ଢେଙ୍କାନାଳରେ ହେବ ଦେଶର ପ୍ରଥମ ଡୋକ୍ରା ମ୍ୟୁଜିୟମ

ଢେଙ୍କାନାଳ, ୨୪ା୮(ରତନ ନାୟାର)ଢେଙ୍କାନାଳ ଜିଲା ସଦର ବ୍ଲକ ସପ୍ତଶଯ୍ୟା ପଞ୍ଚାୟତର ସଦେଇବେରେଣୀ-ନବଜୀବନପୁର କଳାକୃତି ଗ୍ରାମରେ ପ୍ରତିଷ୍ଠା ହେବ ଦେଶର ପ୍ରଥମ ଡୋକ୍ରା ମ୍ୟୁଜିୟମ। ଡୋକ୍ରା କଳାକୃତି ପାଇଁ ପ୍ରସିଦ୍ଧ ଏହି ସ୍ଥାନରେ ଏଭଳି ଲୁପ୍ତପ୍ରାୟ ହସ୍ତଶିଳ୍ପର ବିକାଶ ଲାଗି ରିସର୍ଚ୍ଚ ସେଣ୍ଟର ଏବଂ ଡୋକ୍ରା ଲାଇବ୍ରେରି ସ୍ଥାପନ କରାଯିବ। ହସ୍ତଶିଳ୍ପ କ୍ଷେତ୍ରରେ ଗବେଷଣା କରୁଥିବା ଏବଂ ଜ୍ଞାନ ଥିବା ବ୍ୟକ୍ତିମାନେ ଏଠାକୁ ଆସି ଶିଳ୍ପୀଙ୍କୁ ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗ ସମ୍ପର୍କରେ ପ୍ରଶିକ୍ଷଣ ଦେବେ। ସମସ୍ୟାର ସମାଧାନ ଲାଗି ଭାବ ବିନିମୟ କରିବେ। କଳାକୃତି ଗ୍ରାମରେ ଓଡ଼ିଶା ସମେତ ଦେଶର ସମସ୍ତ ହସ୍ତଶିଳ୍ପ ପ୍ରଦର୍ଶନ କରାଯିବ। ଏସବୁ କାର୍ଯ୍ୟରେ ରାଜ୍ୟ ସରକାର ଆବଶ୍ୟକ ଆର୍ଥିକ ଏବଂ ବୈଷୟିକ ସହାୟତା କରିବେ। ବୁଧବାର ଅପରାହ୍ନରେ ଢେଙ୍କାନାଳ ଗସ୍ତରେ ଆସି କଳାକୃତି ଗ୍ରାମ ପରିଦର୍ଶନ କରିବା ପରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି (ଏସ୍‌ସି/ଏସ୍‌ଟି) ବିଭାଗ କମିଶନର ରୂପାରୋଶନ ସାହୁ।
କମିଶନର ଅପରାହ୍ନ ପ୍ରାୟ ୫ଟା ୨୦ରେ କଳାକୃତି ଗ୍ରାମ ପରିଦର୍ଶନ କରି ହସ୍ତଶିଳ୍ପ ପ୍ରଦର୍ଶନୀ ଷ୍ଟଲ୍‌, କନଫରେନ୍ସ ହଲ, ହଷ୍ଟେଲ, ହସ୍ତଶିଳ୍ପ ପ୍ରସ୍ତୁତି ପ୍ରକୋଷ୍ଠ, ଶିଶୁ ଉଦ୍ୟାନ, ପୋଖରୀ, ବୋଟିଂ ବ୍ୟବସ୍ଥା ବୁଲି ଦେଖିଥିଲେ। ମିଶନ ଶକ୍ତି ଏବଂ ଏସ୍‌ଏଚ୍‌ଜି ସଦସ୍ୟାଙ୍କ ସହ ସେ ଭାବ ବିନିମୟ କରିଥିଲେ। ପ୍ରସ୍ତାବିତ ଯୋଜନା ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି, ଢେଙ୍କାନାଳ ଜିଲାରେ ନଡ଼ା ଓ ହ୍ୟାଣ୍ଡଲୁମ୍‌ ଶିଳ୍ପ ରହିଛି। ଏସବୁକୁ ଜନମାନସରେ ପରିଚିତ କରାଇବା ଲାଗି ମ୍ୟୁଜିୟମ୍‌ରେ ପ୍ରଦର୍ଶନ କରାଯିବ। ସଦେଇବେରେଣୀ-ନବଜୀବନପୁରରେ ବହୁସଂଖ୍ୟାରେ ଡୋକ୍ରା କାରିଗର ରହୁଛନ୍ତି। ସେମାନଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ କଳାକୃତି ଗ୍ରାମ ପ୍ରତିଷ୍ଠା ହୋଇଥିଲା, ଯାହା ରାଜ୍ୟ ତଥା ଦେଶରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। କଳାକୃତି ଗ୍ରାମରେ ପର୍ଯ୍ୟାୟକ୍ରମେ ଜିଲା ପ୍ରଶାସନ ପକ୍ଷରୁ ଆନୁଷଙ୍ଗିକ ଭିତ୍ତିଭୂମି ବିକାଶ କାର୍ଯ୍ୟ ଜାରିରହିଛି। ଜିଲା ପ୍ରଶାସନକୁ ଆବଶ୍ୟକ ପ୍ରସ୍ତାବ ପଠାଇବା ଲାଗି ପରାମର୍ଶ ଦିଆଯାଇଛି। ପ୍ରସ୍ତାବ ଆସିବା ପରେ ଟିମ୍‌ ପଠାଇ ଡୋକ୍ରା ସମେତ ବିଭିନ୍ନ ହସ୍ତଶିଳ୍ପକୁ କିପରି ଅଧିକ ପ୍ରୋତ୍ସାହିତ କରାଯିବ, ସେ ସମ୍ପର୍କରେ ପଦକ୍ଷେପ ନିଆଯିବ। ଦେଶର ପ୍ରଥମ ଡୋକ୍ରା ମ୍ୟୁଜିୟମ୍‌ ଏବଂ ରିସର୍ଚ୍ଚ ସେଣ୍ଟର ସ୍ଥାପନ ହେଲେ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବ। ପରିଦର୍ଶକମାନେ ରିସର୍ଚ୍ଚ ସେଣ୍ଟର ମାଧ୍ୟମରେ ଜ୍ଞାନ ଆହରଣ କରିପାରିବେ। ଏହାଦ୍ୱାରା ପ୍ରତ୍ୟକ୍ଷ ଏବଂ ପରୋକ୍ଷରେ କାରିଗରମାନେ ଉପକୃତ ହେବେ ବୋଲି କମିଶନର ସାହୁ କହିଛନ୍ତି।
ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଜ୍ୟୋତିଶଙ୍କର ସାହୁ, ଅତିରିକ୍ତ ଜିଲାପାଳ ଲଳିତ କୁମାର ବେହେରା, ଉପଜିଲାପାଳ ନାରାୟଣ ଚନ୍ଦ୍ର ନାୟକ, ସଦର ବ୍ଲକ ବିଡିଓ ସୁଧୀର ନାୟକ, ଏସ୍‌ସି/ଏସ୍‌ଟି ବିଭାଗ ଡେପୁଟି ସେକ୍ରେଟାରି ସରୋଜ ପଣ୍ଡା, ଅମୃତା ପ୍ରିୟମ୍ବଦା, ଆଶିଷ ଭୋଇ, ଜିଲା ମଙ୍ଗଳ ଅଧିକାରୀ ରୁଦ୍ରପ୍ରସାଦ ପରିଡ଼ା, ଡେପୁଟି କଲେକ୍ଟର ଭଜନାନନ୍ଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?