ଲିଙ୍ଗ ନିରୂପଣ ଉପରେ ଲଗାମ ନାହିଁ

ନୟାଗଡ଼ ଅଫିସ,୨୩।୧:ନୟାଗଡ଼ ଜିଲାରେ ପିସି ପିଏନ୍‌ଡିଟି ଆଇନ ଠିକ୍‌ ଭାବେ କାର୍ଯ୍ୟକାରୀ ହେଉ ନ ଥିବାରୁ ଭ୍ରୂଣହତ୍ୟାକୁ ଲଗାମ ଦିଆଯାଇପାରୁନି ବୋଲିି ଅଭିଯୋଗ ହୋଇଆସୁଛି । ଜିଲାରେ ବିଭିନ୍ନ ସମୟରେ ଭ୍ରୂଣହତ୍ୟା ଧରାପଡିବା ପରେ ସ୍ବାସ୍ଥ୍ୟ ବିଭାଗର କାର୍ଯ୍ୟଦକ୍ଷତା ଉପରେ ସନ୍ଦେହ ସୃଷ୍ଟି ହୋଇଛି। ଭ୍ରୂଣହତ୍ୟା ଧରାପଡିଲେ ଅଳ୍ପ କିଛିଦିନ ପାଇଁ ଚଢ଼ାଉ, ଧରପଗଡ଼ କରି ଲୋକଦେଖାଣିଆ ଭାବେ କାମ ଶେଷ କରି ଦିଆଯାଉଛି । ଅନ୍ୟପକ୍ଷେ ଲିଙ୍ଗ ନିରୂପଣ କରୁଥିବା ନେଇ ସୂଚନା ଦେଲେ ସୂଚନାଦାତା ୨୫ ହଜାର ଟଙ୍କା ପୁରସ୍କାର ପାଇବେ ବୋଲି ସ୍ବାସ୍ଥ୍ୟବିଭାଗ ପକ୍ଷରୁ ଘୋଷଣା କରାଯାଇଥିଲା ।
ପରବର୍ତ୍ତୀ ସମୟରେ ସ୍ବାସ୍ଥ୍ୟବିଭାଗ ନୀରବ ରହିବା ସବୁ ସଫଳତାକୁ ବିଗାଡି ଦେଉଛି । ଅନ୍ୟପକ୍ଷେ ପିସି ପିଏନ୍‌ଡିଟି ପରାମର୍ଶ ବୈଠକରେ ସମୀକ୍ଷା କରାଯାଇ ପ୍ରସଙ୍ଗକୁ ଶୀତଳଭଣ୍ଡାରକୁ ଫୋପାଡି ଦିଆଯିବା ପରେ ବିଫଳତା ମିଳୁଛି ବୋଲି ଅଭିଯୋଗ ହୋଇଛି ା
ଲିଙ୍ଗ ନିରୂପଣ କରାଯାଉଥିବା ସଂକ୍ରାନ୍ତରେ ସୂଚନା ଦେଲେ ସୂଚନାଦାତା ୨୫ ହଜାର ଟଙ୍କା ପୁରସ୍କାର ପାଇବେ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗଣମାଧ୍ୟକୁ ସୂଚନା ଦିଆଯାଇଥିଲା । ଲିଙ୍ଗ ନିରୂପଣ ନେଇ ସୂଚନା ଦେଇଥିବା ବ୍ୟକ୍ତିଙ୍କ ରିପୋର୍ଟ ସତ୍ୟତା ଜଣାପଡିଲେ ପ୍ରଥମେ ୧୦ ହଜାର ଟଙ୍କା ପୁରସ୍କାର ଦିଆଯିବ । ମାମଲା କୋର୍ଟକୁ ଗଲେ ପୁଣି ୧୦ ହଜାର ଓ ଦଣ୍ଡ ହେଲେ ପୁଣି ୫ ହଜାର ଟଙ୍କା ପୁରସ୍କାର ରାଶି ଯୋଗାଇ ଦିଆଯିବ ବୋଲି କୁହାଯାଇଥିଲା । ପୁରସ୍କାର ରାଶି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ବହନ କରିବ । ଜନସାଧାରଣ ଏହାର ଫାଇଦା ନେଇ ଲିଙ୍ଗ ନିରୂପଣ କରୁଥିବା ବ୍ୟକ୍ତିଙ୍କୁ ଧରାଇବାକୁ ଗର୍ଭଧାରଣ ପୂର୍ବ ଓ ପ୍ରସୂତି ନିଦାନ କୌଶଳ(ପିସି ପିଏନ୍‌ଡିଟି) ପରାମର୍ଶ ସମିତି ବୈଠକରେ ଗତ ଡିସେମ୍ବର ୭ରେ ଜିଲାପାଳ ରବୀନ୍ଦ୍ର ନାଥ ସାହୁ କହିଥିଲେ ।
ଅପରପକ୍ଷେ ସହାୟକ ପ୍ରଜନନ ପ୍ରଯୁକ୍ତି ବିଦ୍ୟା ଅଧିନିୟମ ଓ ସରୋଗେସି ନିୟମାବଳୀର ଠିକ୍‌ ଅନୁପାଳନ ପୂର୍ବକ ଟେକ୍ନୋଲୋଜିର ଅପବ୍ୟବହାରକୁ ରୋକି ଗର୍ଭସ୍ଥ ଶିଶୁର ଜୀବନ ଅଧିକାର ରକ୍ଷା କରା ଯାଇ ପାରିବ ବୋଲି ସେ କହିଥିଲେ । ତେବେ ବୈଠକ ଶେଷ ପରେ ଯୋଜନାର ସଫଳତା ନେଇ ସ୍ବାସ୍ଥ୍ୟ ବିଭାଗର ପ୍ରଚେଷ୍ଟା ନ ଥିବା ଆଲୋଚନା ହେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

‘ବରିଷ୍ଠ ନାଗରିକ ଦେଶର ଅମୂଲ୍ୟ ସମ୍ପଦ’

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିଶନ ଶକ୍ତି ଭବନଠାରେ ଗୁରୁବାର ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?