ରହିବନି ଷ୍ଟ୍ରେଚ୍‌ମାର୍କ

ଅନେକ ମହିଳା ଶିଶୁ ଜନ୍ମ ପରେ ପେଟ ଏବଂ ଶରୀରର ଅନ୍ୟ କେତେକ ସ୍ଥାନରେ ହୋଇଥିବା ଷ୍ଟ୍ରେଚ୍‌ମାର୍କ କମ୍‌ କରିବାକୁ ନେଇ ବ୍ୟସ୍ତ ହୋଇପଡନ୍ତି। ହେଲେ ଏହା ଏକ ପ୍ରାକୃତିକ ପରିବର୍ତ୍ତନ ହୋଇଥିବାରୁ ଏଥିପାଇଁ ସମୟ ଲାଗିଥାଏ। ତଥାପି ଅପେକ୍ଷାକୃତ ଶୀଘ୍ର ଷ୍ଟ୍ରେଚ୍‌ମାର୍କ ଦୂରେଇବା ଲାଗି କେତୋଟି ଉପାୟ ଆପଣାଇ ପାରିବେ…

ଷ୍ଟ୍ରେଚ୍‌ମାର୍କ କମ୍‌ କରିବା ଲାଗି ଶରୀରର ଜଳୀୟାଂଶ ଠିକ୍‌ ରହିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ। ତେଣୁ ଦିନକୁ ଅତି କମ୍‌ରେ ୩-୪ ଲିଟର ପାଣି ପିଅନ୍ତୁ।
ଉଷୁମ ପାଣିରେ ଗାଧେଇବା ପରେ ଷ୍ଟ୍ରେଚ୍‌ମାର୍କ ହୋଇଥିବା ସ୍ଥାନରେ ଧୀରେ ଧୀରେ ପ୍ରାୟ ୨ ମିନିଟ୍‌ ପର୍ଯ୍ୟନ୍ତ ଅଏଲ୍‌ ମସାଜ କରିବା ଦ୍ୱାରା ତାହା ନରମ ହେବା ସହ ମାର୍କ ଦୂର ହେବାରେ ସାହାଯ୍ୟ କରିଥାଏ। ଏଥିପାଇଁ ବାୟୋ ଅଏଲ୍‌ କିମ୍ବା ନଡିଆ ତେଲ ସବୁଠୁ ଭଲ। ଆପଣ ଚାହିଁଲେ ଏଥିପାଇଁ ଅନ୍ୟ ମସାଜ ଅଏଲ୍‌ ମଧ୍ୟ ବ୍ୟବହାର କରିପାରିବେ।
ବର୍ତ୍ତମାନ ଷ୍ଟ୍ରେଚ୍‌ମାର୍କ ଦୂର କରିବା ଲାଗି ବିଭିନ୍ନ ପ୍ରକାର କ୍ରିମ୍‌ ମାର୍କେଟ୍‌ରେ ଉପଲବ୍ଧ। ଡାକ୍ତରଙ୍କ ପରାମର୍ଶକ୍ରମେ କୌଣସି ଏକ ଭଲ ସ୍ପେଶିଆଲାଇଜ୍‌ଡ କ୍ରିମ୍‌, ଷ୍ଟ୍ରେଚ୍‌ମାର୍କ ରିକୋଭରି ସିରମ, ବଡି ଫର୍ମିଙ୍ଗ୍‌ ଜେଲ୍‌ ଆଦି ସକାଳେ ଏବଂ ସଂଧ୍ୟାରେ ଲଗାନ୍ତୁ ଉପକୃତ ହେବେ। ଏସବୁ କେମିକାଲ୍‌ ଫ୍ରି ହୋଇଥିଲେ ଭଲ।
ଲେମ୍ବୁରେ ଥିବା ପ୍ରାକୃତିକ ଏସିଡ୍‌ ଷ୍ଟ୍ରେଚ୍‌୍‌ ମାର୍କ ଦୂର କରିବାରେ ସାହାଯ୍ୟ କରିଥାଏ। ଏଥିପାଇଁ ଏକ କଟନ ସାହାଯ୍ୟରେ ଲେମ୍ବୁ ରସ ନେଇ ଷ୍ଟ୍ରେଚ୍‌ମାର୍କ ଥିବା ସ୍ଥାନରେ ଲଗାଇ ଦଶ ମିନିଟ୍‌ ପର୍ଯ୍ୟନ୍ତ ରଖିବା ପରେ ନଖ ଉଷୁମ ପାଣିରେ ଗାଧୋଇ ପଡନ୍ତୁ।
ଆଲୋଭେରାରୁ ଜେଲ୍‌ ବାହାର କରି ଷ୍ଟ୍ରେଚ୍‌ମାର୍କ ହୋଇଥିବା ସ୍ଥାନ ଉପରେ ଧୀରେ ଧୀରେ ଘଷନ୍ତୁ। ୧୫ମିନିଟ୍‌ ରଖିବା ପରେ ଅଳ୍ପ ଉଷୁମ ପାଣିରେ ଧୋଇଦିଅନ୍ତୁ।
ଶୀଘ୍ର ସ୍କିନ୍‌ ରିପେୟାର୍‌ କରିବାରେ ଏକ୍ସରସାଇଜ୍‌ ବେଶ୍‌ ସାହାଯ୍ୟ କରିଥାଏ। ଯାହା ଗର୍ଭଧାରଣ ଯୋଗୁ ଫୁଲିଯାଇଥିବା ଏବଂ ଷ୍ଟ୍ରେଚ୍‌ମାର୍କ ହୋଇଥିବା ସ୍ଥାନକୁ ଧୀରେ ଧୀରେ ରିପେୟାର୍‌ କରି ପୂର୍ବ ଭଳି ସୁନ୍ଦର କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri