କୁଟଲାରୀରେ ସପ୍ତାହେ ହେଲା ମିଳୁ ନ ଥିଲା ପାଣି, ଖବର ପ୍ରକାଶ ପରେ ତତ୍ପରତା ଦେଖାଇଲେ ପ୍ରଶାସନ

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୨୪ା୨(ଅରୁଣ ସାହୁ/ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଝିଞ୍ଜିରୀଗୁଡ଼ା ପଞ୍ଚାୟତ କୁଟୁଲାରୀଗାଁରେ ଗତ ଏକ ସପ୍ତାହ ହେଲା ପିଇବା ପାଣିର ସମସ୍ୟା ଦେଖାଦେଇଛି। ପାହାଡ଼ରୁ ଆସୁଥିବା ଝର ପାଣି ଶୁଖିଯାଇଥିବାରୁ ଆଉ ଗାଁ ଲୋକଙ୍କୁ ପାଣି ମିଳୁନି। ସେପଟେ ପ୍ରାୟ ୭ଟି ନଳକୂପ ରହିଥିବା ବେଳେ ଅଧାରୁ ଊର୍ଦ୍ଧ୍ୱ ନଳକୂପ ଅଚଳ ରହିଥିବା ଓ ଯେଉଁ ନଳକୂପରୁ ପାଣି ବାହାରୁଛି, ତାହା ମଧ୍ୟ ଗୋଳି ପାଣି।

ଏନେଇ ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ସ୍ଥାନୀୟ ବିଡିଓ ଗଦାଧର ପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଗ୍ରାମୀଣ ଜଳ ଯୋଗାଣ ବିଭାଗର ଏକ ଟିମ୍‌ ନଳକୂପ ମରାମତି କରିବାକୁ କୁଟଲାରୀ ଗ୍ରାମରେ ପହଞ୍ଚିଛନ୍ତି। ତେବେ ଉକ୍ତ ମରାମତି ଟିମ୍‌ ସେଠାରେ ଚାଲୁ ରହିଥିବା ନଳକୂପରୁ ପାଣି ନମୁନା ସଂଗ୍ରହ କରି ନେଇଛନ୍ତି। ପରୀକ୍ଷା ପରେ ସୋମବାର ଯେଉଁ ନଳକୂପ ପାଣିର ମାନ ଭଲ ଥିବ ସେଗୁଡିକୁ ମରାମତି କରାଯିବ। ଯାହାର ମାନ ଖରାପ ଥିବ ଓ ଲୌହଯୁକ୍ତ ଥିବ ତାକୁ ମରାମତି କରାଯିବ ନାହିଁ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ସେହିପରି ଗାଁର ଥିବା ସମସ୍ୟାଗୁଡିକ ତଥା ପିଇବା ପାଣି, ସାହିକୁ ରାସ୍ତା ନିର୍ମାଣ, ଷ୍ଟ୍ରିଟ୍‌ଲାଇଟ୍‌ ବ୍ୟବସ୍ଥା ଚାଲୁ କରାଇବା ଆଦିର ସମାଧାନ କରାଯିବ ବୋଲି ଦାରିଙ୍ଗବାଡ଼ି ବିଡିଓ ଗଦାଧର ପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL Record: ପରାଜୟ ପରେ ବି ଇତିହାସ ରଚିଲା RCB, ଭାଙ୍ଗିଲା CSKର ବଡ଼ ରେକର୍ଡ

ନୂଆଦିଲ୍ଲୀ,୮।୫: ଗୁରୁବାର ଖେଳାଯାଇଥିବା ଏକ ମ୍ୟାଚରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ହାତରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୯ ରନରେ ପରାଜୟ ବରଣ କରିଥିଲା। ଏହି ବର୍ଷା ପ୍ରଭାବିତ…

ରାସ୍ତାରେ ଗଛ ପଡ଼ି ଯାତାୟାତ ବାଧାପ୍ରାପ୍ତ: ଅଗ୍ନିଶମ ବାହିନୀର ପହଞ୍ଚିବା ବିଳମ୍ବ ହେବାରୁ ସ୍ଥାନୀୟ ଲୋକେ…

ଥୁଆମୂଳ ରାମପୁର, ୮ା୫ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର-ଭବାନୀପାଟଣା ମୁଖ୍ୟ ରାସ୍ତାର କାଣିଗୁମା ନିକଟରେ ଏକ ବିରାଟକାୟ ଗଛ ଉପୁଡ଼ି ପଡ଼ିବାରୁ ଦୀର୍ଘ ସମୟ ଧରି ଯାତାୟାତ…

କାର୍ଯ୍ୟରତ କର୍ମଚାରୀଙ୍କ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ: ମୃତଦେହ ରଖି ଗ୍ରାମବାସୀଙ୍କ ବିକ୍ଷୋଭ,ଏହି ଦାବି କରିବା ପରେ…

ଦେବଗଡ,୮ା୫(ଶଶାଙ୍କ ଶେଖର ଝାଙ୍କର): ବାରକୋଟ ବ୍ଳକ ଅନ୍ତର୍ଗତ ଆମ୍ବକଟା ସ୍ଥିତ ଓଡ଼ିଶା ପାୱାର ଟ୍ରାନ୍ସମିଶନ କର୍ପୋରେଶନ ଗ୍ରିଡରେ ଗତ ଏପ୍ରିଲ ୨୯ ତାରିଖ ଦିନ ଘଟିଥିବା ଦୁର୍ଘଟଣାରେ…

ରୋଗୀସେବା ଦାବି, ୧୨ ଘଣ୍ଟିଆ ତାଳଚେର ବନ୍ଦ

ତଳଚେର,୮।୫(ମନୋଜ ନନ୍ଦ): ଅନୁଗୋଳ ଜିଲା ତଳଚେର ପବିତ୍ର ମୋହନ ମେଡିକାଲ କଲେଜରେ ରୋଗୀ ସେବା ଦାବିରେ ୧୨ ଘଣ୍ଟିଆ ବନ୍ଦ ପାଳିତ ହୋଇଛି । ଆଗରୁ କ୍ରିୟାନୁଷ୍ଠାନ…

ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ସ୍ଥାପନ ପାଇଁ ତେଜିଲା ଦାବି: ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ସାକ୍ଷାତ

କର୍ଲାମୁଣ୍ଡା,୮/୫(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଗଜବାହହାଲ ପଞ୍ଚାୟତ ଠାରେ ନୂତନ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ସ୍ଥାପନ ପାଇଁ ଅଞ୍ଚଳବାସୀ ଦୀର୍ଘ ଦିନରୁ ଦାବି କରିଆସୁଛନ୍ତି।…

ଏଇ ଭାରତରେ

ମହିଳା ସଶକ୍ତୀକରଣର ପ୍ରତୀକ ସାଜିଛନ୍ତି ବେଙ୍ଗାଲୁରୁର ଜାନ୍ସି ବି.ଭି.। ସେ ଏକାବେଳକେ ଜଣେ ମା’, ଅଟୋଚାଳକ ଓ ପ୍ରଶିକ୍ଷକ ଭୂମିକା ନିର୍ବାହ କରୁଛନ୍ତି। ଜାନ୍ସିଙ୍କୁ ବୟସ ଏବେ…

ଥାଲପତି ବିଜୟଙ୍କୁ DMK ଦେବ ବାହ୍ୟ ସମର୍ଥନ? ଷ୍ଟାଲିନଙ୍କ ‘ଚାଣକ୍ୟ’ ଚାଲ, କଂଗ୍ରେସ-ଭାଜପା ବେଦମ!

ଚେନ୍ନାଇ,୮।୫: ତାମିଲନାଡୁ ରାଜନୀତି ବର୍ତ୍ତମାନ ଏକ ଆକର୍ଷଣୀୟ ମୋଡ଼ରେ ଠିଆ ହୋଇଛି। ବିଧାନସଭା ନିର୍ବାଚନ ପରେ ଯେଉଁଥିରେ କୌଣସି ଗୋଟିଏ ଦଳ ସ୍ପଷ୍ଟ ବହୁମତ ହାସଲ କରିପାରି…

ମାଙ୍କେ ଆନ୍ନା କମେଡି ଦେଖିବାକୁ ଅସମ୍ଭାଳ ଭିଡ: ସୁରକ୍ଷା ବ୍ୟବସ୍ଥା…

ଭଞ୍ଜନଗର,୮।୫(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଠାକୁରାଣୀ ଯାତ୍ରା ଶୁକ୍ରବାର ୧୩ ଦିନରେ ପହଞ୍ଚିଛି। ଆସନ୍ତା ୨୦ ତାରିଖରେ ବାହୁଡ଼ା ଯାତ୍ରା ପରେ ଯାତ୍ରା ଉଦଯାପିତ ହେବ। ତେଣୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri