ପୋଲିସ ତଦନ୍ତରେ ଭରସା ନାହିଁ: ସୌମ୍ୟଙ୍କ ବାପା

ଖଇରା,୨୪।୭(ଡି.ଏନ.ଏ.): ସମୟ ଯେତେ ଗଡୁଛି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଉପରୁ ପରଦା ହଟିବା ଆଶା କ୍ଷୀଣ ହେବାରେ ଲାଗିଛି। ବିଶେଷ କରି ଗଜପତି ଏସ୍‌ପି ତପନ କୁମାର ପଟ୍ଟନାୟକ ସିଡିଆର ଯାଞ୍ଚ ପରେ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରାଙ୍କ ବିଦ୍ୟାଭାରତୀଙ୍କ ସହ କୌଣସି ସମ୍ପର୍କ ନ ଥିବା କଥା ଗଣମାଧ୍ୟମ ଆଗରେ ପ୍ରକାଶ କରିବା ପରେ ସୌମ୍ୟଙ୍କ ପରିବାର ପକ୍ଷରୁ ପୋଲିସ ତଦନ୍ତ ଉପରେ ସନ୍ଦେହ ପ୍ରକାଶ କରାଯାଇଛି।

ବାପା ଅଭିରାମ ମହାପାତ୍ରଙ୍କ କହିବା ଅନୁଯାୟୀ, ଘଟଣାର ୧୧ଦିନ ପରେ ପୋଲିସ ଡିଏଫ୍‌ଓଙ୍କୁ ଜେରା କରିଥିଲା ା ଏତଲାରେ ସେ ମୁଖ୍ୟ ଅଭିଯୁକ୍ତ ଥିବା ବେଳେ ତାଙ୍କୁ ପ୍ରମାଣ ନଷ୍ଟ କରିବାକୁ ସମୟ ଦିଆଗଲା ା ସେହିଭଳି ପୁଣି ଥରେ ବିଦ୍ୟାଭାରତୀଙ୍କୁ ପଚରାଉଚୁରା ପାଇଁ ତାଙ୍କ ଘର କପ୍ତିପଦା ଗୌଡଗାଁକୁ ଆସୁଥିବା କୁହାଯାଉଛି। ତାଙ୍କୁ ଖଲାସ ପାଇଁ ମଧ୍ୟ ଷଡଯନ୍ତ୍ର କରାଯାଉଛି। ଏହାଛଡା ଆମ୍ବୁଲାନ୍ସ ଅଟକାଇଥିବା ଗୁରାଣ୍ଡି ଓଆଇସି ମମତା ପଣ୍ଡା, ରୋଷେୟା ମନ୍ମଥ କମ୍ବୁଙ୍କୁ ମଧ୍ୟ ଠିକ୍‌ ଭାବେ ଜେରା କରାଗଲା ନାହିଁ। ସମସ୍ତ ଘଟଣାକୁ ଦେଖିଲେ ଅଭିଯୁକ୍ତଙ୍କୁ ଖସାଇବାକୁ ପୋଲିସ ସେମାନଙ୍କ ହାତ ମିଳାଇଥିବା ନେଇ ସେ ସିଧାସଳଖ ଅଭିଯୋଗ ଆଣିଛନ୍ତି ା ଏମିତିକି କେତେଶୀଘ୍ର ବିଦ୍ୟାଭାରତୀଙ୍କୁ ଫ୍ୟାମିଲି ପେନସନ ମିଳିପାରିବ ତାର ବ୍ୟବସ୍ଥା ପୋଲିସ କରୁଛି ବୋଲି ସେ ଅଭିଯୋଗ କରିଛନ୍ତି। ଯଦି ନ୍ୟାୟ ନ ମିଳେ ତେବେ ହାଇକୋର୍ଟ ଓ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯିବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ସୋନପୁର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ। ଏହା ପରେ ସେ ସୋନପୁରରେ ବିଶାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri