବା ଖବର ପ୍ରକାଶିତ ହୋଇଥିଲା। ତେବେ ଲୋକଙ୍କ ଏଭଳି ମାନସିକତା ତାଙ୍କର କାର୍ଯ୍ୟଧାରା ଉପରେ ପ୍ରଭାବ ପକାଇ ପାରି ନ ଥିବା ବିପାସା କହିଛନ୍ତି। ଗତ ୧୮ ବର୍ଷ ମଧ୍ୟରେ ବଡ଼ ବଜେଟର ବହୁ ବିୟୁଟି ଉତ୍ପାଦର ବିଜ୍ଞାପନରେ କାମ କରିବାକୁ ସେ ମନା କରିଦେଇଛନ୍ତି। ଏହାଦ୍ୱାରା କେବଳ ଗ୍ରାହକଙ୍କୁ ଠକା ଯାଉଥିବାରୁ ସେ କ୍ଷୋଭ ପ୍ରକାଶ କରିଛନ୍ତି। ଏପରିସ୍ଥଳେ ଫେୟାର ଆଣ୍ଡ ଲଭ୍‌ଲି ପକ୍ଷରୁ ଗ୍ରହଣ କରାଯାଇଥିବା ନିଷ୍ପତ୍ତିକୁ ସେ ସ୍ବାଗତ କରିଛନ୍ତି। ସୂଚନାଯୋଗ୍ୟ, ବଲିଉଡ୍‌ରେ ୨ଟି ଫିଲ୍ମରେ କାମ କରିବାକୁ ମନା କରିବା ପରେ ବିପାସା ୨୦୦୧ରେ ‘ଅଜନବୀ’ ଫିଲ୍ମ ମାଧ୍ୟମରେ ଡେବ୍ୟୁ କରିଥିଲେ। ଏହାପରେ ୨୦୦୨ରେ ତାଙ୍କ ଫିଲ୍ମ ‘ରାଜ୍‌’ ବକ୍ସ୍‌ ଅଫିସରେ ହିଟ୍‌ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

CJPର ନୂଆ ରଣନୀତି! ପୋଲିସ ଚିହ୍ନଟ ପାଇଁ ଆଣୁଛି….

ନୂଆଦିଲ୍ଲୀ,୨୫।୭(ପି.ଟି.): ଗତ ଜୁଲାଇ ୨୦ ‘ଚଲୋ ସଂସଦ’ ରାଲି ସମୟରେ ଛାତ୍ରୀଛାତ୍ରଙ୍କ ଉପରେ ହୋଇଥିବା ପୋଲିସ କାର୍ଯ୍ୟାନୁଷ୍ଠାନରେ ସମ୍ପୃକ୍ତ ପୋଲିସ କର୍ମଚାରୀମାନଙ୍କୁ ଚିହ୍ନଟ କରିବା ପାଇଁ ‘କକ୍‌ରୋଚ୍‌…

ସାର ବିକ୍ରିରେ ଅନିୟମିତତା: ୬ ଡିଲରଙ୍କ ଲାଇସେନ୍ସ ରଦ୍ଦ

ବରଗଡ଼,୨୫।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ୍‌ ଚାଷକାର୍ଯ୍ୟ ଜୋରସୋର୍‌ରେ ଚାଲିଥିଲାବେଳେ ସାରର କୃତ୍ରିମ ସଙ୍କଟ ଏବଂ କଳାବଜାର ଚାଷୀମାନଙ୍କୁ ଚିନ୍ତାରେ ପକାଇ ଦେଇଛି। ଏଭଳି ଅଭିଯୋଗ ପାଇବା ପରେ…

Commonwealth Games: ଭାରତ ପାଇଁ ପ୍ରଥମ ପଦକ ଜିତିଲେ ଝଣ୍ଡୁ କୁମାର

ନୂଆଦିଲ୍ଲୀ,୨୫।୭: ୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଦ୍ୱିତୀୟ ଦିନରେ, ପାରା ଭାରୋତ୍ତୋଳକ ଝଣ୍ଡୁ କୁମାର କାଂସ୍ୟ ପଦକ ଜିତି ଭାରତ ପାଇଁ ଏକ ପ୍ରମୁଖ ମାଇଲଖୁଣ୍ଟ ହାସଲ କରିଛନ୍ତି…

‘Thanks To Everybody…’, ପ୍ରଧାନମନ୍ତ୍ରୀ ମୋଦିଙ୍କ ନୂତନ ଭିଡିଓ ବାର୍ତ୍ତା ଜାରି,କହିଲେ…VIDEO

ନୂଆଦିଲ୍ଲୀ,୨୪।୭: ଦିଲ୍ଲୀର ଜନ୍ତର-ମନ୍ତରରେ ଚାଲିଥିବା ଛାତ୍ର ଆନ୍ଦୋଳନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ନୂତନ ଭିଡିଓ ବାର୍ତ୍ତା ଶୁକ୍ରବାର ରାତିରେ ସାମ୍ନାକୁ ଆସିଛି। ଏହି ସମୟରେ…

ଇସ୍ତଫା ଦେବେ ନାହିଁ ଧର୍ମେନ୍ଦ୍ର ପ୍ରଧାନ! ସରକାରଙ୍କ କଡ଼ା ଆଭିମୁଖ୍ୟ, ଗୋଟିଏ ମାସ ମଧ୍ୟରେ…

ନୂଆଦିଲ୍ଲୀ,୨୪।୭: NEET ପେପର ଲିକ୍ ମାମଲାରେ ଦାୟିତ୍ୱ ନିର୍ଦ୍ଧାରଣ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଜାତୀୟ ରାଜଧାନୀ ଦିଲ୍ଲୀର ଜନ୍ତର-ମନ୍ତରରେ ଗତ ଏକ…

ରାଇକିଆରେ ବାହୁଡା଼ ଯାତ୍ରା ସମ୍ପନ୍ନ

ରାଇକିଆ,୨୪ା୭ (ପ୍ରଦୀପ ବେହେରା): ରାଇକିଆ ଠାରେ ଶୁକ୍ରବାର ବାହୁଡ଼ା ଯାତ୍ରା ସମ୍ପନ୍ନ ହୋଇଛି। ଅସ୍ଥାୟୀ ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପରେ ବିରାଜମାନ କରିଥିବା ଚତୁର୍ଦ୍ଧା ମୂର୍ତ୍ତିଙ୍କର ସାମ୍ନାରେ…

ଗଞ୍ଜାମରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା

ଗଞ୍ଜାମ,୨୪ା୭(ବିଦ୍ୟାଧର ସାହୁ/ଅନାଥ ତରାଇ): ଗଞ୍ଜାମ ସହରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ପାଳିତ ହୋଇଛି। ସକାଳୁ ମନ୍ଦିର ପରିସରରେ ପୂଜାପାଠ ଓ ରୀତିନୀତି ପାଳନ ପରେ ମହାପ୍ରଭୁଙ୍କ…

ଚମକାଇଲା ECBର ନିଷ୍ପତ୍ତି: ଜୋ ରୁଟ୍ ପୁଣି ହେବେ ଇଂଲଣ୍ଡର ଷ୍ଟେଟ୍ କ୍ୟାପଟେନ୍

ଲଣ୍ଡନ,୨୪।୭: : ଇଂଲଣ୍ଡ କ୍ରିକେଟ୍ ଦଳକୁ ମିଳିବାକୁ ଯାଉଛି ଜଣେ ନୂତନ ଟେଷ୍ଟ କ୍ୟାପଟେନ୍। ବରିଷ୍ଠ ବ୍ୟାଟ୍ସମ୍ୟାନ୍ ଜୋ ରୁଟଙ୍କୁ ପୁଣି ଥରେ ଇଂଲଣ୍ଡ ଟେଷ୍ଟ ଦଳର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri