ଶିକ୍ଷକଙ୍କ ଲାଗି କୌଣସି ଟିକାକରଣ ବ୍ୟବସ୍ଥା ନାହିଁ

ଭୁବନେଶ୍ୱର, ୨୨।୭(ବ୍ୟୁରୋ): ରାଜ୍ୟରେ କରୋନା କଟକଣା ଭିତରେ ଆସନ୍ତା ୨୬ ତାରିଖରୁ ସ୍କୁଲ ଖୋଲିବ। କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲା ସ୍କୁଲ ଆସିବେ। ତେବେ ପ୍ରାଥମିକତା ଭିତ୍ତିରେ ଶିକ୍ଷକଙ୍କୁ ଆଗ ଟିକା ଦିଆଯିବ ବୋଲି ଗଣଶିକ୍ଷା ବିଭାଗ କହିଥିଲା। କିନ୍ତୁ ସ୍କୁଲ ଖୋଲିବାକୁ ଆଉ ମାତ୍ର ୨ଦିନ ଥିବା ବେଳେ ସେଭଳି କୌଣସି ବ୍ୟବସ୍ଥା ହୋଇ ନ ଥିବା ଜଣାପଡ଼ିଛି। ତେଣୁ କିଛି ଅଭିଭାବକ ପିଲାଙ୍କୁ ସ୍କୁଲ ଛାଡ଼ିବା ବିପଦ ମନେ କରୁଛନ୍ତି। ସେପଟେ ସ୍କୁଲ ଖୋଲିବାରେ ଟିକାକରଣ ବାଧକ ସାଜିବନି ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ସେ କହିଛନ୍ତି, ପ୍ରାୟ ସମସ୍ତ ଶିକ୍ଷକ ଓ କର୍ମଚାରୀ ଟିକା ନେଇଛନ୍ତି। ଯେଉଁମାନେ ନେଇ ନ ଥିବେ ସେମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକା ଦେବାକୁ ସ୍ବାସ୍ଥ୍ୟ ବିଭାଗକୁ କହିଛୁ। ସେହିପରି ସ୍କୁଲକୁ ଆସୁଥିବା ପିଲାଙ୍କ ଅଭିଭାବକଙ୍କ ସହମତି ଆବଶ୍ୟକ। ଏଥିପାଇଁ ସବୁ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏ ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ବିଜୟ ମହାପାତ୍ର କହିଛନ୍ତି, ଶିକ୍ଷକମାନଙ୍କ ପାଇଁ ସ୍ବତନ୍ତ୍ର ଟିକାକରଣ ବ୍ୟବସ୍ଥା ନାହିଁ। ଆମେ ଯେଉଁ ବୟସ ଅନୁଯାୟୀ ଟିକାକରଣ କରୁଛୁ, ସମସ୍ତ ଶିକ୍ଷକ ସେଥିରେ ଅନ୍ତର୍ଭୁକ୍ତ। ସମସ୍ତଙ୍କୁ ଟିକା ନେବାକୁ କୁହାଯାଇଛି। ସେମାନେ ଟିକା ନେବା କଥା। ଯଦି ଏଯାଏଁ ଟିକା ନେଇନାହାନ୍ତି, ତେବେ ସ୍ବତଃପ୍ରବୃତ ଭାବରେ ଆସି ଟିକା ନିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ନିଖୋଜ ଯୁବକଙ୍କ ମିଳିଲା କଙ୍କାଳ

ପୋଲସରା,୨୦ା୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୋଲସରା ଥାନା ମନ୍ଦାର-କେନ୍ଦୁବାଡ଼ି ରାସ୍ତା ନିକଟ ରତନେଇ ପାହାଡ଼ରୁ ପୋଲିସ ସୋମବାର ଜଣେ ନିଖୋଜ ଯୁବକଙ୍କ କଙ୍କାଳ ଜବତ କରିଛି। ମନ୍ଦାର...

ବିକାଶରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ଭୂମିକା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର, ୨୦ା୭(ବ୍ୟୁରୋ): ବର୍ତ୍ତମାନ ସାରା ଦେଶରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଶାଖା ୧.୪୧ ଲକ୍ଷ ଛୁଇଁଛି। ବ୍ୟାଙ୍କଗୁଡିକ ଦେଶର ୯୫% ଲୋକଙ୍କ ନିକଟରେ ପହଞ୍ଚି ପାରିଛନ୍ତି। ଦେଶର...

ଓଡିଶୀ ନୃତ୍ୟଶିଳ୍ପୀ ମିନତି ମିଶ୍ରଙ୍କ ପରଲୋକ

ଭୁବନେଶ୍ୱର,୬।୧(ବ୍ୟୁରୋ): ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଓଡିଶୀ ନୃତ୍ୟଶିଳ୍ପୀ ତଥା ଅଭିନେତ୍ରୀ ଡ. ମିନତି ମିଶ୍ରଙ୍କ ସୋମବାର ଭୋରୁ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ...

ଭିଜିଲାନ୍ସ ଜାଲରେ ଅବସରପ୍ରାପ୍ତ ପଣ୍ୟାଗାର ଭାରପ୍ରାପ୍ତ ଅଧୀକ୍ଷକ

ବଲାଙ୍ଗୀର ଅଫିସ,୮ା୭: ଭିଜିଲାନ୍ସ ଜାଲରେ ଅବସରପ୍ରାପ୍ତ ପଣ୍ୟାଗାର ଭାରପ୍ରାପ୍ତ ଅଧୀକ୍ଷକ ଗଣପତି ପୁରୋହିତ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ଘର ସମେତ...

ଉଲ୍ଲେଖନୀୟ ସେବା ପାଇଁ ପୋଲିସ ପଦକ ପ୍ରଦାନ

ଭୁବନେଶ୍ୱର, ୧୫।୮(ବ୍ୟୁରୋ): ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ପୋଲିସ, ଅଗ୍ନିଶମ ଓ କାରାଗାର ବିଭାଗର ଅଧିକାରୀ ଏବଂ କର୍ମଚାରୀଙ୍କୁ ୭୩ତମ ସ୍ବାଧୀନତା ଦିବସ ଅବସରରେ...

ଭୋଟ ନ ଦେଲେ ରାଶନ କାର୍ଡ କଟିବା ଧମକ

ଯାଜପୁର ଅଫିସ,୩୧।୧: ପଞ୍ଚାୟତ ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ତିନି ପ୍ରମୁଖ ଦଳର ପ୍ରଚାର ସେତେ ତେଜିବାରେ ଲାଗିଛି। ଭୋଟରଙ୍କ ନିକଟରେ ପହଞ୍ଚିବାକୁ ସବୁ...

୨୦୨୦ ସୁଦ୍ଧା ସବୁ ଗାଁରେ ପହଞ୍ଚିବ ଇଣ୍ଟରନେଟ୍‌

ଭୁବନେଶ୍ୱର,୧୭ା୧(ବ୍ୟୁରୋ): ଭାରତୀୟ କମ୍ପ୍ୟୁଟର ସୋସାଇଟିର ୫୩ତମ ବାର୍ଷିକ ଅନ୍ତର୍ଜାତୀୟ ସମ୍ମିଳନୀ ସିଏସ୍‌ଆଇ-୨୦୨୦ ଉଦ୍‌ଘାଟିତ ହୋଇଯାଇଛି। ଓଡ଼ିଶାରେ ପ୍ରଥମଥର ପାଇଁ ଏପରି ଏକ ସର୍ବବୃହତ ଆଇଟି ସମ୍ମିଳନୀ...

ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: କୋଟିଏରୁ ଊର୍ଦ୍ଧ୍ୱ ସମ୍ପତ୍ତି ଠାବ

ସୁନ୍ଦରଗଡ଼,୯।୩(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ ସହକାରୀ ଯନ୍ତ୍ରୀ ପର୍ଶୁରାମ ନାୟକଙ୍କ ବାସଭବନରେ ମଙ୍ଗଳବାର ସକାଳୁ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି। ଏକ...

Advertisement
Archives

Model This Week