ସର୍ଭେ ନାହିଁ, ଚାଲିଛି ପ୍ରକଳ୍ପ ନିର୍ମାଣ

ନୟାଗଡ଼ ଅଫିସ,୨୭।୧୧: ନୟାଗଡ଼ ବ୍ଲକର ସୁନାଲଟି ଗଁା ନିକଟରେ କୁସୁମୀ ନଦୀ ଉପରେ ନିର୍ମାଣଧୀନ କୁସୁମୀ ବ୍ୟାରେଜକୁ ବିରୋଧ କରାଯାଇଛି। ବୁଡ଼ି ଅଞ୍ଚଳର ସର୍ଭେ କରା ନ ଯାଇ ବ୍ୟାରେଜ ନିର୍ମାଣ କରାଯାଉଥିବାରୁ ଗ୍ରାମବାସୀ ତାତିଛନ୍ତି।  ବ୍ୟାରେଜ ପ୍ରଭାବରେ ଉପର ମୁଣ୍ଡରେ କୃଷ୍ଣପ୍ରସାଦ, ସୁନାଲଟି ଓ ଲାଠିପଡ଼ା ଆଦି ୩ ଗଁାର ପ୍ରାୟ ୨୫୦ ଚାଷୀଙ୍କ ୫୫ ଏକରରୁ ଊର୍ଦ୍ଧ୍ୱ ଜମିର ଫସଲ ବୁଡିବାକୁ ଯାଉଛି । ଜଳସମ୍ପଦ ବିଭାଗ ଠିକ ଭାବେ ଅନୁଧ୍ୟାନ କରି ନ ଥିବାରୁ ପ୍ରତିବାଦ ଉଠିଛି। କ୍ଷତିଗସ୍ତ ହେବାକୁ ଥିବା ଚାଷୀଙ୍କୁ କ୍ଷତିପୂରଣ ନ ଦେଇ ଜଳସମ୍ପଦ ବିଭାଗ ଜୋର ଜବରଦସ୍ତ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ବିତ କରିଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ି ଚାଲିଛି। ପ୍ରଶାସନ ନ ଶୁଣିଲେ ଆନ୍ଦୋଳନ ତ୍ୱରାନ୍ବିତ ହେବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି।

କୁସୁମୀ ବ୍ୟାରେଜ ପାଇଁ ୩୨୯ କୋଟି ଟଙ୍କା ମଞ୍ଜୁର ହୋଇଛି । ପ୍ରକଳ୍ପ ନିର୍ମାଣ ହେଲେ ନୟାଗଡ଼, ଖଣ୍ଡପଡ଼ା, ଭାପୁର ଓ ଖୋର୍ଦ୍ଧା ଜିଲାର ସୀମାନ୍ତ ଅଞ୍ଚଳର ୩୮ ଗଁାର ଚାଷୀ ଉପକୃତ ହେବେ। ମରୁଡ଼ି ସମୟରେ ୩୭୪୫ ହେକ୍ଟର ଜମିରେ ଜଳସେଚିତ ହୋଇ ପାରିବ । ୨୦୧୪ରେ କୁସୁମୀ ବ୍ୟାରେଜ ପାଇଁ ମୁଖ୍ୟମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।
୨୦୧୯ରେ ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହୋଇଛି। ୧୦୦ ମିଟର ଲମ୍ବ ଓ ୬୮ ମିଟର ବନ୍ଧ ବାନ୍ଧିବା ପାଇଁ ବ୍ୟାରେଜ କାମ ଆଗେଇ ଚାଲିଛି। ବ୍ୟାରେଜରୁ ପାଣି ନିଷ୍କାସନ ପାଇଁ ରହିଛି ୮ଟି ସ୍ଲୁଇଜ୍‌ ଗେଟ। ଜମିକୁ ଜଳଯୋଗାଣ ପାଇଁ ବ୍ୟାରେଜରୁ କୋନାଲ ପରିବର୍ତ୍ତେ ହୋମ ପାଇପ୍‌ର ବ୍ୟବସ୍ଥା ରହିଛି । ବ୍ୟାରେଜ ନିର୍ମାଣ ପାଇଁ ୧୧ ଏକର ବେସରକାରୀ ଜମି ଯାଉଛି । ଏଥିପାଇଁ ଜମି ଅଧିଗ୍ରହଣ ଶେଷ ହୋଇଛି। ତେବେ କେତେ ଜମି ବୁଡିବ ସେନେଇ ସର୍ଭେ ହୋଇ ନ ଥିବାରୁ ଚାଷୀମାନେ ନିଜ ଜମିର ସ୍ଥିତି ସମ୍ପର୍କେରେ ଜାଣି ପାରୁ ନାହାନ୍ତି । ଏହାକୁ ନେଇ ବ୍ୟାରେଜ ନିର୍ମାଣ ପ୍ରତି ଚାଷୀଙ୍କ ସନ୍ଦେହ ବଢ଼ାଇଛି । ୨୦୨୩ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ଶେଷ ହେବ ବୋଲି ଲକ୍ଷ୍ୟ ରହିଛି।

ପ୍ରକଳ୍ପର କାର୍ଯ୍ୟକୁ ଚାଷୀ ବିରୋଧ କରୁ ନାହାନ୍ତି। କିନ୍ତୁ ପ୍ରକଳ୍ପ ନିର୍ମାଣ ହେଲେ ଚାଷୀଙ୍କ ଜମି ବୁଡିବାକୁ ଯାଉଥିବାବେଳେ ଜମି ଅଧିଗ୍ରହଣ ନ କରି ଓ କ୍ଷତିପୂରଣ ନ ଦେଇ ପ୍ରକଳ୍ପ କାମ ଚାଲୁ ରହିଛି । କୃଷ୍ଣପ୍ରସାଦ ଗଁାର ଚାଷୀ ଗୌରାଙ୍ଗ ପ୍ରଧାନ ଓ ଶରତ ଚନ୍ଦ୍ର ଚମ୍ପତି କୁହନ୍ତି, ବ୍ୟାରେଜ ହେଉ, ଆମର ପ୍ରତିବାଦ ନାହିଁ । କିନ୍ତୁ ବ୍ୟାରେଜ ଯେଉଁ ଅଞ୍ଚଳରେ କରାଗଲା ଯେପରି ସର୍ଭେ ହୋଇ ଜମି ଅଧିଗ୍ରହଣ କରାଗଲା ସେପରି ବୁଡି ଅଞ୍ଚଳ ପାଇଁ କରାଯାଉ ନାହିଁ । ବ୍ୟାରେଜ ଦ୍ୱାରା କେତେ ଜମି ବୁଡ଼ିବ ସେନେଇ ଜଳସମ୍ପଦ ବିଭାଗ ରିପୋର୍ଟ ଦେଇ ପାରୁ ନାହିଁ। ଏଣୁ ବେସରକାରୀ ଭାବେ ଆମେ ଅନୁଭବ କରୁଛୁ ଆମ ୩ ଗଁାର ୫୫ ଏକରରୁ ଊର୍ଦ୍ଧ୍ୱ ଚାଷ ଜମି ବ୍ୟାରେଜ ଯୋଗୁ ବୁଡିବାର ଆଶଙ୍କା ରହିଛି। ସେଥିପାଇଁ ଆମେ ପ୍ରତିବାଦ କରୁଛୁ। ନ୍ୟାୟ ନ ମିଳିଲେ ଆମେ ଆନ୍ଦୋଳନକୁ ତ୍ୱରାନ୍ବିତ କରିବୁ।

ଧାନକଟା ପରେ କରାଯିବ ସର୍ଭେ

ଧାନକଟାଯିବା ପରେ ସର୍ଭେ କରାଯିବ ବୋଲି ଜିଲା ପ୍ରଶାସନ ଓ ଜଳସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି । ଏନେଇ ଜଳସମ୍ପଦ ବିଭାଗର ନିର୍ବାହୀ ଯନ୍ତ୍ରୀ ଭଗବାନ ଚନ୍ଦ୍ର ଦାଶ କୁହନ୍ତି, ପ୍ରକଳ୍ପ ପାଇଁ ବୁଡି ଅଞ୍ଚଳ ପାଇଁ ସର୍ଭେ ହୋଇ ନ ଥିଲା। ଏଣୁ ଧାନକଟା ଶେଷ ପରେ ବୁଡି ଅଞ୍ଚଳର ସର୍ଭେ କରାଯିବ। ଯେଉଁମାନଙ୍କ ଚାଷ ଜମି କ୍ଷତି ହେବ ସେମାନଙ୍କ ଜମି ଅଧିଗ୍ରହଣ କରାଯାଇ କ୍ଷତିପୂରଣ ଦିଆଯିବ। ବ୍ୟାରେଜ ନିର୍ମାଣ ପରେ ଯଦି ଚାଷ ଜମି କ୍ଷତି ହୁଏ ତେବେ ମଧ୍ୟ ସେ ସମୟରେ ପୁଣି ସର୍ଭେ କରାଯାଇ କ୍ଷତି ଭରଣା କରାଯିବ। ଏନେଇ ଚାଷୀଙ୍କ ସହ ଆଲୋଚନା କରାଯାଇଛି । ଚାଷୀ ଆମ କଥାରେ ସହମତି ପ୍ରକାଶ କରିଛନ୍ତି ବୋଲି ସେ କହିଛନ୍ତି । ଜିଲାପାଳ ରବୀନ୍ଦ୍ର ନାଥ ସାହୁ କୁହନ୍ତି, କାମ ଚାଲିଛି । ମୁଁ ନିର୍ମାଣସ୍ଥଳକୁ ଯାଇ ଅନୁଧ୍ୟାନ କରି ଆସିଛି । ଜମିରେ ପାଣି ମାଡିବାର ଚାଷୀମାନେ ଯେଉଁ ଆଶଙ୍କା କରୁଛନ୍ତି ସେନେଇ ଜଳସମ୍ପଦ ବିଭାଗର ନିର୍ବରହୀ ଯନ୍ତ୍ରୀଙ୍କ ସହ ଆଲୋଚନା କରିଛି। ଟେକ୍‌ନିକାଲ କାଲକୁଲେଶନ ପରେ ଜମିରେ ପାଣି ମାଡିବ କି ନମାଡ଼ି ବୋଲି ଜଣା ପଡିବ । ଏହାପରେ ଜମି ଅଧିଗ୍ରହଣ କରାଯାଇ କ୍ଷତିପୂରଣ ଦିଆଯିବ। ଏଥିପାଇଁ ସରକାରୀ ବ୍ୟବସ୍ଥା ରହିଛି ବୋଲି କହିଛନ୍ତି। ତେବେ ବ୍ୟାରେଜ ନିର୍ମାଣ କାର୍ଯ୍ୟକୁ ବିରୋଧ କରା ନ ଯାଉ ବୋଲି ଚାଷୀଙ୍କୁ ସେ ଅନୁରୋଧ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ପ୍ରସିଦ୍ଧ ଅଗ୍ନି ଭୈରବଙ୍କ ଝାମୁଯାତ୍ରା ମହାଆଡ଼ମ୍ବରରେ ସମ୍ପନ୍ନ, କମ୍ପିଲା ଲାଞ୍ଜିଗଡ଼; ତତଲା ନିଆଁ ଉପରେ ଚାଲିଲେ…

ଲାଞ୍ଜିଗଡ଼,୩୦ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ସହରର ପରମ ଆରାଧ୍ୟ ଦେବତା ଅଗ୍ନି ଭୈରବଙ୍କ ବିଶ୍ୱପ୍ରସିଦ୍ଧ ଝାମୁଯାତ୍ରା ବୁଧବାର ମହା ସମାରୋହରେ ପାଳିତ ହୋଇଯାଇଛି। ଏହି…

ସାନଖେମୁଣ୍ଡିରେ ବ୍ୟାପିଲା ଝାଡ଼ାବାନ୍ତି, ଜଣଙ୍କ ମୃତ୍ୟୁ, ୪ ଗୁରୁତର; ବ୍ରହ୍ମପୁର MKCGରେ…

ଦିଗପହଣ୍ଡି,୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ପଞ୍ଚାୟତ ମାର୍ଥାପୁର ଗାଁରେ ଗତ ୪ ଦିନ ହେଲା ଝାଡ଼ାବାନ୍ତି କାୟା ବିସ୍ତାର କରିବାରେ ଲାଗିଛି।…

ଅନଲାଇନ୍ ଗେମିଂ-ବେଟିଂ ନାଁରେ କୋଟି କୋଟି ଟଙ୍କାର ସାଇବର ଠକେଇ! ଗଞ୍ଜାମରେ ଗିରଫ ହେଲେ ଆଉ ଜଣେ ଅଭିଯୁକ୍ତ

ଛତ୍ରପୁର,୩୦।୯(ଦିଲ୍ଲୀପ ସାମଲ/ଦ୍ଵାରିକା ପଟ୍ଟନାୟକ) : ଅନଲାଇନ୍ ଗେମିଂ, ବେଟିଂ ଓ ଇନଭେଷ୍ଟମେଣ୍ଟ ଆପ୍ ମାଧ୍ୟମରେ ଅଧିକ ଲାଭର ପ୍ରଲୋଭନ ଦେଖାଇ ଠକେଇ କରୁଥିବା ଏକ ସାଇବର ନେଟୱର୍କକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?