Odisha Elections 2024
Posted inଜାତୀୟ

ଉତ୍ତର-ପୂର୍ବାଞ୍ଚଳର ସ୍ବତନ୍ତ୍ର ବ୍ୟବସ୍ଥାରେ ହସ୍ତକ୍ଷେପ ଉଦ୍ଦେଶ୍ୟ ନାହିଁ

ନୂଆଦିଲ୍ଲୀ,୨୪ା୮(ପି.ଟି.): ଉତ୍ତର-ପୂର୍ବ କିମ୍ବା ଅନ୍ୟ କୌଣସି ଅଞ୍ଚଳକୁ ମିଳିଥିବା ସମ୍ବିଧାନର ସ୍ବତନ୍ତ୍ର ବ୍ୟବସ୍ଥା ଉପରେ ହସ୍ତକ୍ଷେପ କରିବାର କୌଣସି ଉଦ୍ଦେଶ୍ୟ କେନ୍ଦ୍ର ସରକାରଙ୍କର ନାହିଁ। ସରକାରଙ୍କ ତରଫରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ବୁଧବାର ସୁପ୍ରିମକୋର୍ଟଙ୍କୁ ଏହା ଜଣାଇଛନ୍ତି। ଜମ୍ମୁ-କଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦କୁ କେନ୍ଦ୍ର ସରକାର ଯେଉଁଭଳି ଭାବରେ ଉଚ୍ଛେଦ କଲେ, ସେହିପରି ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରୁ ସ୍ବତନ୍ତ୍ର ବ୍ୟବସ୍ଥାକୁ ଉଠାଇଦେବା ଆଶଙ୍କା କରାଯାଉଛି ବୋଲି ଆଇନଜୀବୀ ମନୀଷ ତିଓ୍ବାରୀ କହିବା ପରେ ସଲିସିଟର ଜେନେରାଲ ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସାମ୍ବିଧାନିକ ପୀଠରେ ଏହାକୁ ଖଣ୍ଡନ କରିଥିଲେ।

ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ ଚ୍ୟାଲେଞ୍ଜ କରି ଦାଏର ଏକାଧିକ ପିଟିଶନର ଶୁଣାଣି ସାମ୍ବିଧାନିକ ପୀଠରେ ଚାଲିଥିବାବେଳେ ଅରୁଣାଚଳପ୍ରଦେଶ ବିଧାୟକ ପଦି ରିଚୋଙ୍କ ତରଫରୁ କଂଗ୍ରେସ ନେତା ତଥା ଲୋକ ସଭା ସଦସ୍ୟ ତିଓ୍ବାରୀ ଉପସ୍ଥିତ ରହି ଏକ ଇଣ୍ଟରଭେନ୍‌ଶନ ଦାଏର କରିଥିଲେ। କୌଣସି ଆଶଙ୍କା ନାହିଁ ଏବଂ ଆଶଙ୍କା ସୃଷ୍ଟି କରାଯିବାର ଆବଶ୍ୟକତା ନାହିଁ ବୋଲି ମେହେଟ୍ଟା କହିଥିଲେ। ସ୍ଥାୟୀ ଏବଂ ଅସ୍ଥାୟୀ ବ୍ୟବସ୍ଥା ମଧ୍ୟରେ ପାର୍ଥକ୍ୟ ଦେଖିବାକୁ ପଡ଼ିବ। କୌଣସି ସ୍ବତନ୍ତ୍ର ବ୍ୟବସ୍ଥାକୁ ଛୁଇଁବା କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟ ନୁହେଁ ବୋଲି ସଲିସିଟର ଜେନେରାଲ ସ୍ପଷ୍ଟ କରିଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୪୦୦ ଆସନ କେବଳ ଏକ ସ୍ଲୋଗାନ, ଏତିକି ଆସନ ଜିତିବା ଭାଜପା ପାଇଁ ଅସମ୍ଭବ; ପ୍ରଶାନ୍ତ କିଶୋରଙ୍କ ବଡ଼ ଆକଳନ…

ନୂଆଦିଲ୍ଲୀ,୨୧।୫: ଚଳିତ ନିର୍ବାଚନରେ ଭାଜପା ‘ଅବ୍‌କି ବାର୍‌ ୪୦୦ ପାର୍‌’ର ନାରା ଦେଉଛି। ଅର୍ଥାତ କହିବାକୁ ଗଲେ ଦଳ ୪୦୦ରୁ ଅଧିକ ଆସନରେ ବିଜେତା ହେବା...

ପୋଲିଂ ବୁଥକୁ ଯିବାବେଳେ ଢୋଲ ଓ ଥାଳି ବାଡେଇବାକୁ ମହିଳାଙ୍କୁ କହିଲେ ମୋଦି

ନୂଆଦିଲ୍ଲୀ,୨୧।୫: ନିଜର କଲ୍ୟାଣକାରୀ ସ୍କିମ ବିଷୟରେ କହି ମଙ୍ଗଳବାର ନିଜ ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଉତ୍ତର ପ୍ରଦେଶର ବାରାଣସୀରେ ଭାଜପା...

ସିସୋଡିଆଙ୍କୁ ବଡ଼ ଝଟ୍‌କା; ଇଡି-ସିବିଆଇ ମାମଲାରେ ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ,୨୧।୫: ଦିଲ୍ଲୀ ମଦ ଦୁର୍ନୀତି ସହ ଜଡ଼ିତ ଅର୍ଥ ହେରଫେର ମାମଲାରେ ଆମ୍‌ ଆଦମୀ ପାର୍ଟୀ ନେତା ମନୀଷ ସିସୋଡିଆଙ୍କୁ ବଡ଼ ଝଟ୍‌କା ଲାଗିଛି। ଉଭୟ...

କେନ୍ଦୁଝରରେ ଅମିତ ଶାହା ଦେଲେ ବଡ଼ ବୟାନ 

କେନ୍ଦୁଝର,୨୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଙ୍ଗଳବାର କେନ୍ଦୁଝର ଜିଲା ଗସ୍ତରେ ଆସି ଭାଜପା ଲୋକ ସଭା ପ୍ରାର୍ଥୀ ଅନନ୍ତ ନାୟକ...

ମତଦାନ କେନ୍ଦ୍ରରୁ ମିଳିଲା ପୋଲିଂ ବୁଥ ଏଜେଣ୍ଟଙ୍କ ମୃତଦେହ

ମୁମ୍ବାଇ,୨୧।୫: ମୁମ୍ବାଇ ୱର୍ଲି ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏକ ମତଦାନ ବୁଥ ଟଏଲେଟରୁ ଜଣେ ପୋଲିଂ ଏଜେଣ୍ଟଙ୍କ ମୃତଦେହ ପୋଲିସ ଜବତ...

ରାହୁଲଙ୍କୁ ଝଟ୍‌କା: ଅମିତ ଶାହାଙ୍କ ଉପରେ ଟିପ୍ପଣି ମାମଲାରେ ସମନ ଜାରି

ନୂଆଦିଲ୍ଲୀ,୨୧।୫: ଅମିତ ଶାହାଙ୍କ ଉପରେ ଦେଇଥିବା ମନ୍ତବ୍ୟ ପାଇଁ ଏମପି-ଏମଏଲଏ କୋର୍ଟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସମନ ଜାରି କରିଛନ୍ତି। ଏନେଇ ଭାଜପା କର୍ମୀ...

କେଜରିଓ୍ବାଲ ଏବେ କାହିଁକି ଆଳାପ କରୁଛନ୍ତି ପାକିସ୍ତାନୀ-ପାକିସ୍ତାନୀ?

ନୂଆଦିଲ୍ଲୀ,୨୧।୫: ଏକ ଖବରଦାତା ସମ୍ମିଳନୀରେ ଅରବିନ୍ଦ କେଜରିୱାଲ କହିଛନ୍ତି, ଆଜି ମୁଁ ଆପଣଙ୍କୁ ତିନୋଟି କଥା କହିବାକୁ ଚାହେଁ। ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ଶେଷ ହୋଇଥିବାରୁ...

କାହିଁକି ଏଥର ୪୦୦ ପାର୍‌ କଥା କହୁଛି ଭାଜପା? ୨୪ ଘଣ୍ଟାରେ ମୋଦି କ’ଣ କ’ଣ କରିଛନ୍ତି ସେଥିରୁ ବୁଝାପଡିବ…

ନୂଆଦିଲ୍ଲୀ,୨୧।୫: ଲୋକ ସଭା ନିର୍ବାଚନ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ। ଏହି କାରଣରୁ ସମସ୍ତ ରାଜନୈତିକ ଦଳ କଠିନ ପରିଶ୍ରମ କରୁଛନ୍ତି ଏବଂ ରାଲି କରୁଛନ୍ତି। କିନ୍ତୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri