ପ୍ରାର୍ଥୀଙ୍କ ପ୍ରତିଶ୍ରୁତି ଉପରେ ନାହିଁ ଭରସା

ବାଲେଶ୍ୱର ଅଫିସ,୧୨ ।୩
ବାଲେଶ୍ୱର ପୌରପାଳିକାରେ ଆସନ୍ତା ୨୪ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ପ୍ରାର୍ଥୀମାନେ ନିଜ ସମର୍ଥକଙ୍କ ସହ ଘର ଘର ବୁଲି ପ୍ରଚାର ଜାରି ରଖିଛନ୍ତି। ୱାଡର୍ର୍ର ସର୍ବାଙ୍ଗୀନ ଉନ୍ନତି ପାଇଁ ପ୍ରତିଶ୍ରୁତି ଦେଉଛନ୍ତି। କିନ୍ତୁ ସମସ୍ୟା ବହୁଳ ୧୫ ନଂ. ୱାର୍ଡ଼ର ଭୋଟରମାନେ ପ୍ରାର୍ଥୀଙ୍କ ପ୍ରତିଶ୍ରୁତି ଉପରେ ଭରସା ନ କରି ଆଶୁ ସମାଧାନ ପାଇଁ ସ୍ବର ଉଠାଇଛନ୍ତି। ଏନେଇ ପ୍ରାର୍ଥୀମାନଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହେଉଥିବା ପରିଲକ୍ଷିତ ହେଉଛି।
ପୌରପାଳିକାର ୧୫ନଂ. ୱାଡର୍ର୍ଟି ଆଜିମାବାଦ, ଜିସି ପଟ୍ଟନାୟକ ରୋଡ୍‌ର ଆଂଶିକ ଓ ମଲିକାଶପୁର ପ୍ରଭୃତି ଅଞ୍ଚଳକୁ ନେଇ ଗଠିତ। ଏଥିରେ ୨୯୬ଟି ପରିବାର ରହୁଥିବା ବେଳେ ୧,୦୬୯ ପୁରୁଷ ଭୋଟର ଓ ୧,୦୯୮ ମହିଳା ଭୋଟରଙ୍କୁ ମିଶାଇ ମୋଟ୍‌ ୨ହଜାର ୧୬୭ ଭୋଟର ରହିଛନ୍ତି। ସହରର ପ୍ରମୁଖ ଅଞ୍ଚଳରେ ଏହି ୱାର୍ଡଟି ଅବସ୍ଥିତ ଥିଲେ ମଧ୍ୟ ସବୁଠାରୁ ବଡ଼ ସମସ୍ୟା ହେଉଛି ୱାର୍ଡ ମଝିରେ ଥିବା ଚନ୍ଦ୍ରାଗଡ଼ି ପୋଖରୀର ପୁନରୁଦ୍ଧାର କାର୍ଯ୍ୟ ସହ ନାଳ, ନର୍ଦ୍ଦମା ସଫେଇ। ଏହି ପୋଖରୀର ପଙ୍କ ଉଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପାଇଁ ପୌରପାଳିକା ପକ୍ଷରୁ ଆବଶ୍ୟକ ଅନୁଦାନ ମଞ୍ଜୁର ସହ ପ୍ରାୟ ୪ବର୍ଷ ପୂର୍ବରୁ କାର୍ଯ୍ୟ ଆରମ୍ଭ ହୋଇଥିଲା। ମାତ୍ର ଠିକାଦାରଙ୍କ ମନମୁଖୀ କାର୍ଯ୍ୟଧାରା ଓ ସ୍ଥାନୀୟ ରାଜନୀତିକୁ କେନ୍ଦ୍ର କରି ବିବାଦ ସୃଷ୍ଟି ହେବାରୁ ପ୍ରକଳ୍ପ କାର୍ଯ୍ୟ ବନ୍ଦ ହୋଇଯାଇଥିଲା। ବିଭିନ୍ନ ମାଙ୍ଗଳିକ କାର୍ଯ୍ୟ ପାଇଁ ଏହି ପୋଖରୀ ଉପରେ ଲୋକେ ନିର୍ଭର କରିଆସୁଥିଲେ। ବିଶେଷ କରି ଦୀର୍ଘ ବର୍ଷ ଧରି ଏହି ପୋଖରୀରେ ହୋଇଆସୁଥିବା ଚନ୍ଦନ ଯାତ୍ରା ମଧ୍ୟ ବନ୍ଦ ହୋଇଯାଇଛି। ସବୁଠାରୁ ଉଲ୍ଲେଖନୀୟ ବିଷୟ ହେଲା, ଏହି ପୋଖରୀ କୂଳରେ ଏକ ମନ୍ଦିର ଥିବାବେଳେ ପୂଜା ପାଇଁ ଲୋକେ ପାଇପ୍‌ ପାଣି କିମ୍ବା ହାତମୋଡ଼ା ନଳକୂପ ଉପରେ ନିର୍ଭର କରୁଛନ୍ତି। ଅନ୍ୟପକ୍ଷରେ ଏହି ୱାଡର୍ର୍ରେ ଅଳିଆ ପକାଇବା ପାଇଁ ବ୍ୟବସ୍ଥା ନ ଥିବାରୁ ଲୋକେ ରାସ୍ତା ପାର୍ଶ୍ୱରେ ପକାଉଛନ୍ତି। ସପ୍ତାହରେ ଥରେ ପୌରପାଳିକା ଟ୍ରାକ୍ଟର ଆସି ଏହାକୁ ଉଠାଇଥାଏ। ସବୁଠରୁ ବଡ଼ କଥା ହେଲା, ଏହି ୱାଡର୍ର୍ର ଅଧିକାଂଶ ଅଞ୍ଚଳରେ ପକ୍କା ନାଳ ହୋଇଥିଲେ ବି ଏହାକୁ ଦୀର୍ଘ ବର୍ଷ ଧରି ସଫେଇ କରାଯାଇ ନାହଁି। ନାଳ ପୋତି ହୋଇ ପଡ଼ିବା କାରଣରୁ ସାମାନ୍ୟ ବର୍ଷାରେ ବି ନର୍ଦ୍ଦମା ପାଣି ରାସ୍ତାରେ ଚାଲିଥାଏ ବୋଲି ଲୋକେ ଅଭିଯୋଗ କରିଛନ୍ତି। ଏହା ବ୍ୟତୀତ ୱାଡର୍ର୍ର ବହୁ ଗରିବ ପରିବାର ଓ ବୟସ୍କ ବ୍ୟକ୍ତି ଭତ୍ତା ତଥା ଆବାସ ପାଇଁ ଆବେଦନ କରିଥିଲେ ବି ସେମାନଙ୍କୁ ମିଳୁନାହଁି। ଏସବୁ ସମସ୍ୟାକୁ ନେଇ ପ୍ରାର୍ଥୀମାନେ ପ୍ରଚାର ସମୟରେ ଅଡୁଆରେ ପଡୁଛନ୍ତି।
ଉଲ୍ଲେଖଯୋଗ୍ୟ, ଗତ ୨୦୧୩ ନିର୍ବାଚନରେ ଏହି ୱାଡର୍ର୍ର କାଉନ୍‌ସିଲର ପଦ ଅଣସଂରକ୍ଷିତ ଥିବା ବେଳେ ୬ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରିଥିଲେ। ସେତେବେଳର ୨୨୪୨ ମତଦାତାଙ୍କ ମଧ୍ୟରୁ ୧୩୨୯ ଜଣ ମତଦାନ କରିଥିଲେ। ସ୍ବାଧୀନ ପ୍ରାର୍ଥୀ ଉପେନ୍ଦ୍ର ଶତପଥୀ ୫୫୯ ଖଣ୍ଡ ଭୋଟ୍‌ ପାଇ ନିର୍ବାଚିତ ହୋଇଥିଲେ। ବିଜେଡି ପ୍ରାର୍ଥୀ ଜଗନ୍ନାଥ ସାହୁ ୫୨୨ ଖଣ୍ଡ ଭୋଟ୍‌ ପାଇ ଦ୍ୱିତୀୟ ସ୍ଥାନରେ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜନନୀ ଏକ୍ସପ୍ରେସ ଡ୍ରାଇଭରଙ୍କ ଦୁର୍ବ୍ୟବହାର ନେଇ ଉତ୍ତେଜନା: ଘରୋଇ ଭ୍ୟାନ୍‌ରେ ଗଲେ ଆସନ୍ନ ପ୍ରସବା

ରୂପ୍‌ସା, ୨୨।୮(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ରୂପ୍‌ସା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଗୁରୁବାର ଉତ୍ତେଜନା ଦେଖାଦେଇଛି। ଜଣେ ଆସନ୍ନ ପ୍ରସବାଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିବାକୁ ଆସିଥିବା...

ଦ୍ୱିତୀୟ ଲହର ଓଡ଼ିଶାରୁ ନେଲାଣି ୨୮ଡାକ୍ତରଙ୍କ ଜୀବନ

ଭୁବନେଶ୍ୱର,୧୨।୬(ବ୍ୟୁରୋ): କରୋନାର ଦ୍ୱିତୀୟ ଲହରରେ ଦେଶରେ ୭୧୯ ଡାକ୍ତରଙ୍କ ମୃତ୍ୟୁ ହୋଇଛି। ଏଥିରେ ଓଡ଼ିଶାର ୨୮ଜଣ ଡାକ୍ତରଙ୍କ ମୃତ୍ୟୁ ହୋଇଥିବା ଇଣ୍ଡିଆନ ମେଡିକାଲ ଆସୋସିଏଶନ(ଆଇଏମ୍‌ଏ) ପକ୍ଷରୁ...

ନାବାଳିକାଙ୍କୁ ବଳାତ୍କାର ଘଟଣା: ପୂର୍ବତନ ଆଇଆଇସି ଆନନ୍ଦ ମାଝି ଗିରଫ

କଟକ ଅଫିସ,୧।୭-ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନାର ପୂର୍ବତନ ଆଇଆଇସି ଆନନ୍ଦ ଚନ୍ଦ୍ର ମାଝୀଙ୍କୁ ବୁଧବାର କ୍ରାଇମବ୍ରାଞ୍ଚର ଏକ ସ୍ବତନ୍ତ୍ର ଟିମ୍‌ ଗିରଫ କରିଛି। ଏ ନେଇ...

ଖୋର୍ଦ୍ଧାରେ ବଢୁଛି ଚୋରା ବନ୍ଧୁକ କାରବାର

ଖୋର୍ଦ୍ଧା ଅଫିସ, ୩ା୩: ଖୋର୍ଦ୍ଧା ସହରରେ ବଢ଼ିଚାଲିଛି ଅପରାଧ। ଗତ ଦୁଇ ସପ୍ତାହ ମଧ୍ୟରେ ପୋଲିିସ ବିଭିନ୍ନ ମାମଲାରେ ୧୨ଜଣଙ୍କୁ ଗିରଫ କରିଥିବାବେଳେ ସେମାନଙ୍କଠାରୁ ୬ଟି...

ବାଟବଣା ବନ୍ୟପ୍ରାଣୀଙ୍କ ବନ୍ଧୁ

ବାରିପଦା ଅଫିସ,୨୧।୧ ବିଷଧର ସାପ ହେଉ କି ଜଙ୍ଗଲର ହିଂସ୍ର ଜନ୍ତୁ। ବାଟବଣା ତଥା ଆଘାତପ୍ରାପ୍ତ ବନ୍ୟପ୍ରାଣୀଙ୍କୁ ଉଦ୍ଧାର କରି ସୁରକ୍ଷା ଯୋଗାଇ ଦେବା କିଛି...

CORONAVIRUS UPDATE: ରାଜ୍ୟରେ ୩୬୪୫ ନୂଆ ପଜିଟିଭ୍‌ ଚିହ୍ନଟ, ଆଜି ବି ଖୋର୍ଦ୍ଧା ଆଗରେ

ଭୁବନେଶ୍ୱର,୧୫।୯(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ୩୬୪୫ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା୧୫୮୬୫୦କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ...

ଆନ୍ତଃ ଜିଲା ସିଂଗଝର ଫୁଟ୍‌ବଲ୍‌ ଟୁର୍ନାମେଣ୍ଟ :ପ୍ରଥମ ଦିବସରେ କାପସି, ମାନିଗାଁ ବିଜୟୀ

ସିନାପାଲି,୨୧।୯(ଡି.ଏନ.ଏ.) ନୂଆପଡା ଜିଲା ସିନାପାଲିସ୍ଥିତ ସିଂଗଝର ଫୁଟବଲ୍‌ ଆସୋସିଏଶନ୍‌ ଆନୁକୂଲ୍ୟରେ ଫୁଟବଲ ଟୁର୍ନାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି। ଉଦ୍‌ଘାଟନୀ ମ୍ୟାଚ୍‌ କାପସି ବନାମ ଚଟିଆଗୁଡା ଓ ମାନିଗାଁ...

ଗୋପରେ ପ୍ରାକୃତିକ ଗ୍ୟାସ୍‌, ପେଟ୍ରୋଲର ସନ୍ଧାନ: ୧୬ ଏକର ଜମିରେ ଆରମ୍ଭ ହେବ କାମ

ଗୋପ, ୧୧ା୪(ଡି.ଏନ୍‌.ଏ): ପୁରୀ ଜିଲା ଗୋପ ବ୍ଲକ ଅଧୀନ ଗୋପ ପଞ୍ଚାୟତର କୁଶୁପୁର ଏବଂ ମହଲପଡ଼ା ପଞ୍ଚାୟତର ଚିତ୍ରା ଗାଁରେ ପ୍ରାକୃତିକ ଗ୍ୟାସ୍‌ ଓ ତୈଳର...

Advertisement
Archives

Model This Week