ପ୍ରାର୍ଥୀଙ୍କ ପ୍ରତିଶ୍ରୁତି ଉପରେ ନାହିଁ ଭରସା

ବାଲେଶ୍ୱର ଅଫିସ,୧୨ ।୩
ବାଲେଶ୍ୱର ପୌରପାଳିକାରେ ଆସନ୍ତା ୨୪ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ପ୍ରାର୍ଥୀମାନେ ନିଜ ସମର୍ଥକଙ୍କ ସହ ଘର ଘର ବୁଲି ପ୍ରଚାର ଜାରି ରଖିଛନ୍ତି। ୱାଡର୍ର୍ର ସର୍ବାଙ୍ଗୀନ ଉନ୍ନତି ପାଇଁ ପ୍ରତିଶ୍ରୁତି ଦେଉଛନ୍ତି। କିନ୍ତୁ ସମସ୍ୟା ବହୁଳ ୧୫ ନଂ. ୱାର୍ଡ଼ର ଭୋଟରମାନେ ପ୍ରାର୍ଥୀଙ୍କ ପ୍ରତିଶ୍ରୁତି ଉପରେ ଭରସା ନ କରି ଆଶୁ ସମାଧାନ ପାଇଁ ସ୍ବର ଉଠାଇଛନ୍ତି। ଏନେଇ ପ୍ରାର୍ଥୀମାନଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହେଉଥିବା ପରିଲକ୍ଷିତ ହେଉଛି।
ପୌରପାଳିକାର ୧୫ନଂ. ୱାଡର୍ର୍ଟି ଆଜିମାବାଦ, ଜିସି ପଟ୍ଟନାୟକ ରୋଡ୍‌ର ଆଂଶିକ ଓ ମଲିକାଶପୁର ପ୍ରଭୃତି ଅଞ୍ଚଳକୁ ନେଇ ଗଠିତ। ଏଥିରେ ୨୯୬ଟି ପରିବାର ରହୁଥିବା ବେଳେ ୧,୦୬୯ ପୁରୁଷ ଭୋଟର ଓ ୧,୦୯୮ ମହିଳା ଭୋଟରଙ୍କୁ ମିଶାଇ ମୋଟ୍‌ ୨ହଜାର ୧୬୭ ଭୋଟର ରହିଛନ୍ତି। ସହରର ପ୍ରମୁଖ ଅଞ୍ଚଳରେ ଏହି ୱାର୍ଡଟି ଅବସ୍ଥିତ ଥିଲେ ମଧ୍ୟ ସବୁଠାରୁ ବଡ଼ ସମସ୍ୟା ହେଉଛି ୱାର୍ଡ ମଝିରେ ଥିବା ଚନ୍ଦ୍ରାଗଡ଼ି ପୋଖରୀର ପୁନରୁଦ୍ଧାର କାର୍ଯ୍ୟ ସହ ନାଳ, ନର୍ଦ୍ଦମା ସଫେଇ। ଏହି ପୋଖରୀର ପଙ୍କ ଉଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପାଇଁ ପୌରପାଳିକା ପକ୍ଷରୁ ଆବଶ୍ୟକ ଅନୁଦାନ ମଞ୍ଜୁର ସହ ପ୍ରାୟ ୪ବର୍ଷ ପୂର୍ବରୁ କାର୍ଯ୍ୟ ଆରମ୍ଭ ହୋଇଥିଲା। ମାତ୍ର ଠିକାଦାରଙ୍କ ମନମୁଖୀ କାର୍ଯ୍ୟଧାରା ଓ ସ୍ଥାନୀୟ ରାଜନୀତିକୁ କେନ୍ଦ୍ର କରି ବିବାଦ ସୃଷ୍ଟି ହେବାରୁ ପ୍ରକଳ୍ପ କାର୍ଯ୍ୟ ବନ୍ଦ ହୋଇଯାଇଥିଲା। ବିଭିନ୍ନ ମାଙ୍ଗଳିକ କାର୍ଯ୍ୟ ପାଇଁ ଏହି ପୋଖରୀ ଉପରେ ଲୋକେ ନିର୍ଭର କରିଆସୁଥିଲେ। ବିଶେଷ କରି ଦୀର୍ଘ ବର୍ଷ ଧରି ଏହି ପୋଖରୀରେ ହୋଇଆସୁଥିବା ଚନ୍ଦନ ଯାତ୍ରା ମଧ୍ୟ ବନ୍ଦ ହୋଇଯାଇଛି। ସବୁଠାରୁ ଉଲ୍ଲେଖନୀୟ ବିଷୟ ହେଲା, ଏହି ପୋଖରୀ କୂଳରେ ଏକ ମନ୍ଦିର ଥିବାବେଳେ ପୂଜା ପାଇଁ ଲୋକେ ପାଇପ୍‌ ପାଣି କିମ୍ବା ହାତମୋଡ଼ା ନଳକୂପ ଉପରେ ନିର୍ଭର କରୁଛନ୍ତି। ଅନ୍ୟପକ୍ଷରେ ଏହି ୱାଡର୍ର୍ରେ ଅଳିଆ ପକାଇବା ପାଇଁ ବ୍ୟବସ୍ଥା ନ ଥିବାରୁ ଲୋକେ ରାସ୍ତା ପାର୍ଶ୍ୱରେ ପକାଉଛନ୍ତି। ସପ୍ତାହରେ ଥରେ ପୌରପାଳିକା ଟ୍ରାକ୍ଟର ଆସି ଏହାକୁ ଉଠାଇଥାଏ। ସବୁଠରୁ ବଡ଼ କଥା ହେଲା, ଏହି ୱାଡର୍ର୍ର ଅଧିକାଂଶ ଅଞ୍ଚଳରେ ପକ୍କା ନାଳ ହୋଇଥିଲେ ବି ଏହାକୁ ଦୀର୍ଘ ବର୍ଷ ଧରି ସଫେଇ କରାଯାଇ ନାହଁି। ନାଳ ପୋତି ହୋଇ ପଡ଼ିବା କାରଣରୁ ସାମାନ୍ୟ ବର୍ଷାରେ ବି ନର୍ଦ୍ଦମା ପାଣି ରାସ୍ତାରେ ଚାଲିଥାଏ ବୋଲି ଲୋକେ ଅଭିଯୋଗ କରିଛନ୍ତି। ଏହା ବ୍ୟତୀତ ୱାଡର୍ର୍ର ବହୁ ଗରିବ ପରିବାର ଓ ବୟସ୍କ ବ୍ୟକ୍ତି ଭତ୍ତା ତଥା ଆବାସ ପାଇଁ ଆବେଦନ କରିଥିଲେ ବି ସେମାନଙ୍କୁ ମିଳୁନାହଁି। ଏସବୁ ସମସ୍ୟାକୁ ନେଇ ପ୍ରାର୍ଥୀମାନେ ପ୍ରଚାର ସମୟରେ ଅଡୁଆରେ ପଡୁଛନ୍ତି।
ଉଲ୍ଲେଖଯୋଗ୍ୟ, ଗତ ୨୦୧୩ ନିର୍ବାଚନରେ ଏହି ୱାଡର୍ର୍ର କାଉନ୍‌ସିଲର ପଦ ଅଣସଂରକ୍ଷିତ ଥିବା ବେଳେ ୬ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରିଥିଲେ। ସେତେବେଳର ୨୨୪୨ ମତଦାତାଙ୍କ ମଧ୍ୟରୁ ୧୩୨୯ ଜଣ ମତଦାନ କରିଥିଲେ। ସ୍ବାଧୀନ ପ୍ରାର୍ଥୀ ଉପେନ୍ଦ୍ର ଶତପଥୀ ୫୫୯ ଖଣ୍ଡ ଭୋଟ୍‌ ପାଇ ନିର୍ବାଚିତ ହୋଇଥିଲେ। ବିଜେଡି ପ୍ରାର୍ଥୀ ଜଗନ୍ନାଥ ସାହୁ ୫୨୨ ଖଣ୍ଡ ଭୋଟ୍‌ ପାଇ ଦ୍ୱିତୀୟ ସ୍ଥାନରେ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୪ ଥର ପାଇଁ ପିସିସି ସମ୍ପାଦକ ହେଲେ ସଂଗ୍ରାମ ଦାସ

କେନ୍ଦୁଝର,୬ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ବରିଷ୍ଠ କଂଗ୍ରେସ ନେତା ସଂଗ୍ରାମ ଦାସ ୪ ଥର ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି। ଏଆଇସିସିର…

ଠକେଇ-ବ୍ଲାକ୍‌ମେଲିଂ ଘଟଣାର ପର୍ଦ୍ଦାଫାଶ: ଉତ୍ତରାଖଣ୍ଡରୁ ଦୁଇ ଅଭିଯୁକ୍ତଙ୍କୁ ଧରି…

ସମ୍ବଲପୁର,୬ା୯(ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ଘଟିଥିବା ଦୁଇଟି ପୃଥକ୍‌ ସାଇବର ଅପରାଧ ମାମଲାରେ ସାଇବର ପୋଲିସକୁ ବଡ଼ ସଫଳତା ମିଳିଛି। ଉତ୍ତରାଖଣ୍ଡରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା…

ବରଗଡ଼ରେ ନୂଆଖାଇ ଲଗ୍ନ ଧାର୍ଯ୍ୟ, ଏହି ମୁହୂର୍ତ୍ତରେ ଶୁଭବେଳା…

ବରଗଡ଼,୬ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମଦେବୀ ସମଲେଶ୍ୱରୀଙ୍କ ପୀଠରେ ରବିବାର ନୂଆଖାଇ ଲଗ୍ନ ନିରୂପଣ କରାଯାଇଛି। ବିଧି ଓ ପରମ୍ପରା ଅନୁଯାୟୀ ଆସନ୍ତା ୧୪ ତାରିଖ ନିଶାର୍ଦ୍ଧ…

ସ୍ତ୍ରୀଙ୍କୁ ସନ୍ଦେହ ଚକ୍ଷୁରେ ଦେଖୁଥିଲେ ସ୍ବାମୀ, ନିର୍ମମ ଭାବେ ହତ୍ୟା କରିବା ପରେ…

ସମ୍ବଲପୁର,୬ା୯(ପ୍ରମୋଦ ବହିଦାର): ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ସେନ ପାର୍କ ନିକଟସ୍ଥ ପ୍ରାଣୀ ଚିକିତ୍ସାଳୟ ସମ୍ମୁଖରେ ଏକ ଅଭାବନୀୟ ତଥା ବର୍ବରୋଚିତ ହତ୍ୟାକାଣ୍ଡ ଘଟିଯାଇଛି। ଚରିତ୍ର ଉପରେ…

ଜେଲ୍‌ରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ, ପରିବାର ପକ୍ଷରୁ କ୍ଷତିପୂରଣ ଦାବି କରି…

ପାରଳାଖେମୁଣ୍ଡି,୬ା୯(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ସବ୍‌ଜେଲ୍‌ରେ ଜଣେ ବିଚାରାଧୀନ କଏଦୀଙ୍କ ଆକସ୍ମିକ ମୃତ୍ୟୁକୁ ନେଇ ଚର୍ଚ୍ଚା ଜୋର ଧରିଛି। ମୃତକ ହେଲେ ରାୟଗଡ଼ ବ୍ଲକ ଜିରାଙ୍ଗ…

ଭାଜପାରେ ଯୋଗଦେଲେ ଅନେକ କର୍ମୀ, ପ୍ରଧାନମନ୍ତ୍ରୀଙ୍କ ଶାସନରେ…

ରିଷିଡ଼ା,୬ା୯(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହାସ୍ଥିତ ସୁବିଧା କେନ୍ଦ୍ରଠାରେ ଭାଜପାର ମାସିକ ବୈଠକ ଓ ମିଶ୍ରଣ ପର୍ବ ଶନିବାର ଭାଜପାର କର୍ଲାମୁଣ୍ଡା ମଣ୍ଡଳ ସଭାପତି ଡୋଳାମଣି…

ଗାଜଲବାଡ଼ି ଘାଟିରେ ଦୁର୍ଘଟଣା: ଗୁଗୁଲ୍‌ ମ୍ୟାପ୍‌’ ଦେଖି ଫସିଲା ଟ୍ରକ୍‌, ଅଟକି ରହିଛି ଶହ ଶହ…

ଦାରିଙ୍ଗବାଡ଼ି, ୬/୯ (ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ସୀମାରେ ରହିଥିବା ଗାଜଲବାଡ଼ି ଘାଟିରେ ଏକ ୧୬ ଚକିଆ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ କରୁଥିବା…

ପାଣି ଫ୍ୟାକ୍ଟେରୀରେ କରେଣ୍ଟ ଝଟକା, ଜୀବନ ସହ ଲଢ଼ୁଛନ୍ତି ଶ୍ରମିକ: ଗେଟ୍‌ରେ ଗଣଧାରଣା

କେସିଙ୍ଗା, ୬।୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଚାଞ୍ଚେର ପଞ୍ଚାୟତ ଅଧୀନ ଏନ୍‌ଏଚ୍‌-୨୬ ପାର୍ଶ୍ୱରେ ଅବସ୍ଥିତ ଏକ ପାଣି ପାଉଚ୍‌ ଫ୍ୟାକ୍ଟେରୀରେ ଅଭାବନୀୟ ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri