Posted inଫୁରସତ

ପ୍ରେମ କରି ଚର୍ଚ୍ଚାରେ ବିଶ୍ୱର ଏହିସବୁ ଲୋକପ୍ରିୟ ନେତା

ନିକଟରେ ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନ ୱେଷ୍ଟମିଂଷ୍ଟର କ୍ୟାଥେଡ୍ରଲରେ ତାଙ୍କ ଗର୍ଲଫ୍ରେଣ୍ଡ କ୍ୟାରି ସାଇମଣ୍ଡସଙ୍କୁ ଗୁପ୍ତରେ ବିବାହ କରିଥିଲେ। ୫୬ ବର୍ଷ ବୟସରେ ବୋରିସ ତୃତୀୟ ଥର ବିବାହ କରିବାକୁ ନେଇ ବ୍ରିଟେନରେ ଅନେକ ଚର୍ଚ୍ଚା ହୋଇଥିଲା। ଏବେ ସେମାନଙ୍କର ବିବାହ ପ୍ରମାଣପତ୍ର ସାମ୍ନାକୁ ଆସିଛି। ବିବାହ ପ୍ରମାଣପତ୍ର ଅନୁଯାୟୀ, ପିଏମ ବୋରିସ ଜନସନ ଏବଂ ତାଙ୍କ ସ୍ତ୍ରୀ କ୍ୟାରି ସାଇମଣ୍ଡସଙ୍କ ବୟସ ମଧ୍ୟରେ ୨୩ ବର୍ଷର ପାର୍ଥକ୍ୟ ଅଛି। ଜନସନଙ୍କ ପୂର୍ବରୁ ପୂର୍ବରୁ ଅନେକ ଲୋକପ୍ରିୟ ନେତା ଅଛନ୍ତି ଯେଉଁମାନେ ନିଜଠାରୁ ବୟସରେ ବହୁ ସାନ ମହିଳାଙ୍କୁ ଭଲ ପାଇ ବିବାହ କରିଛନ୍ତି। ଜାନ୍ତbୁ ସେମିତି କିଛି ନେତାଙ୍କ ବିଷୟରେ…

କିମ ଜୋଙ୍ଗ ଉନ୍‌
ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ୍‌ଙ୍କ ବର୍ବରତାର କାହାଣୀ ସମଗ୍ର ବିଶ୍ୱ ଜାଣିଛି। କିମଙ୍କ ଜୀବନ ଯେତେ ରହସ୍ୟମୟ, ତା’ର ବିବାହ ମଧ୍ୟ ସେତିକି ରହସ୍ୟମୟ ଅଟେ। କିମ କେବେ ଓ କିପରି ବିବାହ କରିଥିଲେ ତାହା କେହି ଜାଣନ୍ତି ନାହିଁ। କିମ ଜୋଙ୍ଗ-ଉନଙ୍କ ରହସ୍ୟମୟ ଦୁନିଆର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛି ତାଙ୍କ ସ୍ତ୍ରୀ ରି ସୋଲ ଜୁ। ମିଡିଆ ରିପୋର୍ଟ ଅନୁଯାୟୀ, ୨୦୦୫ରେ ଏସୀୟ ଆଥଲେଟ୍ସ ଚାମ୍ପିଅନସିପ ସମୟରେ ରି ଦେଶର ରାଜଧାନୀ ପ୍ୟୋଙ୍ଗୟାଙ୍ଗ ଆସିଥିଲେ। ତାଙ୍କୁ ୯୦ ଜଣ ଚିୟରଲିଡର ଦଳରେ ଅନ୍ତର୍ଭୁକ୍ତ କରାଯାଇଥିଲା। ଏହି ସମୟରେ କିମ ଜୋଙ୍ଗ-ଉନ ପ୍ରଥମେ ରି ସୋଲ ଜୁଙ୍କ ନଜରରେ ଆସିଥିଲେ ଏବଂ ଏଠାରେ ଦୁହେଁ ସାକ୍ଷାତ ହୋଇଥିଲେ। ୨୦୦୯ରେ ଉନ୍‌ ରିଙ୍କୁ ବିବାହ କରିଥିଲେ। ୨୦୧୦ରେ ଉଭୟଙ୍କ ଏକ ସନ୍ତାନ ମଧ୍ୟ ଜନ୍ମ ହୋଇଥିଲା। ତେବେ ସରକାରୀ ଭାବେ ଏହାକୁ ସ୍ପଷ୍ଟ କରାଯାଇ ନାହିଁି।

ଇମାନୁଏଲ୍‌ ମାକ୍ରୋନ୍‌
ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ପ୍ରେମ କାହାଣୀ ମଧ୍ୟ ଚର୍ଚ୍ଚାରେ ରହିଥିଲା। ବିଶେଷ କଥା ହେଉଛି ସେ ତାଙ୍କଠାରୁ ୨୪ ବର୍ଷ ବଡ ବ୍ରିଗିଟ ଟ୍ରୋଗନକ୍ସଙ୍କୁ ବିବାହ କରିଛନ୍ତି। ୬୪ ବର୍ଷିୟ ବ୍ରିଗିଟ ବିଦ୍ୟାଳୟରେ ମାକ୍ରୋନଙ୍କ ଶିକ୍ଷକ ଥିଲେ। ମାକ୍ରୋନ ତାଙ୍କଠାରୁ ୨୪ ବର୍ଷ ସାନ ଥିଲେ। ସେହି ସମୟ ମଧ୍ୟରେ ଦୁହେଁ ପରସ୍ପରକୁ ଭଲ ପାଉଥିଲେ। ବିଶେଷ କଥା ହେଉଛି ବ୍ରିଗିଟଙ୍କ ଝିଅ ମାକ୍ରୋନଙ୍କ ସହପାଠୀ ଥିଲେ।

ଇମ୍ରାନ ଖାନ୍‌
ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ତାଙ୍କ ରୋମାଣ୍ଟିକ ଜୀବନଶୈଳୀ ବିଷୟରେ ସମସ୍ତଙ୍କୁ ଜଣା। ସେ ୬୫ ବର୍ଷ ବୟସରେ ତୃତୀୟ ଥର ବିବାହ କରିଥିଲେ। ୪୦ ବର୍ଷର ବୁଶ୍‌ରା ଶାନ ପ୍ରଥମେ ଇସଲାମାବାଦର ଜଣେ ବରିଷ୍ଠ କଷ୍ଟମ୍ସ ଅଧିକାରୀଙ୍କୁ ବିବାହ କରିଥିଲେ। ଏହାପୂର୍ବରୁ ଇମ୍ରାନ ଖାନଙ୍କ ପ୍ରଥମ ବିବାହ ବ୍ରିଟିଶ ଜନ୍ମିତ ଜେମିମାଙ୍କ ସହ ହୋଇଥିଲା। ୨୦୦୪ରେ ଛାଡପତ୍ର ପରେ ଇମ୍ରାନ ଖାନ ଦ୍ୱିତୀୟ ଥର ପାଇଁ ଟିଭି ଉପସ୍ଥାପିକା ରେହମ ଖାନଙ୍କୁ ବିବାହ କରିଥିଲେ। ଏହି ସମ୍ପର୍କ କେବଳ ୧୦ ମାସ ପର୍ଯ୍ୟନ୍ତ ଚାଲିଥିଲା।

ଡୋନାଲ୍ଡ ଟ୍ରମ୍ପ
ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ତାଙ୍କଠାରୁ ୨୪ ବର୍ଷ ସାନ ମଡେଲ ମେଲାନିଆଙ୍କୁ ବିବାହ କରିଛନ୍ତି। ଟ୍ରମ୍ପ ଏବଂ ମେଲାନିଆ ଟ୍ରମ୍ପଙ୍କ ପ୍ରେମ କାହାଣୀ ୧୯୯୮ ମସିହାରେ ଆରମ୍ଭ ହୋଇଥିଲା। ସେତେବେଳେ ଟ୍ରମ୍ପଙ୍କୁ ୫୨ବର୍ଷ ଏବଂ ମେଲାନିଆଙ୍କୁ ୨୮ ବର୍ଷ ବୟସ ହୋଇଥିଲା। ୨୦୦୪ରେ, ଟ୍ରମ୍ପ ୧.୫ ମିଲିୟନ ଡଲାରର ହୀରା ମୁଦି ପିନ୍ଧାଇ ବିବାହ ପାଇଁ ମେଲାନିଆଙ୍କୁ ପ୍ରସ୍ତାବ ଦେଇଥିଲେ। ଏହା ପରେ ଦୁହେଁ ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ନମ୍ବରରୁ ହ୍ବାଟ୍ସଆପ୍‌କୁ ଆସିବ କଲ୍‌, ମିଳିବ ଧମକ, ଭୟଭୀତ ହେଲେ ଆକାଉଣ୍ଟ ହୋଇଯିବ ଖାଲି…

ଦୁଇମାସ ତଳେ କେରଳର ଜଣେ ବାସିନ୍ଦା ପୋଲିସ ଅଧିକାରୀଙ୍କ ଡିପି ଥାଇ ଏକ ନମ୍ବରରୁ ହ୍ବାଟ୍ସଆପ୍‌କୁ କଲ୍‌ ଆସିଥିଲା। ସେ ଏହାକୁ ଉଠାଇବା ମାତ୍ରେ ଏକ...

ଅଜବ ଘର: ଦେଖିବାକୁ ବଙ୍କାତେଢ଼ା ମାତ୍ର ଆକର୍ଷଣୀୟ, ଜାଣନ୍ତୁ ଏହାର ସ୍ବତନ୍ତ୍ରତା…

ଦୁନିଆରେ ଅନେକ ଅଟ୍ଟାଳିକା ଅଛି, ଯାହା ଅନେକ କାରଣ ପାଇଁ ଲୋକଙ୍କୁ ଆକର୍ଷିତ କରିଥାଏ। କିଛି ଘର ଡିଜାଇନକୁ ନେଇ ବେଶ୍‌ ଆକର୍ଷଣୀୟ ହୋଇଥାଏ। ଆଜି...

ନିର୍ବାଚନବେଳେ ଜବତ ମଦ-ଟଙ୍କା କିଏ ରଖନ୍ତି, ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୨୮।୩: ଦେଶରେ ଲୋକ ସଭା ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ । ଲୋକ ସଭା ନିର୍ବାଚନର ତାରିଖ ମଧ୍ୟ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ଏହା...

ଭାରତର ଏହି ସହରରେ ପ୍ରସ୍ତୁତ ହୁଏ ଆଇପିଏଲ୍‌ ବଲ୍‌, ବର୍ଷକୁ ୫୦୦ କୋଟି ଟଙ୍କା ରୋଜଗାର

ବର୍ତ୍ତମାନ ଆଇପିଏଲ ଚାଲିଛି। ଇଣ୍ଡିଆନ ପ୍ରିମିୟର ଲିଗ୍‌କୁ ନେଇ ଲୋକଙ୍କ ମଧ୍ୟରେ ଏକ ବଡ଼ କ୍ରେଜ୍‌ ରହିଛି। ଏହି ପ୍ରତିଯୋଗିତା ୬୬ ଦିନ ପର୍ଯ୍ୟନ୍ତ ଚାଲିବ।...

କଫି ସହ ମଣିଷ ରକ୍ତ ମିଶାଇ ପିଉଛନ୍ତି ଏହି ମହିଳା

ଦୁନିଆରେ,ପ୍ରତ୍ୟେକ ମଣିଷଙ୍କର ନିଜସ୍ବ ସଉକ ଅଛି। କିଏ ଭ୍ରମଣ କରିବାକୁ ଭଲ ପାଆନ୍ତି ତ ଆଉ କିଏ ଖାଇବାକୁ ଭଲ ପାଆନ୍ତି। କେତେକ ଗୀତ ଗାଇବାକୁ...

ପୃଥିବୀର ପଡୋଶୀରେ ଅଛନ୍ତି ଏଲିଏନ୍ସ, ୨୦୩୦ ସୁଦ୍ଧା ଖୋଜିଦେବ ନାସା!

ଓ୍ବାଶିଂଟନ,୨୫।୩: ଏଲିଲନ୍ସ ସତରେ ଅଛନ୍ତି କି। ଯଦି ଅଛନ୍ତି, ସେମାନେ କେଉଁଠାରେ ରୁହନ୍ତି? ଏହି ଦୁଇଟି ପ୍ରଶ୍ନର ଉତ୍ତର ଖୋଜିବାରେ ସାରା ବିଶ୍ୱର ସ୍ପେସ ଏଜେନ୍ସିମାନେ...

ଓଡ଼ିଆ ଜନଜୀବନରେ ଦୋଳଯାତ୍ରା

ଫାଲ୍‌ଗୁନ ଶୁକ୍ଳ ଦଶମୀ ତିଥିଠାରୁ ସାଧାରଣତଃ ଓଡ଼ିଆ ଜନଜୀବନରେ ଦୋଳଯାତ୍ରା ଆଧ୍ୟାତ୍ମିକ ଭକ୍ତିପୂତ ପରିବେଶରେ ଆରମ୍ଭ ହୋଇଥାଏ। ଏହି ପର୍ବର ମୁଖ୍ୟ ଆରାଧ୍ୟ ଠାକୁର ପ୍ରେମମୟ...

ବୋତଲ ଭିତରେ ଅଠା ଲାଖେ ନାହିଁ କାହିଁକି

ବିଜ୍ଞାପନରେ ଅନେକ ଅଠା କମ୍ପାନୀ ଦାବି କରନ୍ତି ଯେ, ତାଙ୍କର ସାମାନ୍ୟ ଟିକେ ଅଠା ଯେକୌଣସି ଜିନିଷକୁ ଯୋଡିପାରେ। ଆଉ ଏମିତି ଯୋଡିବ ଯେ ଯୋଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri