Posted inଜାତୀୟ

ସିବିଆଇକୁ ବିରୋଧ ବଢ଼ୁଛି

ନୂଆଦିଲ୍ଲୀ, ୧୧।୪:କେତେକ ନିର୍ଦ୍ଦିଷ୍ଟ ମାମଲାରେ ରାଜ୍ୟରେ ସିବିଆଇର ତଦନ୍ତ ଅଧିକାର ଏବେ ଦିନକୁ ଦିନ ସଙ୍କୁଚିତ ହେବାରେ ଲାଗିଛି। ଏକାଧିକ ରାଜ୍ୟ ସେମାନଙ୍କ ସାଧାରଣ ସହମତି ପ୍ରତ୍ୟାହାର କରିଦେଲେଣି। ନିକଟରେ ତେଲଙ୍ଗାନା, ମେଘାଳୟ ମଧ୍ୟ ଏହି ବିରୋଧ ତାଲିକାରେ ସାମିଲ ହୋଇଥିବା କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ଗତ ଶୀତ ଅଧିବେଶନରେ ପାର୍ଲାମେଣ୍ଟରେ ଦେଇଥିବା ବିବୃତିରୁ ଜଣାପଡ଼ିଛି। ଦିଲ୍ଲୀ ସ୍ପେଶାଲ ପୋଲିସ ଏଷ୍ଟାବ୍ଲିଶ୍‌ମେଣ୍ଟ(ଡିଏସ୍‌ପିଏ) ଆଇନ-୧୯୪୬ର ଧାରା ୬ ଅନୁସାରେ ସିବିଆଇ କୌଣସି ରାଜ୍ୟରେ ତଦନ୍ତ କରିବାକୁ ଚାହୁଁଥିଲେ ସେହି ରାଜ୍ୟର ସହମତି ନେବା ଆବଶ୍ୟକ। ତେଣୁ କେତେକ ନିର୍ଦ୍ଦିଷ୍ଟ ମାମଲା ଏବଂ କିଛି ବର୍ଗର ଲୋକଙ୍କ ବିରୋଧରେ ସିବିଆଇ ତଦନ୍ତ ସିଧାସଳଖ କରିବାକୁ ରାଜ୍ୟଗୁଡ଼ିକ ପକ୍ଷରୁ ସାଧାରଣ ସହମତି ପ୍ରଦାନ ଦିଆଯାଇଥିଲା। ହେଲେ ଛତିଶଗଡ଼, ଝାଡ଼ଖଣ୍ଡ, କେରଳ, ମେଘାଳୟ, ମିଜୋରାମ୍‌, ପଞ୍ଜାବ, ରାଜସ୍ଥାନ, ତେଲଙ୍ଗାନା ଏବଂ ପଶ୍ଚିମବଙ୍ଗ ସିବିଆଇକୁ ତଦନ୍ତ

ପାଇଁ ପୂର୍ବରୁ ଦେଇଥିବା ସହମତିକୁ ପ୍ରତ୍ୟାହାର କରିନେଇଛନ୍ତି। ତେଣୁ ଉକ୍ତ ରାଜ୍ୟଗୁଡ଼ିକରେ ସିବିଆଇକୁ ତଦନ୍ତ କରିବାରେ ବାଧା ସୃଷ୍ଟି ହୋଇଥିବା ସିଂ ପ୍ରକାଶ କରିଥିଲେ।
ବିରୋଧୀ ନେତାମାନଙ୍କ ବିରୋଧରେ ସିବିଆଇକୁ ଜାଣିଶୁଣି ବ୍ୟବହାର କରାଯାଉଥିବା ଅଣଭାଜପା ଶାସିତ ରାଜ୍ୟଗୁଡ଼ିକ ଅଭିଯୋଗ କରିଆସୁଛନ୍ତି। ହେଲେ ସିବିଆଇ ତଦନ୍ତରେ ବାଧା ଦିଆଯିବା ଦ୍ୱାରା ତାହା ଜାତୀୟ ତଥା ଆନ୍ତଃରାଜ୍ୟ କାର୍ଯ୍ୟ ପରିସର ଉପରେ ପ୍ରଭାବ ପକାଇବ। ଏଭଳିସ୍ଥଳେ ଦେଖିବାର ଅଛି କିଭଳି ଭାବେ ସିବିଆଇ ଏହି ଆହ୍ବାନର ମୁକାବିଲା ଏବଂ ଦକ୍ଷତାର ସହ କର୍ତ୍ତବ୍ୟ ସମ୍ପାଦନ କରୁଛି। ତେଣୁ ବର୍ତ୍ତମାନ ପରିପ୍ରେକ୍ଷୀରେ ଡିଏସ୍‌ପିଏ ଆକ୍ଟ ଏବଂ ସିବିଆଇର ପରିସୀମା ଓ କ୍ଷମତା ସମ୍ପର୍କିତ ନିୟମର ସମୀକ୍ଷା କରାଯିବା ଜରୁରୀ ହୋଇପଡ଼ିଛି। ବିଭିନ୍ନ ରାଜ୍ୟଗୁଡ଼ିକ ସିବିଆଇ ତଦନ୍ତ ଅନୁମତି ପ୍ରତ୍ୟାହାର କରିବା ପ୍ରସଙ୍ଗରେ ଗତ ମାସରେ ପାର୍ଲାମେଣ୍ଟାରିି କମିଟି ମଧ୍ୟ ଏହା ଉପରେ ଗୁରୁତ୍ୱ ଦେବା ସହ ନୂଆ ନିୟମ ଆଣିବା ସପକ୍ଷରେ ମତ ଦେଇଛନ୍ତି, ଯେଉଁଥିରେ ସିବିଆଇର ସ୍ଥିତି, କାର୍ଯ୍ୟଧାରା ଏବଂ କ୍ଷମତା ସମ୍ପର୍କରେ ସବିଶେଷ ଉଲ୍ଳେଖ ରହିବା ଜରୁରୀ ବୋଲି ପ୍ରସ୍ତାବ ଦିଆଯାଇଛି। ଡିଏସ୍‌ପିଏ ଆଇନ ଅଧିକ କଟକଣା ରହିଥିବାରୁ ନୂଆ ଆଇନ ସପକ୍ଷରେ କମିଟି ମତ ଦେଇଛି। ସୁପ୍ରିମ୍‌ କୋର୍ଟ ଆଇନଜୀବୀ ରୁଦ୍ର ବିକ୍ରମ ସିଂଙ୍କ ମତରେ ରାଜ୍ୟଗୁଡ଼ିକ ସାଧାରଣ ସହମତିି(ଜେନେରାଲ୍‌ କନ୍‌ସେଣ୍ଟ) ପ୍ରତ୍ୟାହାର କରିଦେବା ମାନେ ନୁହେଁ ଯେ, ସିବିଆଇ ସେଠାରେ ତଦନ୍ତ କରିପାରିବ ନାହିଁ। ନିର୍ଦ୍ଦିଷ୍ଟ ମାମଲାର ତଦନ୍ତ ପାଇଁ ସମ୍ପୃକ୍ତ ରାଜ୍ୟ ସରକାରଙ୍କଠାରୁ ପୂର୍ବରୁ ସହମତି ନେବାକୁ ପଡ଼ିବ। ତେବେ ଯେଉଁ ରାଜ୍ୟଗୁଡ଼ିକ ସହମତି ପ୍ରତ୍ୟାହାର ଯେବେଠୁ କରିଛନ୍ତି, ତା’ ପୂର୍ବର ମାମଲାଗୁଡ଼ିକର ସିବିଆଇ ତଦନ୍ତ ଜାରି ରଖିପାରିବ ବୋଲି ସିଂ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଗଣତନ୍ତ୍ର ପାଇଁ ବିଜୟର ଦିନ:ମୋଦି

ନୂଆଦିଲ୍ଲୀ,୨୬।୪: ଲୋକ ସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ପ୍ରଚାର ଚାଲିଛି। ତୃତୀୟ ପର୍ଯ୍ୟାୟରେ ବିହାରର ଅରାରିଆରେ ଏକ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିଛନ୍ତି।...

ସନ୍ଦେଶଖାଲି ମାମଲାରେ ସିବିଆଇ ଚଢ଼ାଉ

କୋଲକାତା,୨୬ା୪: କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି (ସିବିଆଇ) ପଶ୍ଚିମବଙ୍ଗର ସନ୍ଦେଶଖାଲି ମାମଲାରେ ଶୁକ୍ରବାର ଅନେକ ସ୍ଥାନରେ ଚଢ଼ାଉ କରିଛି। ଅନୁସନ୍ଧାନକାରୀ ସଂସ୍ଥା ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ...

ନୋଟାକୁ ସର୍ବାଧିକ ଭୋଟ ମିଳିବାରୁ ପୁନର୍ବାର ନିର୍ବାଚନ କରିବାକୁ ଦାବି, ନିର୍ବାଚନ କମିଶନଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୬।୪: ଭୋଟ ସମ୍ବନ୍ଧୀୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଶୁକ୍ରବାର ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ସମୟରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା।...

ସିସୋଡିଆଙ୍କୁ ଝଟ୍‌କା, ମେ’ ୮ ପର୍ଯ୍ୟନ୍ତ ରହିବେ ଜେଲରେ

ନୂଆଦିଲ୍ଲୀ,୨୬।୪: ଦିଲ୍ଲୀ ଏକ୍ସାଇଜ ମାମଲାରେ ହୋଇଥିବା ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ମନୀଷ ସିସୋଡିଆଙ୍କ ନ୍ୟାୟିକ ହେପାଜତକୁ ଆସନ୍ତା ମେ ୮ ପର୍ଯ୍ୟନ୍ତ...

ରାହୁଲଙ୍କୁ ଶାହାଙ୍କ ପ୍ରଶ୍ନ

ନୂଆଦିଲ୍ଲୀ,୨୬।୪: ଲୋକ ସଭା ନିର୍ବାଚନ ପାଇଁ ଚାଲିଥିବା ଦ୍ୱିତୀୟ ପର୍ଯ୍ୟାୟ ମତଦାନ ମଧ୍ୟରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ ଦାବି କରିଛନ୍ତି...

ପୂର୍ବାହ୍ନ ୧୧ଟା ସୁଦ୍ଧା ଏହି ରାଜ୍ୟରେ ହୋଇଛି ସବୁଠୁ ଅଧିକ ମତଦାନ

ନୂଆଦିଲ୍ଲୀ,୨୬ା୪: ଆଜି ଅର୍ଥାତ୍‌ ଏପ୍ରିଲ ୨୬ରେ ଲୋକ ସଭାର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି। ଏହି ପର୍ଯ୍ୟାୟରେ ୧୨୦୦ରୁ ଅଧିକ ପ୍ରାର୍ଥୀ ୧୩ଟି ରାଜ୍ୟର...

ପଶ୍ଚିମବଙ୍ଗରେ ଟିଏମସି ଘୋଟାଲା କରୁଛି: ମୋଦି

କୋଲକାତା,୨୬।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପଶ୍ଚିମବଙ୍ଗର ମାଲଦାଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି।...

ମମତା ଗଡ଼ରେ ମୋଦିଙ୍କ ହୁଙ୍କାର

ନୂଆଦିଲ୍ଲୀ,୨୬ା୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପଶ୍ଚିମବଙ୍ଗର ମାଲଦାଠାରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri